ରେଢ଼ାଖୋଲ (କନ୍ଦର୍ପ ବେହେରା): ଶାଶୁର ତଣ୍ଟି ଚିପି ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଢ଼ାଖୋଲ ଥାନା କୁଟାସିଂହା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ଘଟଣାରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା କୁଟାସିଂହା ଗ୍ରାମର ଗଣେଶ ଦେହୁରୀଙ୍କ ପୁଅଙ୍କୁ ଅଭିଯୁକ୍ତ ବୋହୂ ଦୁଇ ବର୍ଷ ଆଗରୁ ବିବାହ କରିଥିଲେ। ଶାଶୁ ଓ ବୋହୂ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ବୋହୂ ଅଧିକାଂଶ ସମୟ ବାପ ଘରେ ଯାଇ ରହୁଥିଲା। ୧୦ଦିନ ହେଲା ଘରକୁ ବୋହୁ ଆସିଥିଲା, ଘରେ ସ୍ୱାମୀ ଏବଂ ଶ୍ୱଶୁର ନଥିବାରୁ ବିଳମ୍ବିତ ରାତିରେ ଶାଶୁ ବୋହୁ ମଧ୍ୟରେ ଝଗଡା ଲାଗିଥିଲା। କେହି ଘରେ ନଥିବାରୁ ବୋହୁ ଶାଶୁ ଲବଣିର ତଣ୍ଟିଚିପି ହତ୍ୟା କରିଥିଲା।
ଘଟଣା ସ୍ଥଳରେ ରେଢାଖୋଲ ପୋଲିସ ପହଞ୍ଚି ତଦନ୍ତ କରୁଛି। ସ୍ୱାମୀ କୃଷ୍ଣ ଚନ୍ଦ୍ର ଦେହୁରୀ ଗୁଜୁରାଟରେ କାମ କରୁଥିବା ବେଳେ ଶ୍ୱଶୁର ଗଣେଷ ଦେହୁରୀ ରାଉରକେଲାରେ କାମ କରୁଛନ୍ତି। ସ୍ୱାମୀ ଖବର ପାଇ ଆସି ଦେଖିଲା ବେଳକୁ ସ୍ତ୍ରୀ ଲବଣି ମରି ପଡ଼ିଛି। ବାରି ପଛପଟେ ପ୍ରମାଣ ନଷ୍ଟ କରିବାକୁ ଗୋଟିଏ ସାର୍ଟ ଏବଂ ବେଡିସିଟ ମାଟିରେ ପୋତା ହୋଇଛି।
ମୋନାଲିସା ତାର ଭାଇ ସିର୍ଦ୍ଧାନ୍ତ ନାଏକକୁ ଡକାଇ ମାରିଥିବା ଅଭିଯୋଗ କରିଛନ୍ତି ମୃତକର ସ୍ୱାମୀ। ପୋଲିସ ଶବ ଜବତ କରି ଏହି ଘଟଣାକୁ ନେଇ ବୋହୁ ସମେତ ତାର ଭାଇଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି।