Categories
ଆଜିର ଖବର ରାଜ୍ୟ ଖବର

ଚକ୍ଷୁ ଦାନ କଲେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ଶ୍ରମିକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ବୁଳଝୋଳି ଗ୍ରାମର ଏକ କୁକୁଡ଼ା ଫାର୍ମରେ ଶ୍ରମିକ ଭାବେ କାମ କରୁଥିବା ରାମଚନ୍ଦ୍ର ନାହାକ ନାମକ ଜଣେ ଶ୍ରମିକ ନିକଟସ୍ଥ କେନାଲରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ଥିଲେ। ଫାର୍ମର ଅନ୍ୟ କର୍ମଚାରୀ ମାନେ ଜାଣିବା ପରେ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଥିଲେ ଓ ରାମଚନ୍ଦ୍ରଙ୍କ ନିଜ ଗ୍ରାମ ହିଞ୍ଜିଳି ବ୍ଲକ ଦାରୁ ଭଦ୍ରା ପଞ୍ଚାୟତ କାଳିଆପଟା ଓ ସେଠାକାର ସରପଞ୍ଚ ମଦନମୋହନ ସେଠୀଙ୍କ ପ୍ରୟାସରେ ପରିବାର ଲୋକେ ମୃତ ରାମଚନ୍ଦ୍ରଙ୍କ ଚକ୍ଷୁ ଦାନ କରିଥିଲେ।

ଅନ୍ୟ ପକ୍ଷରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ରାମଚନ୍ଦ୍ରଙ୍କ ଦୁଇ ଛୁଆ ଅଛନ୍ତି ଓ ସେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀମାନେ ର୍କୃପକ୍ଷଙ୍କ ନିକଟରେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୃଦ୍ଧା ମହିଳାଙ୍କ ଚକ୍ଷୁ ଦାନ

ଭୁବନେଶ୍ଵର: ସୋମବାର ଅପରାହ୍ନ ୪ ଘଟିକା ସମୟରେ ନୟାଗଡ ଜିଲ୍ଲା ଗୋପାଳପୁର ଛାମୁପାଟଣା ସାହିର ସ୍ବର୍ଗତ ରାମଚନ୍ଦ୍ର ପାତ୍ରଙ୍କ ଧର୍ମ ପତ୍ନୀ ଦମୟନ୍ତୀ ପାତ୍ରଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ପରେ ଚକ୍ଷୁଦାନ କରିବାର ଇଚ୍ଛାକୁ ପୂରଣ କରିବା ନିମନ୍ତେ ବୃଦ୍ଧାଙ୍କ ପୁତ୍ର ପ୍ରଦୀପ ପାତ୍ର ଏବଂ ପଡୋଶୀ ପଦ୍ମଚରଣ ପାତ୍ର ରୋଟାରୀ ଜିଲ୍ଲା ୩୨୬୨ର ଶରୀର ଓ ଅଙ୍ଗଦାନ କମିଟିର ଉପାଧ୍ୟକ୍ଷ ରୋଟାରୀଆନ ଧୀରେନ୍ଦ୍ରନାଥ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଭୂବନେଶ୍ବର ଚକ୍ଷୁ ବ୍ୟାଙ୍କର ଟେକନିସିଆନ ଗୋପାଳପୁରରେ ପହଞ୍ଚି ମହାଶୟାଙ୍କ ଚକ୍ଷୁର ଦୃଷ୍ଟି ପଟଳ ବା ରେଟିନା ସଂଗ୍ରହ କରି ନେଇଯାଇଛନ୍ତି।

ମହାଶୟାଙ୍କ ଚକ୍ଷୁ ଦାନ ଫଳରେ ଦୁଇଜଣ ଦୃଷ୍ଟି ପାଇପାରିବେ। ଏହି ମହତ୍ତ କାର୍ଯ୍ୟ ପାଇଁ ଅଞ୍ଚଳରେ ସମସ୍ତେ ମହାଶୟାଙ୍କ ପରିବାର ସଦସ୍ୟ ମାନଙ୍କର ପ୍ରଶଂସା କରିବା ସହିତ ଏହିଭଳି ମହତ କାର୍ଯ୍ୟ ସକାଶେ ସମସ୍ତେ ଆଗଭର ହେବା ଉଚିତ ବୋଲି କହୁଛନ୍ତି।