Categories
ଆଜିର ଖବର ଜାତୀୟ ଖବର

ଏସଏମଏସ ଠକଙ୍କ ଉପରେ ଡିଓଟି ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସଞ୍ଚାର ସାଥୀ ଉପକ୍ରମ ମାଧ୍ୟମରେ ନାଗରିକମାନଙ୍କୁ ସମ୍ଭାବ୍ୟ ଏସଏମଏସ ଠକେଇରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଟେଲି ଯୋଗାଯୋଗ (ଡିଓଟି) ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ସହଯୋଗରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଭାରତୀୟ ସାଇବର ସମନ୍ୱୟ କେନ୍ଦ୍ର (ଆଇ୪ସି) ସାଇବର ଅପରାଧ ଘଟାଇବା ନିମନ୍ତେ ଠକେଇ ବାର୍ତ୍ତା ପଠାଉଥିବା ଆଠଗୋଟି ଏସଏମଏସ ହେଡରକୁ ଅପବ୍ୟବହାର କରାଯାଉଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା।

ଏହା ଆଧାରରେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଇଛି:

କ) ଏହା ଜାଣିବାକୁ ମିଳିଥିଲା ଯେ ୧୦,୦୦୦ରୁ ଅଧିକ ଠକେଇ ବାର୍ତ୍ତା ଗତ ତିନିମାସ ମଧ୍ୟରେ ଏହି ଆଠଗୋଟି ହେଡ଼ର ମାଧ୍ୟମରେ ପଠାଯାଇଛି।

ଖ) ଏହି ଆଠଗୋଟି ଯାକ ଏସଏମଏସ ହେଡରର ପ୍ରମୁଖ ମାଲିକମାନଙ୍କୁ ବ୍ଲାକଲିଷ୍ଟ କରାଯାଇଛି।

ଗ) ଏହି ପ୍ରମୁଖ ସଂସ୍ଥାମାନଙ୍କ ମାଲିକାନାରେ ଥିବା ସମସ୍ତ ୭୩ଟି ଏସଏମଏସ ହେଡର ଏବଂ ୧,୫୨୨ ଗୋଟି ଏସଏମଏସ ଟେମ୍ପ୍ଲେଟକୁ କଳା ତାଲିକାଭୁକ୍ତ କରାଯାଇଛି।

ଘ) ଏହିସବୁ ପ୍ରମୁଖ ସଂସ୍ଥା, ଏସଏମଏସ ହେଟରମାନଙ୍କ କିମ୍ବା ଟେମ୍ପ୍ଲେଟ୍ ମଧ୍ୟରୁ କେହି ଟେଲିକମ୍ ଅପରେଟରମାନଙ୍କ ମାଧ୍ୟମରେ ଆଉ କୌଣସି ପ୍ରକାର ଏସଏମଏସ ପଠାଇ ପାରିବେନାହିଁ।

ଟେଲି ଯୋଗାଯୋଗ ବିଭାଗ ସେହିସବୁ ସଂସ୍ଥାମାନଙ୍କୁ କଳା ତାଲିକାଭୁକ୍ତ କରି ନାଗରିକମାନଙ୍କୁ ସେମାନଙ୍କ ଦ୍ୱାରା ଅଧିକ ଠକେଇର ଶିକାର ହେବା ସମ୍ଭାବନାକୁ ପ୍ରତିହତ କରିପାରିଛନ୍ତି। ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ବାରମ୍ବାର ଦାବି କରାଯାଉଛି ଯେ ନାଗରିକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା ନିମନ୍ତେ ବିଭାଗ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ।

ନାଗରିକମାନେ ଏଭଳି କୌଣସି ପ୍ରକାର ଠକେଇ ଯୋଗାଯୋଗର ସନ୍ଦେହ ଥିଲେ ସେମାନେ ସଞ୍ଚାର ସାଥୀର ଚକ୍ଷୁ ବ୍ୟବସ୍ଥା ମାଧ୍ୟମରେ ଏହାକୁ ରିପୋର୍ଟ କରିପାରିବେ ଏବଂ ଏହା ଫଳରେ ସେମାନେ ଟେଲିଯୋଗାଯୋଗ ସଂପଦର ଦୁରୁପଯୋଗକୁ ରୋକିବା ସହିତ ସାଇବର ଅପରାଧ ଏବଂ ଆର୍ଥିକ ଠକେଇକୁ ରୋକିବାରେ ସହଯୋଗ କରିପାରିବେ।

ଟେଲିମାର୍କେଟିଂ ଏସଏମଏସ/ ସେଲ୍ ସମ୍ପର୍କରେ:

୧.ଟେଲି ମାର୍କେଟିଂ ପାଇଁ ମୋବାଇଲ୍ ନମ୍ବର ନିଷିଦ୍ଧ: ଟେଲି ମାର୍କେଟିଂ କାର୍ଯ୍ୟ ପାଇଁ ମୋବାଇଲ୍ ନମ୍ବର ବ୍ୟବହାର କରିବାକୁ ଅନୁମତି ଦିଆଯାଏ ନାହିଁ। ଯଦି କୌଣସି ଉପଭୋକ୍ତା ନିଜର ଟେଲିଫୋନ୍ ସଂଯୋଗକୁ ଏଭଳି ଭାବରେ ବ୍ୟବହାର କରି କୌଣସି ପ୍ରମୋସନାଲ ବାର୍ତ୍ତା ପଠାନ୍ତି, ସେମାନଙ୍କ ଟେଲି ସଂଯୋଗକୁ ପ୍ରଥମ ଅଭିଯୋଗରେ ହିଁ ବିଚ୍ଛିନ୍ନ କରାଯିବା ଯୋଗ୍ୟ ଏବଂ ସେମାନଙ୍କର ନାମ ଓ ଠିକଣା ଦୁଇବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଇପାରେ।

୨. ଟେଲିମାର୍କେଟିଂ କଲର ଚିହ୍ନଟକରଣ: ଟେଲିମାର୍କେଟିଂ କଲକୁ ସେଗୁଡ଼ିକର ପି୍ରଟେକ୍ସଟ୍ ଦ୍ୱାରା ଚିହ୍ନଟ କରାଯାଇପାରିବ: ସେଗୁଡ଼ିକ ହେଲା ୧୮୦, ୧୪୦ ଏବଂ ୧୦ ଟିକିଆ ନମ୍ବର ଟେଲିମାର୍କେଟିଂ ପାଇଁ ବ୍ୟବହାର କରିବାକୁ ଅନୁମତି ମିଳିନଥାଏ।

୩. ଠକେଇ ସମ୍ପର୍କୀତ ରିପୋର୍ଟିଂ: ସ୍ପାମ୍ ରିପୋର୍ଟ କରିବା ପାଇଁ ୧୯୦୯ ନମ୍ବରକୁ ଡାଏଲ କରିପାରିବେ କିମ୍ବା ଡିଏନଡି (ଡୁ ନଟ୍ ଡିଷ୍ଟର୍ବ) ସେବାର ବ୍ୟବହାର କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଦୂରସଂଚାର ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି: ନକଲି କଲ୍ ଗ୍ରହଣ ନକରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦୂରସଞ୍ଚାର ବିଭାଗ (ଡିଓଟି), ଯୋଗାଯୋଗ ମନ୍ତ୍ରଣାଳୟ ନାଗରିକମାନଙ୍କୁ , ଯେଉଁଥିରେ ସେମାନଙ୍କୁ କଲ୍ କରୁଥିବା ବ୍ୟକ୍ତିମାନେ ମୋବାଇଲ୍ ନମ୍ବର ସଂଯୋଗ ବିଚ୍ଛିନ୍ନ କରିବାକୁ ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟକଳାପରେ ମୋବାଇଲ୍ ନମ୍ବର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି ସେଭଳି ନକଲି କଲ୍ ଗ୍ରହଣ ନକରିବାକୁ ଏକ ପରାମର୍ଶବଳୀ ଜାରି କରିଛି।

ସରକାରୀ କର୍ମଚାରୀଙ୍କ ଛଦ୍ମରୂପ ବ୍ୟବହାର କରି ଏବଂ ଲୋକମାନଙ୍କୁ ଧୋକା ଦେବା ପାଇଁ ବିଦେଶୀ ମୂଳ ମୋବାଇଲ୍ ନମ୍ବରରୁ (ଯେପରିକି +92-xxxxxxxxxx) ଆସୁଥିବା ହ୍ୱାଟସ୍‌ଆପ୍ କଲ୍ ବିଷୟରେ ମଧ୍ୟ ଦୂରସଞ୍ଚାର ବିଭାଗ ପରାମର୍ଶ ଜାରି କରିଛି।

ଏପରି କଲ୍ ମାଧ୍ୟମରେ ସାଇବର ଅପରାଧୀମାନେ ସାଇବର ଅପରାଧ / ଆର୍ଥିକ ଠକେଇ କରିବା ପାଇଁ ଧମକ ଦେଇଥାନ୍ତି କିମ୍ବା ବ୍ୟକ୍ତିଗତ ତଥ୍ୟକୁ ଚୋରି କରିବାକୁ ଚେଷ୍ଟା କରନ୍ତି। ଦୂରସଂଚାର ବିଭାଗ / ଟ୍ରାଇ ନିଜ ତରଫରୁ ଏପରି କଲ୍ କରିବାକୁ କାହାକୁ ଅନୁମତି ଦିଏ ନାହିଁ ଏବଂ ସଂଚାର ସାଥି ପୋର୍ଟାଲ (www.sancharsaathi.gov.in/sfc) ର ‘ଚକ୍ଷୁ – ରିପୋର୍ଟ ସନ୍ଦିଗ୍ଧ ଜାଲିଆତି ଯୋଗାଯୋଗ’ ସୁବିଧାରେ ଲୋକଙ୍କୁ ସଚେତନ ରହିବାକୁ ଏବଂ ଏପରି ଜାଲିଆତି ଯୋଗାଯୋଗ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି। ଏହିପରି ସକ୍ରିୟ ରିପୋର୍ଟ ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ଉତ୍ସଗୁଡିକର ଅପବ୍ୟବହାର ରୋକିବାରେ ଦୂରସଂଚାର ବିଭାଗକୁ ସାହାଯ୍ୟ କରେ।

ସାଇବର ଅପରାଧ କିମ୍ବା ଆର୍ଥିକ ଠକେଇର ଶିକାର ହୋଇଥିଲେ ସାଇବର ଅପରାଧ ହେଲପଲାଇନ ନମ୍ବର ୧୯୩୦ କିମ୍ବା www.cybercrime.gov.in ରେ ରିପୋର୍ଟ କରିବାକୁ ଦୂରସଂଚାର ବିଭାଗ ମଧ୍ୟ ନାଗରିକମାନଙ୍କୁ ପରାମର୍ଶ ଦେଇଥାଏ।

ସନ୍ଦେହଜନକ ଠକେଇ ଯୋଗାଯୋଗର ମୁକାବିଲା କରିବା ପାଇଁ ଏବଂ ସାଇବର ଅପରାଧ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି:

ଚକ୍ଷୁ ସୁବିଧା ଅଧୀନରେ, ନାଗରିକମାନଙ୍କୁ ଦୁର୍ଭାବନାପୂର୍ଣ୍ଣ ଏବଂ ଫିସିଙ୍ଗ୍ ଏସ୍‌ଏମ୍‌ଏସ୍ ପଠାଇବାରେ ସମ୍ପୃକ୍ତ ଥିବା ୫୨ ପ୍ରମୁଖ ସଂସ୍ଥା ମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି।

୭୦୦ ଏସ୍‌ଏମ୍‌ଏସ୍ ବିଷୟବସ୍ତୁ ଟେମ୍ପଲେଟଗୁଡିକ ନିଷ୍କ୍ରିୟ କରାଯାଇଛି। ସମସ୍ତ ଟେଲିକମ୍ ଅପରେଟରମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଆଧାରରେ ୩୪୮ ମୋବାଇଲ୍ ହ୍ୟାଣ୍ଡସେଟ୍ କଳା ତାଲିକାଭୁକ୍ତ କରାଯାଇଛି।

୧୦,୮୩୪ ସନ୍ଦିଗ୍ଧ ମୋବାଇଲ୍ ନମ୍ବରକୁ ଟେଲିକମ୍ ଅପରେଟରମାନଙ୍କୁ ପୁନଃ ଯାଞ୍ଚ ପାଇଁ ଚିହ୍ନିତ କରାଯାଇଛି, ଯେଉଁଥିରୁ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ପୁନଃ – ଯାଞ୍ଚରେ ବିଫଳ ହୋଇଥିବା ୮୨୭୨ ମୋବାଇଲ୍ ସଂଯୋଗ କାଟି ଦିଆଯାଇଛି।

ସାଇବର ଅପରାଧ / ଆର୍ଥିକ ଠକେଇରେ ଜଡିତ ହେବା କାରଣରୁ ଅଖିଳ ଭାରତୀୟ ଆଧାରରେ ୧.୮୬ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ୍‌କୁ ଅବରୋଧ କରାଯାଇଛି।

ଦୂରସଂଚାର ବିଭାଗ / ଟ୍ରାଇ ପକ୍ଷରୁ ଛଦ୍ମନାମ ବ୍ୟବହାର କରୁଥିବା ନକଲି ବିଜ୍ଞପ୍ତି, ସନ୍ଦେହଜନକ ଜାଲିଆତି ଯୋଗାଯୋଗ ଏବଂ ପ୍ରେସ, ଏସଏମଏସ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଦୁର୍ଭାବନାପୂର୍ଣ୍ଣ କଲ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କ ନିମନ୍ତେ ନିୟମିତ ଭାବରେ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଆତଙ୍କ ସୃଷ୍ଟିକାରୀ କଲ୍‌ ପ୍ରତି ସତର୍କ ରହିବାକୁ ନାଗରିକମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଭାରତର ଷ୍ଟକ ଏକ୍ସଚେଞ୍ଜ ଏବଂ ଟ୍ରେଡିଂରେ ବାଧା ସୃଷ୍ଟି କରିବା ନେଇ ଦାବି କରୁଥିବା ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଆତଙ୍କ ସୃଷ୍ଟିକାରୀ କଲ୍ ଠାରୁ ସାବଧାନ ରହିବା ଲାଗି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନ ଦୂରସଞ୍ଚାର ବିଭାଗ (ଡିଓଟି) ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶ ବିରୋଧୀ ତତ୍ତ୍ୱମାନେ ଏଭଳି ବିପଜ୍ଜନକ କଲ୍   କରୁଛନ୍ତି।

ଡିଓଟି ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଏଭଳି ନମ୍ବରରୁ ଆସୁଥିବା ବିପଜ୍ଜନକ କଲ୍‌କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏଭଳି କଲ୍ ପାଇବା ପରେ ନାଗରିକମାନେ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ହେଲ୍ପ-ସଂଚାରସାଥୀ କିମ୍ବା ସେମାନଙ୍କ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।