Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ‘‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଳିତ  

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ବଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଅନାସକ୍ତଭାବ, ଯୁକ୍ତିଯୁକ୍ତତା ଓ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ସ୍ୱାଧୀନ ବିଚାରଧାରା ଭଳି ବିରଳ ଗୁଣର ଅଭିବୃଦ୍ଧି ନିମନ୍ତେ ‘‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ”ଶୀର୍ଷକ ଆଲୋଚନା ଚକ୍ର ଏକ ବିଜ୍ଞାନ ଓ ପରିବେଶ ପ୍ରେମୀ ସଂସ୍ଥା ତଥା ଡିଏଭି ପୋଖରୀପୁଟର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା।

ଏହି ଅନୁଭବାତ୍ମକ କାର୍ଯ୍ୟକ୍ରମକୁ ଅଭ୍ୟାଗତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସ୍ୱାଗତ ଭାଷଣ ଦେବାସହିତ ବିଜ୍ଞାନର ପ୍ରଗତିରେ ଦେଶର ପ୍ରଗତି ସମ୍ଭବ ବୋଲି ନିଜର ଅଭିମତ ରଖିଥିଲେ। ମୁଖ୍ୟ ଅତିଥି ଭାବେ ବିପିଓଟିର ପୂର୍ବତନ କୁଳପତି ପ୍ରଫେସର ଓଁମ୍‌କାର ନାଥ ମହାନ୍ତି ଉପସ୍ଥିତ ରହି ପ୍ରକୃତି ହିଁ ପ୍ରକୃତ ଶିକ୍ଷକ ବୋଲି ଅଭିମତ ଦେବାସହିତ ନିଜର ଦିଗ୍‌ଦର୍ଶନର ରୂପରେଖକୁ ଉପସ୍ଥାପନ କରିଥିଲେ। ନାଲ୍‌କୋର ପୂର୍ବତନ ଜେନେରାଲ୍‌ ମ୍ୟାନେଜର ଡ. ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ରହି ବିଜ୍ଞାନ ଉତ୍ପତ୍ତି ଦିଗ-ଦିଗନ୍ତ ଉପରେ ଆଲୋକପାତ କରିବା ସହିତ ବିଜ୍ଞାନଯୁଗର ଛାତ୍ରଛାତ୍ରୀଙ୍କୁ କେତେକ ସାଧାଣ ଜ୍ଞାନ ସ୍ମରଣୀୟ କରାଇଥିଲେ।

ସମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କର୍ଣ୍ଣେଲ. ପ୍ରୋଫେସର. ଡ. ପ୍ରଫୁଲ୍ଲ କୁମାର ମହାନ୍ତି ଉପସ୍ଥିତ ରହି ପ୍ରକୃତି ହିଁ ପ୍ରକୃତ ପରୀକ୍ଷାଗାର ବୋଲି କହିବାସହିତ ବିଜ୍ଞାନର ସଂଜ୍ଞା ଜାଣିବାକୁ ହେଲେ ପାଞ୍ଚଟି (5-W) – Why, What, When, Which, Where ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ନିଜର ଅଭିମତ ରଖିଥିଲେ। ଏକ ବିଜ୍ଞାନ ଓ ପରିବେଶ ପ୍ରେମୀ ସଂସ୍ଥାର ସଂସ୍ଥାପକ ଶ୍ରୀ ନିହାର ରଞ୍ଜନ ଆଚାର୍ଯ୍ୟ ପ୍ରକୃତିର ବିଭିନ୍ନ ନିୟମକୁ ବୁଝିବା ହେଉଛି ବିଜ୍ଞାନ ଓ ତାହା ସହିତ ନିଜକୁ ଖାପ ଖୁଆଇ ଚଳିଲେ ପ୍ରକୃତି ବଞ୍ଚିବ ବୋଲି ନିଜର ଅଭିଭାଷଣରେ କହିଥିଲେ। ଡିଏମ୍ ସ୍କୁଲର ହେଡ଼ମାଷ୍ଟର ଶ୍ରୀଯୁକ୍ତ ଅଖିଳେଶ୍ୱର ମିଶ୍ର ବିଦ୍ୟାର୍ଥୀଙ୍କୁ ବିଜ୍ଞାନ ମନସ୍କ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ଓୟୁଏଟିର ସହାୟକ ପ୍ରଫେସର ଅଜିତ କୁମାର ନାୟକ ବିଜ୍ଞାନକୁ ପ୍ରଚାର ପ୍ରସାର କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ଭୂମିକାକୁ ଅବଗତ କରାଇଥିଲେ।

ଏହି ଅବସରରେ ମାନ୍ୟଗଣ୍ୟ ଅଭ୍ୟାଗତ ଅତିଥିଙ୍କ କରକମଳରେ ମୁଖ୍ୟ ଲେଖକ ନିହାର ରଞ୍ଜନ ଆଚାର୍ଯ୍ୟ ଏବଂ ସହ ଲେଖକ ଡ. ଅଜିତ କୁମାର ନାୟକଙ୍କ  ଦ୍ୱାରା ରଚିତ “Exploring the Wonders: A Complete Guide to Scientific Thinking” ପୁସ୍ତକ ଉନ୍ମୋଚିତ ହେବା ସହିତ ଲୋକାର୍ପିତ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାର୍ଥୀଙ୍କୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ  ସହିତ ପରିଚିତ କରାଇବା ତଥା ଏକ ବିକାଶଶୀଳ ରାଷ୍ଟ୍ରଗଠନରେ ସହାୟକ ହେବା। କେ.ଟି. ଗ୍ଲୋବାଲ ସ୍କୁଲ ଉପାଧ୍ୟକ୍ଷ ଡ. ରିଙ୍କୁ ଷଡ଼ଙ୍ଗୀ ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ। NCERT ର ପୂର୍ବତନ ପ୍ରଫେସର ଡ. ଜୋତ୍ସ୍ନା ମହାପାତ୍ର ବିଜ୍ଞାନ ସମ୍ବନ୍ଧିତ ଅନେକ ସୁନ୍ଦର କଥା କହିଥିଲେ। ଟ୍ରଷ୍ଟର କାର୍ଯ୍ୟକାରୀ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ବଢ଼ାଇବା ପାଇଁ ଅନେକ ସହଜ ଉପାୟ ନିଜ ବକ୍ତବ୍ୟରେ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜ୍ଞାନକୁ ପ୍ରଚାର ଓ  ପ୍ରସାର କରିବାରେ ଛାତ୍ର, ଛାତ୍ରୀମାନେ ନିଜ ନିଜର  ଚିନ୍ତନ ପ୍ରକ୍ରିୟା ସହିତ ନିଜ ସିଦ୍ଧାନ୍ତ ଓ ମତ ଉପସ୍ଥାପିତ କରିଥିଲେ। ପରିଶେଷରେ ବିଦ୍ୟାର୍ଥୀଙ୍କୁ ସୁସ୍ଥ ପରିବେଶ ଏବଂ ବୃକ୍ଷର ଉପକାରିତା ସମ୍ବନ୍ଧିତ ଏକ ଚମତ୍କାର  ଭିଡ଼ିଓ ପ୍ରଦର୍ଶନ କରାଯିବା ସହ କୃତି ବିଦ୍ୟାର୍ଥୀଙ୍କୁ ମାନପତ୍ର ତଥା ବରେଣ୍ୟ ଅତିଥିଙ୍କୁ ଉପଢୌକନ , ଔଷଧୀୟ ବୃକ୍ଷ , ବିଦ୍ୟାଳୟର ପତ୍ରିକା ଦେଇ ସମ୍ମାନିତ  କରାଯାଇଥିଲା। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ବରିଷ୍ଠ ନିରୀକ୍ଷିକା ଡ.ସ୍ମରଣିକା ପଟ୍ଟନାୟକ ସୁନ୍ଦର ଭାବରେ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଳିତ  

ଭୁବନେଶ୍ୱର: ବିଦ୍ୟାର୍ଥୀଙ୍କ ଶାରୀରିକ , ମାନସିକ ଓ ସୃଜନାତ୍ମକ ଦକ୍ଷତାକୁ ସର୍ବୋତ୍କୃଷ୍ଟ କରିଗଢ଼ିତୋଳିବା କ୍ଷେତ୍ରରେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱସ୍ତରରେ ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗୀକ୍ଷମ କରିବା ନିମନ୍ତେ ଡିଏଭି ପୋଖରୀପୁଟ ଓ ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମକୁ ଆଗନ୍ତୁକ ଅତିଥି ଅଭ୍ୟାଗତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅଭ୍ୟାଗତଙ୍କୁ ସ୍ୱାଗତ କରିବା ସହିତ ସନ୍ତୁଳିତ ଆହାର ଆମ ଜୀବନ ଶୈଳୀକୁ ବାସ୍ତବରେ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରିଥାଏ ବୋଲି ଅଭିମତ ରଖିଥିଲେ। Foundation for Restoration of National Values (FRNV) ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶା ଶାଖାର ସଚିବ ସୌମେନ୍ଦ୍ର ଦାସ ଏଫ୍‌.ଆର୍‌.ଏନ୍‌.ଭି.ର ମୂଳ ଉଦ୍ଦେଶ୍ୟ ତଥା ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଦ୍ୟାଳୟର ତଥା ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶା ଶାଖାର ଚେୟାମ୍ୟାନ ଡ.ଅରୁଣ କୁମାର ରଥ ନୂତନ ଜାତୀୟ ଶିକ୍ଷାନୀତିରେ ପୋଷଣ ଖାଦ୍ୟର ମହତ୍ତ୍ୱ , ମଧ୍ୟାହ୍ନ ଭୋଜନର ଗୁରୁତ୍ୱ ସମ୍ପର୍କରେ ଆଲୋକ ପାତ କରିବା ସହିତ ଉପସ୍ଥିତ ଅଭିଭାବକମାନଙ୍କୁ ଖାଦ୍ୟରେ ସନ୍ତୁଳତା ତଥା ପୌଷ୍ଟିକ ଆହାର ପ୍ରତି ସର୍ବଦା ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ପୁଷ୍ଟିକର ସଚେତନତା ଅଭିଯାନ ପାଇଁ ଉତ୍ସର୍ଗୀକୃତ ଜାତୀୟ କାର୍ଯ୍ୟକର୍ତ୍ତା ଶ୍ରୀ ବସନ୍ତ କୁମାର କର ଉପସ୍ଥିତ ରହି ଓଡ଼ିଶାରେ ଅପପୁଷ୍ଟି ବା କୁପୋଷଣର ସ୍ଥିତି କିପରି ଗମ୍ଭୀର ରୂପ ଧାରଣ କରିଛି , ଶିଶୁମାନଙ୍କ ବୟସ ଅନୁସାରେ ଶାରୀରିକ , ମାନସିକ ଉନ୍ନତି ନହେବାର କାରଣ ସମ୍ପର୍କରେ ଆଲୋକପାତ କରିବା ସହିତ ଏହାର ନିରାକରଣ ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଉପସ୍ଥିତଥିବା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କ ମନମଧ୍ୟରେ ସୃଷ୍ଟି ହୋଇଥିବା ପ୍ରଶ୍ନର ସରଳ ସମାଧାନ କରିବା ସହିତ ଏ ସମ୍ପର୍କିତ ଅନେକ ସୂତ୍ର ବତାଇଥିଲେ। ଏଫ୍‌.ଆର୍‌.ଏନ୍‌.ଭି.ର ଅନ୍ୟାନ୍ୟ ଉପସ୍ଥିତ ସଦସ୍ୟଗଣ ଏହି ଅବସରରେ  ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ହିଁ ନିରାପତ୍ତା, ମୋଟାପଣ ହାର ଏବଂ ପିଲାମାନଙ୍କ ମଧ୍ୟରେ ଅନୁତ୍ତମ ସ୍ୱାସ୍ଥ୍ୟ ହ୍ରାସ କରିବାରେ ସହାୟକ ହେବ ବୋଲି ନିଜ ନିଜର ଅଭିମତ ପରିପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ନିଜକୁ ଦୂରେଇବା ସହିତ ଉତ୍ତମ ଖାଦ୍ୟ ସର୍ବଦା ଗ୍ରହଣ କରିବେ ବୋଲି ଶପଥ ପାଠ କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମ ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶକୁ ଆଧାରକରି ପିତାମାତା, ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାଙ୍କୁ ସୁଷମ ଖାଦ୍ୟ ସେବନର ଉପକାରିତା, ସ୍ୱାସ୍ଥ୍ୟ ସଚେତନତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥିଲା। ଏଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ଅଭିଭାବକ ଭୂୟସୀ ପ୍ରଶଂସା କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷିକା ଡ.ସ୍ମରଣିକା ପଟ୍ଟନାୟକ ସଂଯୋଜନା କରିଥିବାବେଳେ ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଉପସ୍ଥିତ ସଭାସଜ୍ଜନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ତା’ର ସଫଳତା ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଦେଶପ୍ରେମୀଙ୍କ ଆତ୍ମ ବଳିଦାନ ଆମ ପାଇଁ ସ୍ମରଣୀୟ।

ଦେଶପ୍ରେମ ଭାବନାରେ ଉଦ୍.ବୁଦ୍ଧ ହେବା ସହ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଭିନ୍ନତା ମଧ୍ୟରେ ଏକତା ଆମର ଆଦର୍ଶ, ନିଜ ସାମର୍ଥ୍ୟ ଭିତରେ ମାତୃଭୂମିର ସେବା କରିବାର ଦାୟିତ୍ୱ ବିଦ୍ୟାର୍ଥୀମାନେ ନିଷ୍ଠାର ସହ ନିର୍ବାହ କରିବା ଉଚିତ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ସ୍ତୁତି ଓ ଭକ୍ତି ସଦନର ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ନୃତ୍ୟ, ମନ୍ତ୍ର ଓ ଭକ୍ତି ସଦନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷିତ ହୋଇଥିଲା। ଦେଶାତ୍ମବୋଧକ ସାମୂହିକ ସଙ୍ଗୀତ ଓ ଆଦିବାସୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରାଯିବା ପରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଛାତ୍ର ପ୍ରତିନିଧଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିରୂପେ ୧-ଓଡ଼ିଆ ବାଟାଲିଅନ୍, ଏନ୍.ସି.ସି.ର କମାଣ୍ଡିଙ୍ଗ୍ ଅଫିସର କର୍ଣ୍ଣେଲ ସଞ୍ଜୀବ୍ ଦିୱାନ୍ ଯୋଗଦାନ କରି ନିଜର ବକ୍ତବ୍ୟରେ ଶୃଙ୍ଖଳିତ, ମାର୍ଜିତ, ତ୍ୟାଗ, ସେବା, ସମର୍ପଣ ଭାବନା ହିଁ ଜଣେ ଛାତ୍ର ପ୍ରତିନିଧିର ବାସ୍ତବ ପ୍ରତିଫଳନ ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥିତିରେ ସମରଶିକ୍ଷାର୍ଥୀବାହିନୀଙ୍କ ପରି ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ। ଏକାଦଶ ଶ୍ରେଣୀର ସଂଯୋଗ ଦାଶ ଲିଡ଼ର ଏବଂ ସାନୁଶୀ ପାତ୍ର ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ର ରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୭ଟି କ୍ଲବର ସାତ ଜଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ  ବିଦ୍ୟାଳୟସ୍ତରୀୟ ନାନାବିଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ଲୋକ ସଦନ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବାବେଳେ ମନ୍ତ୍ର ସଦନ ରନର୍ସଅପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିପରି ଇକୋ କ୍ଲବ୍ ଚମ୍ପିଆନ୍ ହୋଇଥିବା ବେଳେ ଇନୋଭେସନ୍ କ୍ଲବ୍ ରନର୍ସଅପ୍ ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା।

ପରିଶେଷରେ ବିଦ୍ୟାଳୟର ସମସ୍ତ ସଦନ ଓ କ୍ଲବର ସଂଯୋଜକ ଶିକ୍ଷକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମର ସାଫଲ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ସ୍ୱଭାବକବିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍ୱଭାବକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ନିଜର ଅଭିମତ ରଖିଥିଲେ। ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀ ମେହେରଙ୍କ ଚରଣାରବିନ୍ଦରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭକ୍ତି ସୁମନ ଅର୍ପଣ କରିଥିଲେ।

ସପ୍ତମ ଶ୍ରେଣୀର ଛାତ୍ରୀ ଆକାଂକ୍ଷା ସାମଲ୍‌ କବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବାବେଳେ କବିଙ୍କ ସୃଜନାତ୍ମକ ପତି ହିତ ସାଧିନୀ ତପସ୍ୱିନୀ କବିତାର ପ୍ରଥମ ସର୍ଗ ‘କିଏ ଗୋ ତୁ ଜ୍ୟୋତିର୍ମୟି ! ଶୁଦ୍ଧ-ଶୁଭ୍ର-ବେଶା …’  ସପ୍ତମ ଶ୍ରେଣୀର ଛାତ୍ରୀ ବ୍ରାହ୍ମୀସଂହିତା ଜ୍ଞାନଗମ୍ୟାଙ୍କ ଦ୍ୱାରା  ଗାୟନ କରାଯାଇଥିଲା। ଅଷ୍ଟମ ଶ୍ରେଣୀର ଛାତ୍ରୀ ରିତେଷ୍ଣା ଦାଶ କବିଙ୍କର ଅତି ଚର୍ଚ୍ଚିତ ପଦ ‘ମଙ୍ଗଳେ ଅଇଲା ଉଷା…..’ ଏହି ଅବସରରେ ଆବୃତ୍ତି କରିଥିଲେ। ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଓଡ଼ିଆ ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ ,ସୁଜାତା ମହାନ୍ତି  ତଥା ବିଜୟ କୁମାର ପଣ୍ଡା , ସନ୍ତୋଷ କୁମାର କର  ଆଦି ସକ୍ରିୟ ସହଯୋଗ କରିଥିଲେ। ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁ  ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସୁପରାମର୍ଶକ୍ରମେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ମୋଟ ୯୮ (ଦଶମ – ୬୨, ଦ୍ୱାଦଶ – ୩୬ ) ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି  ଭବ୍ୟ ସମାରୋହକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ତେଜ୍ ପ୍ରତାପ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍.ଘାଟନ କରି ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳମନ୍ତ୍ର ଏବଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଅଭିଭାଷଣରେ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଯୋଗଦାନ କରି ମାତାପିତାଙ୍କୁ ଈଶ୍ୱର ରୂପେ ଗ୍ରହଣ କରି ତାଙ୍କର ଆଶିଷ ଲାଭ କଲେ ବିଦ୍ୟାର୍ଥୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ବିଦ୍ୟାଳଯର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ ପାଠପୂର୍ବକ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢ଼ିତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ  ଦେଇଥିଲେ।

ଏହି ଅବସରରେ ଡିଏଭି କଳିଙ୍ଗ ନଗର ପରିଚାଳନା ସମିତିର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା, ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ଅଧିକାରୀ ଡ. ସୁଜାତା ତଥା କଟକ ଓ ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ମୋଟ ୯୮ (ଦଶମ – ୬୨, ଦ୍ୱାଦଶ – ୩୬ ) ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି  ଭବ୍ୟ ସମାରୋହକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ତେଜ୍ ପ୍ରତାପ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍.ଘାଟନ କରି ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳମନ୍ତ୍ର ଏବଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଅଭିଭାଷଣରେ କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଯୋଗଦାନ କରି ମାତାପିତାଙ୍କୁ ଈଶ୍ୱର ରୂପେ ଗ୍ରହଣ କରି ତାଙ୍କର ଆଶିଷ ଲାଭ କଲେ ବିଦ୍ୟାର୍ଥୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳଯର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ ପାଠପୂର୍ବକ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢ଼ିତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ  ଦେଇଥିଲେ ।

ଏହି ଅବସରରେ ଡିଏଭି କଳିଙ୍ଗ ନଗର ପରିଚାଳନା ସମିତିର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା, ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ଅଧିକାରୀ ଡ. ସୁଜାତା ତଥା କଟକ ଓ ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

 

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କର ୨୨ ତମ ବନ୍ଧୁମିଳନ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ବଡ଼ଦିନ ଅବସରରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ନିର୍ଦ୍ଧାରିତ ଏହି ଦିନରେ ବନ୍ଧୁମିଳନର ଆୟୋଜନ କରାଯାଇଥାଏ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଏହି ପରିଷଦର ଶିକ୍ଷକ ସଭାପତି ବିପିନ କୁମାର ସାହୁ ଯୋଗଦାନ କରି ନିଜର ଅଭିଭାଷଣରେ ‘ପୁରାତନ ବିଦ୍ୟାର୍ଥୀମାନେ ବିଦ୍ୟାଳୟର ଗୌରବ, ସେମାନେ ସମାଜରେ ପ୍ରତିଷ୍ଠା ଲାଭ କଲେ ମାତା-ପିତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଆନନ୍ଦିତ ହେବେ’ ବୋଲି କହିଥିଲେ।

ଏହି ଅବସରରେ ପୁରାତନ ଛାତ୍ର ପରିଷଦର ଶିକ୍ଷକ ଉପସଭାପତି ଶିତିକଣ୍ଠ ପତି ବିଦ୍ୟାଳୟର ଗୌରବ ବୃଦ୍ଧିନିମନ୍ତେ ପୁରାତନ ଛାତ୍ରମାନେ ପ୍ରୟାସ କରିବା ଉଚିତ ବୋଲି କହିଥିଲେ। ପ୍ରାକ୍ତନ ସମାଜବିଜ୍ଞାନ ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ପୁରାତନ ବିଦ୍ୟାର୍ଥୀମାନଙ୍କୁ ନିଜର ଦୀର୍ଘଦିନର ଶିକ୍ଷା ଅଭିଜ୍ଞତାରୁ କିଛି ଉପଦେଶାତ୍ମକ କଥା କହିବା ସହ ଦୁନିଆରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ପରିଷଦର ସଂଯୋଜିକା ଶିକ୍ଷୟିତ୍ରୀ ଜ୍ୟୋସ୍ନା ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଶିକ୍ଷକ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାମଲ, ଶୁଭ୍ରାଂଶୁ ମୋହନ ଦାଶ, ଅଖିଳ ରଞ୍ଜନ ଦାଶ ଆଦି ଅନେକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ବିଶେଷ ଖବର ସଂସ୍କୃତି

ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “ମାହିରା” ଅନୁଷ୍ଠିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “ମାହିରା” ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା  ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ ବାର୍ଷିକ ଉତ୍ସବର ଶୁଭ ଉଦ୍‍ଘାଟନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ୍ ଯୋଗଦାନ କରି ‘କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି’ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିରୂପେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର ଯୋଗଦାନ କରି ବିଦ୍ୟାଳୟ ହିଁ ବିଦ୍ୟାର୍ଥୀମାନଙ୍କର ପ୍ରତିଭା ବିକାଶର ପ୍ରକୃଷ୍ଟ ସ୍ଥଳ ବୋଲି କହିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କୃତିତ୍ୱଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା।

ବିଦ୍ୟାଳୟର ସାଂସ୍କୃତିକ ବିଭାଗର ମୁଖ୍ୟ ସଂଯୋଜିକା ସାରଦା ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦ୍ରୌପଦୀ ନୃତ୍ୟ, ଜଳପରି, ରେଡ୍ ରାଇଡିଂ ହୁଡ୍‌, ମହାନଦୀରୁ ଝେଲମ୍ ପର୍ଯ୍ୟନ୍ତ, କାଳଜୟୀ ଦୁର୍ଗା ଆଦି ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମକୁ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ବାର୍ଷିକ ପ୍ରଦର୍ଶନୀ (ପ୍ରଜ୍ଞାନ୍-ଦ ମାଭ୍ରିକ୍ ଏକ୍ସପ୍ଲୋରର୍) ଆୟୋଜିତ

ଭୁବନେଶ୍ୱର: ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଡିଏଭି ପୋଖରୀପୁଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ବାର୍ଷିକ ପ୍ରଦର୍ଶନୀ (ପ୍ରଜ୍ଞାନ୍-ଦ ମାଭ୍ରିକ୍ ଏକ୍ସପ୍ଲୋରର୍) ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓଡ଼ିଆ, ହିନ୍ଦୀ ଆଦି ବିଭିନ୍ନ ବିଭାଗରେ ପ୍ରାୟ ଚାରିଶହରୁ ଊର୍ଦ୍ଧ୍ୱ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ୧୫୮ଟି ପ୍ରକଳ୍ପକୁ ସେମାନଙ୍କ ଯାଦୁକରୀ ସ୍ପର୍ଶରେ ଚିତ୍ତାକର୍ଷକ ଭାବେ ଉପସ୍ଥାପନ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ପ୍ରଦର୍ଶନୀକୁ ଉଦ୍ଘାଟନ କରି ବିଦ୍ୟାର୍ଥୀଙ୍କ ପ୍ରତିଭା ବିକାଶର ଏହା ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି କହିଥିଲେ।

ବିଦ୍ୟାଳୟ ପରିଚାଳନା ସମିତିର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ପିଲାମାନଙ୍କ ସୃଜନଶୀଳତା ତଥା ବୌଦ୍ଧିକ ବିକାଶ ନିମନ୍ତେ ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ରଛାତ୍ରୀଙ୍କର ଏତାଦୃଶ ଅଭିନବ ପ୍ରକଳ୍ପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିବା ସହ ସେମାନେ ସମାଜ ପାଇଁ ନୂତନ ଦିଗ୍.ଦର୍ଶକ ସାଜନ୍ତୁ ବୋଲି ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ବିଭାଗର ପ୍ରକଳ୍ପ ଗୁଡ଼ିକ ବିଚାରକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ସାମଲଙ୍କ ସଂଯୋଜନାରେ ଏହି ବାର୍ଷିକ ପ୍ରଦର୍ଶନୀ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ କର୍ମଶାଳା

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସର ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଟେକ୍‌ଷ୍ଟ ବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରାଣ୍ଡସ୍ ସ୍କେପ୍ ମୁମ୍ବାଇର ଡାଟାଆନାଲିଟିକ୍ ପ୍ରଫେସର ମାନସ କୁମାର ରଥ ଏବଂ କାରଖାନା ଓଡ଼ିଶାର ଏଜୁକେସନ୍ ପ୍ରୋଗ୍ରାମ ମ୍ୟାନେଜର ମିଷ୍ଟର ସୁରଜିତ ପାଲ ବିଷୟ ବିଶାରଦ ରୂପେ ଯୋଗ ଦେଇଥିଲେ। ଏନ୍. ଏଲ୍.ପି. ଓ ଏ.ଆଇ. ମଡେଲର କାର୍ଯ୍ୟଧାରା ଉପରେ ସେମାନେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ଏହି କର୍ମଶାଳାରେ ଭୁବନେଶ୍ଵର ସ୍ଥିତ ସମସ୍ତ ଡିଏଭି ସ୍କୁଲର ସ୍ଥିରିକୃତ ପ୍ରତିଭାସମ୍ପନ୍ନ କମ୍ପ୍ୟୁଟର ବିଦ୍ୟାର୍ଥୀଙ୍କ ଦ୍ଵାରା ୪୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଡିଏଭି ଚନ୍ଦ୍ରଶେଖରପୁର ବିଦ୍ୟାର୍ଥୀଙ୍କ ପ୍ରକଳ୍ପ ଶ୍ରେଷ୍ଠ ପ୍ରକଳ୍ପ ଭାବେ ବିବେଚିତ ହୋଇଥିବା ବେଳେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀଙ୍କ ପ୍ରକଳ୍ପ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥ‌ିବା ଅତିଥିମାନଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଏହି କାର୍ଯ୍ୟକ୍ରମରେ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କମ୍ପ୍ୟୁଟର ବିଭାଗର ମୁଖ୍ୟ ଗୀତାଞ୍ଜଳି ହୋତା ତଥା ପତ୍ରି ସର୍ଗେଶ୍ଵର ରାଓ, ସସ୍ମିତା ରାଉତ ଓ ବିଶ୍ଵମୋହନ ମହାନ୍ତି ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଏନ୍‌.ଡି.ଆର୍‌.ଏଫ୍‌. ଆନୁକୂଲ୍ୟରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ବାହିନୀ (ଏନ୍‌. ଡି.ଆର୍‌. ଏଫ୍‌. ) ମୁଣ୍ଡୁଳି, କଟକଙ୍କ ଦ୍ୱାରା ବିଭିନ୍ନ ବିପର୍ଯ୍ୟୟ ଦୁର୍ଘଟଣା ସମୟରେ କିପରି ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଭାବେ ପ୍ରତ୍ୟକ୍ଷ ଜ୍ଞାନ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଓ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି
ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବା ଆକସ୍ମିକ ଦୁର୍ଘଟଣା ଘଟିଲେ
କେଉଁ କେଉଁ ପଦକ୍ଷେପ ଗ୍ରହଣ କରିବା ଉଚିତ ସେ ସମ୍ପର୍କୀୟ ତଥ୍ୟ ଆସିଷ୍ଟାଣ୍ଟ ସବ୍‌ଇନିସ୍‌ପେକ୍ଟର, (ଏନ୍‌. ଡି.ଆର୍‌.ଏଫ୍‌) ଜଗଦୀପ୍ ମେରୁପୁଲା ଦର୍ଶାଇଥିଲେ। ବନ୍ୟା, ବାତ୍ୟା, ଭୂକମ୍ପ ସମୟରେ ବିପନ୍ନମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ଏବଂ ଏହି ସମୟରେ ନିଜକୁ କିପରି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏନ୍‌.ଡି.ଆର୍‌.ଏଫ୍‌. ଟିମ୍‌ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏନ୍‌ସିସି, ସ୍କାଉଡ୍‌, ଗାଇଡ୍‌ର ଛାତ୍ରଛାତ୍ରୀମାନେ ଏହି ବିପର୍ଯ୍ୟୟ ପରିଚାଳନାର ନାନାବିଧ କୌଶଳ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନଲାଭ କରିଥିଲେ।

ସମାଜବିଜ୍ଞାନ ବିଭାଗର ମୁଖ୍ୟ ଅଖିଳ ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା
କରିଥିବାବେଳେ ସହଯୋଗୀ ଶିକ୍ଷକଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଗୋପବନ୍ଧୁ ଜୟନ୍ତୀ ଓ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ନିରୀକ୍ଷକ ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ଫଟୋଚିତ୍ରରେ ଭକ୍ତି ସୁମନ ଅର୍ପଣ କରିଥିଲେ।

ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଅନୁକରଣ କରି ସେବା ପରାୟଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଲ ମଣିଷ ହେବା ପାଇଁ ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ଦିବ୍ୟଜ୍ୟୋତି ମହାପାତ୍ର ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ସାଇ ସୁବିଦିତ ସାହୁ ଏକ ସ୍ୱରଚିତ କବିତା ଆବୃତି କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶୁଭ୍ରାଂଶୁ ମୋହନ ଦାଶ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ ଆଦି ଏଥିରେ ସକ୍ରିୟ ସହଯୋଗ କରିଥିଲେ।

ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମ ତିଥି ପାଳନ କରାଯାଇଥିବାବେଳେ କମିଶନରେଟ୍  ପୋଲିସ ଆନୁକୂଲ୍ୟରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ଉପସ୍ଥିତ ରହି ଅତିଥିଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ବିଦ୍ୟାର୍ଥୀଙ୍କୁ ସଚେତନ କରିବା ନିମନ୍ତେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା ରଥ ଓ ମାସ୍କଟ “ସାଇରା” ବିଦ୍ୟାଳୟ ଫାଟକ ନିକଟରେ ପ୍ରବେଶ କରିବା ମାତ୍ରେ ବିଦ୍ୟାର୍ଥୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରି ବିଦ୍ୟାଳୟ ପ୍ରେକ୍ଷାଳୟ ନିକଟକୁ ପାଛୋଟି ନେଇଥିଲେ।

କମ୍ପ୍ୟୁଟର ବିଭାଗ ଦ୍ୱାରା ପଥପ୍ରାନ୍ତ ନାଟକ, ୱାଲ୍ ପେଣ୍ଟିଙ୍ଗ୍ , ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଇବର ସେଲ୍‌ର ଏ.ସି.ପି ଅଞ୍ଜନା ଟୁଡୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ବିଦ୍ୟାଳୟ କମ୍ପ୍ୟୁଟର ବିଭାଗର ଗୀତାଞ୍ଜଳି ହୋତା, ସସ୍ମିତା ରାଉତ ଓ ବିଶ୍ୱମୋହନ ମହାନ୍ତି ଉକ୍ତ କର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଜାତିର ପିତା ଓ ଶାନ୍ତିଦୂତଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିରଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀକୁ ଅତ୍ୟନ୍ତ ସଦ୍‌ଭାବନାର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରାଷ୍ଟ୍ରର ଏହି ଦୁଇ ମହାନ ସୁପୁତ୍ରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ। ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘‘ ବୈଷ୍ଣବ ଜନ ତୋ….’’ କୁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଭକ୍ତିର ସହ ଗାନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ଇତିହାସ ବିଭାଗର ଶିକ୍ଷକ ରିକିପାଲ୍ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଡ.ଗିରିଜା ଶଙ୍କର ବଳ ଶାସ୍ତ୍ରୀଜୀ ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଦୁଇ ମହାନ୍
ଜନନାୟକଙ୍କ ନିର୍ଭୀକତା, ସଚ୍ଚୋଟତା, ସାଧୁତା ତଥା ଦେଶପ୍ରୀତି ଭାବନାକୁ ଅନୁକରଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ପରିଶେଷରେ ସାଂସ୍କୃତିକ ବିଭାଗର ଶିକ୍ଷକ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମତିଥି ୨ ଅକ୍ଟୋବର ୨୦୨୩ ପରିପ୍ରେକ୍ଷୀରେ ସ୍ବଚ୍ଛତା ହିଁ ସେବା ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଡିଏଭି ପୋଖରୀପୁଟରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଶତାଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଭିତର ଓ ବାହାର ପରିସରକୁ ସଫା କରାଯାଇଥିଲା। “ସ୍ୱଚ୍ଛ ଭାରତ ସୁସ୍ଥ ଭବିଷ୍ୟତ”, ଶ୍ରମଦାନ ଓ ଆବର୍ଜନାମୁକ୍ତ ଭାରତ ମହାଅଭିଯାନକୁ ସଫଳ କରିବାପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ଶ୍ରମଦାନ ପାଇଁ ପଦକ୍ଷେପରେ ଅଂଶଗ୍ରହଣ କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସୁସ୍ଥ ପରିବେଶ ପାଇଁ ସ୍ଵଚ୍ଛତାର ଭୂମିକା ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ବୁଝାଇ କହିବା ସହ ସ୍ଵଚ୍ଛତା ପାଇଁ ଘଣ୍ଟାଏ ସମୟ ଉତ୍ସର୍ଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଅମୃତ କଳସ ପଦଯାତ୍ରା

ଭୁବନେଶ୍ୱର: ଲୋକଙ୍କ ହୃଦୟରେ ଦେଶର ସାହସୀ ସନ୍ତାନଙ୍କ ପ୍ରତି ସମ୍ମାନର ଭାବନା ଜାଗ୍ରତ, ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଅସୀମ ସମ୍ମାନ, କୋଟିକୋଟି ଭାରତୀୟଙ୍କ ହୃଦୟରେ ସଂଯୋଗ ଏବଂ ସଂଲଗ୍ନକୁ ଆହୁରି ସୁଦୃଢ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‘ମୋ ମାଟି ମୋ ଦେଶ’ ଅଭିଯାନକୁ ଡିଏଭି ପୋଖରୀପୁଟ ଅତ୍ୟନ୍ତ ସଦ୍‌ଭାବନାର ସହିତ ପାଳନ କରିଛି। ବିଦ୍ୟାଳୟର ସମସ୍ତ ପ୍ରବେଶ ଦ୍ୱାର ନିକଟରେ ସ୍ଥାପନ କରାଯାଇଥିବା ଅମୃତ କଳସରେ ବିଦ୍ୟାର୍ଥୀ , ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଗଣ ମାଟି ପ୍ରଦାନ କରି ଭକ୍ତି ସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ଏକ ବିଶାଳ ପଦଯାତ୍ରାରେ ବିଦ୍ୟାର୍ଥୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ସମୂହ ପୋଖରୀପୁଟ ଗ୍ରାମ ପରିକ୍ରମା କରି ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ। ଏହି ପରିକ୍ରମା ସମୟରେ ସ୍ୱେଚ୍ଛାକୃତ ଭାବେ ଆବାଳବୃଦ୍ଧବନିତା ଅତ୍ୟନ୍ତ ଆଗ୍ରହ ସହକାରେ ନୂଆ ଦିଲ୍ଲୀଠାରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ନିମନ୍ତେ ମାଟି ଦାନ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ପଦଯାତ୍ରାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନସାଧାରଣ ଓ ଅଭିଭାବକ ବିଦ୍ୟାଳୟର ଏହି ଅଭିନବ ସଚେତନତା ମୂଳକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ସାହିତ୍ୟ ସପ୍ତାହ ଉ‌ଦ୍‌ଯାପିତ

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରରୋଚନାରେ “ଲିଟେରାସି କନ୍‌କ୍ଲେଭ୍”ଉ‌ଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଦକ୍ଷା ଦେବାଂଶୀ ଓ ପ୍ରାପ୍ତି ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଯୋଗଦେଇ ସଂସ୍କୃତ, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାକୁ ସମୃଦ୍ଧ କରିବା ପାଇଁ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ହିନ୍ଦୀ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ଡକ୍ଟର ଅଜୟ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅତିଥିରୂପେ ଯୋଗଦେଇ ହିନ୍ଦୀ ଭାଷାରେ ବିଦ୍ୟାର୍ଥୀମାନେ କିପରି ଉନ୍ନତି କରିବେ ସେ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ଥିବା ସନ୍ଦେହ ଦୂର କରିଥିଲେ।

ଏହି ଅବସରରେ ଅନ୍ୟତମ ଅତିଥିରୂପେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଶିଷ୍ଟ ଲେଖକ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଯୋଗଦାନ କରି ପିଲାମାନଙ୍କ ମନରେ ଥିବା କେତୋଟି ପ୍ରଶ୍ନର ଉତ୍ତର ଦେବା ସହ ଓଡ଼ିଆ ଭାଷାରେ ବିଦ୍ୟାର୍ଥୀମାନେ କରୁଥିବା ସାଧାରଣ ତ୍ରୁଟିକୁ ସରଳ ଉପାୟରେ କିପରି ସୁଧାରି ହେବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ତିନିଜଣ ବିଦ୍ୟାର୍ଥୀଙ୍କଦ୍ୱାରା ରଚିତ ପୁସ୍ତକକୁ ଅତିଥିଗଣ ଉନ୍ମୋଚିତ କରିଥିଲେ।

ପରିଶେଷରେ ଇଂରାଜୀ ବିଭାଗର ଶିକ୍ଷୟିତ୍ରୀ ଡକ୍ଟର ଲି‌ପ୍‌ସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ନିରୀକ୍ଷିକା ଶିତିକଣ୍ଠ ପତି, ରଞ୍ଜନ କୁମାର ସ୍ବାଇଁ, ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ଏଥିରେ ସଂସ୍କୃତ, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷା ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଜାତୀୟ କ୍ରୀଡ଼ାଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତୀୟ କ୍ରୀଡ଼ାଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଯୋଗ ଦେଇ ଆୟୋଜିତ ଗଣଦୌଡ଼ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପ୍ରାତଃ ୬.୩୦ ମିନିଟ୍ ସମୟରେ ୩୦୦ ଜଣ ଛାତ୍ରଛାତ୍ରୀ ଗଣଦୌଡ଼ରେ ଅଂଶଗ୍ରହଣ କରିଥିଲେ। ଏଥିରେ ଉଭୟ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ କ୍ରୀଡ଼ାବିତ୍‌ଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା।

କ୍ରୀଡ଼ା ହିଁ ଶିକ୍ଷାର ଏକ ଅଂଶବିଶେଷ, ଯଦ୍ୱାରା ମାନସିକ ଶାରୀରିକ ସୁସ୍ଥତା ସମ୍ଭବପର ବୋଲି ମୁଖ୍ୟ ଅତିଥି ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଦୃଢ଼ ଆତ୍ମବଳ, ଏକାଗ୍ରତା ତଥା ନିୟମିତ ଯୋଗ , ବ୍ୟାୟାମ ଓ ପ୍ରାଣାୟାମ ଅଭ୍ୟାସ ମାଧ୍ୟମରେ ଅସାଧ୍ୟ ସାଧନ ସମ୍ଭବ ବୋଲି ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ।

ପରିଶେଷରେ ବିଦ୍ୟାଳୟର ମୁଖ୍ୟ କ୍ରୀଡ଼ା ଶିକ୍ଷକ ନବକିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କ୍ରୀଡ଼ା ବିଭାଗର ଶିକ୍ଷକ ଦୀପକ ରଞ୍ଜନ ବେହେରା, ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଣ୍ଡା ସକ୍ରିୟ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଡିଏଭି ପୋଖରୀପୁଟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍‌ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।

ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ସଂଗୀତ , ପ୍ରାମାଣିକ ଚିତ୍ର ଏବଂ ଚିତ୍ତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା। ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା।

Categories
ଆଞ୍ଚଳିକ

ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

‘ପ୍ରତିକୁଳ ପରିବେଶରେ କବି ଗଙ୍ଗାଧରଙ୍କ ପ୍ରତିଭାର ସ୍ଫୁରଣ ଯେପରି ଘଟିଥିଲା, ତାଙ୍କର ଆଦର୍ଶକୁ ଅନୁକରଣ କରି ଓଡ଼ିଆ ଭାଷା , ଜାତିର ସ୍ୱାଭିମାନ ରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେଲେ ଏହି ଜୟନ୍ତୀ ପାଳନର ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ।’

ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକା ଓ ଓଡ଼ିଆ ବିଭାଗର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କବି ମେହେରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ।

ଦଶମ ଶ୍ରେଣୀର ଛାତ୍ରୀ ଖୁସବୁ ସିଂ କବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବା
ବେଳେ ସପ୍ତମ ଶ୍ରେଣୀର ଛାତ୍ରୀ ସ୍ୱାତିସ୍ନିଗ୍‌ଧା ନାୟକ କବିଙ୍କ ରଚିତ ‘ବିଶ୍ୱ ଜୀବନ ହେ’
ଗାନ କରିଥିଲେ।

ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରୀତିଶ୍ ସୁନ୍ଦର ବେହେରା କବିଙ୍କ ‘କର୍ମଗୁଣ’ କବିତାକୁ ଆବୃତ୍ତି କରିଥିଲେ।

ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବବେଳେ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଶକ୍ତି ପ୍ରସନ୍ନ ମହାନ୍ତି, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର କର, ଅଶୋକ କୁମାର ଗୁଇଁଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିରୂପେ ୬-ଓଡ଼ିଶା ବାଟାଲିଅନ୍ , ଏନ୍‌.ସି.ସି ପୁରୀର କମାଣ୍ଡିଙ୍ଗ୍ ଅଫିସର କଲୋନେଲ୍ ସୁଦୀପ୍ ସିହ୍ନା ଯୋଗଦାନ କରି ନିଜର ବକ୍ତବ୍ୟରେ “ନେତୃତ୍ୱ, ପ୍ରତିନିଧିତ୍ୱ ହିଁ ସେବା ଓ ସମର୍ପଣ ଭାବନାର ପ୍ରତିଫଳନ” ବୋଲି କହିଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥତିରେ ସମରଶିକ୍ଷାର୍ଥୀବାହିନୀଙ୍କ ପରି ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ନିଜର ଅଭିଭାଷଣରେ ଆଦର୍ଶ ଶିକ୍ଷକ ହିଁ ଉପଯୁକ୍ତ ଛାତ୍ରପ୍ରତିନିଧିଙ୍କୁ ଚୟନ କରିପାରିବେ ଯେଉଁମାନେ କି ଭବିଷ୍ୟତରେ ସମାଜସେବକ ଭାବେ ନିଜକୁ ପରିଚିତ କରାଇ ବିଦ୍ୟାଳୟ ତଥା ଜନ୍ମଭୂମିର ସୁନାମ ରକ୍ଷା କରିପାରିବେ ବୋଲି କହିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ। ଏକାଦଶ ଶ୍ରେଣୀର ସିମ୍ରାବିନ୍ତ୍ ଅବ୍‌ଧ ଶୁଭାନ୍ ଲିଡ଼ର ଏବଂ ହରିଓଁ ଗୁରୁପ୍ରସାଦ ନନ୍ଦ ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ରରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୬ଟି କ୍ଲବ୍‍ର ଛଅ ଜଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବ ବର୍ଷ ମନ୍ତ୍ରସଦନର ପ୍ରତିନିଧିଗଣ ନାନାବିଧ ପ୍ରତିଯୋଗିତା ତଥା କାର୍ଯ୍ୟକଳାପ ପାଇଁ ଚମ୍ପିଆନ୍ ହେବାର ଗୌରବ ଲାଭ କରିଥିବା ବେଳେ ଭକ୍ତି ସଦନ ରନର୍ସଅପ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ।

ଏହି ଅବସରରେ ଫିଟ୍ ଇଣ୍ଡିଆ କୁଇଜ୍‌ରେ ସମଗ୍ର ରାଜ୍ୟରୁ ଏକମାତ୍ର ଦଳଭାବେ ସର୍ବଭାରତୀୟ ସ୍ତରକୁ ଉନ୍ନୀତ ହୋଇଥିବା ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡିଏଭି କଳିଙ୍ଗନଗରର ଚେୟାରମ୍ୟାନ୍‍ ମଦନ ମୋହନ ପଣ୍ଡା ଏଥିରେ ଉପସ୍ଥିତ କରି ନୂତନ କର୍ମକର୍ତ୍ତାଙ୍କୁ ଶୁଭାଶୀର୍ବାଦ ପ୍ରଦାନ ଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଝରଣା ମିଶ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।