Categories
ଆଜିର ଖବର ରାଜ୍ୟ ଖବର

ବୌଦ୍ଧ ଡେପୁଟି କଲେକ୍ଟର ଗିରଫ

ବୌଦ୍ଧ : ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ ।  ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଝାରସୁଗୁଡା ଟାଉନ୍‌ ଥାନା ପୋଲିସ୍‌ ଗିରଫ କରିଛି। ବିଟିଏମ୍‌ ଫାଣ୍ଡିରେ ଡେପୁଟି କଲେକ୍ଟରଙ୍କୁ ପଚରାଉଚୁରା କରାଯାଉଛି ।

ସୂଚନାଯୋଗ୍ୟ, ବୌଦ୍ଧ ଠାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଝାରସୁଗୁଡ଼ା‌ ଲହଣ୍ଡାବୁଡ଼ ନିବାସୀ ଶରତ ବାଗଙ୍କ ବିରୋଧରେ ତାଙ୍କ ପତ୍ନୀ ଡାଲିଆ ଦେବନାଥ ବିଟିଏମ ଥାନାରେ ଏଫଆଇଆର ଦାୟର କରିଥିଲେ। ସ୍ବାମୀ ଶରତ ତାଙ୍କ ପ୍ରେମିକା ଓ ଅନ୍ୟ ସମ୍ପର୍କୀୟଙ୍କ ସହ ତାଙ୍କୁ  ମାଡ଼ଧର ଓ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ  କରିଥିଲେ ।