Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମିଳିବ ରୋଜଭ୍ୟାଲି ଚିଟଫଣ୍ଡ ଟଙ୍କା, ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କଲେ ସରକାର

ନୂଆଦିଲ୍ଲୀ: ରୋଜଭ୍ୟାଲି ଚିଟଫଣ୍ଡରେ ବୁଡିଯାଇଥିବା ଟଙ୍କା ମିଳିବାର ସମ୍ଭାବନା ଦେଖାଦେଇଛି। କାରଣ ଗତକାଲି କେନ୍ଦ୍ର ସରକାର ଏହି କଂପାନୀର ଜବତ ହୋଇଥିବା ବିଭିନ୍ନ ସୁତ୍ରରୁ ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କରିଛନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆସେଟସ୍ ଡିସ୍‌ପୋଜାଲ କମିଟି ବା ଏଡିସିର ଅଧ୍ୟକ୍ଷଙ୍କ ନିକଟରେ ଚେକ ଜମା କରିଛନ୍ତି।

କୋଲକାତାର ରୋଜଭ୍ୟାଲି କଂପାନୀ ଲୋକମାନଙ୍କୁ ବଡ ଆଶା ଦେଖାଇ ପଶ୍ଚିମବଂଗ ଏବଂ ଓଡିଶାରୁ କୋଟିକୋଟି ଟଙ୍କା ଠକି ନେଇଥିଲା। ପରେ ସିବିଆଇ ତଦନ୍ତରେ ତାହା ଜଣାପଡିବା ପରେ କଂପାନୀ ମାଲିକ ସହ ବହୁ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବର୍ତ୍ତମାନ ଅର୍ଥବିଭାଗ ଟଙ୍କା ପ୍ରଦାନ କରିବା ପରେ ଓଡିଶା ଜମାକାରୀ ଟଙ୍କା ପାଇବେ ବୋଲି ଆଶା କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଟ ଫଣ୍ଡ କଂପାନୀର ଜମି ବିକି ଜମାକାରୀଙ୍କ ଟଙ୍କା ଫେରାଅ, କୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଚିଟ ଫଣ୍ଡ କଂପାନୀର ଯାହା ଜମି ଜବତ ହୋଇଛି ତୁରନ୍ତ ତାହାକୁ ବିକ୍ରି କରି ଜମାକାରୀଙ୍କ ଟଙ୍କା ଫେରାଅ। ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଚିଟଫଣ୍ଡ ମାମଲା ଚାଲିଥିବା କୋର୍ଟ କହିଛନ୍ତି ଯେ, ଏହାକୁ ସାଧାରଣରେ ଅକସନ କରି ବିକ୍ରି କରି ସେହି କଂପାନୀର ଜମାକାରୀଙ୍କୁ ଟଙ୍କା ଫେରସ୍ତ କର।

ଓଡିଶାର ଶ୍ରୀ ଭୂମି ଗ୍ରୁପ ଅଫ କଂପାନୀର ଏହି ଜମିକୁ ବିକ୍ରି କରିବା ପାଇଁ କୁହାଯାଇଛି। ପୂର୍ବରୁ ଓଡିଶା ଇକୋନିମିକାଲ ଅଫନସିଭ ୱଇଙ୍ଗି ବା ଇଓଡବ୍ଲୁ ଏହି କଂପାନୀର 24 ଏକର ଜମି ଜବତ କରିଛି। ଏଥିସହିତ କଂପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କରିଛି। ଏହି କଂପାନୀ ଲୋକଙ୍କୁ ଅଧିକ ଲୋଭ ଦେଖାଇ ଟଙ୍କା ନେଣଦେଣ କରିଥିବାର ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ଏହି କଂପାନୀ ଜବତ ହୋଇଥିବା ମୋଟ 24.0487 ଏକର ଜମିକୁ ଅକସନ କରିବା ପାଇଁ ବନ୍ଦୋବସ୍ତ କରୁଥିବାର ଜଣାପଡିଛି। ବିକ୍ରି ସରିବା ପରେ ଏହି କଂପାନୀର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ।