Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଡ. ମୁରଲୀଧର ଟାଲିଙ୍କ ଶ୍ରାଦ୍ଧ ଦିବସ ପାଳନ

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସୁଖ୍ୟାତ ବାନ୍ଧ ଡିଜାଇନର ଡ.ମୁରଲୀଧର ଟାଲିଙ୍କ ଶ୍ରାଦ୍ଧ ଦିବସ ଆଜି ଓଡ଼ିଶା ଲଳିତ କଳା ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏକାଡେମୀର ସଚିବ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ଶିଳ୍ପୀଙ୍କ ପୁତ୍ର ଦେବୀପ୍ରସାଦ ଟାଲି, ଶ୍ୟାମପ୍ରସାଦ ଟାଲି,ପୁତ୍ରବଧୂ ଚଞ୍ଚଳା ଟାଲି ଓ ଅନ୍ୟମାନେ ଶିଳ୍ପୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଉପସ୍ଥିତ ବ୍ୟକ୍ତି ବିଶେଷ ଶିଳ୍ପୀଙ୍କ ସ୍ମୃତିଚାରଣ କରି ସ୍ୱର୍ଗତ ଟାଲି ଉଭୟ ତୈଳ ଚିତ୍ର ଓ ଜଳରଙ୍ଗ ଚିତ୍ରରେ ଜଣେ ସୁଦକ୍ଷ ବିନ୍ଧାଣୀ ଥିଲେ ବୋଲି ମତପ୍ରକାଶ କରିଥିଲେ।