Categories
ଆଜିର ଖବର ଜାତୀୟ ଖବର

ବିଭିନ୍ନ ଆଇଏଏସ ବିରୋଧରେ ସିବିଆଇ ୧୩୫ ଟି ମାମଲା ପଞ୍ଜିକରଣ କରିଛି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସିବିଆଇ ବିଭିନ୍ନ ସିଭିଲ ସର୍ଭିସ ଅଧିକାରୀଙ୍କ ବିରୋଧରେ ୧୩୫ ଟି ମାମଲା ରୁଜୁ କରାଯାଇଛି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପର୍ସନାଲ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏହା କହିଛନ୍ତି।

ସେ କହିଛନ୍ତି ଯେ ଏହି ୧୩୫ ଟି ମାମଲା ମଧ୍ୟରୁ ୫୭ ଟି ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ସମ୍ପୃକ୍ତ କୋର୍ଟରେ ଦାଖଲ କରାଯାଇଛି। ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସିଭିସି ପ୍ରଥମ ପର୍ଯ୍ୟାୟରେ  ୧୨ ହଜାର ୭୫୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି।

ସେହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ସିଭିସି ୮୮୭ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସୁପାରିଶ କରିଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ଏଥିରୁ ୭୧୯ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ବିଶେଷ ଖବର

ସ୍ୱଳ୍ପ ଅବଧିରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ କରି ଭାରତ ମଜଭୁତ ସ୍ଥିତି ହାସଲ କରିଛି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମ୍‌ଓ, ପରମାଣୁ ଶକ୍ତି ଏବଂ ମହାକାଶ ବିଭାଗ ତଥା କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଏଠାରେ କହିଛନ୍ତି ଯେ ଖୁବ୍ କମ୍ ସମୟର ଅବଧି ମଧ୍ୟରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ ହେବା ସହିତ, ଭାରତ ଏ କ୍ଷେତ୍ରରେ ମଜଭୁତ ସ୍ଥିତି ହାସଲ କରିଛି ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତର କ୍ଷମତା ଏବଂ ତା’ର ସାମର୍ଥ୍ୟକୁ ସମଗ୍ର ବିଶ୍ୱ ସ୍ୱୀକାର କରିବାକୁ ଆରମ୍ଭ କରିଛି।

 

ଆଜି ଏଠାରେ ଜି ୨୦ ଚତୁର୍ଥ ସଂସ୍କରଣର ମହାକାଶ ଅର୍ଥନୀତି ନେତୃମଣ୍ଡଳୀଙ୍କ ବୈଠକ (ଏସ୍‌ଇଏଲ୍‌ଏମ୍‌‌)ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ସମସ୍ତ ଶ୍ରେୟ ଦେବାକୁ ହେବ, ଯିଏକି ଘରୋଇ ସଂସ୍ଥା ମାନଙ୍କ ପାଇଁ ଭାରତର ମହାକାଶ ଉଦ୍ୟୋଗକୁ ଉନ୍ମୁକ୍ତ କରିଛନ୍ତି, ଯାହା ଗତ କିଛି ବର୍ଷ ଭିତରେ ବହୁଗୁଣିତ ବୃଦ୍ଧିକୁ ସକ୍ଷମ କରାଇଛି। ଯଦିଓ ଅନ୍ୟ କେତେକ ଦେଶ ତୁଳନାରେ ଭାରତ ଅନେକ ବର୍ଷ ପରେ ଏହାର ମହାକାଶ ଯାତ୍ରା ଆରମ୍ଭ କରିଥିଲା, ତଥାପି ବିଶ୍ୱର ଅଗ୍ରଣୀ ମହାକାଶ ଏଜେନ୍ସି ଗୁଡିକର ଲାଭ ପାଇଁ ଆଜି ଭାରତ ହିଁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଏବଂ ବିନିବେଶ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

 

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମହାକାଶ ସମ୍ବନ୍ଧୀୟ ଚୁକ୍ତିନାମା କାର୍ଯ୍ୟସୂଚୀର ପ୍ରମୁଖ ଉପାଦାନକୁ ନେଇ ଗଠିତ ହୋଇଥିଲା ଯାହା ସୂଚାଇ ଦେଉଛି ଯେ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ବୋଲି ଦାବି କରୁଥିବା ଦେଶମାନେ ମଧ୍ୟ ଆଜି ସେମାନଙ୍କର ମହାକାଶ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ମୂଲ୍ୟ ଯୋଗ ପାଇଁ ଭାରତ ଉପରେ ନଜର ରଖିଛନ୍ତି।

ଘରୋଇ କ୍ଷେତ୍ରକୁ ପ୍ରଶଂସା କରି ଡଃ ଜିତେନ୍ଦ୍ର ସିଂହ ସେମାନଙ୍କର ଉଦୀୟମାନ ଭୂମିକାକୁ ମହାକାଶ ଅର୍ଥନୀତିରେ “ମହତ୍ୱପୂର୍ଣ୍ଣ’ ବୋଲି କହିଛନ୍ତି।

ଡଃ ଜିତେନ୍ଦ୍ର ସିଂହ ଆହୁରି ମଧ୍ୟ କହିଛନ୍ତି ଯେ , ମହାକାଶର ବର୍ହିଭାଗ ଉପରେ ଅନୁସନ୍ଧାନ କରିବା ପାଇଁ ମନୁଷ୍ୟର ବୃଦ୍ଧି ପାଉଥିବା ଆକାଂକ୍ଷାକୁ ଦୃଷ୍ଟିରେ ରଖି ବିଶସ୍ତରୀୟ ସହଯୋଗ ଏବଂ ମେଂଟ ଗୁଡିକର ଗଠନ କରାଯିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ବିଶ୍ୱ ଅର୍ଥନୀତିରେ ମହାକାଶ ଅର୍ଥ ବ୍ୟବସ୍ଥାରେ ଭାଗିଦାରୀତା ବୃଦ୍ଧି ପାଇଁ ଉତ୍ତରଦାୟୀ ମହାକାଶ ଯାତ୍ରା କରୁଥିବା ଦେଶ ଗୁଡିକର ମେଂଟ ଗଠନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି।

ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, “ମାନବିକତାର ଭବିଷ୍ୟତର ବିକାଶ ଆମର ସାମୂହିକ ସାମର୍ଥ୍ୟର ଦାୟିତ୍ୱପୂର୍ଣ୍ଣ ଭାବରେ ଫାଇଦା ଉଠାଇବା, ସମ୍ବଳ ଗୁଡ଼ିକର ଏବଂ ମହାକାଶ ପ୍ରଯୁକ୍ତିର ବ୍ୟବହାର କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ତଥା ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ରହିଛି।’

ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମହାକାଶ ଅର୍ଥ ବ୍ୟବସ୍ଥାର ଅଂଶ ବୃଦ୍ଧି କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ମହାକାଶ ଯାତ୍ରାକାରୀ ଦେଶ ଗୁଡିକର ଏକ ମେଂଟ ଗଠନ ହେଉଛି ସାମ୍ପ୍ରତିକ ସମୟର ଆବଶ୍ୟକତା, ଯାହା ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଦ୍ୱାରା ସଠିକ୍ ଭାବରେ ପରିକଳ୍ପନା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସ୍କୃତ ଭାଷାରେ ‘ବସୁଧୈବ କୁଟୁମ୍ବକମ୍‌\’ରେ ଆମେ ଯେମିତି କହୁଛୁ, “ଗୋଟିଏ ପୃଥିବୀ, ଗୋଟିଏ ମହାକାଶ ଏବଂ ଗୋଟିଏ ଭବିଷ୍ୟତ’, ତାହା ଭାରତର ଜି୨୦ ବିଷୟବସ୍ତୁକୁ ଯଥାର୍ଥରେ ଧରି ରଖି ପାରିଛି।

ମନ୍ତ୍ରୀ କହିଛନ୍ତି, “ଯେହେତୁ ମହାକାଶ ପ୍ରଯୁକ୍ତି ବିଦ୍ୟା ଅର୍ଥ ବ୍ୟବସ୍ଥାର ବିଭିନ୍ନ ସ୍ତମ୍ଭକୁ ଏକ ଛତା ତଳେ ଏକତ୍ରିତ କରିଥାଏ, ତେଣୁ ଏ କ୍ଷେତ୍ରରେ କରାଯାଇଥିବା ପୁଞ୍ଜି ବିନିଯୋଗ ଦେଶ ତଥା ଅର୍ଥନୀତିର ସାମଗ୍ରିକ ବିକାଶ ଉପରେ ବହୁଗୁଣରେ ପ୍ରଭାବ ପକାଇବ। ଅଧ୍ୟୟନରୁ ଜଣାପଡିଛି ଯେ ମହାକାଶ ଅର୍ଥ ବ୍ୟବସ୍ଥା ପରବର୍ତ୍ତୀ ଟ୍ରିଲିୟନ ଡଲାରର କ୍ଷେତ୍ର ହେବ। ଆଗାମୀ ଦଶନ୍ଧିରେ ଅର୍ଥନୀତିରେ ମହାକାଶର ଗୁରୁତ୍ୱ ରହିଥିବାକୁ ବିବେଚନା କରି ଭାରତ ଆମର ମହାକାଶ ଅର୍ଥନୀତିକୁ ଉନ୍ମୁକ୍ତ କରିବା, ଏକୀକରଣ କରିବା ଏବଂ ଅନ୍ୟ ଦେଶ ସହ ମିଳିତ ସହଯୋଗର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ପୃଥିବୀର ବିଭିନ୍ନ ସ୍ଥାନରୁ ଘରୋଇ ଭାଗିଦାରୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ସ୍ୱାଗତ କରି ଭାରତର ଏସ ଆଣ୍ଡ ଟି ମନ୍ତ୍ରୀ ଆଶା କରିଛନ୍ତି ଯେ ଜି -୨୦ ଦେଶର ମହାକାଶ ଅର୍ଥନୀତି ନେତୃମଣ୍ଡଳୀଙ୍କ ବୈଠକ ପୃଥିବୀ ଉପରେ ବାସ୍ତବ ଏବଂ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ମହାକାଶ ପ୍ରଯୁକ୍ତିର ବ୍ୟବହାର ଦିଗରେ ସମ୍ମେଳନକୁ ପଥ କଢ଼ାଇ ନେବ।

ସେ କହିଛନ୍ତି, “ଜି୨୦ ଦେଶଗୁଡିକ ସହଭାଗୀ ଦେଶ ମାନଙ୍କ ସହିତ ବିଶ୍ୱ ଜିଡିପିର ହାରାହାରି ୮୫%, ବିଶ୍ୱ ବାଣିଜ୍ୟର ୭୫% ଏବଂ ବିଶ୍ୱ ଜନସଂଖ୍ୟାର ୨/୩ ଅଂଶର ପ୍ରତିନିଧିତ୍ୱ କରିଥାନ୍ତି ଭଳି ତଥ୍ୟକୁ ବିଚାର କରି ଆମେ ଏଠାରେ ଗ୍ରହଣ କରୁଥିବା ନିଷ୍ପତ୍ତି ଗୁଡ଼ିକ ମହାକାଶ ଅର୍ଥନୀତିର ଭବିଷ୍ୟତ ଉପରେ ବହୁ ଦୂରନ୍ତ ପ୍ରଭାବ ପକାଇବ।’

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଭାରତ ମହାକାଶ କାର୍ଯ୍ୟକ୍ରମର ୬ ଦଶନ୍ଧିର ସମୟ ଅବଧିରେ ମହାକାଶ ପ୍ରଯୁକ୍ତିର ପ୍ରୟୋଗ ସମ୍ଭାବନାକୁ ପ୍ରଦର୍ଶିତ କରିଛି।

ସେ କହିଛନ୍ତି, “ଆଜି ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ଟେଲି ଯୋଗାଯୋଗ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମାଂଚଳର ବିକାଶ, ବିପର୍ଯ୍ୟୟ ଚେତାବନୀ ଏବଂ ପ୍ରଶମନ, ଜଳବାୟୁ ପରିବର୍ତ୍ତନର ଅଧ୍ୟୟନ, ନୌବହନ (ନାଭିଗେସନ୍‌), ପ୍ରତିରକ୍ଷା ଏବଂ ଶାସନ ସମେତ ମାନବ ଜୀବନର ସମସ୍ତ ଦିଗକୁ ଛୁଇଁଛି।

ଏହି ଦୁଇ ଦିନିଆ ବୈଠକରେ ଜାତୀୟ ମହାକାଶ ଏଜେନ୍ସି ଗୁଡିକର ମୁଖ୍ୟ, ଜି -୨୦ ର ମହାକାଶ ଉଦ୍ୟୋଗର ନେତୃ ମଣ୍ଡଳୀ, ଜି -୨୦ ଦେଶର ବରିଷ୍ଠ କୂଟନୀତିଜ୍ଞ ତଥା ଆମନ୍ତ୍ରିତ ଦେଶ ସମୂହ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବେ।

Categories
ବିଶେଷ ଖବର

ଆଇଏଏସ୍ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନକୁ ସହଜ କରିବା ଲାଗି ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା; ଏମ୍ଓଏସ୍ ପିଏମଓ, କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ, ପରମାଣୁ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ରାଜ୍ୟ ସରକାର ମାନଙ୍କୁ ଆଇଏଏସ୍ ଏବଂ ଅନ୍ୟାନ୍ୟ ସର୍ବ – ଭାରତୀୟ ସେବା ଅଧିକାରୀ ମାନଙ୍କ କେନ୍ଦ୍ରୀୟ ଡେପୁଟେସନ୍କୁ ସହଜ କରିବାକୁ ଅନୁରୋଧ କରିଛନ୍ତି। କାୟମନୋବାକ୍ୟରେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

କାର୍ମିକ, ସାଧାରଣ ପ୍ରଶାସନ ଏବଂ ପ୍ରଶାସନିକ ସଂସ୍କାରର ତଦାରଖ କରୁଥିବା ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରମୁଖ ସଚିବମାନଙ୍କ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଏହି ସେବାର ସର୍ବଭାରତୀୟ ଚରିତ୍ର ବଜାୟ ରଖିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କର ଦାୟିତ୍ୱ ଅଟେ ଏବଂ କେନ୍ଦ୍ରୀୟ ସ୍ତରରେ ବିଭିନ୍ନ ପ୍ରକାରର ଅଭିଜ୍ଞତାର ଉନ୍ମୁଖତା ପାଇବା ମଧ୍ୟ ଅଧିକାରୀଙ୍କ ସ୍ୱାର୍ଥ ସହିତ ଜଡିତ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ଭବିଷ୍ୟତର ଉନ୍ନତି କିମ୍ବା ବୃତ୍ତିରେ ପଦୋନ୍ନତି ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ।

ମନ୍ତ୍ରୀ ଏଲ୍ବିଏସ୍ଏନ୍ଏଏ, ମସୁରୀର ନିର୍ଦ୍ଦେଶକଙ୍କୁ ଆଇଏଏସ୍ ଅଧିକାରୀମାନେ ଉଭୟ ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ସେବା କରିବାକୁ ଯୁବ ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ, ଉତ୍ସାହିତ ଏବଂ ମାର୍ଗଦର୍ଶନ କରାଇବାକୁ ମଧ୍ୟ କହିଛନ୍ତି କାରଣ କେନ୍ଦ୍ର ଏବଂ ରାଜ୍ୟ ଗୁଡିକ ମଧ୍ୟରେ ବିଭାଜିତ ସମ୍ବଳ। ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଅଧିକାରୀମାନେ ନୀତି ପ୍ରଣୟନ ପାଇଁ ନୂତନ ଚିନ୍ତାଧାରା ସହ ପରୀକ୍ଷାନିରୀକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ସମର୍ଥନ ପାଉଛନ୍ତି ଏବଂ ସ୍ୱଚ୍ଛ ଭାରତ, ଜେଏଏମ୍ ଟ୍ରିନିଟି, ଜଳ ଜୀବନ, ପିଏମ୍ କିଷାନ୍ ଭଳି ବ୍ୟାପକ ସାମାଜିକ – ଅର୍ଥନୈତିକ ପ୍ରଭାବ ପକାଇଥିବା କେତେକ ସର୍ବୋତ୍କୃଷ୍ଟ ଅଭିନବ ଜନାଭିମୁଖୀ ଏବଂ ଗରିବ – ଅଭିମୁଖୀ ଯୋଜନା ୨୦୧୪ ଠାରୁ ପ୍ରଣୟନ କରାଯାଇ ଆସିଛି। ସେ କହିଛନ୍ତି, ବୈଷୟିକ ଜ୍ଞାନକୌଶଳର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ସହିତ ପ୍ରଶାସନରେ ସ୍ୱଚ୍ଛତା ସ୍ଥାପିତ ହୋଇଛି ଏବଂ ଏହା ପ୍ରିୟା ପ୍ରୀତି ତୋଷଣ ଓ ନ୍ୟସ୍ତ ସ୍ୱାର୍ଥର ଉଚ୍ଛେଦ କରିବା ଦିଗରେ ସହାୟକ ହୋଇଛି।

ମନ୍ତ୍ରୀ କହିଛନ୍ତି, କେନ୍ଦ୍ରୀୟ ଡେପୁଟେସନ୍ ଆମ ଦେଶରେ ସଂଘୀୟ ସଂରଚନାର ଏକ ଅଂଶ ଏବଂ ସେ ଏହି ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଜଣେ ସର୍ବଭାରତୀୟ ସେବା ଅଧିକାରୀ ଉଭୟ ରାଜ୍ୟ ତଥା କେନ୍ଦ୍ର ମଧ୍ୟରେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାବହ।

ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, ସର୍ବ ଭାରତୀୟ ସେବାର କ୍ୟାଡର ପରିଚାଳନା ନିମନ୍ତେ ପୂର୍ବରୁ ଏକ ପ୍ରତିଷ୍ଠିତ ସଂରଚନା ରହିଛି ଏବଂ ଏହାକୁ କାୟମନୋବାକ୍ୟରେ ଅନୁସରଣ କରାଯିବା ଆବଶ୍ୟକ। ମନ୍ତ୍ରୀ ଏଥି ସହିତ ଯୋଗ କରିଥିଲେ ଯେ ଏ ବାବଦରେ ଏକ ନିର୍ଦ୍ଦିଷ୍ଟ ଦିଗ ହେଉଛି କେନ୍ଦ୍ରରେ ସର୍ବ – ଭାରତୀୟ ସେବା ଅଧିକାରୀଙ୍କ ନିୟୋଜନ।

ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ/କେନ୍ଦ୍ରରେ ଉଚ୍ଚମାନର ଦକ୍ଷତା ଏବଂ ପଦକ୍ଷେପ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଅପାରଗ ଅଧିକାରୀ ମାନଙ୍କ ମୂଳୋତ୍ପାଟନ କରିବାର ଏକମାତ୍ର ଉଦ୍ଦେଶ୍ୟ ସହିତ ସେବା ସଦସ୍ୟଙ୍କ ସେବା ରେକର୍ଡ ଗୁଡିକର ସଘନ ସମୀକ୍ଷା କରୁଛନ୍ତି ଯାହା ଏଆଇଏସ୍ (ଡିସିଆର୍ବି) ନିୟମ, ୧୯୫୮ ର ଧାରା ୧୬ (୩) ଅନୁଯାୟୀ ପ୍ରଦାନ କରାଯାଇଛି। ଡିଓପିଆଣ୍ଡଟିର ସୂଚନା ଅନୁଯାୟୀ ସେମାନଙ୍କ ସମ୍ପର୍କିତ ବିଚାରାଧୀନ ଥିବା ସମସ୍ତ ସମୀକ୍ଷା ଖୁବ୍ ସମାପ୍ତ କରିବାରେ ମନ୍ତ୍ରୀ ରାଜ୍ୟ ସରକାର ମାନଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ।

ମିଶନ୍ କର୍ମଯୋଗୀ ଉପରେ ଗୁରୁତ୍ୱ ଦେଇ ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଜଣେ ସରକାରୀ ଅଧିକାରୀଙ୍କ ଠାରୁ ସର୍ବୋତ୍ତମ ସେବା ପାଇବାକୁ ହେଲେ ତାଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯିବା ଉଚିତ ଏବଂ କେନ୍ଦ୍ର ସରକାର ତାଙ୍କ ଅଧିକାରୀ ମାନଙ୍କୁ ତାଲିମ ଦେବା ପାଇଁ ପ୍ରଭାବଶାଳୀ ତାଲିମ ପାଠ୍ୟକ୍ରମ (ମୋଡ୍ୟୁଲ) ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଏକ ମୋଡ୍ୟୁଲ୍ ପ୍ରସ୍ତୁତ କରିଛନ୍ତି, ବିଶେଷ କରି ଯେଉଁମାନେ ଅତ୍ୟାଧୁନିକ ସ୍ତରରେ କାର୍ଯ୍ୟ କରୁଛନ୍ତି ଏବଂ ଏଥିରୁ ସମ୍ପୂର୍ଣ୍ଣ ଫାଇଦା ନେବାକୁ ସେ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ସର୍ବ ଭାରତୀୟ ସେବାର ଅଧିକାରୀମାନେ ଭାରତୀୟ ପ୍ରଶାସନର ମେରୁଦଣ୍ଡ ଗଠନ କରିଥାନ୍ତି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଯେ ସରକାରୀ ନୀତି ଏବଂ କାର୍ଯ୍ୟକ୍ରମ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଦ୍ୱାରା ଉତ୍ତମ ଶାସନର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ପ୍ରୟାସ କରାଯାଇଥାଏ। ସେ କହିଛନ୍ତି, ଏପରି ଏକ ମଂଚ ରହିବାର ଆବଶ୍ୟକତା ରହିଛି ଯେଉଁଠି ଏହି ବିଭାଗ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ପାରସ୍ପରିକ ଭାବ ବିନିମୟ ଚାଲୁ ରହିବା ଆବଶ୍ୟକ।

ଭାରତ ସରକାର ଏବଂ ରାଜ୍ୟ ସରକାର ଦେଶର ସବୁଠାରୁ ବଡ ନିଯୁକ୍ତିଦାତା ଅଟନ୍ତି। ଏକ ସରକାରୀ ଚାକିରି ସମାଜର ସମସ୍ତ ସ୍ତରର ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ୱପ୍ନ ହୋଇଥାଏ। ଲୋକମାନେ ସରକାରୀ ଚାକିରି ପ୍ରତି ଅଧିକ ଆଗ୍ରହୀ ହେବାର କାରଣ କେବଳ ଏହାର ସର୍ବୋତ୍ତମ ସୁବିଧା, ବେତନ ପ୍ୟାକେଜ୍ ଏବଂ ଚାକିରି ସୁରକ୍ଷା ନୁହେଁ ବରଂ ଏଥିରେ ଚୟନ ପ୍ରକ୍ରିୟା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଏବଂ ଯୋଗ୍ୟତା ଭିତ୍ତିକ ଅଟେ।

ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, “ମୁଁ ଆପଣ ମାନଙ୍କୁ ଏହା ଜଣାଇ ବହୁତ ଖୁସି ଯେ କେନ୍ଦ୍ର ସରକାର ଏହା ଅଧୀନରେ ଥିବା ସମସ୍ତ ଖାଲି ପଦବୀକୁ ମିଶନ ମୋଡରେ ପୂରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଆଶା କରୁଛନ୍ତି ଯେ ରାଜ୍ୟ ସରକାର ମଧ୍ୟ ସମାନ ଢଙ୍ଗରେ କାର୍ଯ୍ୟ କରିବେ। ସରକାରୀ ଚାକିରି ପାଇବା ପ୍ରତ୍ୟେକ ଆଶାୟୀଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହିଥିବାବେଳେ, ସଚ୍ଚୋଟତା ଏବଂ ସମର୍ପଣ ଭାବନା ସହିତ କାର୍ଯ୍ୟ କରିବା ଏବଂ ଜନସାଧାରଣଙ୍କ ଆଶା ପୂରଣ କରିବା ଦିଗଟି ବିଶେଷ ମହତ୍ତ୍ୱ ହାସଲ କରେ, ବିଶେଷ କରି ଆଜିର ପରିସ୍ଥିତିରେ ଏହା ସମାନ ଗୁରୁତ୍ୱ ରଖେ।

ଏହି ଆଲୋଚନାଭିତ୍ତିକ ବୈଠକକୁ ନିୟମିତ କାର୍ଯ୍ୟକ୍ରମ କରିବା ପାଇଁ ଉଦ୍ୟମ ନିମନ୍ତେ ଡକ୍ଟର ଜିତେନ୍ଦ୍ର ସିଂହ ଡିଓପିଟିର ସଚିବ ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଇବା ସହ ଡିଓପିଟି ଦ୍ୱାରା ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହ ସେ ଜାରି ରହିଥିବା ଯୋଗାଯୋଗକୁ ସମର୍ଥନ କରିବେ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଜମ୍ମୁର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଆମ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜମ୍ମୁର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ମଜବୁତ କରିବ।

କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏହା ଆମ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରିବ ଓ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ମଜବୁତ କରିବ।”

Categories
ବିଶେଷ ଖବର

ଡିଏସଟି ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ

ଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ) ବିଜ୍ଞାନ ଏବଂ ପ୍ରଯୁକ୍ତି, ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ), ଭୂ ବିଜ୍ଞାନ ବିଭାଗ, ପିଏମଓ, କାର୍ମିମ, ଜନ ଅଭିଯୋଗ, ପେନ୍ସନ, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଡିଏସ୍ଟି ଦ୍ୱାରା ଆର୍ଥିକ ସହାୟତା ପ୍ରାପ୍ତ ପ୍ରକଳ୍ପ, ଯୋଜନା, ଛାତ୍ରବୃତ୍ତି, ଫେଲୋସିପ୍ର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ନିମନ୍ତେ ସାରା ଦେଶରେ ଯାଂଚ ଏବଂ ପ୍ରତିକ୍ରିୟା ନିମନ୍ତେ ଭାରତ ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସ୍ଟି)ର ଡାସବୋର୍ଡ ଆରମ୍ଭ କରିଛନ୍ତି।

ମନ୍ତ୍ରୀ କହିଥିଲେ ଯେ, ଡାସବୋର୍ଡ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟରେ କୌଣସି ବି ଗୋଷ୍ଠୀ ନିମନ୍ତେ ପ୍ରତ୍ୟେକ ଯୋଜନା ଗୁଡିକର ଏବଂ କାର୍ଯ୍ୟକ୍ରମ ଗୁଡିକର ସବିଶେଷ ତଥ୍ୟ ବାସ୍ତବିକ ସମୟ ଆଧାରରେ ପ୍ରାପ୍ତ କରା ଯାଇପାରିବ ଏବଂ ଯଦି କୌଣସି ପ୍ରକାରର ପ୍ରତିକାର ଉପାୟ ରହିଛି ତେବେ ତୁରନ୍ତ ନିଆ ଯାଇ ପାରିବ। ସେ କହିଥିଲେ ଯେ, ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି / ଅନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ଜାତି ଗୁଡିକ ନିମନ୍ତେ ବୟସ ଆଧାରରେ ଏବଂ ଲିଙ୍ଗ ଆଧାରରେ ଯୋଜନା ଗୁଡିକର ଏବଂ ଛାତ୍ରବୃତ୍ତି ଗୁଡିକର ପ୍ରଭାବ ବିଶ୍ଲେଷଣ ନିମନ୍ତେ ରାଜ୍ୟ ଗୁଡିକୁ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବା ପାଇଁ ଡାସବୋର୍ଡରେ ସନ୍ନବେଶିତ ହୋଇଛି।

ଅଧିକ ଏକୀକରଣ ବିଚାର ଉପରେ ଆଲୋକପାତ କରି, ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଡିଏସ୍ଟି ଡାସବୋର୍ଡ ଏକ ବହୁତ ଭଲ ଆରମ୍ଭ ଅଟେ ଏବଂ ଭବିଷ୍ୟତରେ ସମସ୍ତ ବିଜ୍ଞାନ ମନ୍ତ୍ରଣାଳୟ ଗୁଡିକ ପାଇଁ ଏବଂ ବିଭାଗ ଗୁଡିକ ନିମନ୍ତେ ଏକ ସାଧାରଣ ଡାସବୋର୍ଡ ନିମନ୍ତେ ଉଦ୍ୟମ କରାଯିବ। ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଗତ ପାଂଚ ବର୍ଷ ମଧ୍ୟରେ ୩୫ଟି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ଡିଏସ୍ଟି ଦ୍ୱାରା ୨,୭୬୮ ଏଜେନ୍ସି ଗୁଡିକୁ ୨୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରା ଯାଇଛି ଏବଂ ପ୍ରତ୍ୟେକ ମୁହୂର୍ତ୍ତର ସବିଶେଷ ତଥ୍ୟ ଡାସବୋର୍ଡରେ ଉପଲବ୍ଧ ଅଟେ।

ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଡାସବୋର୍ଡ ବିଭାଗର ପରିସଂଖ୍ୟାନ ଏବଂ ତଥ୍ୟ ବିଶ୍ଲେଷଣାତ୍ମକ କ୍ଷମତା ନିର୍ମାଣ ସହିତ ବୃଦ୍ଧି ଏବଂ ଯାଂଚ କରିବା ତଥା ତଦାରଖ କରିବା ପାଇଁ ଡାସବୋର୍ଡ ହେଉଛି ଡିଏସ୍ଟିର ଏକ ଆନୁଷ୍ଠାନିକ ପ୍ରଣାଳୀ। ସେ କହିଥିଲେ ଯେ, ଏହା ଫେବୃୟାରୀ ୨୦୨୧ରେ ଜାରି ହୋଇଥିବା ନୀତି ଆୟୋଗର ନିର୍ଦ୍ଦେଶନାମା ଅନୁପାଳନରେ ରହିଛି।

ଯଦିଓ, ମନ୍ତ୍ରୀ କହିଥିଲେ ଯେ, ଡିଏସ୍ଟି ଜାନୁଆରୀ, ୨୦୧୯ରେ ସମାନ ଉଦ୍ଦେଶ୍ୟ ଗୁଡିକ ସହିତ ଏକ ସମାନ ସେଟ୍ଅପ୍ – ତଥ୍ୟ ପରିଚାଳନା ସେଲ୍ର ସ୍ଥାପନା କରିଥିଲା। ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ତଥ୍ୟ ଏବଂ ରଣନୀତି ଏକକ (ଡିଏସ୍ୟୁ) ଭିନ୍ନ ଭିନ୍ନ ଲକ୍ଷ୍ୟଭୁକ୍ତ ଗୋଷ୍ଠୀ ଗୁଡିକ ନିମନ୍ତେ ଭିନ୍ନ ଭିନ୍ନ ଡାସବୋର୍ଡ ତିଆରି କରିଥାଏ ଏବଂ ଏହି ଡାସବୋର୍ଡ ଡିଏସ୍ଟିକୁ ପ୍ରମାଣ – ଭିତ୍ତିକ ନିଷ୍ପତ୍ତି ନେବାରେ ସହାୟତା କରିଛି। ମନ୍ତ୍ରୀ କହିଥିଲେ ଯେ, କାର୍ଯ୍ୟକ୍ରମ ଗୁଡିକର ପହୁଂଚରେ ବ୍ୟବଧାନକୁ ଦେଖି କାର୍ଯ୍ୟକ୍ରମ ଗୁଡିକ ଉପରେ କିଛି ବିଶେଷ ପଦକ୍ଷେପ ନିଆ ଯାଇଛି ଏବଂ ଡାସବୋର୍ଡ ମାଧ୍ୟମରେ କରା ଯାଇଥିବା ତଥ୍ୟ ବିଶ୍ଲେଷଣକୁ ଆଧାର କରି ମଧ୍ୟ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ପାଠ୍ୟକ୍ରମରେ ସଂଶୋଧନ ଗୁଡିକୁ ପ୍ରୋତ୍ସାହିତ କରା ଯାଇଛି।

ଏହି ଡାସବୋର୍ଡର ସବୁଠାରୁ ମହତ୍ୱପୂର୍ଣ୍ଣ ପରିଣାମ ହେଉଛି, ବିଭାଗକୁ ନିଆ ଯାଇଥିବା ନିଷ୍ପତ୍ତି ଗୁଡିକର ପରିଣାମ ଏବଂ ଫଳାଫଳ ଗୁଡିକ ସମ୍ପର୍କରେ ଅବଗତ କରା ଯାଇଥାଏ, ପ୍ରକଳ୍ପ ଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥାଏ, କିମ୍ବା ନିୟମିତ ଆଧାରରେ ଏବଂ ବ୍ୟବହାରକାରୀ ମାନଙ୍କ ଅନୁକୂଳ ଉପାୟରେ ଛାତ୍ରବୃତ୍ତି/ଫେଲୋସିପ୍ ପ୍ରଦାନ କରା ଯାଇଥାଏ।

ସଚିବ, ଡିଏସ୍ଟି, ଏସ୍. ଚନ୍ଦ୍ରଶେଖର କହିଥିଲେ ଯେ, ତଥ୍ୟ ଏବଂ ରଣନୀତି ୟୁନିଟ୍ (ଡିଏସ୍ୟୁ)କୁ ଏକ ବିଶେଷଜ୍ଞ ପରାମର୍ଶଦାତା ଗୋଷ୍ଠୀ ଦ୍ୱାରା ସହାୟତା ପ୍ରଦାନ କରା ଯାଇଥାଏ ଯେଉଁଥିରେ ଶିକ୍ଷା ସଂସ୍ଥାନ, ସରକାରୀ ଏବଂ ଘରୋଇ କ୍ଷେତ୍ରର ସଂସ୍ଥା ଗୁଡିକର ପ୍ରଖ୍ୟାତ ତଥ୍ୟ ବୈଜ୍ଞାନିକ ସାମିଲ୍ ଅଛନ୍ତି। ଡିଏସ୍ୟୁ ନବୋଦିତ ତଥ୍ୟ ବୈଜ୍ଞାନିକ ମାନଙ୍କୁ ଇନ୍ଟର୍ଣ୍ଣ ରୂପରେ ନିଯୁକ୍ତ କରି ତାଙ୍କୁ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ମନ୍ତ୍ରଣାଳୟ/ବିଭାଗ ଗୁଡିକୁ ପରାମର୍ଶ ଦିଆ ଯାଇଥିଲା ଯେ, ସେମାନେ ନିଜର ତଥ୍ୟ ପ୍ରସ୍ତୁତି ସ୍ତରରେ ଅଳ୍ପ କିଛି ପରିବର୍ତ୍ତନ ଆଣି ଏବଂ ବିଶେଷ ରୂପରେ ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଡିଜିକ୍ୟୁଆଇ ୫.୦ ସ୍କୋର ପର୍ଯ୍ୟନ୍ତ ପହଂଚିବା ନିମନ୍ତେ ଏକ କାର୍ଯ୍ୟ ଯୋଜନା କିମ୍ବା ତଥ୍ୟ ରଣନୀତିର ବିକାଶ ଏବଂ କାର୍ଯ୍ୟାନ୍ୱୟନକୁ ଚଲାଇବା ନିମନ୍ତେ ଏକ କେନ୍ଦ୍ରୀୟ ଏକକ ରୂପରେ ଏକ ତଥ୍ୟ ଏବଂ ରଣନୀତି ଏକକ (ଡିଏସ୍ୟୁ) ସ୍ଥାପିତ କରନ୍ତୁ।

ତଥ୍ୟ ବିଶ୍ଲେଷଣ ଏବଂ ଡାସବୋର୍ଡ ତିଆରି କରିବା ବ୍ୟତୀତ, ଡିଏସ୍ଟିର ତଥ୍ୟ ଏବଂ ରଣନୀତି ଏକକ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁଡିକର ଏବଂ କର୍ମଶାଳା ଗୁଡିକର ଆୟୋଜନ କରି ତଥ୍ୟ ଉପରେ ସଚେତନତା ସୃଷ୍ଟି କରିବାରେ ଲାଗିଛି। ଡିଏସ୍ୟୁ ବୈଜ୍ଞାନିକ, ତଥ୍ୟ ଅଧିକାରୀ ଏବଂ ଡିଏସ୍ଟିର ଅନ୍ୟ ଅଧିକାରୀ ମାନଙ୍କୁ ପଢ଼ାଇବା ନିମନ୍ତେ ଏବଂ ଆଲୋଚନା କରିବା ପାଇଁ ବିଖ୍ୟାତ ତଥ୍ୟ ବୈଜ୍ଞାନିକ ମାନଙ୍କୁ ଏବଂ ତଥ୍ୟ ଚାମ୍ପିଅନ୍ ମାନଙ୍କୁ ମଧ୍ୟ ଆମନ୍ତ୍ରିତ କରୁଛି।
ଡିଏସ୍ଟିର ଯୋଜନା ଗୁଡିକ/କାର୍ଯ୍ୟକ୍ରମ ଗୁଡିକ ଉପରେ ଏବଂ ସାଧାରଣ ରୂପରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଷୟ ଗୁଡିକ ଉପରେ ସମ୍ବନ୍ଧିତ ଡାସବୋର୍ଡର କ୍ୟୁଆର୍ କୋର୍ଡ ସହିତ ଏକ ସାପ୍ତାହିକ ବିଷୟଗତ ପୋଷ୍ଟର ଟେକ୍ନୋଲୋଜି ଭବନର ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ରଖା ଯାଇଥାଏ, ଯାହା ଫଳରେ ବୈଜ୍ଞାନିକ ମାନଙ୍କୁ ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ଯୋଜନା ଗୁଡିକ ସମ୍ପର୍କରେ ପାରସ୍ପରିକ ଢଙ୍ଗରେ ଅବଗତ କରା ଯାଇପାରିବ।