Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ପରିମଳ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହରିୟାଣାର ନୁହସ୍ଥିତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେଉଁଥିରେ ୬ ପରିମଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଜିଲ୍ଲାରେ ଘଟିଥିବା ଏହି ଦୁଃଖଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଫିରୋଜପୁର ଝିରକା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଇବ୍ରାହିମବାସ ଗ୍ରାମ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଗାଡିଟି ପରିମଳ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ୬ ପରିମଳ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ରୋଚକ କାହାଣୀ: ରାସ୍ତା ନିର୍ମାଣ ଲାଗି ଶ୍ୱଶୁର ଘରେ ମଧ୍ୟ ଚଳାଇଥିଲେ ବୁଲଡୋଜର

ନୂଆଦିଲ୍ଲୀ: ନିଜର କାର୍ଯ୍ୟ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଚର୍ଚ୍ଚାରେ ଅଛନ୍ତି। ଗଡକରୀ ଗତକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ସମୀକ୍ଷା କରି ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ଅଧିକାରୀମାନଙ୍କୁ ତାଗିଦ କରିବା ସହ ଏକ ରୋଚକ କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ମୁଁ ଥରେ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁର ଘରେ ବୁଲଡୋଜର ଚଳାଇଥିଲି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି, “ଯେତେବେଳେ ମୁଁ ନବ ବିବାହିତ ଥିଲି, ସେତେବେଳେ ମୋ ଶ୍ୱଶୁରଙ୍କ ଘର ରାସ୍ତା ମଝିରେ ଆସୁଥିଲା। ମୁଁ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘରେ ବୁଲଡୋଜର ଚଲାଇ ରାସ୍ତା ନିର୍ମାଣ କରିଥିଲି।

ଏକ ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି, ଯଦି ଆପଣ ଭଲ ସେବା ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ କିଛି ଅର୍ଥ ଦେବାକୁ ପଡିବ। ଯଦି ଆପଣ ଏକ ଶୀତତାପ ନିୟନ୍ତ୍ରିତ ହଲରେ ଏକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଭଡା ଦେବାକୁ ପଡିବ। ଅନ୍ୟଥା, ଆପଣ ଖୋଲା ପଡ଼ିଆରେ ମଧ୍ୟ ବିବାହର ଆୟୋଜନ କରିପାରିବେ। ”

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡିଏମଇ) ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ୨୪ ଘଣ୍ଟାରୁ ୧୨ ଘଣ୍ଟାକୁ ହ୍ରାସ କରିବ। ଏହି ଆଠ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଦେଇ ଯିବ।

ଜାତୀୟ ରାଜଧାନୀ-ଦିଲ୍ଲୀରେ ଟ୍ରାଫିକ ଜାମ୍ ଏବଂ ବାୟୁ ପ୍ରଦୂଷଣ ସମସ୍ୟାକୁ ହ୍ରାସ କରିବା ପାଇଁ ସଡକ ମନ୍ତ୍ରଣାଳୟ ୫୩ ହଜାର କୋଟି ଟଙ୍କା ମୂଲ୍ୟର ୧୫ ଟି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି ବୋଲି ଗଡକରୀ ସୂଚନା ଦେଇଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଶର ଦୀର୍ଘତମ ଏକ୍ସପ୍ରେସୱେ ହେବ। ଏକ୍ସପ୍ରେସୱେରେ ଯାନବାହନ ପାଇଁ ସର୍ବନିମ୍ନ ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ହେବ। ସଡକ ମନ୍ତ୍ରଣାଳୟ ଏହାକୁ ଘଣ୍ଟା ପ୍ରତି ୧୨୦ କିଲୋମିଟରକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି।