ପୋଲିସକୁ ଆକ୍ରମଣ ଅଭିଯୋଗରେ ୫୦ ରୁ ଉର୍ଦ୍ଧ୍ଵ ଗାଡ଼ି ଚାଳକ ଗିରଫ

Published: Mar 18, 2023, 11:09 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଚଳିତ ସପ୍ତାହରେ ଗାଡ଼ି ଚାଳକଙ୍କ ଚକାବନ୍ଦ ଆନ୍ଦୋଳନ ସମୟରେ ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକଡିବନ୍ଧ ଛକ ଜାତୀୟ ରାଜପଥ ଉପରେ ଗତ ଗୁରୁବାର ସନ୍ଧ୍ୟାରେ ଗାଡ଼ି ଚାଳକମାନେ ପୋଲିସ ଉପରକୁ ଆତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଯାହା ଫଳରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆକ୍ରମଣର ଶିକାର ହୋଇଥିବା ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ଗୋପାଳପୁର ଥାନାରେ ଅଭିଯୋଗ ଅନୁଯାୟୀ ୨୯ ଜଣ ଚାଳକ ଓ ଆହତ ଫାଣ୍ଡି ଅଧିକାରୀ ଅରୁଣ ରାଉତଙ୍କ ଚମାଖଣ୍ଡି ଥାନାରେ ଅଭିଯୋଗ ଅନୁଯାୟୀ ୨୮ ଜଣ ଚାଳକ ମୋଟ ୫୭ ଜଣ ଗାଡ଼ି ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଅନ୍ୟ ପକ୍ଷରେ ଆହତ ପୋଲିସ କର୍ମଚାରୀ ବଡଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡଃ ଗୋପବନ୍ଧୁ ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ବ୍ରହ୍ମପୁର ଡିଆଇଜି ଓ ବ୍ରହ୍ମପୁର ଏସ୍ ପି ପ୍ରମୁଖ ସାକ୍ଷାତ କରି ଚିକିତ୍ସା ଦାୟିତ୍ବରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି।

Related posts