Categories
ଆଜିର ଖବର ଜାତୀୟ ଖବର

‘ଏକ ପେଡ୍ ମାଁ କେ ନାମ’ ପଦକ୍ଷେପକୁ ସମର୍ଥନ କରିଥିବାରୁ ଗୁୟାନାର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଏକ ପେଡ୍ ମାଁ କେ ନାମ’ (ମାଆଙ୍କ ନାମରେ ଗୋଟିଏ ଗଛ) ଅଭିଯାନକୁ ସମର୍ଥନ କରିଥିବାରୁ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତକାଲିର ମନ୍ କି ବାତ୍ ଅଧ୍ୟାୟରେ ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦୀ  ପ୍ରଶଂସା କରିଥିଲେ।

ଗୁୟାନା ରାଷ୍ଟ୍ରପତି ଡ. ଇରଫାନ ଅଲିଙ୍କ ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି :

“ତୁମର ସହଯୋଗ ସର୍ବଦା ମନେ ରହିବ । ମୋର ମନ୍‌କିବାତ୍ କାର୍ଯ୍ୟକ୍ରମ ସମୟରେ ମୁଁ ଏହି ବିଷୟରେ କହିଥିଲି। ଏହି ଅଧ୍ୟାୟରେ ଗୁୟାନାରେ ଥିବା ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ପ୍ରଶଂସା କରିଥିଲି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଓ ଗୁୟାନାକୁ କ୍ରିକେଟ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ମତ ବିନିମୟ ଅବସରରେ କହିଥିଲେ,କ୍ରିକେଟ ଭାରତ ଓ ଗୁୟାନାକୁ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“କ୍ରିକେଟ ମାଧ୍ୟମରେ ଜଡ଼ିତ ହେବା! ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କଲି। ଏହି ଖେଳ ଆମ ଦୁଇ ଦେଶ ମଧ୍ୟରେ ଆତ୍ମୀୟତା ବଢ଼ାଇଛି ଏବଂ ଆମର ସାଂସ୍କୃତିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହିତ କରିଛି।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୁୟାନାର ରାଷ୍ଟ୍ରପତିଙ୍କ ସହ ସରକାରୀ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ନଭେମ୍ବରରେ ଜର୍ଜଟାଉନ୍ ସ୍ଥିତ ଷ୍ଟେଟ୍ ହାଉସ୍ରେ ଡକ୍ଟର ମହମ୍ମଦ ଇରଫାନ୍ ଅଲିଙ୍କୁ ସାକ୍ଷାତ କରିଥିଲେ। ଷ୍ଟେଟ୍ ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଅଲି ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ।

ଦୁଇ ନେତାଙ୍କ ମଧ୍ୟରେ ଏକ ସୀମିତ ବୈଠକ ପରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଭାରତ ଏବଂ ଗୁୟାନା ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୁଇ ନେତା ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ ଏବଂ ଫାର୍ମା, ପାରମ୍ପରିକ ଔଷଧ, ଖାଦ୍ୟ ନିରାପତ୍ତା, ଭିତ୍ତିଭୂମି ବିକାଶ, ଡିଜିଟାଲ୍ ଜନସାଧାରଣ ଭିତ୍ତିଭୂମି, ଦକ୍ଷତା ବିକାଶ, ସଂସ୍କୃତି ଏବଂ ଲୋକ ସମ୍ପର୍କ ସମେତ ଭାରତ ଓ ଗୁୟାନା ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଶକ୍ତି କ୍ଷେତ୍ରରେ ଚାଲିଥିବା ସହଯୋଗକୁ ଅନୁଧ୍ୟାନ କରି ଦୁଇ ନେତା ସୂଚାଇ ଦେଇଛନ୍ତି ଯେ, ହାଇଡ୍ରୋକାର୍ବନରେ ଭାଗିଦାରୀ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ଅପାର ସମ୍ଭାବନା ରହିଛି। ବିକାଶ ସହଯୋଗ ଭାରତ-ଗୁୟାନା ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ଅଟେ। ଗୁୟାନାର ବିକାଶ ଆକାଂକ୍ଷା ପୂରଣ କରିବା ପାଇଁ ଭାରତ ନିରନ୍ତର ସମର୍ଥନ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଉଭୟ ନେତା ପାରସ୍ପରିକ ଆବଶ୍ୟକତାର ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।  ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦୁଇ ନେତା ଅଧିକ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି । ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଅଲିଙ୍କୁ ଧନ୍ୟବାଦ ଜଣାଇଥିଲେ । ଗ୍ଲୋବାଲ୍ ଦକ୍ଷିଣ ଦେଶ ମଧ୍ୟରେ ଏକତାକୁ ଦୃଢ଼ କରିବା ପାଇଁ ଦୁଇ ନେତା ମିଳିତ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ ।

ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଉଭୟ ନେତା ନିୟମିତ ବ୍ୟବଧାନରେ ଉଚ୍ଚ ସ୍ତରୀୟ ବୈଠକ କରିବାକୁ ରାଜି ହୋଇଥିଲେ । ଏହି ଗସ୍ତ ସମୟରେ ୧୦ଟି ବୁଝାମଣାଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବୁଝାମଣାପତ୍ରର ତାଲିକା ଏଠାରେ ଦେଖିପାରିବେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୁୟାନାର ଅର୍ଡର୍ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁୟାନାର ରାଷ୍ଟ୍ରପତି ଷ୍ଟେଟ୍ ହାଉସ୍‌ରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଦ ଅଡର୍ ଅଫ୍ ଏକ୍ସଲେନ୍ସ” ପ୍ରଦାନ କରିଛନ୍ତି। ଜଣେ ଦୂରଦର୍ଶୀ ରାଜନେତା ରୂପରେ ବିଶ୍ୱ ମଞ୍ଚରେ ବିକାଶଶୀଳ ରାଷ୍ଟ୍ରଙ୍କ ଦାବି ଉଠାଇବା, ବିଶ୍ୱ ସମୁଦାୟ ପାଇଁ ଅତୁଳନୀୟ ସେବା ତଥା ଭାରତ-ଗୁୟାନାର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପୁରସ୍କାର ଗ୍ରହଣ କରିବାବେଳେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଭାରତର ଲୋକମାନଙ୍କୁ ତଥା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଥିଲେ। ସେ କହିଥିଲେ ଯେ ତାଙ୍କ ଗସ୍ତ ଭାରତ-ଗୁୟାନାର ବନ୍ଧୁତାକୁ ଗଭୀର କରିବା ଦିଗରେ ଭାରତର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ।

ଗୁୟାନାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ବିଦେଶୀ ନେତା।

Categories
ଆଜିର ଖବର ଜାତୀୟ ଖବର

ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତ ପାଇଁ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତ ପାଇଁ ମୁଁ ଏବେ ବିମାନରେ ଚଢ଼ିବାକୁ ଯାଉଛି।

ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ଆମନ୍ତ୍ରଣ କ୍ରମେ ଏହା ମୋର ପ୍ରଥମ ନାଇଜେରିଆ ଗସ୍ତ, ଯିଏକି ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଘନିଷ୍ଠ ସହଯୋଗୀ। ଆମର ରଣନୀତିକ ସହଭାଗିତା ଯାହାକି ଗଣତନ୍ତ୍ର ଓ ବହୁଳବାଦର ପାରସ୍ପରିକ ବିଶ୍ୱାସ ଆଧାରିତ ତାକୁ ସୁଦୃଢ଼ କରିବା ପାଇଁ ମୋର ଗସ୍ତ ଏକ ସୁଯୋଗ। ନାଇଜେରିଆରୁ ହିନ୍ଦୀରେ ମୋତେ ସ୍ୱାଗତମ ବାର୍ତ୍ତା ପଠାଇଥିବା ଭାରତୀୟ ସମୁଦାୟ ଓ ବନ୍ଧୁମାନଙ୍କୁ ଭେଟିବାକୁ ମଧ୍ୟ ମୁଁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛି।

ବ୍ରାଜିଲରେ ମୁଁ ୧୯ ତମ ଜି-୨୦ ଶିଖର ସମ୍ମିଳନୀରେ ଟ୍ରୋଇକା ସଦସ୍ୟ ଭାବେ ଯୋଗ ଦେବି। ଗତ ବର୍ଷ ଭାରତ ସଫଳତାର ସହ ଅଧ୍ୟକ୍ଷତା କରିବା କରି ଜି-୨୦କୁ ଜନସାଧାରଣଙ୍କ ଜି-୨୦ ଭାବେ ଶୀର୍ଷକୁ ନେଇଥିଲା ଏବଂ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା। ଚଳିତ ବର୍ଷ ବ୍ରାଜିଲ ଏହେି ପରମ୍ପରାକୁ ଆଗକୁ ନେବ। ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଦୃଷ୍ଟିକୋଣ ଅନୁଯାୟୀ ଫଳପ୍ରଦ ଆଲୋଚନାକୁ ମୁଁ ଅପେକ୍ଷା କରି ରହିଛି। ଅନ୍ୟାନ୍ୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କରେ ଭାବ ବିନିମୟ କରିବାକୁ ମଧ୍ୟ ଏହି ସୁଯୋଗର ମୁଁ ସଦ୍‌ବ୍ୟବହାର କରିବି।

ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ଆମନ୍ତ୍ରଣ କ୍ରମେ ମୋର ଗୁୟାନା ଗସ୍ତ ବିଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୁୟାନା ଗସ୍ତ ହେବ। ଐତିହ୍ୟ, ସଂସ୍କୃତି ଓ ନୈତିକତା ଆଧାରରେ ଆମର ସ୍ୱତନ୍ତ୍ର ସମ୍ପର୍କକୁ ରଣନୀତିକ ଦିଗକୁ ନେବାକୁ ଆମେ ଭାବ ବିନିମୟ କରିବୁ। ଭାରତର ଏକ ପୁରାତନ ସମୁଦାୟ ଯେଉଁମାନେ କି ୧୮୫ ବର୍ଷ ପୂର୍ବେ ଗୁୟାନା ଚାଲି ଯାଇଥିଲେ ସେମାନଙ୍କୁ ମୁଁ ସମ୍ମାନ ଜଣାଇବି ଏବଂ ଲୋକତନ୍ତ୍ରର ସାଥୀ ଭାବେ ସଂସଦରେ ମୁଁ ଉଦବୋଧନ ଦେବି।

ଏହି ଗସ୍ତ ଅବସରରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ପାଇଁ ମୁଁ ନାରିବିୟନ ସହଯୋଗୀ ଦେଶର ନେତୃବୃନ୍ଦଙ୍କ ସହ ଯୋଗ ଦେବି। ସୁଖ ଦୁଃଖ ସମୟରେ ଆମେ ଏକାଠି ହୋଇ ରହିଛୁ। ଶିଖର ସମ୍ମିଳନୀ ଆମକୁ ଐତିହାସିକ ସମ୍ପର୍କର ନବୀକରଣ ପାଇଁ ଏବଂ ନୂତନ କ୍ଷେତ୍ରକୁ ଆମ ସହଯୋଗକୁ ସମ୍ପ୍ରସାରିତ କରିବାକୁ ସୁଯୋଗ ଦେବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଦ୍ଵିତୀୟ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦: ଜାଣନ୍ତୁ ଗୁୟାନାରେ କିପରି ରହିବ ପାଣିପାଗ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଟିମ୍ ଇଣ୍ଡିଆ ଗୁୟାନାରେ ୱେଷ୍ଟଇଣ୍ଡିଜ୍ ସହିତ ମୁହାଁମୁହିଁ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ ମ୍ୟାଚ୍ ଗୁୟାନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ ଟାରୁ ଖେଳାଯିବ। ଏହି ମ୍ୟାଚ୍ ଉପରେ ବର୍ଷାର ବିପଦ ରହିଛି। ପାଣିପାଗ ରିପୋର୍ଟ କ’ଣ କହୁଛି ଆସନ୍ତୁ ଜାଣିବା…..

ଦ୍ୱିତୀୟ ଟି-୨୦ରେ ବର୍ଷା ଭିଲେନ୍ ହେବ କି?:

ଉଲ୍ଲେଖନୀୟ କଥା ହେଉଛି, ଏହି ସମୟରେ ଗୁୟାନାଠାରେ ବର୍ଷା ଋତୁ ଅଟେ। ବର୍ଷା ମଧ୍ୟ ଏହି ଭ୍ରମଣରେ ଏକ ଭିଲେନ୍ ପାଲଟିଛି। ରବିବାର ଦିନ ଗୁୟାନାଠାରେ ମେଘୁଆ ରହିବ ବୋଲି ଆଶା କରାଯାଉଛି। ତେବେ ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ବହୁତ କମ୍ ରହିଛି।

ଟି -୨୦ ଇଣ୍ଟରନ୍ୟାସନାଲରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏପର୍ଯ୍ୟନ୍ତ ୨୬ ଥର ମୁହାଁମୁହିଁ ହୋଇଛି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ୧୭ ଟି ମ୍ୟାଚ୍ ଜିତିଛି। ଏଥି ସହିତ ୱେଷ୍ଟଇଣ୍ଡିଜ୍ ମାତ୍ର ଆଠଟି ମ୍ୟାଚ୍ ଜିତିଛି। ଏହା ବ୍ୟତୀତ ଗୋଟିଏ ମ୍ୟାଚର ଫଳାଫଳ ଆସିନାହିଁ।

ପୂର୍ବାନୁମାନ:

ଯଦିଓ ୱେଷ୍ଟଇଣ୍ଡିଜ୍ ରେ ପାୱାର୍ ହିଟର୍ ଅଛନ୍ତି ଏବଂ ଆୟୋଜକ ପ୍ରଥମ ଟି -୨୦ ଜିତିଛି, କିନ୍ତୁ ଟିମ୍ ଇଣ୍ଡିଆର ସ୍ପିନରମାନେ ସେମାନଙ୍କ ପାଇଁ ପୁଣି ଥରେ କଡା ଆହ୍ଵାନ ଉପସ୍ଥାପନ କରିବେ। ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କୁଲଦୀପ ଯାଦବ, ୟୁଜେନ୍ଦ୍ର ଚହଲ ଏବଂ ଅକ୍ଶର ପଟେଲଙ୍କୁ ଖେଳିବା ସହଜ ହେବ ନାହିଁ। ଆମର ମ୍ୟାଚ୍ ପୂର୍ବାନୁମାନ ମିଟର କହିଛି ଯେ, ଏହି ମ୍ୟାଚ୍ ରେ ମଧ୍ୟ ଘନିଷ୍ଠ ଲଢେଇ ହେବ, କିନ୍ତୁ ଟିମ୍ ଇଣ୍ଡିଆ ଜିତିପାରେ।

ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି -୨୦ ଜିତିଥିଲା। ଏଭଳି ପରିସ୍ଥିତିରେ ସେମାନଙ୍କର ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି। ଅନ୍ୟପକ୍ଷରେ ପ୍ରଥମ ଟି -୨୦ ରେ ପରାଜୟର ସମ୍ମୁଖୀନ ହୋଇଥିବା ଟିମ୍ ଇଣ୍ଡିଆ ସମାନ ଦଳ ସହିତ ଦ୍ୱିତୀୟ ଟି -୨୦ ରେ ଅଂଶଗ୍ରହଣ କରିପାରେ। ପୁଣିଥରେ ଟିମ୍ ଇଣ୍ଡିଆ ଏହାର ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ଦେଖାଇବାକୁ ଚାହୁଁଛି।

ଏକାଦଶରେ ଭାରତର ସମ୍ଭାବ୍ୟ ଖେଳାଳି: ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ଅକ୍ସର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ଏବଂ ମୁକେଶ କୁମାର।