Categories
ଆଜିର ଖବର ମନୋରଂଜନ

ସର୍ବଭାରତୀୟ ଗ୍ଲାମନ୍ ମିସେସ୍ ଇଣ୍ଡିଆ ପ୍ରତିଯୋଗିତା: ତେଜସ୍ମୀତା ହେଲେ ଦ୍ୱିତୀୟ ରନର୍ସଅପ୍‌

ଭୁବନେଶ୍ୱର: ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍ ମିସେସ୍ ଇଣ୍ଡିଆ (ଜିରୋ ସାଇକ୍‌) ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍ ବିଜେତା ତେଜସ୍ମୀତା ମହାପାତ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ଜାନୁୟାରୀ ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟାନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍ ମହାପାତ୍ର ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଚଳିତ ମାସରେ ଗୋଆଠାରେ ଆୟୋଜିତ ଜାତୀୟସ୍ତର ପ୍ରତିଯୋଗିତାରେ ସମୁଦାୟ ୬୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରି.ଜଜିଂ, ଯୋଗ୍ୟତା, ଜାତୀୟ ପୋଷାକ, ପ୍ରଶ୍ନୋତ୍ତର ଇତ୍ୟାଦି ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ଭଲ ପ୍ରଦର୍ଶନ ପୂର୍ବକ ମିସେସ୍ ମହାପାତ୍ର ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ଫାଇନାଲରେ ଚମତ୍କାର ପ୍ରଦର୍ଶନ ସହ ମିସେସ୍ ମହାପାତ୍ର ଦ୍ୱିତୀୟ ରନର୍ସଅପ୍ ଟାଇଟଲ ଅର୍ଜନ କରିବାରେ ସଫଳ ହୋଇଥିଲେ।

ଏଠାରେ ପ୍ରକାଶଥାଉକି, ମିସେସ୍ ମହାପାତ୍ର କଟକସ୍ଥିତ ଡ଼ଗରପଡ଼ା ନିବାସୀ ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ମହାପାତ୍ର ଓ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ କନିଷ୍ଠା କନ୍ୟା। ପରବର୍ତ୍ତୀ ସମୟରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତେଜସ୍ମୀତା ନିଜକୁ ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି।