Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୀପୁ ପାତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ୟାସୀ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ହତ୍ୟା ମାମଲାରେ କୋଦଳା ପୋଲିସ ଜେ. ଛଚିନା ଗ୍ରାମର ସଂଗ୍ରାମ ପରିଡା, ଲିଟୁ ନାହକ, ଭ୍ରମର ପାଣ୍ଡି, ସଞ୍ଜୟ ରାଉତ ସମେତ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସନ୍ୟାସୀ ସେଠୀ (ସନିଆ ) କୁ କୋଦଳା ପୋଲିସ ମାଲାକାନଗିରି ରୁ ଗିରଫ କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ ସୁରାଟରେ ଏକ ବେଆଇନ ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏ ନେଇ କୋଦଳା ଥାନାରେ କେସ ନଂ ୪୮୨ /୬.୧୦.୨୩ ୟୁ /ଏସ୍ ୩୬୫ ଆଇପିସି ୩୬୪/୩୦୨/୧୨୦ ବି /୩୪ ଆଇପିସି ରେ କୋର୍ଟ ଚାଲାଣ କରିଛି। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଦିପୁ ଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଥିଲା।

ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା। ଶେଷରେ ସମସ୍ତ ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତପ୍ତପାଣି କେନାଲରୁ ଉଦ୍ଧାର ମୃତ ଦେହ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୁଡାମାରୀ ଚଷା ସାହିର ବିବାହିତା ମହିଳା ନିଖୋଜ ଓ ପରେ ତପ୍ତପାଣି କେନାଲରୁ ତାଙ୍କର ମୃତ ଦେହ ଉଦ୍ଧାର ପରେ ମାମଲା ରୁଜୁ ହୋଇଥିଲା। ଘଟଣାକୁ ଗୁରୁତର ସହ ନେଇ ସଙ୍ଗୀତାଙ୍କ ବାପା ଙ୍କର ଅଭିଯୋଗକୁ ଭିତ୍ତି କରି ପୋଲିସ ଆସ୍କା ଏସ୍ ଡି ପି ଓ ଉମାଶଙ୍କର ସିଂ ଙ୍କ ନେତୃତ୍ଵରେ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହ ସଙ୍ଗୀତା ପିନ୍ଧିଥିବା ସୁନା ଅଳଙ୍କାର ମାଟିରେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି। ଯଦି ଆଉ କାହାର ସମ୍ପର୍କ ଜଣାପଡ଼ିବ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ପୋଲିସକୁ ଆକ୍ରମଣ ଘଟଣା: ଛଅ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟଣା ଘଟିଛି। ସୂଚନା ମୁତାବକ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖ ମଧ୍ୟରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଗମ୍ଭାରୀମୁଁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ସୂଚନା ପାଇଥିଲେ ଯେ, ପଙ୍କାଳ ଗ୍ରାମ ଅଭିମୁଖେ ଏକ ବେଆଇନ ମାଙ୍କଡା ବୋଝେଇ ଟ୍ରାକ୍ଟର ଚାଲାଣ ହେଉଛି।

ତେବେ ସଙ୍ଗେସଙ୍ଗେ ପୋଲିସ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ପୋଲିସ ଗାଡ଼ି ଦେଖି ଘଟଣାସ୍ଥଳରୁ ଡ୍ରାଇଭର ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଟ୍ରାକ୍ଟର ମାଲିକଙ୍କ ସମେତ ଏକାଧିକ ଦୁର୍ବୁତ୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ପୋଲିସକୁ ଆକ୍ରମଣ କରିଥଲେ ଏବଂ ପଥର ଫୋପାଡ଼ିଥିଲେ। ଯେଉଁଥିରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିଲେ ଏବଂ ଦୁର୍ବୁତ୍ତମାନେ ଜୋର ଜବରଦସ୍ତ ପୋଲିସ କବଜାରୁ ଟ୍ରାକ୍ଟର ଛଡାଇନେବା ସହ ଗୋଟେ ମୋବାଇଲ ମଧ୍ୟ ଲୁଟି ନେଇଥିଲେ।

ତେବେ ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ସମୁଦାୟ ୧୭ ଜଣଙ୍କ ବିରୁଦ୍ଧରେ କେସ ନମ୍ବର ୧୧୨/୨୨ ରେ ମାମଲା ରୁଜୁ କରିବା ସହ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ଉକ୍ତ ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ତଥା ଟ୍ରାକ୍ଟର ମାଲିକ ଶଙ୍କର ବରାଳଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଦ୍ୟାବଧି ଉକ୍ତ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଫେରାର ଥିବାର ପୋଲିସ କହିଛି।