Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

‘ମୁଁ ନିଆଁ’ ରୁ ଆରମ୍ଭ ହେବ ଆଓ ନେକ୍ସ୍ଟ ର ଭର୍ଟିକାଲ୍ ମ୍ୟୁଜିକ୍: ଯାହାର ନାମ ରହିଛି ଆଓ ମ୍ୟୁଜିକ୍

ଭୁବନେଶ୍ଵର: ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟର ଫିଲ୍ମ ଓ ୱେବ ସିରୀଜର ସଫଳତା ପରେ ଆଓ ନେକ୍ସ୍ଟ ଟିମ୍ ଆରମ୍ଭ କରିଛି ଆଓ ମ୍ୟୁଜିକ୍ ନାମକ ଏକ ଭର୍ଟିକାଲ୍ ମ୍ୟୁଜିକ୍ ଯାହାର ଶୁଭାରମ୍ଭ ‘ମୁଁ ନିଆଁ’ ଶିର୍ଷକ ଏକ ଗୀତର ସହିତ ହେବ।

ଏହି ଗୀତ ମାଧ୍ୟମରେ ଆଓ ମ୍ୟୁଜିକ୍ ଲଞ୍ଚ କରିଛି ଅରୁନ୍ଧତୀ ଗଡନାଏକଙ୍କୁ, ଯିଏ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିୱାନେ ପରି ଜାତୀୟ ସ୍ତରର ଲୋକପ୍ରିୟ ପ୍ରତିଯୋଗିତାରେ ଭାଗ ନେଇ ନିଜର ଖ୍ୟାତି ଅର୍ଜନ କରିଛନ୍ତି। ଏହି ଗୀତଟିକୁ ରାଜା ଦି ନିର୍ଦ୍ଦେଶନା ଦେଇଛନ୍ତି ଯାହା ଆସନ୍ତି ଦୀପାବଳୀରେ ମୁକ୍ତିଲାଭ କରିବ କେବଳ ଆଓ ମ୍ୟୁଜିକ୍ ରେ ଯେଉଁଥିରେ ଆପଣ ମାନେ ଦେଖିବେ ପ୍ରଥମ ଥର ପାଇଁ ଓଡ଼ିଶାର କଳାହାଣ୍ଡି କଟାପ୍ପା ନୃତ୍ୟଶିଳ୍ପୀ, ସୁଶୀଲ ଓ ଅରୁନ୍ଧତୀଙ୍କୁ।

ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ ଓ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ପେପି ସଙ୍ଗୀତ ‘ମୁଁ ନିଆଁ’ର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଓ ସ୍ବର ଦେଇଛନ୍ତି ଅନ୍ତରା ଚକ୍ରବର୍ତୀ। ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଲୋକକଳା ଓ ପ୍ରତିଭାଙ୍କୁ ଆଗକୁ ଆଣିବାକୁ ଚେଷ୍ଟା କରିଛି ଆଓ ମ୍ୟୁଜିକ୍ ହେଉଛି ଏହାର ଆଊ ଏକ ଉଦାହରଣ।  ଆଓ ନେକ୍ସ୍ଟ ର ଏହି ପ୍ଲାଟଫର୍ମକୁ ଓଡ଼ିଶାରେ ନିଶ୍ଚିତ ଭଲ ପାଇବା ମିଳିବ ବୋଲି ଆଓ ନେକ୍ସ୍ଟ ଟିମ୍ ଆଶା ପ୍ରକାଶ କରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଓ ନେକ୍ସ୍ଟ ରେ ଏକ ନୂଆ ଅବତାରରେ ଆସୁଛି ରହସ୍ୟ ଲେଖକ ପ୍ରମୋଦ କୁମାର ପଣ୍ଡାଙ୍କ ‘ଦସ୍ୟୁ ରଞ୍ଜନ’ 

ଭୁବନେଶ୍ଵର: କିମ୍ବଦନ୍ତୀ ଓଡିଆ ରହସ୍ୟ ଲେଖକ ପ୍ରମୋଦ କୁମାର ପଣ୍ଡାଙ୍କ ‘ଦସ୍ୟୁ ରଞ୍ଜନ’ ଏକ ଗ୍ରାଫିକ୍ ଉପନ୍ୟାସ ଭାବରେ ବହୁ ପ୍ରତୀକ୍ଷିତ ଅପରାଧ ଡ୍ରାମା ଅଟେ ଯାହାର କାହାଣୀ ସବୁ ଅତ୍ୟନ୍ତ ଚିତ୍ତାକର୍ଷକ। ଉନ୍ମୋଚନ ହେବାର ୪୦ ବର୍ଷ ସତ୍ତ୍ୱେ ବି, ଏହି କାହାଣୀର ପ୍ରାସଙ୍ଗିକତା ଏବେ ବି ସମାଜରେ ଅଛି, ଯେଉଁଠାରେ ସାଧାରଣ ମଣିଷ ଅଳ୍ପ କିଛି ଶକ୍ତିଶାଳୀ ନିଷ୍ଠୁର ଲୋକଙ୍କ ହାତରେ ପଡି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଠାରେ ସନ୍ତୁଳନ ରକ୍ଷା ଓ ଶାନ୍ତି ଫେରାଇବା ପାଇଁ ଜଣେ ହିରୋ ଆବଶ୍ୟକ ଆଉ ସେହି ହିରୋ ହୋଇଛନ୍ତି ଦସ୍ୟୁ ରଞ୍ଜନ।

ତେଣୁ ଏହିପରି ଏକ ଲୋକପ୍ରିୟ ଉପନ୍ୟାସ ଓ ଏହାର ହିରୋକୁ ଏକ ଆଧୁନିକ ମୋଡ଼ ଦେବା ପାଇଁ PACAD କମିକ୍ସ ଏହି ଆଜିର ନୂତନ ପିଢୀ ଓ ଏହାର ଉଦୀୟମାନ ଧାରାକୁ ଆଖି ଆଗରେ ରଖି ଏକାଧିକ ଭାଷାରେ ଓ ଏକ ଆନ୍ତର୍ଜାତୀୟ ସ୍ତରର ଗ୍ରାଫିକ୍ ଉପନ୍ୟାସ ତିଆରି କରିବାକୁ କରିବାକୁ ଚେଷ୍ଟା କରିଛି।

ତେବେ ପୂର୍ବପରି ‘ଦସ୍ୟୁ ରଞ୍ଜନ’ ର ଚିତ୍ତାକର୍ଷକ ଦୁନିଆରେ ବୁଡ଼ିବାକୁ ପ୍ରସ୍ତୁତ ହୁଅ! କିମ୍ବଦନ୍ତୀ ଓଡିଆ ରହସ୍ୟ ଲେଖକ ପ୍ରମୋଦ କୁମାର ପଣ୍ଡାଙ୍କ ଆଇକନିକ୍ ‘ଦସ୍ୟୁ ରଞ୍ଜନ’ ସିରିଜର ଚିତ୍ତାକର୍ଷକ ଗ୍ରାଫିକ୍ ଉପନ୍ୟାସ, ଏକ କାଳଜୟୀ ଅପରାଧ ଡ୍ରାମା ଯାହା ୭୦ ଦଶକରୁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିଛି। ଏକ ବଡ ପଦକ୍ଷେପ ଗ୍ରହଣ କରି, ଆଓ ନେକ୍ସ୍ଟ , ଓଡିଶାର ନିଜସ୍ୱ ସ୍ୱଦେଶୀ ବିକଶିତ ଓଟିଟି ଏହି ଲୋକପ୍ରିୟ ଗ୍ରାଫିକ୍ ଉପନ୍ୟାସକୁ ଏକ ମୋସନ୍ କମିକ୍ସ ସିରିଜରେ ପରିଣତ କରି ଚଳିତ ମାସର ୧୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।

ରଞ୍ଜିତ ମହାନ୍ତି, ଆଓ ନେକ୍ସ୍ଟ ତରଫରୁ କହିଛନ୍ତି ଯେ, “ଭାରତୀୟ ବଜାରରେ ବ୍ୟଙ୍ଗ ଏବଂ ଗ୍ରାଫିକ୍ ଉପନ୍ୟାସ ପାଇଁ କ୍ରମାଗତ ଭାବରେ ଚାଲୁଥିଲେ ମଧ୍ୟ ଲୋକପ୍ରିୟତା ବହୁତ ବଢିଛି ଓ ଆଗକୁ ଆହୁରି ବଢିବ ପୁଣି ଏପର୍ଯ୍ୟନ୍ତ କୌଣସି ବଡ଼ ସଂସ୍ଥା ବି ନାହିଁ ଏହି କ୍ଷେତ୍ରରେ ତେଣୁ ଦୀର୍ଘକାଳୀନ ଲାଭ ପାଇଁ ଆମେ ଶୀଘ୍ର ସମସ୍ତ ସୁବିଧା ଓ ସହଯୋଗ ପାଇପାରିବା। ସମ୍ପ୍ରତି କମିକ୍ କନ୍ ଇଣ୍ଡିଆ ପରି ଚାଲିଥିବା ଲୋକପ୍ରିୟ ଇଭେଣ୍ଟ ଭାରତୀୟ ଏନିମେଶନ ଶିଳ୍ପ ଏବଂ ସହଯୋଗୀ ବାଣିଜ୍ୟ ଦ୍ରବ୍ୟ ଗୁଡିକ ଏବଂ ବିଷୟବସ୍ତୁର ଲାଇସେନ୍ସ ଅଧିକାରକୁ ଅତୁଳନୀୟ ଉତ୍ସାହିତ କରିଛି।

ଗ୍ରାଫିକ୍ ଉପନ୍ୟାସ ସହିତ, ସମସ୍ତ ବାଣିଜ୍ୟ ସାମଗ୍ରୀ ଯଥା। କଷ୍ଟମ୍ ଡିଜାଇନ୍ ହୋଇଥିବା ଭେଲୋ ସ୍ନାଇପର, ସମସ୍ତ ଆଧୁନିକ ଯୁଦ୍ଧ ଏବଂ ସୁରକ୍ଷା ବୈଶିଷ୍ଠ ସହିତ ସୁସଜ୍ଜିତ ଖେଳନା ଏବଂ ଉପହାର ସାମଗ୍ରୀ ଭାବରେ ବଜାରିତ ହେବ। ଦସ୍ୟୁଙ୍କ ହୁଡ୍ ଜ୍ୟାକେଟ୍, କଷ୍ଟମ୍ ଡିଜାଇନ୍ ହୋଇଥିବା ଲୋଗୋ ପ୍ଲେଟେଡ୍ ବେଲ୍ଟ, ଲାପଟପ୍ ସ୍କିନ୍, ମୋବାଇଲ୍ ଗାର୍ଡ ପରି ୱାର୍ଡ୍ରୋବ୍ ମଧ୍ୟ ଏହିପରି ଉଦ୍ୟମର ଅଂଶ ହେବ। ଉଦ୍ରାପୋଲିସ୍ ଏବଂ ଆର୍କା ହାଇଟ୍ସ ନାମକ ଚରିତ୍ର ଗୁଡ଼ିକ ମଧ୍ୟ ଓଡିଶାର ପ୍ରାଚୀନ ନାମରୁ ଅନୁପ୍ରାଣିତ।

ଲେଖକ ପ୍ରମୋଦ କିଶୋର ପଣ୍ଡା, ଜାତୀୟ ପୁରସ୍କୃତ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ, ଗୀତିକାର ଶଙ୍କର ପରିଡା, ସାଧନା ଫାଉଣ୍ଡେସନ ର ସମ୍ପାଦିକା ସୁଜାତା ମହାପାତ୍ର, ଆର୍ଟିଷ୍ଟ ସଞ୍ଜୟ ଭଟ୍ଟ, କ୍ଷମାକର ମାଝୀ, ସତ୍ୟ ସୁନ୍ଦର ମହାପାତ୍ର, ଦୀପ୍ତି ପଣ୍ଡା, ପ୍ରୀତି ପଣ୍ଡା ଏବଂ ସନ୍ଦୀପ ପଣ୍ଡା ଙ୍କୁ ସମ୍ବର୍ଦ୍ଧନା ଜଣା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

‘ଯାଯାବର ୨.୦’ କେବଳ ଆଓ ନେକ୍ସ୍ଟରେ ଉପଲବ୍ଧ, ଜାଗ୍ରନ୍ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ

ଭୁବନେଶ୍ଵର: ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ରେ ଉପଲବ୍ଧ ‘ଯାଯାବର ୨.୦’, ସମ୍ମାନିତ ଜାଗ୍ରନ୍ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଯେହେତୁ ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବାରେ ଲାଗିଛି, ଆଓ ନେକ୍ସ୍ଟ ପୂର୍ବ ଭାରତୀୟ ବଜାରରେ ଏକ ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ଏକ ଉପଭୋକ୍ତା-ଅନୁକୂଳ ଇଣ୍ଟରଫେସ୍, ବିଷୟବସ୍ତୁର ଏକ ବିସ୍ତୃତ ଲାଇବ୍ରେରୀ ଏବଂ ଆଞ୍ଚଳିକ ମନୋରଞ୍ଜନ ଉପରେ ଏକ ଗୁରୁତ୍ୱ ଦେଇ, ଓଟିଟି ପ୍ଲାଟଫର୍ମ ସମଗ୍ର ଅଞ୍ଚଳରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟକୁ ଜିତିପାରିଛି।

ଦୁଇଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣ ଏଥିରୁ ମୁକ୍ତି ଖୋଜେ। ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ୍ କଣ୍ଟ୍ରାକ୍ଟ କିଲର ଜଗତର ଓଡିଆ ଚଳଚ୍ଚିତ୍ର ପ୍ରତି ଏକ ଅଦ୍ଭୁତ ସଂଯୋଗ ଅଛି, ବିଶେଷ ଭାବରେ ଶ୍ରୀରାମ ପଣ୍ଡା, ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ଯିଏକି ପରେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ।

ଜଗତ, ସତ୍ୟବ୍ରତଙ୍କ ପାଇଁ ଗାଡି ଚଳାନ୍ତି। ନିଜର ଅତ୍ୟଧିକ ଦୋଷ ଅନୁଭବ କରି, ଜଗତକୁ ନିଜର ଜୀବନଭରର ସଞ୍ଚୟ ଦେଇ ତାକୁ ନିଜର ଜୀବନ ହରାଇବାକୁ ସତ୍ୟବ୍ରତ କୁହନ୍ତି, ଯେତେବେଳେ ଜଗତ୍ ପାର୍ଟ ଟାଇମ୍ ବେଶ୍ୟା, ବାର୍ ନୃତ୍ୟଶିଳ୍ପୀ ଓ ଗାୟିକା ମାନିନୀଙ୍କୁ ଭେଟିଲା ପରେ ସବୁକିଛି ବଦଳିଯାଏ। ତେବେ ଆଗକୁ କ’ଣ ହେବ ? ଏମିତି ଏକ ରହସ୍ୟରେ ଭରପୁର କାହାଣୀ ହେଉଛି ‘ଯାଯାବର ୨.୦’।

କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଯାଯାବର ୨.୦’ ର ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଂଜନ, ସୋନାଲି ସରମିଷ୍ଟା, ଚୌଧୁରୀ ବିକାଶ ଦାଶ, ସ୍ୱେତା ଆଚାର୍ଯ୍ୟ, ମାନସ ରଂଜନ ମୁଦୁଲି। ଅଭିଷେକ ଦାସ, ଅଭିଷେକ ଅଭିଷେକ ସ୍ବାଇଁ ଙ୍କ ଦ୍ବାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି: ଅଭିଷେକ ସ୍ବାଇଁ।

ଓଡିଶାର ପ୍ରଥମ ସ୍ବାଧୀନ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ, ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ ଜଣେ ଉଦ୍ୟୋଗୀ ଏବଂ ପ୍ରଯୋଜକ।  ବିଜ୍ଞାନରେ ସ୍ନାତକ ସହିତ ସେଲ୍ସ ଓ ମାର୍କେଟିଙ୍ଗ ରେ ମ୍ଯାନେଜମେନ୍ଟ ଡିଗ୍ରୀ ଲାଭ କରିଛନ୍ତି ଓ ଆଓ ନେକ୍ସ୍ଟ ପରି ଏକ ଷ୍ଟାର୍ଟଅପ୍ ରାଜ୍ୟରେ ଆରମ୍ଭ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ କହିଛନ୍ତି ଯେ, “ଆମେ ଆମ ଦର୍ଶକଙ୍କ ପାଇଁ ସର୍ବଦା ଉତ୍ସାହୀ, ଯେଉଁଥିପାଇଁ ଆମେ ଆମ ଦର୍ଶକଙ୍କ ପାଇଁ ସର୍ବଦା ଆକର୍ଷଣୀୟ ତଥା ଉଚ୍ଚକୋଟୀର ବିଷୟବସ୍ତୁ ଆଣିବାର ଲକ୍ଷ୍ୟ ଥାଉ। ଆଓ ନେକ୍ସ୍ଟ ପ୍ରତିଭାବାନ ପ୍ରଫେସନାଲମାନଙ୍କ ସହିତ ଘନିଷ୍ଠ ଭାବରେ କରୁଛି ଯାହା ଶୋ ଏବଂ ଚଳଚ୍ଚିତ୍ରର ଏକ ରୋମାଞ୍ଚକର ଲାଇନ୍ଅପ୍ ତିଆରି କରିଛି ଓ ଆମ ଦର୍ଶକଙ୍କୁ ମନୋରଞ୍ଜନ ପାଇଁ ନିଶ୍ଚୟ ଆକର୍ଷିତ କରିବ।

ଏହି ଅତୁଳନୀୟ ସତନ୍ତ୍ରତା ଗୁଡିକ ଆଓ ନେକ୍ସ୍ଟର ସ୍ଥିତିକୁ ଅଧିକ ସୁଦୃଢ କରିବା ସହ ଆଞ୍ଚଳିକ ମନୋରଞ୍ଜନ ପାଇଁ ଏକ ୱାନଗୋ-ପ୍ଲାଟଫର୍ମ ହୋଇଛି। ଯାଯାବର ୨.୦ ପଛରେ ଥିବା ପ୍ରତିଭା ଏବଂ କାହାଣୀକୁ ସ୍ୱୀକୃତି ଦେଇଥିବାରୁ ଆମେ ଜାଗ୍ରନ୍ ଚଳଚ୍ଚିତ୍ର ମହୋତ୍ସବକୁ ଅଶେଷ ଧନ୍ୟବାଦ ଦେଉଛୁ ଓ ଆମେ ସମସ୍ତ ଫିଲ୍ମ ପ୍ରେମୀ ଏବଂ ମିଡିଆ ପ୍ରଫେସନାଲମାନଙ୍କୁ ଆମନ୍ତ୍ରଣ କରୁଛୁ କି, ଆଓ ନେକ୍ସ୍ଟରେ ଏହି ଫିଲ୍ମକୁ ଉପଭୋଗ କରିବାପାଇଁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଆଜି ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ‘ସୁକ ଭାଇର ସୋଲେ’

ଭୁବନେଶ୍ଵର: କୌସ୍ତଭ ଡ୍ରିମ୍ ୱ।ର୍କ୍ସ ବ୍ୟାନରରେ ତିଆରି ଓଡିଆ ଫିଲ୍ମ ‘ସୁକ ଭାଇର ସୋଲେ’ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାରେ ଅଛି। ସ୍ନେହାସିସ ଦାସଙ୍କ ନିର୍ଦ୍ଦେଶନାରେ ‘ସୁକ ଭାଇର ସୋଲେ’ ରିଲିଜ୍ ହେଉଛି ଆସନ୍ତା ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ହେବ। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସୁକ ଭାଇ ଠାରୁ କାହାଣୀ ଆରମ୍ଭ ଆଉ ଶେଷ। ତାହା କେବଳ ଫିଲ୍ମ ଦେଖିଲେ ଜାଣିପାରିବେ। କାରଣ ସୁକଭାଇ ଛୋଟବେଳୁ ‘ଜୟ’ର ଜୀବନିରୁ ପ୍ରେରିତ। ତେଣୁ ସବୁବେଳେ ନିଜଭିତରେ ସେ ‘ଜୟ’କୁ ଦେଖେ ଓ ନିଜ ପରିପାର୍ଶ୍ଵକୁ ସେହି ଚରିତ୍ରର ଜୀବନୀ ପରି ଗଢିବାକୁ ଚେଷ୍ଟା କରେ।

କୌଶିକ ଦାସ ଓ ରାମ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମର ମୁଖ୍ୟ ଚରିତ୍ର ସୁକ ଭାଇ ଫିଲ୍ମ ପାଇଁ ପାଗଳ ଓ ଅମିତାଭ ବଚ୍ଚନଙ୍କ ବହୁତ ବଡ଼ ପ୍ରସଂଶକ ଓ ସେଥିପାଇଁ ନିଜେ ଅମିତାଭଙ୍କ ପାଇଁ ଆଉ ଏକ ପ୍ରକାରର ଫିଲ୍ମ ନିଜ ସାଙ୍ଗମାନଙ୍କ ସହ ମିଶି ମଧ୍ୟ ମଝିରେ ମଝିରେ ସୁଟିଂ କରେ।  ସୁକ ଭାଇ ନିଜ ଗାଁର ଜଣେ ଅଳ୍ପ ବୟସ୍କ, ବିଧବା ଲକ୍ଷ୍ମୀକୁ ଭଲ ପାଇ ବସିଛି ହେଲେ ଏହି ପ୍ରେମ ମଝିରେ ଆସିଛି ଖଳନାୟକ ରସିଦ ଖାନ୍ ଓ ସେପଟେ ସୁକ ଭାଇ ନିଜ ବାପାକୁ ହରାଇଛି।

ତେବେ ଆଗକୁ କଣ ହେବ? ସୁକ ଭାଇର ବାପାକୁ କିଏ ମାରିଲା? ସୁକ ଭାଇକୁ କ’ଣ ଲକ୍ଷ୍ମୀ ମିଳିଛି? ଏମତି ସୁବୁ ପ୍ରଶ୍ନର ଉତ୍ତର ଫିଲ୍ମ ଶେଷରେ ମିଳିବ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ସତ୍ୟରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଜୟପ୍ରକାଶ ଦାଶ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟମାନେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମିଶ୍ର ଦେଇଥିବା ବେଳେ ଗୀତଗୁଡିକ ଆମର ମ୍ୟୁଜିକ ଲେଭଲରେ ରିଲିଜ୍ ହୋଇଛି। ଫିଲ୍ମଟି ସଂପୂର୍ଣ୍ଣ ନୂଆ କନସେପ୍ଟରେ ତିଆରି। ତେଣୁ ଓଡିଆ ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପୋଷଣ କରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୁନ୍ ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ‘ସୁକ ଭାଇର ସୋଲେ’

ଭୁବନେଶ୍ଵର: କୌସ୍ତଭ ଡ୍ରିମ୍ ୱ।ର୍କ୍ସ ବ୍ୟାନରରେ ତିଆରି ଓଡିଆ ଫିଲ୍ମ ‘ସୁକ ଭାଇର ସୋଲେ’ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାରେ ଅଛି। ସ୍ନେହାସିସ ଦାସଙ୍କ ନିର୍ଦ୍ଦେଶନାରେ ‘ସୁକ ଭାଇର ସୋଲେ’ ରିଲିଜ୍ ହେଉଛି ଆସନ୍ତା ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ହେବ। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସୁକ ଭାଇ ଠାରୁ କାହାଣୀ ଆରମ୍ଭ ଆଉ ଶେଷ। ତାହା କେବଳ ଫିଲ୍ମ ଦେଖିଲେ ଜାଣିପାରିବେ। କାରଣ ସୁକଭାଇ ଛୋଟବେଳୁ ‘ଜୟ’ର ଜୀବନିରୁ ପ୍ରେରିତ। ତେଣୁ ସବୁବେଳେ ନିଜଭିତରେ ସେ ‘ଜୟ’କୁ ଦେଖେ ଓ ନିଜ ପରିପାର୍ଶ୍ଵକୁ ସେହି ଚରିତ୍ରର ଜୀବନୀ ପରି ଗଢିବାକୁ ଚେଷ୍ଟା କରେ।

କୌଶିକ ଦାସ ଓ ରାମ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମର ମୁଖ୍ୟ ଚରିତ୍ର ସୁକ ଭାଇ ଫିଲ୍ମ ପାଇଁ ପାଗଳ ଓ ଅମିତାଭ ବଚ୍ଚନଙ୍କ ବହୁତ ବଡ଼ ପ୍ରସଂଶକ ଓ ସେଥିପାଇଁ ନିଜେ ଅମିତାଭଙ୍କ ପାଇଁ ଆଉ ଏକ ପ୍ରକାରର ଫିଲ୍ମ ନିଜ ସାଙ୍ଗମାନଙ୍କ ସହ ମିଶି ମଧ୍ୟ ମଝିରେ ମଝିରେ ସୁଟିଂ କରେ।  ସୁକ ଭାଇ ନିଜ ଗାଁର ଜଣେ ଅଳ୍ପ ବୟସ୍କ, ବିଧବା ଲକ୍ଷ୍ମୀକୁ ଭଲ ପାଇ ବସିଛି ହେଲେ ଏହି ପ୍ରେମ ମଝିରେ ଆସିଛି ଖଳନାୟକ ରସିଦ ଖାନ୍ ଓ ସେପଟେ ସୁକ ଭାଇ ନିଜ ବାପାକୁ ହରାଇଛି।

ତେବେ ଆଗକୁ କଣ ହେବ? ସୁକ ଭାଇର ବାପାକୁ କିଏ ମାରିଲା? ସୁକ ଭାଇକୁ କ’ଣ ଲକ୍ଷ୍ମୀ ମିଳିଛି? ଏମତି ସୁବୁ ପ୍ରଶ୍ନର ଉତ୍ତର ଫିଲ୍ମ ଶେଷରେ ମିଳିବ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ସତ୍ୟରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଜୟପ୍ରକାଶ ଦାଶ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟମାନେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମିଶ୍ର ଦେଇଥିବା ବେଳେ ଗୀତଗୁଡିକ ଆମର ମ୍ୟୁଜିକ ଲେଭଲରେ ରିଲିଜ୍ ହୋଇଛି। ଫିଲ୍ମଟି ସଂପୂର୍ଣ୍ଣ ନୂଆ କନସେପ୍ଟରେ ତିଆରି। ତେଣୁ ଓଡିଆ ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପୋଷଣ କରିଛି।