Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ତିଆରି ହେଲା ସାର୍ବଜନୀନ ସେବା କେନ୍ଦ୍ର

ଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସାର୍ବଜନୀନ ସେବା କେନ୍ଦ୍ର (ସିଏସ୍‌ସି)ର ନେଟୱର୍କ ତିଆରି କରିଛନ୍ତି।

ସିଏସ୍‌ସି ପ୍ରକଳ୍ପ ଗୁଡିକରେ ନାଗରିକ ମାନଙ୍କୁ ବିଭିନ୍ନ ସରକାରଙ୍କ- ଠାରୁ –ନାଗରିକ (ଜିଟୁସି) ଏବଂ ଅନ୍ୟ ନାଗରିକ କେନ୍ଦ୍ରିତ ଇ– ସେବା ଗୁଡିକର ବିତରଣ ନିମନ୍ତେ ସାରା ଦେଶରେ ୨.୫୦ ଲକ୍ଷ ଗ୍ରାମ ପଂଚାୟତ (ଜିପି) ଗୁଡିକରେ, ପ୍ରତ୍ୟେକରେ ଅତି କମ୍‌ରେ ଏକ ସିଏସ୍‌ସି ସ୍ଥାପନା ନିମନ୍ତେ ପ୍ରକଳ୍ପ କରାଯାଇଛି। ଏହା ଏକ ଆତ୍ମ-ପରିପୋଷଣୀୟ ଉଦ୍ୟୋଗୀ ଢାଂଚା ଅଟେ, ଯାହା ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍‌ଇ) ମାନଙ୍କ ଦ୍ୱାରା ପରିଚାଳିତ ହେବ।

୨୮ ଫେବୃୟାରୀ ପର୍ଯ୍ୟନ୍ତ, ସାରା ଦେଶରେ ୪,୬୩,୭୦୫ କାର୍ଯ୍ୟକ୍ଷମ ସିଏସ୍‌ସି ରହିଛି। ପ୍ରତ୍ୟେକ ସିଏସ୍‌ସିରେ ପାଖାପାଖି ୪ ଜଣ ଲୋକ କାର୍ଯ୍ୟ କରୁଛନ୍ତି। ସେହି ଅନୁସାରେ, ପାଖାପାଖି ୧୫ ଲକ୍ଷ ବ୍ୟକ୍ତି ସାରା ଦେଶରେ ସିଏସ୍‌ସି ଗୁଡିକରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

ଏହି ସୂଚନା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଉଲ୍ଲେଖ କରିଛନ୍ତି।