ଭୁବନେଶ୍ଵର: ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜୀବ ଵିଜ୍ଞାନ ଵିଭାଗ ଓ ଆଇ. କ୍ୟୁ. ଏ. ସି.ର ମିଳିତ ସହଯୋଗରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। “ସବୁଜ ବିପ୍ଲବ ତଥା ଜୈବିକ ସହନଶୀଳତା”ଶୀର୍ଷକ ଆଲୋଚନାକୁ ଜୀବନ ବିଜ୍ଞାନ ଅନୁଷ୍ଠାନର ନିର୍ଦ୍ଦେଶକ ଡ଼. ଦେବାଶିଷ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ସାଂପ୍ରତିକ ସମୟରେ ସବୁଜ ବିପ୍ଲବର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବରେ ତଟରକ୍ଷା ଗବେଷଣାର ବୈଜ୍ଞାନିକ ଡ. ପ୍ରଭାକର ମିଶ୍ର ଯୋଗଦେଇ ବିଜ୍ଞାନ ପଧ୍ୟତି ମଧ୍ୟରେ ପ୍ରକୁତିକୁ ବିଶ୍ଲେଷଣ କରି ମାନବ ସମାଜକୁ ସୁରକ୍ଷିତ କରିବାର ପ୍ରବଣତା ସଂପର୍କରେ ଆଲୋଚନା କରିଥିଲେ।
ଅନ୍ୟତମ ଅତିଥି ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ପ୍ରଫେସର ଶରତ କୁମାର ପାଲିତା ଯୋଗଦେଇ ପରିବେଶ ସଂପର୍କରେ ଆଲୋଚନା କରିବା ସହ ମିଳିତ ଜାତିସଂଘ ର ୧୭ ଟି ସ୍ଥାୟୀ ଲକ୍ଷ୍ୟ ସଂପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଡ. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ସବୁଜ ବିପ୍ଳବର ବିଭିନ୍ନ ମାଧ୍ୟମ ସଂପର୍କରେ ଆଲୋକପାତ କରିଥିଲେ। ଡ଼.ପିଙ୍କିରାଣୀ ଦେଇ ଅନ୍ତର୍ଜାତୀୟ ସମ୍ମିଳନୀର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ସମ୍ମିଳନୀର ସଂପାଦକ ଡ. ମାନସ କୁମାର ତ୍ରିପାଠୀ ଅନୁଷ୍ଠାନିକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ସଂପାଦକ ଡ. ସୁଚିସ୍ମିତା ବେହେରା ସମ୍ମିଳନୀ ସଂପର୍କରେ ଵକ୍ତବ୍ୟ ପ୍ରଦାନ କରିଥିବା ବେଳେ ଆବାହିକା ଡ.ଡାଏନା ପ୍ରଧାନ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ।