ଭୁବନେଶ୍ବର : ଭୁବନେଶ୍ବରର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପୁଣି ଏକ ନୂଆ ଟୁଇଷ୍ଟ ଆସିଛି । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାମରେ ଆଦିତ୍ୟଙ୍କ ତଥାକଥିତ ବାନ୍ଧବୀ ଚିନ୍ମୟୀ ଏତଲା ଦେଇଛନ୍ତି । ଖଇରା ଥାନାରେ ଚିନ୍ମୟୀ ବିଦ୍ୟାଶ୍ରୀଙ୍କ ନାମରେ ଏତଲା ଦେଇଛନ୍ତି । ବିଦ୍ୟାଶ୍ରୀଙ୍କ ସହିତ ବିସ୍ମିତ ଦାସ ଏବଂ ଅନ୍ୟ କିଛି ଲୋକଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଥିବାର ସୂଚନା ରହିଛି । ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ନେଇ ଏତଲା ଦିଆଯାଇଥିବାର ସୂଚନା ରହିଛି । ଏପରିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଚିନ୍ମୟଙ୍କ ଏତଲା କ୍ରମେ ବିସ୍ମିତ, ବିଦ୍ୟାଶ୍ରୀ ଓ ଅନ୍ୟମାନଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ, ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠୁନଥିବାବେଳେ ନୂଆ ନୂଆ ଟୁଇଷ୍ଟ କିନ୍ତୁ ଦେଖିବାକୁ ମିଳୁଛି । ପ୍ରଥମେ ହତ୍ୟା ନା ଆତ୍ମହତ୍ୟାର ସମାଧାନ ହୋଇପାରିନଥିବାବେଳେ ପରବର୍ତ୍ତୀ ସମୟରେ ସାଇକୋ ଲେଡି ସମ୍ପର୍କରେ ଜଣାପଡିଥିଲା । ଏହାପରେ ସାଇକୋ ଲେଡି ସାମ୍ନାକୁ ତାଙ୍କ ସମ୍ପର୍କରେ କହିଥିବାବେଳେ ଆଦିତ୍ୟଙ୍କ ମୃତ୍ୟୁ ପଛର କାହାଣୀ ଏବେବି ଅସ୍ପଷ୍ଟ ରହିଛି ।