Categories
ଆଜିର ଖବର ଜାତୀୟ ଖବର

ରେକର୍ଡ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କଲା ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ: ୮ଟି ଏପିସୋଡରେ ପ୍ରସାରିତ ‘ପରୀକ୍ଷା ପେ ଚର୍ଚ୍ଚା (ପିସିସି)’ର ସଦ୍ୟତମ ସଂସ୍କରଣ ଡିଜିଟାଲ୍ ପ୍ଲାଟଫର୍ମରେ ବହୁ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିଛି, ଯାହାକି ଏହି କାର୍ଯ୍ୟକ୍ରମର ସଫଳତା ଯାତ୍ରାରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ କ୍ଷେତ୍ରର ସେଲିବ୍ରିଟିମାନେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‘ପରୀକ୍ଷା ପେ ଚର୍ଚ୍ଚା (ପିପିସି)’ର ଅଷ୍ଟମ ବାର୍ଷିକ ସଂସ୍କରଣର ବିଷୟବସ୍ତୁକୁ କେବଳ ଇନଷ୍ଟାଗ୍ରାମରେ ୩୦୦ ନିୟୁତରୁ ଅଧିକ ଥର ଦେଖାଯାଇଛି ଏବଂ ୧୫ ନିୟୁତ ଲୋକ ଏହା ଉପରେ ପ୍ରତିକ୍ରିୟା ରଖିଥିବା ବେଳେ ‘ଏକ୍ସ’ରେ ୩,୦୦,୦୦୦ରୁ ଅଧିକ ପୋଷ୍ଟ କରାଯାଇଛି।

ଆଜି ଏହି କାର୍ଯ୍ୟକ୍ରମର ଅନ୍ତିମ ଏପିସୋଡ୍ ପ୍ରସାରିତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ବାର୍ଷିକ କାର୍ଯ୍ୟକ୍ରମକୁ ଏକ ବଡ଼ ଟାଉନହଲରୁ ଅତି କମ୍ ଛାତ୍ରଛାତ୍ରୀଙ୍କ ସହ ଅଧିକ ନିବିଡ଼ ଏବଂ ଇଣ୍ଟରଆକ୍ଟିଭ୍ ସେଟିଂରେ ପରିଣତ କରିବା ନେଇ ଯଥେଷ୍ଟ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତନ ଏକ ପରିବର୍ତ୍ତନମୂଳକ ସଫଳତା ବୋଲି କୁହାଯାଉଛି।

ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ ଫେବ୍ରୁଆରି ୧୦ ତାରିଖରୁ ଆରମ୍ଭ ହୋଇଥିଲା, ଯେତେବେଳେ ମୋଦୀ ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ସମଗ୍ର ଦେଶର ୩୫ ଜଣ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷାର ବିଭିନ୍ନ ଦିଗ ଯଥା ପ୍ରସ୍ତୁତି, ଚାପର ମୁକାବିଲା ଏବଂ ଏପରିକି ନେତୃତ୍ୱ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଅଭିନେତ୍ରୀ ଦୀପିକା ପାଦୁକୋନ, ବକ୍ସର ଏମ୍ ସି ମେରି କମ୍ ଏବଂ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁଙ୍କ ଭଳି ବ୍ୟକ୍ତିତ୍ୱ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା ୭ଟି ଏପିସୋଡ୍ ପ୍ରସାରିତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ସେମାନେ ଉଲ୍ଲେଖ କରିଛନ୍ତି ଯେ ଏହାର ସ୍ପଷ୍ଟ ଏବଂ ଇଣ୍ଟରଆକ୍ଟିଭ ଆଭିମୁଖ୍ୟ ସମସ୍ତଙ୍କୁ ମନକୁ ଛୁଇଁଥିଲା ।

ଜଣେ ସୁତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଖୋଲା ଏବଂ ବ୍ୟବହାରିକ ଆଲୋଚନା ପାଇଁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ଏବଂ ହୃଦୟସ୍ପର୍ଶୀ ପ୍ରଶଂସା ରୁ ଜଣାପଡୁଛି ଯେ ‘ପରୀକ୍ଷା ପେ ଚର୍ଚ୍ଚା’ କିପରି ଏକ ଏକକ କାର୍ଯ୍ୟକ୍ରମରୁ ଏକ ପ୍ରକୃତ ଅନୁଷ୍ଠାନରେ ପରିଣତ ହୋଇଛି – ଏକ ପଦକ୍ଷେପ ଯେଉଁଥିରେ ପ୍ରତିବର୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉତ୍ସାହର ସହ ଅଂଶଗ୍ରହଣ କରନ୍ତି ।“ ସେଲିବ୍ରିଟିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ ଏବଂ ବାର୍ତ୍ତାଳାପର ଭିଡିଓ କ୍ଲିପ୍ କୁ ଛାତ୍ରଛାତ୍ରୀମାନେ ଖୁବ୍ ପ୍ରଶଂସା କରିଛନ୍ତି, ଯାହା କାର୍ଯ୍ୟକ୍ରମର ବ୍ୟାପକତା ଏବଂ ପ୍ରଭାବକୁ ବଢ଼ାଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ୨୦୧୮ରେ ଏକ ସରଳ ପଦକ୍ଷେପରୁ ‘ପରୀକ୍ଷା ପେ ଚର୍ଚ୍ଚା’ ଏବେ ଦେଶବ୍ୟାପୀ ଆକର୍ଷଣ ସହିତ ଏକ ପ୍ରକୃତ ପ୍ରଭାବଶାଳୀ କାର୍ଯ୍ୟରେ ପରିଣତ ହୋଇଛି ଯାହାକୁ ବର୍ଷକୁ ବର୍ଷ ଯୁବପିଢ଼ି ଅପେକ୍ଷା କରିଥାନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଆଜି ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ‘ସୁକ ଭାଇର ସୋଲେ’

ଭୁବନେଶ୍ଵର: କୌସ୍ତଭ ଡ୍ରିମ୍ ୱ।ର୍କ୍ସ ବ୍ୟାନରରେ ତିଆରି ଓଡିଆ ଫିଲ୍ମ ‘ସୁକ ଭାଇର ସୋଲେ’ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାରେ ଅଛି। ସ୍ନେହାସିସ ଦାସଙ୍କ ନିର୍ଦ୍ଦେଶନାରେ ‘ସୁକ ଭାଇର ସୋଲେ’ ରିଲିଜ୍ ହେଉଛି ଆସନ୍ତା ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ହେବ। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସୁକ ଭାଇ ଠାରୁ କାହାଣୀ ଆରମ୍ଭ ଆଉ ଶେଷ। ତାହା କେବଳ ଫିଲ୍ମ ଦେଖିଲେ ଜାଣିପାରିବେ। କାରଣ ସୁକଭାଇ ଛୋଟବେଳୁ ‘ଜୟ’ର ଜୀବନିରୁ ପ୍ରେରିତ। ତେଣୁ ସବୁବେଳେ ନିଜଭିତରେ ସେ ‘ଜୟ’କୁ ଦେଖେ ଓ ନିଜ ପରିପାର୍ଶ୍ଵକୁ ସେହି ଚରିତ୍ରର ଜୀବନୀ ପରି ଗଢିବାକୁ ଚେଷ୍ଟା କରେ।

କୌଶିକ ଦାସ ଓ ରାମ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମର ମୁଖ୍ୟ ଚରିତ୍ର ସୁକ ଭାଇ ଫିଲ୍ମ ପାଇଁ ପାଗଳ ଓ ଅମିତାଭ ବଚ୍ଚନଙ୍କ ବହୁତ ବଡ଼ ପ୍ରସଂଶକ ଓ ସେଥିପାଇଁ ନିଜେ ଅମିତାଭଙ୍କ ପାଇଁ ଆଉ ଏକ ପ୍ରକାରର ଫିଲ୍ମ ନିଜ ସାଙ୍ଗମାନଙ୍କ ସହ ମିଶି ମଧ୍ୟ ମଝିରେ ମଝିରେ ସୁଟିଂ କରେ।  ସୁକ ଭାଇ ନିଜ ଗାଁର ଜଣେ ଅଳ୍ପ ବୟସ୍କ, ବିଧବା ଲକ୍ଷ୍ମୀକୁ ଭଲ ପାଇ ବସିଛି ହେଲେ ଏହି ପ୍ରେମ ମଝିରେ ଆସିଛି ଖଳନାୟକ ରସିଦ ଖାନ୍ ଓ ସେପଟେ ସୁକ ଭାଇ ନିଜ ବାପାକୁ ହରାଇଛି।

ତେବେ ଆଗକୁ କଣ ହେବ? ସୁକ ଭାଇର ବାପାକୁ କିଏ ମାରିଲା? ସୁକ ଭାଇକୁ କ’ଣ ଲକ୍ଷ୍ମୀ ମିଳିଛି? ଏମତି ସୁବୁ ପ୍ରଶ୍ନର ଉତ୍ତର ଫିଲ୍ମ ଶେଷରେ ମିଳିବ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ସତ୍ୟରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଜୟପ୍ରକାଶ ଦାଶ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟମାନେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମିଶ୍ର ଦେଇଥିବା ବେଳେ ଗୀତଗୁଡିକ ଆମର ମ୍ୟୁଜିକ ଲେଭଲରେ ରିଲିଜ୍ ହୋଇଛି। ଫିଲ୍ମଟି ସଂପୂର୍ଣ୍ଣ ନୂଆ କନସେପ୍ଟରେ ତିଆରି। ତେଣୁ ଓଡିଆ ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପୋଷଣ କରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୁନ୍ ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ‘ସୁକ ଭାଇର ସୋଲେ’

ଭୁବନେଶ୍ଵର: କୌସ୍ତଭ ଡ୍ରିମ୍ ୱ।ର୍କ୍ସ ବ୍ୟାନରରେ ତିଆରି ଓଡିଆ ଫିଲ୍ମ ‘ସୁକ ଭାଇର ସୋଲେ’ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାରେ ଅଛି। ସ୍ନେହାସିସ ଦାସଙ୍କ ନିର୍ଦ୍ଦେଶନାରେ ‘ସୁକ ଭାଇର ସୋଲେ’ ରିଲିଜ୍ ହେଉଛି ଆସନ୍ତା ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ହେବ। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସୁକ ଭାଇ ଠାରୁ କାହାଣୀ ଆରମ୍ଭ ଆଉ ଶେଷ। ତାହା କେବଳ ଫିଲ୍ମ ଦେଖିଲେ ଜାଣିପାରିବେ। କାରଣ ସୁକଭାଇ ଛୋଟବେଳୁ ‘ଜୟ’ର ଜୀବନିରୁ ପ୍ରେରିତ। ତେଣୁ ସବୁବେଳେ ନିଜଭିତରେ ସେ ‘ଜୟ’କୁ ଦେଖେ ଓ ନିଜ ପରିପାର୍ଶ୍ଵକୁ ସେହି ଚରିତ୍ରର ଜୀବନୀ ପରି ଗଢିବାକୁ ଚେଷ୍ଟା କରେ।

କୌଶିକ ଦାସ ଓ ରାମ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମର ମୁଖ୍ୟ ଚରିତ୍ର ସୁକ ଭାଇ ଫିଲ୍ମ ପାଇଁ ପାଗଳ ଓ ଅମିତାଭ ବଚ୍ଚନଙ୍କ ବହୁତ ବଡ଼ ପ୍ରସଂଶକ ଓ ସେଥିପାଇଁ ନିଜେ ଅମିତାଭଙ୍କ ପାଇଁ ଆଉ ଏକ ପ୍ରକାରର ଫିଲ୍ମ ନିଜ ସାଙ୍ଗମାନଙ୍କ ସହ ମିଶି ମଧ୍ୟ ମଝିରେ ମଝିରେ ସୁଟିଂ କରେ।  ସୁକ ଭାଇ ନିଜ ଗାଁର ଜଣେ ଅଳ୍ପ ବୟସ୍କ, ବିଧବା ଲକ୍ଷ୍ମୀକୁ ଭଲ ପାଇ ବସିଛି ହେଲେ ଏହି ପ୍ରେମ ମଝିରେ ଆସିଛି ଖଳନାୟକ ରସିଦ ଖାନ୍ ଓ ସେପଟେ ସୁକ ଭାଇ ନିଜ ବାପାକୁ ହରାଇଛି।

ତେବେ ଆଗକୁ କଣ ହେବ? ସୁକ ଭାଇର ବାପାକୁ କିଏ ମାରିଲା? ସୁକ ଭାଇକୁ କ’ଣ ଲକ୍ଷ୍ମୀ ମିଳିଛି? ଏମତି ସୁବୁ ପ୍ରଶ୍ନର ଉତ୍ତର ଫିଲ୍ମ ଶେଷରେ ମିଳିବ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ସତ୍ୟରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଜୟପ୍ରକାଶ ଦାଶ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟମାନେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମିଶ୍ର ଦେଇଥିବା ବେଳେ ଗୀତଗୁଡିକ ଆମର ମ୍ୟୁଜିକ ଲେଭଲରେ ରିଲିଜ୍ ହୋଇଛି। ଫିଲ୍ମଟି ସଂପୂର୍ଣ୍ଣ ନୂଆ କନସେପ୍ଟରେ ତିଆରି। ତେଣୁ ଓଡିଆ ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପୋଷଣ କରିଛି।

Categories
ବିଶେଷ ଖବର

ଅଭିଯୋଗ ପରିଚାଳନା ପାଇଁ ଉଦ୍ଦିଷ୍ଟ ଡିଜିଟାଲ ପ୍ଲାଟଫର୍ମ ‘ଲୋକପାଳ ଅନ୍‌ଲାଇନ’ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଭାରତୀୟ ଲୋକପାଳର ଅଧ୍ୟକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ ଦ୍ୱାରା ଗତକାଲି ‘ଲୋକପାଳ ଅନ୍‌ଲାଇନ’ ଡିଜିଟାଲ ପୋର୍ଟାଲ ଉଦ୍‌ଘାଟିତ ହୋଇଛି। ଅଭିଯୋଗର ଉତ୍ତମ ପରିଚାଳନା ପାଇଁ ଏହି ପୋର୍ଟାଲ ଉଦ୍ଦିଷ୍ଟ। ଏହି ପୋର୍ଟାଲକୁ ଦେଶର ସବୁ ନାଗରିକ ସହଜରେ ଆକ୍‌ସେସ୍ କରିପାରିବେ ଏବଂ ଯେକୌଣସି ସ୍ଥାନରୁ ଏହା ମାଧ୍ୟମରେ ଲୋକପାଳଙ୍କ ନିକଟରେ ଅଭିଯୋଗ ଦାଏର କରାଯାଇପାରିବ। ଏହାକୁ http://lokpalonline.gov.in. ରେ ଆକ୍ସସେନ କରିହେବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଜଷ୍ଟିସ ପିନାକୀଚନ୍ଦ୍ର ଘୋଷ କହିଛନ୍ତି ଯେ, ଦେଶର ଅର୍ଥନୀତି ସାଧ୍ୟମତେ ଉତମ ପ୍ରଦର୍ଶନ କରିନ ପାରିବା ପଛରେ ଦୁର୍ନୀତି ଏକ ବଡ କାରଣ। ଏହା ମଧ୍ୟ ଗଣତନ୍ତ୍ର ଓ ଆଇନର ଶାସନକୁ ହେୟ ମନେ କରୁଛି। ସେ କହିଛନ୍ତି ଯେ ‘ଲୋକପାଳଅନ୍‌ଲାଇନ ୨୦୧୩’ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଅନୁସାରେ ସରକାରୀ କର୍ମଚାରୀଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ସମୂହର ପରିଚାଳନା ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ଡିଜିଟାଲ ସମାଧାନ ବ୍ୟବସ୍ଥା।

ଏହା ଏକ ୱେବଭିତ୍ତିକ ସୁବିଧା ଏବଂ ଏହା ମାଧ୍ୟମରେ ଅଭିଯୋଗଗୁଡିକର ଶୁଣାଣି କରି ରାୟ ପ୍ରଦାନ ତ୍ୱରିତ,ଦକ୍ଷ, ସ୍ୱଚ୍ଛ ଏବଂ ଦାୟିତ୍ୱ ସମ୍ପନ୍ନ ଭାବେ କରାଯାଇପାରିବ। ଏହା ଦ୍ୱାରା ସମ୍ପୃକ୍ତ ସମସ୍ତ ପକ୍ଷ ଉପକ୍ୟୃତ ହେବେ।

ଜଷ୍ଟିସ ଘୋଷ କହିଛନ୍ତି ଯେ ଏହି ଅନଲାଇନ ବ୍ୟବସ୍ଥା ଫଳରେ ଅଭିଯୋଗକାରୀଙ୍କର ଅଭିଯୋଗକୁ ଆରମ୍ଭରୁ ଶେଷଯାଏ ନିର୍ଭୁଲ ଓ ନିରପେକ୍ଷଭାବେ ଶୁଣାଣି କରି କମ୍ ସମୟରେ ରାୟ ପ୍ରଦାନ କରାଯାଇପାରିବ। ଏହାଫଳରେ ଅଭିଯୋଗ ସବୁର ପରିଚାଳନା, ଅନୁଧ୍ୟାନ ଏବଂ ନ୍ୟାୟପ୍ରଦାନ / କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ୱରିତ ଏବଂ ଦକ୍ଷ ହେବ।

ଲୋକପାଳର ବିଚାରବିଭାଗୀୟ ସଦସ୍ୟ ଜଷ୍ଟିସ ଅଭିଲାଷା କୁମାରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ଦେଶରୁ ଦୁର୍ନୀତି ରୂପୀବ୍ୟାଧିକୁ  ଦୂର କରି ଏକ ଦୃଢ ଓ ଭ୍ରଷ୍ଟାଚାରମୁକ୍ତ ଭାରତ ଗଠନ କରିବା ଲୋକପାଳ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି ଯେ ୨୦୧୯ ମାର୍ଚ୍ଚରେ ଜଷ୍ଟିସ ପିନାକୀଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ ହୋଇଥିଲେ। ଏକ ଅନୁଷ୍ଠାନ ଭାବେ ଲୋକପାଳ ଏବେ ମଧ୍ୟ ବୃଦ୍ଧି ଲାଭ କରୁଛି। ଲୋକପାଳ ଅନୁଷ୍ଠାନ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ଦକ୍ଷତା ଓ  ନିଷ୍ଠାକୁ ତାହାର ଆଦର୍ଶ ରୂପେ ଗ୍ରହଣ କରି ସାଧାରଣଲୋକଙ୍କ ହିତ ଉପରେ ଗୁରୁତ୍ୱ ଦେଇଛି। ସେ କହିଛନ୍ତି ଯେ ଲୋକପାଳଅନ୍‌ଲାଇନ ଅଭିଯୋଗ ପୋର୍ଟାଲ ସମ୍ପର୍କରେ ଦେଶର ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଏହାଦ୍ୱାରା ଲୋକେ ନିଜ ଘରେ ବସି ମଧ୍ୟ ଅଭିଯୋଗ କରିପାରିବେ।

“ଲୋକପାଳ’ ସଚିବ ବି.କେ ଅଗ୍ରୱାଲ କହିଥିଲେ ଯେ ଜଷ୍ଟିସ ଅଭିଳାଷା କୁମାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ପୋର୍ଟାଲର ସଫ୍ଟଓୟାର ବିକାଶ କାର୍ଯ୍ୟକୁ ତଦାରଖ କରୁଥିଲା। ଏହି ପୋର୍ଟାଲରେ ସବୁ ଅଭିଯୋଗ ପାଇଁ ଏକ ଡ୍ୟାଶବୋର୍ଡ ରହିଛି। ଗୋଟିଏ ଅଭିଯୋଗର ଜୀବନକାଳ ମଧ୍ୟରେ ତାହାର ସ୍ଥିତି କ’ଣ ସେ ବିଷୟରେ ସମ୍ପୃକ୍ତ ଅଭିଯୋଗକାରୀ ଏହି ପୋର୍ଟାଲରୁ ସୂଚନା ପାଇପାରିବେ। ଅଭିଯୋଗର ବିଭିନ୍ନ ପର୍ଯ୍ୟାୟର ସ୍ଥିତି ସମ୍ପର୍କରେ ଅଭିଯୋଗକାରୀଙ୍କ ନିକଟକୁ ଏସ୍‌ଏମ୍‌ଏସ୍ ଓ ଇମେଲ ଆଲର୍ଟ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଲୋକପାଳ କିମ୍ବା ଏହାର କୌଣସି ଶାଖା ପକ୍ଷରୁ ଯଦି ଅଭିଯୋଗ ଉପରେ କୌଣସି ନିର୍ଦ୍ଦେଶ ଦିଆଯାଇଥାଏ, ତାହାର ନକଲ ମଧ୍ୟ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି।

ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଏନ୍‌ଆଇସି କ୍ଲାଉଡରେ ଏହି ପୋର୍ଟାଲ ହଏଷ୍ଟ ହୋଇଛି ଏବଂ ଏହା ଓପନ ସୋର୍ସ ଟେକ୍‌ନୋଲୋଜି ଦ୍ୱାରା ବିକଶିତ। ଇଣ୍ଡିଆ କମ୍ପ୍ୟୁଟର ଏମରେଜେନ୍ସିଂ ରେସ୍‌ପନ୍ସ ଟିମ ମାଧ୍ୟମରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏହାର ନିରାପତ୍ତା ଦିଗକୁ ଅନୁଧ୍ୟାନ କରିବାକୁ ଅଧିକୃତ ହୋଇଛି।

ଏହି ଡିଜିଟାଲ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକୁ ନିମ୍ନରେ ଦିଆଯାଇଛି।

– ଯେକୌଣସି ସ୍ଥାନରୁ ଯେତେବେଳେ ଚାହିଁଲେ ଏହା ମାଧ୍ୟମରେ ସହଜ ଓ ସୁବିଧାରେ ଅଭିଯୋଗ ଉପସ୍ଥାପନ କରିହେବ।

– ଅଭିଯୋଗର ସ୍ଥିତି ଓ ପ୍ରତ୍ୟେକ ପର୍ଯ୍ୟାୟରେ ଭଲମନ୍ଦ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଏସଏମ୍‌ଏସ୍ ଓ ଇ-ମେଲ ଆଲର୍ଟ ମାଧ୍ୟମରେ ସୂଚନା ମିଳିପାରିବ।

– ଯେକୌଣସି ସମୟରେ ଅଭିଯୋଗକାରୀ ଏଥିରୁ ନିଜ ଅଭିଯୋଗର ସ୍ଥିତି ଜାଣିପାରିବେ।

– ‘ଲୋକପାଳଅନଲାଇନ’ ପ୍ଲାଟଫମରେ ସିଭିସି ଓ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥା ସିଧାସଳଖ ନିଜର ରିପୋର୍ଟ ଅପଲୋଡ କରିପାରିବେ।

– ତଦନ୍ତକାରୀ ସଂସ୍ଥାଙ୍କୁ ଇ-ମେଲ ଓ ଏମ୍‌ଏସ୍‌ଏସ୍ ମାଧ୍ୟମରେ ଅନୁସ୍ମାରକ (ରିମାଇଣ୍ଡର) ପଠାଇବାର ବ୍ୟବସ୍ଥା ଏଥିରେ ରହିଛି।

– ଆବଶ୍ୟକତା ଅନୁସାରେ ଏଥିରୁ ବିଶ୍ଲେଷଣାତ୍ମକ ରିପୋର୍ଟକୁ ଜେନେରେଟ କରିହେବ।

ଏଠାରେ ସ୍ମରଣଯୋଗ୍ୟ ଯେ ଭାରତୀୟ ଲୋକପାଳ ୨୦୧୩ର ଲୋକପାଳ ଓ ଲୋକାୟୁକ୍ତ ଆଇନ ଅନୁସାରେ ଗଠିତ। ସରକାରୀ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଉତ୍‌ଥାପିତ ଦୁର୍ନୀତି ଅଭିଯୋଗର ଶୁଣାଣି କରିବାର କ୍ଷମତା ଏହା ଉପରେ ନ୍ୟସ୍ତ। ତେବେ ସମ୍ପୃକ୍ତ ଅଭିଯୋଗ ସବୁ ଲୋକପାଳ ଆଇନର ପରିସରଭୁକ୍ତ କର୍ମକର୍ତ୍ତା, ଅଧିକାରୀ ଓ ବିଷୟବସ୍ତୁ ମଧ୍ୟରେ ସୀମିତ। ଏବେ ଡାକ, ଇ-ମେଲ କିମ୍ବା ବ୍ୟକ୍ତିଗତଭାବେ ହସ୍ତାନ୍ତରିତ ଅଭିଯୋଗ ସବୁର ଶୁଣାଣି ଲୋକପାଳ କରୁଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ଲୋକପାଳର ସଦସ୍ୟ ଅର୍ଚ୍ଚନା ରାମସୁନ୍ଦରମ୍ ଓ ମହେନ୍ଦ୍ର ସିଂହ, କାର୍ମିକ ଓ ତାଲିମ ବିଭାଗର ସଚିବ ପି.କେ ତ୍ରିପାଠୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର, ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଅମିତ କୁମାର, ଏନଆଇସିର ଉପ ମହାନିର୍ଦ୍ଦେଶକ ଦୀପକ ଗୋୟେଲ ତଥା ଭାରତୀୟ ଲୋକପାଳ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।