Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସଏମଏସ ଠକଙ୍କ ଉପରେ ଡିଓଟି ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ
ଆଜିର ଖବର

ଏସଏମଏସ ଠକଙ୍କ ଉପରେ ଡିଓଟି ପକ୍ଷରୁ ମିଳିତ କାର୍ଯ୍ୟାନୁଷ୍ଠାନ

May 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଞ୍ଚାର ସାଥୀ ଉପକ୍ରମ ମାଧ୍ୟମରେ ନାଗରିକମାନଙ୍କୁ ସମ୍ଭାବ୍ୟ ଏସଏମଏସ ଠକେଇରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଟେଲି ଯୋଗାଯୋଗ (ଡିଓଟି) ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ସହଯୋଗରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଭାରତୀୟ ସାଇବର ସମନ୍ୱୟ କେନ୍ଦ୍ର (ଆଇ୪ସି) ସାଇବର ଅପରାଧ ଘଟାଇବା ନିମନ୍ତେ ଠକେଇ ବାର୍ତ୍ତା ପଠାଉଥିବା ଆଠଗୋଟି ଏସଏମଏସ ହେଡରକୁ ଅପବ୍ୟବହାର କରାଯାଉଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା।

ଏହା ଆଧାରରେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଇଛି:

କ) ଏହା ଜାଣିବାକୁ ମିଳିଥିଲା ଯେ ୧୦,୦୦୦ରୁ ଅଧିକ ଠକେଇ ବାର୍ତ୍ତା ଗତ ତିନିମାସ ମଧ୍ୟରେ ଏହି ଆଠଗୋଟି ହେଡ଼ର ମାଧ୍ୟମରେ ପଠାଯାଇଛି।

ଖ) ଏହି ଆଠଗୋଟି ଯାକ ଏସଏମଏସ ହେଡରର ପ୍ରମୁଖ ମାଲିକମାନଙ୍କୁ ବ୍ଲାକଲିଷ୍ଟ କରାଯାଇଛି।

ଗ) ଏହି ପ୍ରମୁଖ ସଂସ୍ଥାମାନଙ୍କ ମାଲିକାନାରେ ଥିବା ସମସ୍ତ ୭୩ଟି ଏସଏମଏସ ହେଡର ଏବଂ ୧,୫୨୨ ଗୋଟି ଏସଏମଏସ ଟେମ୍ପ୍ଲେଟକୁ କଳା ତାଲିକାଭୁକ୍ତ କରାଯାଇଛି।

ଘ) ଏହିସବୁ ପ୍ରମୁଖ ସଂସ୍ଥା, ଏସଏମଏସ ହେଟରମାନଙ୍କ କିମ୍ବା ଟେମ୍ପ୍ଲେଟ୍ ମଧ୍ୟରୁ କେହି ଟେଲିକମ୍ ଅପରେଟରମାନଙ୍କ ମାଧ୍ୟମରେ ଆଉ କୌଣସି ପ୍ରକାର ଏସଏମଏସ ପଠାଇ ପାରିବେନାହିଁ।

ଟେଲି ଯୋଗାଯୋଗ ବିଭାଗ ସେହିସବୁ ସଂସ୍ଥାମାନଙ୍କୁ କଳା ତାଲିକାଭୁକ୍ତ କରି ନାଗରିକମାନଙ୍କୁ ସେମାନଙ୍କ ଦ୍ୱାରା ଅଧିକ ଠକେଇର ଶିକାର ହେବା ସମ୍ଭାବନାକୁ ପ୍ରତିହତ କରିପାରିଛନ୍ତି। ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ବାରମ୍ବାର ଦାବି କରାଯାଉଛି ଯେ ନାଗରିକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା ନିମନ୍ତେ ବିଭାଗ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ।

ନାଗରିକମାନେ ଏଭଳି କୌଣସି ପ୍ରକାର ଠକେଇ ଯୋଗାଯୋଗର ସନ୍ଦେହ ଥିଲେ ସେମାନେ ସଞ୍ଚାର ସାଥୀର ଚକ୍ଷୁ ବ୍ୟବସ୍ଥା ମାଧ୍ୟମରେ ଏହାକୁ ରିପୋର୍ଟ କରିପାରିବେ ଏବଂ ଏହା ଫଳରେ ସେମାନେ ଟେଲିଯୋଗାଯୋଗ ସଂପଦର ଦୁରୁପଯୋଗକୁ ରୋକିବା ସହିତ ସାଇବର ଅପରାଧ ଏବଂ ଆର୍ଥିକ ଠକେଇକୁ ରୋକିବାରେ ସହଯୋଗ କରିପାରିବେ।

ଟେଲିମାର୍କେଟିଂ ଏସଏମଏସ/ ସେଲ୍ ସମ୍ପର୍କରେ:

୧.ଟେଲି ମାର୍କେଟିଂ ପାଇଁ ମୋବାଇଲ୍ ନମ୍ବର ନିଷିଦ୍ଧ: ଟେଲି ମାର୍କେଟିଂ କାର୍ଯ୍ୟ ପାଇଁ ମୋବାଇଲ୍ ନମ୍ବର ବ୍ୟବହାର କରିବାକୁ ଅନୁମତି ଦିଆଯାଏ ନାହିଁ। ଯଦି କୌଣସି ଉପଭୋକ୍ତା ନିଜର ଟେଲିଫୋନ୍ ସଂଯୋଗକୁ ଏଭଳି ଭାବରେ ବ୍ୟବହାର କରି କୌଣସି ପ୍ରମୋସନାଲ ବାର୍ତ୍ତା ପଠାନ୍ତି, ସେମାନଙ୍କ ଟେଲି ସଂଯୋଗକୁ ପ୍ରଥମ ଅଭିଯୋଗରେ ହିଁ ବିଚ୍ଛିନ୍ନ କରାଯିବା ଯୋଗ୍ୟ ଏବଂ ସେମାନଙ୍କର ନାମ ଓ ଠିକଣା ଦୁଇବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଇପାରେ।

୨. ଟେଲିମାର୍କେଟିଂ କଲର ଚିହ୍ନଟକରଣ: ଟେଲିମାର୍କେଟିଂ କଲକୁ ସେଗୁଡ଼ିକର ପି୍ରଟେକ୍ସଟ୍ ଦ୍ୱାରା ଚିହ୍ନଟ କରାଯାଇପାରିବ: ସେଗୁଡ଼ିକ ହେଲା ୧୮୦, ୧୪୦ ଏବଂ ୧୦ ଟିକିଆ ନମ୍ବର ଟେଲିମାର୍କେଟିଂ ପାଇଁ ବ୍ୟବହାର କରିବାକୁ ଅନୁମତି ମିଳିନଥାଏ।

୩. ଠକେଇ ସମ୍ପର୍କୀତ ରିପୋର୍ଟିଂ: ସ୍ପାମ୍ ରିପୋର୍ଟ କରିବା ପାଇଁ ୧୯୦୯ ନମ୍ବରକୁ ଡାଏଲ କରିପାରିବେ କିମ୍ବା ଡିଏନଡି (ଡୁ ନଟ୍ ଡିଷ୍ଟର୍ବ) ସେବାର ବ୍ୟବହାର କରିପାରିବେ।

ଡିଓଟି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026
Latest News

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.