ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ତଳେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ହିଂସାକାଣ୍ଡରେ ଜଡ଼ିତ କିଛି ଅପରାଧୀମାନଙ୍କ ମଧ୍ୟରେ ଜଣେ ଗ୍ରାମବାସୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ କାଳିଆ ସାହୁ ସମେତ ଦୁଇ ବାଳ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ସଫଳତା ହାସଲ କରିଛି। ଆହୁରି ଅନେକ ଅଭିଯୁକ୍ତ ଅତି ଶୀଘ୍ର ଧରାପଡ଼ିବେ ବୋଲି ପୋଲିସ ପ୍ରକାଶ କରିଛି।


