Categories
ଜାତୀୟ ଖବର ବିଶେଷ ଖବର

ତିରୁମାଲା ତିରୂପତି ଲଡୁ ବିବାଦ, ଏସଆଇଟି ଗଠନ କରି ଯାଞ୍ଚ ପାଇଁ ସୁପ୍ରିମ କୋର୍ଟ ଦେଲେ ନିର୍ଦ୍ଦେଶ

ତିରୁମାଲା ତିରୂପତି ଲଡୁ ବିବାଦ: ତିରୁମାଲା ତିରୂପତି ମନ୍ଦିରର ପ୍ରସାଦ ଲଡୁ ପ୍ରସ୍ତୁତ କରିବାରେ ବ୍ୟବହାର ହୋଇଥିବା ଘିଅର ମାନ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ସ୍ବାଧୀନ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଏସଆଇଟିରେ ଦୁଇଜଣ ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶର ଦୁଇଜଣ ପୋଲିସ ଅଧିକାରୀ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ର ଜଣେ ବରିଷ୍ଠ ଅଧିକାରୀ ସାମିଲ ହେବେ। ସିବିଆଇ ନିର୍ଦ୍ଦେଶକଙ୍କ ଦ୍ୱାରା ଏହି ତଦାରଖ କରାଯିବ।

ଆଜି ଏହି ମାମଲାରେ ବିଭିନ୍ନ ପିଟିସନର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏହି ଅଭିଯୋଗ ଏବଂ ପ୍ରତିଅଭିଯୋଗ ପରେ ଲଡୁ ତିଆରି ଗୁଣବତ୍ତା ଉପରେ ଯାଞ୍ଚ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ହେଲେ କୋର୍ଟର ଏହି ନିଷ୍ପତ୍ତିକୁ ରାଜନୈତିକ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଏହା ନିଶ୍ଚିତ ଯେ ତିରୁମାଲା ମନ୍ଦିର କୋଟି କୋଟି ଭକ୍ତଙ୍କ ଭାବନାକୁ ଅନୁଭବକୁ ଦୃଷ୍ଟିରେ ରଖି ଏହି ଆଦେଶ ଦିଆଯାଇଛି।

ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ, ରାଜ୍ୟସଭା ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ତିରୁମାଲା ତିରୁପତି ଦେବସ୍ଥାନମ୍, ୟେଭି ସୁବା ରେଡ୍ଡୀ ଏବଂ ଐତିହାସିକ ବିକ୍ରମ ସମ୍ପଥଙ୍କ ସହ ଆଧ୍ୟାତ୍ମିକ ବକ୍ତା ଦୁଶ୍ମନ୍ତ ଶ୍ରୀଧରଙ୍କ ଦ୍ବାରା ଦାଖଲ ହୋଇଥିବା ବିଭିନ୍ନ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ।

ଏହାପୂର୍ବରୁ ସୋମବାର ଦିନ ହୋଇଥିବା ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରମାଣ ବିନା ପ୍ରସାଦ ଲଡୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ଘିଅ ବ୍ୟବହାର କରିଥିବା ଅଭିଯୋଗ ନେଇ କୋର୍ଟ ପଚରାଉଚରା କରିଥିଲେ।

ଗତ ମାସର ୧୮ ତାରିଖ ଦିନ ଶ୍ରୀ ନାଇଡୁ ଅଭିଯୋଗ କରିଥିଲେ ଯେ ପୂର୍ବର  ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ସମୟରେ ତିରୁପତି ଲଡୁ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ଏହା ଏକ ପ୍ରମୁଖ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।