Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ପୋଲିସକୁ ଆକ୍ରମଣ ଘଟଣା: ଛଅ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
ଅପରାଧ

ବାଣପୁର ପୋଲିସକୁ ଆକ୍ରମଣ ଘଟଣା: ଛଅ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

September 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟଣା ଘଟିଛି। ସୂଚନା ମୁତାବକ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖ ମଧ୍ୟରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଗମ୍ଭାରୀମୁଁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ସୂଚନା ପାଇଥିଲେ ଯେ, ପଙ୍କାଳ ଗ୍ରାମ ଅଭିମୁଖେ ଏକ ବେଆଇନ ମାଙ୍କଡା ବୋଝେଇ ଟ୍ରାକ୍ଟର ଚାଲାଣ ହେଉଛି।

ତେବେ ସଙ୍ଗେସଙ୍ଗେ ପୋଲିସ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ପୋଲିସ ଗାଡ଼ି ଦେଖି ଘଟଣାସ୍ଥଳରୁ ଡ୍ରାଇଭର ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଟ୍ରାକ୍ଟର ମାଲିକଙ୍କ ସମେତ ଏକାଧିକ ଦୁର୍ବୁତ୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ପୋଲିସକୁ ଆକ୍ରମଣ କରିଥଲେ ଏବଂ ପଥର ଫୋପାଡ଼ିଥିଲେ। ଯେଉଁଥିରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିଲେ ଏବଂ ଦୁର୍ବୁତ୍ତମାନେ ଜୋର ଜବରଦସ୍ତ ପୋଲିସ କବଜାରୁ ଟ୍ରାକ୍ଟର ଛଡାଇନେବା ସହ ଗୋଟେ ମୋବାଇଲ ମଧ୍ୟ ଲୁଟି ନେଇଥିଲେ।

ତେବେ ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ସମୁଦାୟ ୧୭ ଜଣଙ୍କ ବିରୁଦ୍ଧରେ କେସ ନମ୍ବର ୧୧୨/୨୨ ରେ ମାମଲା ରୁଜୁ କରିବା ସହ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ଉକ୍ତ ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ତଥା ଟ୍ରାକ୍ଟର ମାଲିକ ଶଙ୍କର ବରାଳଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଦ୍ୟାବଧି ଉକ୍ତ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଫେରାର ଥିବାର ପୋଲିସ କହିଛି।

ପୋଲିସକୁ ଆକ୍ରମଣ ବାଣପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026

ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

June 29, 2026

ନୟାଗଡ଼ ଜିଲ୍ଲାପାଳଙ୍କ ରଣପୁର ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

June 29, 2026

ସମନ୍ୱୟ ସମିତି ପକ୍ଷରୁ ବିଶାଳ ଶିକ୍ଷକ ସମାବେଶ

June 29, 2026
Latest News

ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026

ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

June 29, 2026

ନୟାଗଡ଼ ଜିଲ୍ଲାପାଳଙ୍କ ରଣପୁର ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

June 29, 2026

ସମନ୍ୱୟ ସମିତି ପକ୍ଷରୁ ବିଶାଳ ଶିକ୍ଷକ ସମାବେଶ

June 29, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.