Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜୁଲାଇରେ ରିଲାଏନ୍ସ ଜିଓ ଯୋଡିଛି ୩.୧୯ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୩.୧୯ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ନିଜର ଜୟଯାତ୍ରା ଜାରି ରଖିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀରିଲାଏନ୍ସ ଜିଓ ଜୁଲାଇ ମାସରେ ଓଡ଼ିଶାରେ ସର୍ବାଧିକ ୩,୧୯,୯୮୦ ଗ୍ରାହକ ଯୋଡ଼ିଥିବା ବେଳେ ଏହା ଠାରୁ ଅନେକ ପଛରେ ରହିଥିବା ଏୟାରଟେଲ୍ ମାତ୍ର ୧୫,୫୭୮ ଗ୍ରାହକ ଏବଂ ବିଏସ୍‌ଏନ୍‌ଏଲ୍ ମାତ୍ର ୮୧୦୯ ଜଣ ମୋବାଇଲ୍ ଗାହକ ଯୋଡ଼ିଛି। ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟାରେ ହ୍ରାସର ଧାରା ଜାରି ରହି କଂପାନି ଏହି ମାସରେ ଓଡ଼ିଶାରେ ୬୪,୩୩୩ ଜଣ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି । ମୋଟ ଉପରେ ଓଡ଼ିଶାର ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୨୧ ଜୁଲାଇ ମାସରେ ୨,୭୯,୩୦୬ ବୃଦ୍ଧି ପାଇଛି ଯାହା ମୁଖ୍ୟତଃ ଜିଓ ହାସଲ କରିଥିବା ବ୍ୟାପକ ନୂଆ ଗ୍ରାହକଙ୍କ ବଳରେ ସମ୍ଭବ ହୋଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ୪୩.୭ ପ୍ରତିଶତ ଗ୍ରାହକ ବଜାର ଅଂଶ ସହିତ ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ଏବଂ ଏହା ପଛକୁ ଏୟାରଟେଲ୍‌ର ବଜାର ଅଂଶ ୩୧.୮୯ ପ୍ରତିଶତ,  ବିଏସ୍‌ଏନ୍‌ଏଲ୍‌ର ୧୮.୩୫ ପ୍ରତିଶତ ଓ ଭୋଡାଫୋନ୍ ଆଇଡିଆର ୬.୦୬ ପ୍ରତିଶତ ବଜାର ଅଂଶ ରହିଛି। ଓଡ଼ିଶା ଟେଲିକମ୍ ବଜାରରେ ରିଲାଏନ୍ସ ଜିଓର ୧.୫୩ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧.୧୧ କୋଟି ଗ୍ରାହକବିଏସଏନଏଲର ୬୪.୨୯ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ୍ ଆଇଡିଆର ୨୧.୨୫ ଲକ୍ଷ ଗ୍ରାହକ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଟ ରାଜସ୍ୱ ଦୃଷ୍ଟିରୁ ଓଡିଶାରେ ଅଗ୍ରଣୀ ସ୍ଥାନରେ ରହଥିବା ରିଲାଏନ୍ସ ଜିଓର ରାଜ୍ୟରେ ମୋଟ ରାଜସ୍ୱ ବଜାରଅଂଶ ୫୨.୩ ପ୍ରତିଶତ ରହିଥିବା ଟ୍ରାଇ ଦ୍ୱାରା ପ୍ର୍‌କାଶିତ ଏପ୍ରିଲ୍‌-ଜୁନ୍ ତ୍ରୈୟମାସିକ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି।

ମୋବାଇଲ୍ ସେବା ସହିତ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବସାୟରେ ମଧ୍ୟ ଗ୍ରାହକ ସଂଖ୍ୟାରେ ଲଲ୍ଲେଖନୀୟ ବୃଦ୍ଧି ହୋଇଛି ।  ଏହି ସେବା ଉପଲବ୍ଧ ରହିଥିବା ଓଡ଼ିଶାର ୨୭ରୁ ଅଧିକ ସହର ଓ ନଗରରେ ଜୁଲାଇ ମାସରେ ସର୍ବାଧିକ ୬୪୭୮ ନୂଆ ଜିଓଫାଇବର୍ ଗ୍ରାହକ ହାସଲ କରିବା ସହିତ ୨୦୨୧ ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଜିଓଫାଇବର୍ ଗ୍ରାହକଙ୍କ ମୋଟ ସଂଖ୍ୟା ୭୦,୧୨୩କୁ ବୃଦ୍ଧି ପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ୱେର୍‌ଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

୨୦୨୧ ଜୁଲାଇ ମାସ ପାଇଁ ଟ୍ରାଇ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀଜାତୀୟ ସ୍ତରରେ ମଧ୍ୟ ଜିଓ ସର୍ବାଧିକ ୬୫ ଲକ୍ଷ ଗ୍ରାହକ ଜୁଲାଇରେ ଯୋଡ଼ିଛିଫଳରେ ଦେଶରେ ଏହାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪.୩୨ କୋଟିକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ୍ ନେଟୱର୍କର ବ୍ୟାପକ ସମ୍ପ୍ରସାରଣ ଜାରି ରଖି ସାରା ରାଜ୍ୟରେ ସଂଯୋଗ ବାହାରେ ରହିଥିବା ଦୁର୍ଗମ ଗ୍ରାହକଙ୍କୁ ଦୃଢ଼ ୪ଜି ନେଟୱର୍କ ସହ ଯୋଡ଼ୁଛି। ଏହା ଦ୍ୱାରା ଏହି ସବୁ ଅଂଚଳର ଲୋକମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତିବିଶେଷ କରି ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ଅଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଲାଇନ୍ କ୍ଲାସ୍‌ରେ ଯୋଗ ଦେଇପାରୁଛନ୍ତି। ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ଜିଓ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସାରା ଓଡ଼ିଶାରେ ସଫଳତାର ସହ ମୂତୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରି ରାଜ୍ୟରେ ଏହାର ନେଟ୍‌ୱର୍କସ୍ପିଡ୍ ଓ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୧ ମଇ ମାସରେ ସର୍ବାଧିକ ୧.୪୭ ଲକ୍ଷ ଗ୍ରାହକ ଯୋଗ କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଉକ୍ତ ସମୟରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ୨୦୨୧ ମଇ ମାସ ପାଇଁ ଦୂରସଂଚାର ଗ୍ରାହକ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧,୪୭,୫୩୫ ନୂଆ ଗ୍ରାହକ ଯୋଗ କରିବା ସହିତ ଓଡ଼ିଶାରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୪୭ କୋଟିରୁ ଅଧିକରେ ପହଂଚିଛି। ଜିଓ ବ୍ୟତୀତ କେବଳ ବିଏନଏନଏଲ ଏହି ମାସରେ ରାଜ୍ୟରେ ମାତ୍ର ୧୭,୭୩୮ ନୂଆ ଗ୍ରାହକ ଯୋଗ କରିଛି। ସେହି ସମାନ ସମୟରେ ଏୟାରଟେଲ ଓଡିଶାରେ ୧.୪୬ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୬୧,୦୮୬ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରେ କୁହାଯାଇଛି। ଏଥିସହିତ ଓଡ଼ିଶାରେ ୨୦୨୧ ମଇ ମାସରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୨,୩୩୪ ହ୍ରାସ ପାଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମଇ ମାସରେ ଗ୍ରାହକ ଯୋଗ କରିବାରେ ସର୍ବାଗ୍ରେ ରହିଛି ଏବଂ ଏହା ଏକ ମାତ୍ର ସେବା ଯୋଗାଣକାରୀ ଭାବରେ ନୂତନ ଗ୍ରାହକ ଯୋଗ କରିଥିବାବେଳେ ଅନ୍ୟମାନେ ନିଜର ନିୟୁତାଧିକ ଗ୍ରାହକ ହରାଇଛନ୍ତି। ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବଭାରତୀୟ ସ୍ତରରେ ୩୫.୫୪ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଛି। ସେହି ସମୟରେ ଏୟାରଟେଲ ସର୍ବାଧିକ ୪୬.୧୩ ଲକ୍ଷ ଗ୍ରାହକ ହରାଇଛି ଏବଂ ତାହା ପଛକୁ ଭୋଡାଫୋନ ଆଇଡିଆ ନିଜର ୪୨.୮ ଲକ୍ଷ ଗ୍ରାହକ ହରାଇଥିବା ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ଆୟର ୫୦%ରୁ ଅଧିକ ଅଂଶ ଦଖଲ କରି ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ରିଲାଏନ୍ସ ଜିଓ ଗତ କିଛି ବର୍ଷ ଧରି ପ୍ରତି  ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଗ କରିଚାଲିଛି ଏବଂ ଏ କ୍ଷେତ୍ରରେ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ହାଇ-ସ୍ପିଡ ଇଂଟରନେଟ ଉପଲବ୍ଧତା ବିଶେଷ ସହାୟକ ହୋଇଛି। ଜିଓ ମଧ୍ୟ ନିକଟରେ ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମୁଦାୟ ଓଡ଼ିଶାରେ ନିୟୋଜିତ କରିବା କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ଏହାର ନେଟୱର୍କସ୍ପିଡ ଏବଂ ରାଜ୍ୟରେ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି। ଜିଓ ମଧ୍ୟ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦ୍ରୁତ ସଂପ୍ରସାରଣ କରିବା ସହିତ ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ମୁଖ୍ୟ ମୁଖ୍ୟ ଅଂଚଳରେ ଏବେ ଉପଲବ୍ଧ ହୋଇଛି ଏବଂ ଏହା ଦ୍ରୁତ ଗତିରେ ରାଜ୍ୟର ଅଧିକ ସହର ଓ ନଗରଗୁଡିକୁ ଜିଓଫାଇବର୍ ସେବାର ସମ୍ପ୍ରସାରଣ ଜାରି ରଖିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମଇ ମାସରେ ୪ଜି ସ୍ପିଡ୍ ତାଲିକାରେ ଶୀର୍ଷସ୍ଥାନ ଅଧିକାର କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଦବ୍‌ଦବା କାୟମ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍ (ଏମବିପିଏସ୍‌) ହାରାହାରି ୪ଜି ସ୍ପିଡ୍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ ରଖିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଚଳିତ ବର୍ଷ ମଇ ମାସରେ ଏହାର ହାରାହାରି ୪ଜି ଡାଉନଲୋଡ ସ୍ପିଡ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା। ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୩ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ସର୍ବନିମ୍ନ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୪.୭ ଏମବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି।

ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ମଇ ମାସରେ ସର୍ବାଧିକ ୬.୩ ଏମବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍‌ଲୋଡ ସ୍ପିଡ ୪.୨ ଏମବିପିଏସ୍ ଏବଂ ଭାରତୀ ଏୟାରଟେଲର ୩.୬ ଏମବିପିଏସ୍ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ବ୍ରାଉଜ୍ କରି ବିଭିନ୍ନ ବିଷୟବସ୍ତୁର ସୁଯୋଗ ନେବାରେ ସହାୟତା କରିଥାଏ ଏବଂ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ଏହା ସହଭାଗିତା କରିବାରେ ସହାୟକ ହୋଇଥାଏ। ହାରାହାରି ସ୍ପିଡ୍ ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ମାଇଁସ୍ପିଡ୍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୩୬.୬ ଏମବିପିଏସ୍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୬.୩ ଏମବିପିଏସ୍ ଡାଉନଲୋଡ ସ୍ପିଡ, ଭାରତୀ ଏୟାରଟେଲ ହାରାହାରି ୪.୬ ଏମବିପିଏସ୍ ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଜଣାପଡିଛି । ଅନୁରୂପ ଭାବରେ ରାଜ୍ୟରେ ଭୋଡାଫୋନ ଆଇଡିଆର ୭.୭ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୭ ଏମବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୧ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏପ୍ରିଲରେ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡରେ ଶୀର୍ଷରେ ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୁପକ୍ଷ (ଟ୍ରାଇ) ଦ୍ୱାରା ନିକଟରେ ପ୍ରକାଶିତ ୪ଜି ସ୍ପିଡ୍ ଚାର୍ଟରେ ରିଲାଏନ୍ସ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍ ସହ ଶୀର୍ଷରେ ରହିଥିବା ଜଣାପଡିଛି। ଏପ୍ରଲ୍ ମାସରେ ସେକେଣ୍ଡ ପିଛା ସର୍ବାଧିକ ହାରାହାରି ୨୦.୧ ମେଗାବିଟ୍ ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିବା ସହିତ ଜିଓ ଏହି ସାରଣୀରେ ଶୀର୍ଷସ୍ଥାନ ଅଧିକାର କରିଛି। ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ଜିଓର ତିନିଗୁଣ ଅଧିକ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ରହିଛି।

ଟ୍ରାଇ ତଥ୍ୟ ମୁତାବକ ଏପ୍ରିଲରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ୨୦.୧ ଏମ୍‌ବିପିଏସ୍ ରହିଥିବାବେଳେ ଏହା ପଛକୁ ଭୋଡାଫୋନର ହାରାହାରି ଡାଉନ୍‌ଲୋଡ ସ୍ପିଡ ୭ ଏମ୍‌ବିପିଏସ୍‌, ଆଇଡିଆର ୫.୮ ଏମ୍‌ବିପିଏସ୍ ଏବଂ ଭାରତୀ ଏୟାରଟେଲର ହାରାହାରି ଡାଉନ୍‌ଲୋଡ ସ୍ପିଡ ୫ ଏମ୍‌ବିପିଏସ୍ ରହିଥିଲା।

ସେହିଭଳି ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ କ୍ଷେତ୍ରରେ ଏପ୍ରିଲରେ ଭୋଡାଫୋନ୍ ୬.୭ ଏମବିପିଏସ୍ ସହିତ ଅନ୍ୟମାନଙ୍କ ଠାରୁ ଆଗରେ ରହିଥିବାବେଳେ ଏହାପଛକୁ ଆଇଡିଆ ୬.୧ ଏମ୍‌ବିପିଏସ୍‌, ଜିଓ ୪.୨ ଏମ୍‌ବିପିଏସ୍ ଏବଂ ଏୟାରଟେଲ୍ ୩.୯ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ଯଦିଓ ଭୋଡାଫୋନ ଏବଂ ଆଇଡିଆ ସେମାନଙ୍କର ମୋବାଇଲ ବ୍ୟବସାୟରେ ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତେବେ ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ ଉଭୟ ସଂସ୍ଥା ପାଇଁ ପୃଥକ ନେଟୱର୍କ ତଥ୍ୟ ପ୍ରକାଶ କରୁଛନ୍ତି।

ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ରିଲାଏନ୍ସ ଜିଓ ୩୮.୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ସହିତ ୪ଜି ସ୍ପିଡ ସାରଣୀରେ ସର୍ବାଗ୍ରେ ରହିଛି। ଏହା ପଛକୁ ଭୋଡାଫୋନ ଏବଂ ଏୟାରଟେଲ ଯଥାକ୍ରମେ ୬.୨ ଏମବିପିଏସ୍ ଏବଂ ୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିଛନ୍ତି। ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ୭.୭ ଏମବିପିଏସ୍  ସହିତ ଶୀର୍ଷରେ ରହିଥିବାବେଳେ ଜିଓ ୫.୬ ଏମ୍‌ବିପିଏସ୍ ଏବଂ ଏୟାରଟେଲ ୩.୧ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟ୍‌ରେ ବ୍ରାଉଜିଂ ଏବଂ ଭିଡିଓ ଆଦି ଦେଖିବାରେ ସହାୟତା କରିଥାଏ। ଅନ୍ୟପକ୍ଷରେ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କୁ ଚିତ୍ର ଏବଂ ଭିଡିଓ ପଠାଇବାରେ ସହାୟତା କରିଥାଏ। ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ତାହାର ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ହାରାହାରି ସ୍ପିଡ ହିସାବ କରାଯାଇଥାଏ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଫେବ୍ରୁଆରୀରେ ରାଜ୍ୟରେ ସର୍ବାଧିକ ୧.୯ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗକରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗକରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧% ରୁ ଉର୍ଦ୍ଧ୍ୱ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ପରିବ୍ୟାପ୍ତ କରିଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ଫେବ୍ରୁଆରୀରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୬,୭୮୩ ବୃଦ୍ଧି ହୋଇ ରାଜ୍ୟର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୨୦୨୧ ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା ୩.୪ କୋଟି ଅତିକ୍ରମ କରିଛି। ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ୧,୯୦,୬୬୩ ସଂଖ୍ୟକ ନୂତନ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ଏୟାରଟେଲ ଉକ୍ତ ମାସରେ ୬୬,୯୦୮ ଗ୍ରାହକ ଯୋଗକରିଛି । ଏହି ମାସରେ ରାଜ୍ୟରେ ଭୋଡାଫୋନ ଆଇଡିଆ ୬୪,୯୦୪ ଏବଂ ବିଏସଏନଏଲ୍ ୩୫,୮୮୪ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ଜାତୀୟସ୍ତରରେ ମଧ୍ୟ ଫେବ୍ରୁଆରୀ ମାସରେ ଜିଓ ସର୍ବାଧିକ ୪୨.୬୬ ଲକ୍ଷ ଗ୍ରାହକ ଯୋଗକରିଥିବାବେଳେ ତାହା ପଛକୁ ଏୟାରଟେଲ ୩୭.୩ ଲକ୍ଷ ଗ୍ରାହକ ଯୋଗକରିଛି। ଅନ୍ୟପକ୍ଷରେ ଭୋଡାଫୋନ ଆଇଡିଆ ୬.୫ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ବିଏସଏନଏଲ୍ ୩.୬ ଲକ୍ଷ ଗ୍ରାହକ ହରାଇଥିବା ଜଣାପଡିଛି। ୨୦୨୧ ଫେବ୍ରୁଆରୀରେ ଦେଶର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୮୨,୯୨,୬୬୮ ବୃଦ୍ଧିପାଇଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ ବର୍ଷରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏହାର ଚମତ୍କାର ଅଭିବୃଦ୍ଧି ଜାରି ରଖି ୧୨ ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଗକରିଥିବାବେଳେ ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏହି ସମୟରେ ପ୍ରତ୍ୟେକ ୯ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିଲେ। ସର୍ବାଧିକ ସଂଖ୍ୟକ ଗ୍ରାହକ ସହିତ ରିଲାଏନ୍ସ ଜିଓ ରାଜସ୍ୱ ଆୟରେ ମଧ୍ୟ ଓଡିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏବଂ ରାଜ୍ୟରେ ଏହି କ୍ଷେତ୍ରରେ ମୋଟ ରାଜସ୍ୱର ୫୦%ରୁ ଅଧିକ ହାସଲ କରିଛି। ଗତ କିଛିବର୍ଷ ଧରି ରିଲାଏନ୍ସ ଜିଓ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ରହିଥିବା ଅଂଚଳକୁ ଦ୍ରୁତ ୪ଜି ନେଟୱର୍କ ସଂପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ପ୍ରଦାନ ବଳରେ ଗତ କିଛିବର୍ଷ ଧରି ପ୍ରତିମାସରେ ଲଗାତାର ଭାବରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଗକରୁଛି।

ଏଥି ସହିତ ରିଲାଏନ୍ସ ଜିଓ ସମଗ୍ର ଓଡ଼ିଶାରେ ବିଭିନ୍ନ ପ୍ରମୁଖ ସହର ଓ ନଗରଗୁଡିକରୁ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ର ଦ୍ରୁତ ସଂପ୍ରସାରଣ କରୁଛି ଏବଂ ରାଜ୍ୟର ୨୬ ରୁ ଉର୍ଦ୍ଧ୍ୱ ପ୍ରମୁଖ ସହର ଓ ନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସେବା ଉପଲବ୍ଧ କରାଇଛି। ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର ସଂପ୍ରତି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ରାଜଗାଙ୍ଗପୁରର ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରଗୁଡିକୁ ଏହି ସେବାର ଦ୍ରୁତ ସଂପ୍ରସାରଣ କାର୍ଯ୍ୟ ଜାରି ରଖିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

୪ଜି ଡାଉନଲୋଡ ସ୍ପିଡ୍‌ରେ ଶୀର୍ଷ ସ୍ଥାନ ହାସଲ କଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍ ସ୍ପିଡ୍ ତାଲିକାରେ ଚଳିତ ବର୍ଷ ଡିସେମ୍ବର ମାସରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୨ ମେଗାବିଟ୍ (ଏମ୍‌ବିପିଏସ୍‌) ସ୍ପିଡ୍ ସହିତ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଲ୍ଲେଖ କରାଯାଇଛି।

ଡିସେମ୍ବର ମାସରେ ଜିଓ ହାସଲ କରିଥିବା ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ମାନଙ୍କଠାରୁ ଦୁଇଗୁଣରୁ ଅଧିକ ରହିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ତୁଳନାରେ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ର ଦୁଇଗୁଣରୁ ଅଧିକ ରେକର୍ଡ କରିଛି। ଭୋଡାଫୋନ ଏବଂ ଆଇଡିଆ ଯଦିଓ ସେମାନଙ୍କର ମୋବାଇଲ ବ୍ୟବସାୟର ସମ୍ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତଥାପି ଟ୍ରାଇ ଉଭୟ ସଂସ୍ଥାର ନେଟୱର୍କ ସ୍ପିଡ୍ ସମ୍ପର୍କିତ ତଥ୍ୟ ପୃଥକ ପୃଥକ ଭାବରେ ପ୍ରକାଶ କରୁଛି। ଡିସେମ୍ବର ମାସରେ ଭୋଡାଫୋନ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୯.୮ ଏମ୍‌ବିପିଏସ୍ ରେକର୍ଡ କରାଯାଇଥିବାବେଳେ ତାହା ପଛକୁ ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଯଥାକ୍ରମେ ୮.୯ ଏମ୍‌ବିପିଏସ୍ ଏବଂ ୭.୮ ଏମ୍‌ବିପିଏସ୍ ରହିଥିଲା।

ଡିସେମ୍ବର ମାସରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ୍ କ୍ଷେତ୍ରରେ ଭୋଡାଫୋନ ଅନ୍ୟମାନଙ୍କ ଠାରୁ ଆଗରେ ରହିବା ସହିତ ୬.୫ ଏମ୍‌ବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ୍ ହାସଲ କରିଥିବାବେଳେ ଏବଂ ଏହା ପଛକୁ ଆଇଡିଆର ହାରାହାରି ଅପ୍‌ଲୋଡ ସ୍ପିଡ ୬.୦ ଏମ୍‌ବିପିଏସ୍‌, ଏୟାରଟେଲ୍‌ର ୪.୧ ଏମ୍‌ବିପିଏସ୍ ଏବଂ ଜିଓର ୩.୮ ଏମ୍‌ବିପିଏସ୍ ରହିଥିବା ଜଣାଯାଇଛି।

ଡାଉନଲୋଡ୍ ସ୍ପିଡ୍ ଉପଭୋକ୍ତାଙ୍କୁ ଇଂଟରନେଟ୍‌ରୁ ବିଭିନ୍ନ ବିଷୟବସ୍ତୁ ଦେଖିବା, ଖୋଜିବା ଓ ଡାଉନ୍‌ଲୋଡ୍ କରିବାରେ ସହାୟକ ହେଉଥିବାବେଳେ ଅପ୍‌ଲୋଡ ସ୍ପିଡ୍ ସେମାନଙ୍କୁ ଚିତ୍ର, ଭିଡିଓ ଆଦି ପଠାଇବାରେ ସହାୟକ ହୋଇଥାଏ। ଟ୍ରାଇ ପକ୍ଷରୁ ସମଗ୍ର ଭାରତରେ ଏହାର ମାଇଁ ସ୍ପିଡ୍ ଆପ୍ଲିକେସନ ଜରିଆରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରୁଥିବା ତଥ୍ୟ ଅନୁଯାୟୀ ହାରାହାରି ସ୍ପିଡ୍ ହିସାବ କରାଯାଇଥାଏ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ୍ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓ ଓଡ଼ିଶାରେ ମଧ୍ୟ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‌ରେ ୩୭.୪ ଏମ୍‌ବିପିଏସ୍ ସହିତ ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍ ୫.୬ ଏମ୍‌ବିପିଏସ୍‌, ଭୋଡାଫୋନ ୫.୪ ଏମବିପିଏସ୍ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିଲେ। ଓଡ଼ିଶାରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ୍ କ୍ଷେତ୍ରରେ ଭୋଡାଫୋନ ୬.୭ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବାବେଳେ ରିଲାଏନ୍ସ ଜିଓ ୫.୨ ଏମ୍‌ବିପିଏସ୍ ଓ ଏୟାରଟେଲ ୨.୮ ଏମ୍‌ବିପିଏସ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ୍ ହାସଲ କରିପାରିଥିବା ଟ୍ରାଇର ମାଇଁସ୍ପିଡ୍ ପୋର୍ଟାଲରେ ଉଲ୍ଲେଖ କରାଯାଇଛି।