ଜଟଣୀ: ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଅନ୍ନକୂଟ ମହୋତ୍ସବ ଦୀପାବଳିର ଦ୍ୱିତୀୟ ଦିନ ଶୁକ୍ରବାର ସନ୍ଧ୍ୟାରେ ଜଟଣୀର ଗୋପୀନାଥ ମନ୍ଦିରରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ମାରୱାରୀ ସମାଜର ସମସ୍ତ ଲୋକ ନିଜ ପରିବାର ସହିତ ଅନ୍ନକୂଟ ପ୍ରସାଦ ସେବନ କରିଥିଲେ।
ପରସ୍ପରକୁ ଅଭିବାଦନ ଜଣାଇବା ସହିତ ବରିଷ୍ଠଙ୍କ ପାଦ ଛୁଇଁ ଦିୱାଲୀ କାମନା କରିଥିଲେ। ଉତ୍ତର ଭାରତରେ ଏହି ଉତ୍ସବ “ଗୋବର୍ଦ୍ଧନ ପୂଜନ” ଭାବରେ ପାଳନ କରାଯାଏ। ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ଗର୍ବକୁ ଭାଙ୍ଗିବା ଏବଂ ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ ଅତ୍ୟଧିକ ବର୍ଷା ଠାରୁ ରକ୍ଷା କରିବା ପାଇଁ ଗିରିଗୋବର୍ଦ୍ଧନ ପର୍ବତକୁ ଉପରକୁ ଉଠାଇଥିଲେ।
ଅନ୍ନକୂଟ ମହୋତ୍ସବ ଜଟଣୀ ମାଡୱାରୀ ସମାଜ ଏବଂ ମାଡୱାରୀ ଯୁବ ମଞ୍ଚଙ୍କ ସହଯୋଗରେ ଗୋପୀନାଥ ମଣ୍ଡଳ କମିଟି ଦ୍ୱାରା ଆୟୋଜିତ ହୋଇଥିଲା। ଜଟଣୀ ସିଟି ଶାଖା, କରିସ୍ମା ଗ୍ରୁପ, ଜୟ ଶମ୍ଭୁ ଗୋପେଶ୍ୱର ସଂଗଠନ ସମେତ ସମାଜର ସମସ୍ତ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।