Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସକୁ ଆକ୍ରମଣ ଅଭିଯୋଗରେ ତିନି ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ମଙ୍ଗଳବାର ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗାଙ୍ଗପୁର ଥାନା ଏ ଏସ୍ ଆଇ ଯୁଧିଷ୍ଠିର ବେହେରା ଓ କିଛି କର୍ମଚାରୀ ପାଳକଷଣ୍ଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ ସେଠାରେ ସେମାନେ ଆକ୍ରମଣର ଶିକାର ହୋଇଥିଲେ’। ଯ’ଦ୍ଵାରା ଏ ଏସ୍ ଆଇ ବେହେରା, କୃଷ୍ଣ ଚନ୍ଦ୍ର ମଣ୍ଡଳ ଓ ଅରୁଣ ନାହାକ ଗୁରୁତର ଆହତ ହୋଇଥିଲେ।

ତଥାପି ପୋଲିସ ଘଟଣାସ୍ଥଳରୁ ସୁଶାନ୍ତ ସ୍ବାଇଁ, ଭଗବାନ ସ୍ବାଇଁ ଓ ପ୍ରସାଦ ବେହେରା ନାମକ ତିନି ଜଣ ଜୁଆଡିକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଜେରା କରିବା ପରେ କେଶ୍ ନଂ ୮୦୧/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସକୁ ଆକ୍ରମଣ ଅଭିଯୋଗରେ ୫୦ ରୁ ଉର୍ଦ୍ଧ୍ଵ ଗାଡ଼ି ଚାଳକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଚଳିତ ସପ୍ତାହରେ ଗାଡ଼ି ଚାଳକଙ୍କ ଚକାବନ୍ଦ ଆନ୍ଦୋଳନ ସମୟରେ ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକଡିବନ୍ଧ ଛକ ଜାତୀୟ ରାଜପଥ ଉପରେ ଗତ ଗୁରୁବାର ସନ୍ଧ୍ୟାରେ ଗାଡ଼ି ଚାଳକମାନେ ପୋଲିସ ଉପରକୁ ଆତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଯାହା ଫଳରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆକ୍ରମଣର ଶିକାର ହୋଇଥିବା ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ଗୋପାଳପୁର ଥାନାରେ ଅଭିଯୋଗ ଅନୁଯାୟୀ ୨୯ ଜଣ ଚାଳକ ଓ ଆହତ ଫାଣ୍ଡି ଅଧିକାରୀ ଅରୁଣ ରାଉତଙ୍କ ଚମାଖଣ୍ଡି ଥାନାରେ ଅଭିଯୋଗ ଅନୁଯାୟୀ ୨୮ ଜଣ ଚାଳକ ମୋଟ ୫୭ ଜଣ ଗାଡ଼ି ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଅନ୍ୟ ପକ୍ଷରେ ଆହତ ପୋଲିସ କର୍ମଚାରୀ ବଡଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡଃ ଗୋପବନ୍ଧୁ ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ବ୍ରହ୍ମପୁର ଡିଆଇଜି ଓ ବ୍ରହ୍ମପୁର ଏସ୍ ପି ପ୍ରମୁଖ ସାକ୍ଷାତ କରି ଚିକିତ୍ସା ଦାୟିତ୍ବରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ପୋଲିସକୁ ଆକ୍ରମଣ ଘଟଣା: ଛଅ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟଣା ଘଟିଛି। ସୂଚନା ମୁତାବକ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖ ମଧ୍ୟରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଗମ୍ଭାରୀମୁଁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ସୂଚନା ପାଇଥିଲେ ଯେ, ପଙ୍କାଳ ଗ୍ରାମ ଅଭିମୁଖେ ଏକ ବେଆଇନ ମାଙ୍କଡା ବୋଝେଇ ଟ୍ରାକ୍ଟର ଚାଲାଣ ହେଉଛି।

ତେବେ ସଙ୍ଗେସଙ୍ଗେ ପୋଲିସ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ପୋଲିସ ଗାଡ଼ି ଦେଖି ଘଟଣାସ୍ଥଳରୁ ଡ୍ରାଇଭର ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଟ୍ରାକ୍ଟର ମାଲିକଙ୍କ ସମେତ ଏକାଧିକ ଦୁର୍ବୁତ୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ପୋଲିସକୁ ଆକ୍ରମଣ କରିଥଲେ ଏବଂ ପଥର ଫୋପାଡ଼ିଥିଲେ। ଯେଉଁଥିରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିଲେ ଏବଂ ଦୁର୍ବୁତ୍ତମାନେ ଜୋର ଜବରଦସ୍ତ ପୋଲିସ କବଜାରୁ ଟ୍ରାକ୍ଟର ଛଡାଇନେବା ସହ ଗୋଟେ ମୋବାଇଲ ମଧ୍ୟ ଲୁଟି ନେଇଥିଲେ।

ତେବେ ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ସମୁଦାୟ ୧୭ ଜଣଙ୍କ ବିରୁଦ୍ଧରେ କେସ ନମ୍ବର ୧୧୨/୨୨ ରେ ମାମଲା ରୁଜୁ କରିବା ସହ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ଉକ୍ତ ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ତଥା ଟ୍ରାକ୍ଟର ମାଲିକ ଶଙ୍କର ବରାଳଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଦ୍ୟାବଧି ଉକ୍ତ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଫେରାର ଥିବାର ପୋଲିସ କହିଛି।