Categories
ଆଜିର ଖବର ଜାତୀୟ ଖବର

ହସପିଟାଲରେ ଲାଗିଲା ନିଆଁ, ୧୦ ଜଣ ମୃତ୍ୟୁବରଣ କରିଥିବାର ସୂଚନା

ନୂଆଦିଲ୍ଲୀ: ଆଜି ଏକ ହସପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ନିଆଁର ବେଗ ଏତେ ଜୋରରେ ଥିଲା ଯେ, ତାହାକୁ ଆୟତ କରିବା ଅଗ୍ନିଶମ କର୍ମଚାରଙ୍କୁ ନାକେଦମ ହେବାକୁ ପଡିଛି। ତେବେ ଏହି ଘଟଣାଟି ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି।

ଘଟଣାରୁ ଜଣାପଡିଛି ଯେ, ଜବଲପୁରର ଦମୋହ ନାକା ଶିବନଗର ସ୍ଥିତ ନ୍ୟୁ ଲାଇଫ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଅପରାହ୍ନରେ ନିଆଁ ଲାଗିଯାଇଥିଲା। ତେବେ ଏହି ହସପିଟାଲକୁ ଯିବା ଆସିବା ପାଇଁ ଗୋଟିଏ ରାସ୍ତା ଥିବାରୁ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ତେବେ ସେଠାରୁ ରୋଗୀମାନଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

( ଫଟୋ ସୌଜନ୍ୟ- ସାମାଜିକ ଗଣମାଧ୍ୟମ)