ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଜନନୀ ଜନ୍ମଭୂମିର ଦାସତ୍ତ୍ୱରୁ ମୁକ୍ତ କରିବାକୁ ବହୁ ଦେଶପ୍ରେମୀ ଓ ପରାକ୍ରମି ଏ ଜାତି ପାଇଁ ତ୍ୟାଗ କରିଛନ୍ତି। ଭାରତ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଭାରତ ଆର୍ଥିକ ଓ ସମାରିକ କ୍ଷେତ୍ରରେ ବହୁ ସିଦ୍ଧି ଲାଭ କରିଥିଲେ ମଧ୍ୟ ଆମେ ସ୍ୱପ୍ନର ଭାରତକୁ ସାକାର କରିପାରିନାହୁଁ।
ସ୍ୱାମୀଜୀ କହୁଥିଲେ “ଉଠ ଜାଗ” ଏହିଭଳି ବାର୍ତ୍ତା ଯୁବ ସମାଜକୁ ଆହ୍ୱାନ ଦେଇ ସୁପ୍ତ ଅବସ୍ଥାରେ ଥିବା ସମାଜକୁ କେବଳ ଯୁବକ ମାନେ ହିଁ ଜାଗ୍ରତ କରିପାରିବେ। ତେଣୁ ବିବେକାନନ୍ଦ କହୁଥିଲେ “ନବୀନ ପିଢ଼ି ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ” ସେମାନେ ସିଂହ ପରାକ୍ରମରେ ସବୁ ସମସ୍ୟାର ସମଧାନ କରିବେ।
ଆଜିର ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା, ପ୍ରତେକ ଜିଲ୍ଲାର ତିନୋଟି ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ସାନମାନିତ କରିବା, ଭାରତର ସାମର୍ଥ୍ୟ ଓ ଉପଲବ୍ଧି ଗୁଡିକୁ ହୃଦୟଙ୍ଗମ କରିବା, ଭାରତର ସ୍ୱାଧୀନତାର ଶତାବର୍ଷିକୀ ୨୦୪୭ ର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ରାଷ୍ଟ୍ର ପୁନଃରୁଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ଆଗ୍ରହୀ ଯୁବକଯୁବତୀ ମାନଙ୍କ ପାଇଁ ଏକ ପ୍ରେରଣାପ୍ରଦ ମଞ୍ଚ ନିର୍ମାଣ କରିବା ଥିଲା ମୁଖ୍ୟ ଉଦେଶ୍ୟ।
ଏହି ପରିପ୍ରେକ୍ଷୀରେ ବିବେକାନନ୍ଦଙ୍କ ଏକ ସୁସଜିତ ରଥ ବାଲୁଗାଁ ଚିଲିକାରଣୀ ସ୍କୁଲରେ ପହଁଚିଲା ପରେ ତାହାକୁ ବିପୁଳ ପରିମାଣରେ ସ୍ୱାଗତ କରାଯାଇଥିଲା। ସେଠାରୁ ଗାନ୍ଧିଛକ ଓ ପରେ ବାଲୁଗାଁ କଲେଜଠାରେ ସ୍ୱାଗତ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ସେଠାରୁ ବାଣପୁର ଅଭିମୁଖେ ଆସି ବିସରପଟଣା ନିକଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉତ୍ସସିତ ସମ୍ବର୍ଦ୍ଧନା ଦେଇ ବାଣପୁର ପରିକ୍ରମା କରି ଲକ୍ଷ୍ମୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଶିଶୁ ମନ୍ଦିର କଳାକାର ମାନଙ୍କ ଦ୍ୱାରା ସୁପ୍ତ ଅବସ୍ଥାରେ ଥିବା ସମାଜକୁ କିପରି ଯୁବ ସମାଜ ଜାଗ୍ରତ କରିବେ ତାହାର ଏକ ନାଟକ ପରିବେଷଣ କରାଯାଇଥିଲା।
ସ୍ୱାଗତ ସମ୍ବର୍ଦ୍ଧନା କମିଟି ସଭାପତି ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅମୃତ ମହୋତ୍ସବ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ସ୍ୱାମୀ ଗଣେଶ୍ୱର ନାଥ ଓ ସମ୍ମାନିତ ଅତିଥି ଭାବେ ସ୍ୱାମୀ ବାଲ୍ମୀକି ଦାସ ଯୋଗ ଦେଇ ବିବେକାନନ୍ଦଙ୍କ ବାଣୀ ରାଷ୍ଟ୍ରର ପ୍ରାଣ ହେଉଛି ଧର୍ମ ଏବଂ ଧର୍ମର ମୂଳତତ୍ତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏବଂ ସମାଜକୁ ଈଶ୍ୱର ଭାବନାରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବର ସଦସ୍ୟ ବୈରାଗୀ ଚରଣ ବଳଙ୍କ ତତ୍ୱାବଧାନରେ ସମାପନ କରାଯାଇଥିଲା।