ଜୁନ୍ ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ‘ସୁକ ଭାଇର ସୋଲେ’

Published: Jun 7, 2023, 6:45 pm IST

ଭୁବନେଶ୍ଵର: କୌସ୍ତଭ ଡ୍ରିମ୍ ୱ।ର୍କ୍ସ ବ୍ୟାନରରେ ତିଆରି ଓଡିଆ ଫିଲ୍ମ ‘ସୁକ ଭାଇର ସୋଲେ’ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାରେ ଅଛି। ସ୍ନେହାସିସ ଦାସଙ୍କ ନିର୍ଦ୍ଦେଶନାରେ ‘ସୁକ ଭାଇର ସୋଲେ’ ରିଲିଜ୍ ହେଉଛି ଆସନ୍ତା ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ହେବ। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସୁକ ଭାଇ ଠାରୁ କାହାଣୀ ଆରମ୍ଭ ଆଉ ଶେଷ। ତାହା କେବଳ ଫିଲ୍ମ ଦେଖିଲେ ଜାଣିପାରିବେ। କାରଣ ସୁକଭାଇ ଛୋଟବେଳୁ ‘ଜୟ’ର ଜୀବନିରୁ ପ୍ରେରିତ। ତେଣୁ ସବୁବେଳେ ନିଜଭିତରେ ସେ ‘ଜୟ’କୁ ଦେଖେ ଓ ନିଜ ପରିପାର୍ଶ୍ଵକୁ ସେହି ଚରିତ୍ରର ଜୀବନୀ ପରି ଗଢିବାକୁ ଚେଷ୍ଟା କରେ।

କୌଶିକ ଦାସ ଓ ରାମ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମର ମୁଖ୍ୟ ଚରିତ୍ର ସୁକ ଭାଇ ଫିଲ୍ମ ପାଇଁ ପାଗଳ ଓ ଅମିତାଭ ବଚ୍ଚନଙ୍କ ବହୁତ ବଡ଼ ପ୍ରସଂଶକ ଓ ସେଥିପାଇଁ ନିଜେ ଅମିତାଭଙ୍କ ପାଇଁ ଆଉ ଏକ ପ୍ରକାରର ଫିଲ୍ମ ନିଜ ସାଙ୍ଗମାନଙ୍କ ସହ ମିଶି ମଧ୍ୟ ମଝିରେ ମଝିରେ ସୁଟିଂ କରେ।  ସୁକ ଭାଇ ନିଜ ଗାଁର ଜଣେ ଅଳ୍ପ ବୟସ୍କ, ବିଧବା ଲକ୍ଷ୍ମୀକୁ ଭଲ ପାଇ ବସିଛି ହେଲେ ଏହି ପ୍ରେମ ମଝିରେ ଆସିଛି ଖଳନାୟକ ରସିଦ ଖାନ୍ ଓ ସେପଟେ ସୁକ ଭାଇ ନିଜ ବାପାକୁ ହରାଇଛି।

ତେବେ ଆଗକୁ କଣ ହେବ? ସୁକ ଭାଇର ବାପାକୁ କିଏ ମାରିଲା? ସୁକ ଭାଇକୁ କ’ଣ ଲକ୍ଷ୍ମୀ ମିଳିଛି? ଏମତି ସୁବୁ ପ୍ରଶ୍ନର ଉତ୍ତର ଫିଲ୍ମ ଶେଷରେ ମିଳିବ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ସତ୍ୟରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଜୟପ୍ରକାଶ ଦାଶ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟମାନେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମିଶ୍ର ଦେଇଥିବା ବେଳେ ଗୀତଗୁଡିକ ଆମର ମ୍ୟୁଜିକ ଲେଭଲରେ ରିଲିଜ୍ ହୋଇଛି। ଫିଲ୍ମଟି ସଂପୂର୍ଣ୍ଣ ନୂଆ କନସେପ୍ଟରେ ତିଆରି। ତେଣୁ ଓଡିଆ ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପୋଷଣ କରିଛି।

Related posts