ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଅକ୍ଟୋବର ମାସରେ ସ୍ଥାନୀୟ ବି ଏସ୍ ଏନ୍ ଏଲ୍ ଅଫିସ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ବେଆଇନ ମଦ କାରବାର ଅଭିଯୋଗର ଖବର ପାଇ ଟାଉନ ଥାନା ପୋଲିସ୍ ସବ୍ୟସାଚୀ ମିଶ୍ର ତଦନ୍ତ ପାଇଁ ଯାଇଥିଲା ବେଳେ ମଦ ଦୋକାନ ମାଲିକ ମନୋରଞ୍ଜନ ସାବତ, ତୁମ୍ବେଶ୍ଵର ପାତ୍ର, ରଞ୍ଜିତ ପଟ୍ଟନାୟକ, ସମୀର ପ୍ରଧାନ, ସୁମନ ମହାପାତ୍ର ଓ ଲକ୍ଷ୍ମୀ ନାରାୟଣ ବେହେରା ଆତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ବିଷୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନ ଭିତରେ ଥିବା ବିଦେଶୀ ମଦକୁ ସିଲ୍ କରି ଦୋକାନ ଭିତରେ ହିଁ ରଖିଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଉକ୍ତ ସମସ୍ତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
କିଛି ଦିନ ଜେଲ୍ ରେ ରହି ଉକ୍ତ ସମସ୍ତ ଅଭିଯୁକ୍ତ ଜାମିନରେ ଆସି ପୁଣି ସିଲ୍ ହୋଇଥିବା ଉକ୍ତ ମଦ ଦୋକାନ ତାଲା ଭାଙ୍ଗି ଜବତ ମଦକୁ ଚୋରି କରିଥିବା ପ୍ରମାଣ ପାଇ ମଦ ବ୍ୟବସାୟୀ ମନୋରଞ୍ଜନ ସାବତ କୁ ମାମଲା ନଂ ୭୩/୨୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ର ଅଧିକ ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତି ରଖିଛନ୍ତି।