Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ପୁରୀରେ କରିବେ ରୋଡ ସୋ

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମାରାଥନ ପ୍ରଚାର କରିବେ। ସେ ଆଜି ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମେ ସେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବ। ସେଠାରୁ ସେ ପୁରୀ ତାଳବଣିଆ, ପରେ କଟକ ଅଭିମୁଖେ ଯାଇ ପ୍ରଚାର କରିବେ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭଦ୍ରକ ଓ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଦମଦାର ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଏବଂ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।

ଭଦ୍ରକ ଇଡକୋ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଜନତାଙ୍କ ବିପୁଳ ଉତ୍ସାହ ଦେଖି ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି? ଉତ୍ସାହିତ ଜନତା ଭାବବିହ୍ବଳ ହୋଇ କରତାଳି ଦେଇ ‘ହଁ’ ଧ୍ବନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ବିରୋଧୀ ଦଳ ନେତା ମାନେ ମିଛ କଥା କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ସେମାନଙ୍କ ପ୍ରତି ସତର୍କ ହୋଇ ରୁହନ୍ତୁ।

ମୁଖ୍ୟମନ୍ତ୍ରୀ BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, ୫ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, ଚାଷୀଙ୍କ ପାଇଁ କାଳିଆ, ମଧୁବାବୁ ପେନ୍‌ସନ ଓ ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଲୋକମାନଙ୍କ ଠାରୁ ମତାମତ ନେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଜୁଲାଇ ମାସରୁ ବିଜୁଳି ବିଲ୍‌ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ବିଜୁଳି ମାଗଣାରେ ଦେବେ। ଏଥିରେ ଆପଣମାନେ ଖୁସି ତ ବୋଲି ଲୋକଙ୍କୁ ପଚାରିଥିଲେ। ସମବେତ ଜନତା ଉଚ୍ଚସ୍ବରରେ ହଁ ଭରିଥିଲେ ।

ପୁରୀ ଶ୍ରୀମନ୍ଦିର କାମ ଓ ମା ସମଲେଇଙ୍କ ପ୍ରକଳ୍ପ କାମ କିଭଳି ଲାଗୁଛି ବୋଲି ଲୋକଙ୍କ ମତ ନେଇଥିଲେ ମୁଖ୍ୟମନ୍ତ୍ରୀ। ଶେଷରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇ କହିଥିଲେ ଯେ ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା, ସ୍ନେହ ଓ ଜୋସ୍‌ ଦେଖି ବିରୋଧୀ ଦଳର ନିଦ ହଜିଗଲାଣି ।

ଏବେ ନିର୍ବାଚନ ସମୟରେ ଆସାମ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଏଠାକୁ ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ। ତାହେଲେ ସେମାନେ ତାଙ୍କ ରାଜ୍ୟକୁ କଣ କରିବେ? ସାରା ଭାରତବର୍ଷ ଜାଣିଛି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ କିଏ। ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିଁ ଓଡିଶାକୁ ଏକ ନମ୍ବର କରିବେ ବୋଲି ସେ କହିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଏହା ସାରା ଓଡିଶାବାସୀ ଜାଣିଛନ୍ତି।

ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ। ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ BSKYରେ ସାମିଲ ହେବେ। ସମସ୍ତଙ୍କୁ ମିଳିବ BSKY ନବୀନ କାର୍ଡ। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା।

ସେ ଆହୁରି ମଧ୍ୟ କହିଥିଲେ ଯେ ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବାକୁ। ଆପଣମାନେ ବିପୁଳ ସଂଖ୍ୟାରେ ତାଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ମଜବୁତ ହେବ ଓ ସେ ଆହୁରି ସଶକ୍ତ ହେବେ। ୯୦ ପ୍ରତିଶତ ଭୋଟ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉପସ୍ଥିତ ଜନତା ପ୍ରତିଶୃତି ଦେଇଥିଲେ ।

ଭଦ୍ରକ ଅଞ୍ଚଳର ବିକାଶର ହିସାବ ଦେଇ ସେ କହିଲେ ଯେ ଭଦ୍ରକ ରିଙ୍ଗ ରୋଡ ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ମଞ୍ଜୁର କରିଛନ୍ତି ଓ ଭଦ୍ରକାଳୀ ମନ୍ଦିର ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସିମୁଳିଆ ବିଧାୟକ ପ୍ରାର୍ଥୀ ସୁଭାଶିନୀ ସାହୁ, ଧାମନଗର ବିଧାୟକ ପ୍ରାର୍ଥୀ ସଂଞ୍ଜୟ କୁମାର ଦାସ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ସୋରର ବିଧାୟକ ପ୍ରାର୍ଥୀ ମାଧବ ଧଡା ପ୍ରମୁଖ ନିଜ ନିଜର ଅଭିଭାଷଣରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଓଡିଶାର ବିକାଶ ରଥକୁ ଆହୁରି ଗତିଶୀଳ କରିବା ପାଇଁ ଅନୁରୋଧ କରିଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ବର/ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି । ଏହି ସବୁ ସ୍ଥାନରେ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ ।

ବିଜୁ ଜନତା ଦଳର ସମ୍ୱଲପୁର ଓ ଢେଙ୍କାନାଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ଥିଲେ ଏସବୁ ଯୋଜନା ଭଲ କି ? ଜନତାଙ୍କ ସମୂହ ଉତ୍ତର ଥିଲା ‘ହଁ’ । ଯେତେବେଳେ ସେ ପଚାରିଲେ ନବୀନ ପଟ୍ଟନାୟକ ଭଲ କି ? ‘ହଁ’ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା ସଭାସ୍ଥଳ ।

ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଜୁଲାଇରୁ ଆଉ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ। ଆପଣମାନେ ଖୁସି ତ ? ତା’ପରେ ସେ ପୁଣି କହିଲେ ମା ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ ହେଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଜନତା ଉତ୍ତର ଦେଲେ। କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ପ୍ୟାକେଜ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ବିଜେପିର ସମସ୍ତେ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ସେମାନେ ପ୍ରଥମେ ଆଗେ ତାଙ୍କ ପାର୍ଲାମେଣ୍ଟାରି ପାର୍ଟିର ବୈଠକ କରି ନିଷ୍ପତ୍ତି କରନ୍ତୁ – କେଉଁ ରାଜ୍ୟକୁ ଏକ ନମ୍ୱର କରିବେ ? ତା’ପରେ ଓଡ଼ିଶା ଆସି ଆମର ଏକ ନମ୍ୱର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ତେଣୁ ସେମାନେ କୁହନ୍ତୁ, ତାଙ୍କ ରାଜ୍ୟକୁ କ’ଣ କରିବେ ? କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ କହୁଛନ୍ତି, କର୍ଣ୍ଣାଟକକୁ, ତେଲେଙ୍ଗାନାକୁ ଏକ ନମ୍ୱର କରିବେ । କିନ୍ତୁ ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ?

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ଭଲପାଇବା ଓ ଜୋସ୍‍ ଦେଖି ଏ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଡରିକି ନିଜକୁ ସମ୍ବଲପୁରକୁ କୋରିଅର କରିଦେଲେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ତା’ପରେ ସେ କହିଥିଲେ ଯେ ଓଡ଼ିଶା ୧ ନମ୍ବର ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସହଯୋଗରେ ଓଡ଼ିଶାକୁ ଏକ ନମ୍ୱର କରିବେ। ଯେଉଁ ରାଜ୍ୟମାନଙ୍କରେ ଡବଲ ଇଞ୍ଜିନ ଚାଲୁଥିଲା । ସବୁ ବନ୍ଦ ହୋଇଗଲାଣି।

ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‍ ଛାଡ୍‍, ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ। ଜୁଲାଇରୁ ବିଜୁଳି ବିଲ ଆସିବନାହିଁ, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ନବୀନ ବାବୁଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ଲାଗିଲାଣି। କହୁଛନ୍ତି, ସୋଲାର ପ୍ୟାନେଲ ବସାଇ ମାଗଣା ବିଜୁଳି ଦେବେ। ଏଥିପାଇଁ ଆପଣମାନଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବିଜେପି ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି।

ତା’ପରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ। ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ୬୦ ବର୍ଷରେ ଭତ୍ତା ବ୍ୟବସ୍ଥା ହେବ। ଏହି ତିନୋଟି ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି। ଏହାକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।

ଏହାପରେ ସେ ପଚାରିଥିଲେ କେନ୍ଦୁପତ୍ର ତୋଳାଳୀଙ୍କ ବୋନସ୍‍ କିଏ ଡବଲ କରିଛନ୍ତି ? ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିପୀଠ ଓ ଜନ୍ମସ୍ଥାନର କିଏ ରୂପାନ୍ତରଣ କରିଛନ୍ତି ? ରେଢ଼ାଖୋଲରେ ବ୍ୟାପକ ଜଳସେଚନର ସୁବିଧା କିଏ କରିଛନ୍ତି ? ପାଣ୍ଡିଆନଙ୍କ ପ୍ରଶ୍ନରେ ଲୋକଙ୍କ ଠାରୁ ଉତ୍ତର ଆସିଥିଲା ‘ମୁଖ୍ୟମନ୍ତ୍ରୀ’ ଓ ମୁଖ୍ୟମନ୍ତ୍ରୀ। ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିପୁଳ ଜନ ସମାବେଶ ଦେଖି ବିରୋଧୀଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଗଲାଣି । ତେଣୁ ବାହାରୁ ଆସି ସେମାନଙକ ନେତାମାନେ ନବୀନ ବାବୁଙ୍କୁ ଅସମ୍ମାନିତ କରୁଛନ୍ତି । ଆପଣମାନେ ସେହିବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ ।

ସମ୍ୱଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ ଗୋଟିଏ ପଟେ ବିରୋଧୀଙ୍କ ମିଥ୍ୟା ପ୍ରଚାର ଚାଲିଛି, ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଲୋକମତକୁ ସମ୍ମାନ ଦେଇ କାମ କରିବାର ଚିନ୍ତାଧାରା । ଏବେ ସମୟ ଆସିଛି ବିଚାର କରିବା ପାଇଁ, ଆମେ କାହାକୁ ବାଛିବା।

କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ, ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ କୁମାର ପାଳ, ଢେଙ୍କାନାଳ ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲୀକ, ପରଜଙ୍ଗ ବିଧାୟକ ପ୍ରାର୍ଥୀ ଡଃ ନୃସିଂହ ସାହୁ ଏବଂ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ପ୍ରମୁଖ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କରି ସେମାନଙ୍କ ଅଭିଭାଷଣ ରଖିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ବିଜେପି ସରକାର ଗଠନ କରିବା ପ୍ରଶ୍ନରେ ନବୀନ ଦେଲେ ମଜଦାର ଉତ୍ତର, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାର ନିର୍ବାଚନ ପ୍ରଚାରରେ କହିଛନ୍ତି ଯେ ଏଥର ବିଜେପି ଓଡିଶାରେ ସରକାର ଗଠନ କରିବ। ସେତିକି ନୁହେଁ ସେ ବ୍ରହ୍ମପୁର ସଭାରେ କେଉଁଦିନ ବିଜେପି ଶପଥ ନେବ ତାହା ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ତାହା ଘୋଷଣା ହେବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ।

ବିଜେପିର ଏପରି ଦମ୍ଭୋକ୍ତି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଲେ ତାହା ବେଶ ମଜଦାର। ଆକାଶ ମାର୍ଗରେ ନବୀନଙ୍କୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ପ୍ରଶ୍ନ କଲେ। ପଚାରିଲେ ସାରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ସେମାନେ କହୁଛନ୍ତି। ଏହାର ଉତ୍ତରେ ନବୀନ ପଟ୍ଟନାୟକ କହିଲେ ଯେ, ସେମାନେ ବହୁ ଦିନ ହେଲା ଦିନରେ ସ୍ବପ୍ନ ଦେଖୁଛନ୍ତି। ଏହି ଉତ୍ତରକୁ ନେଇ ରାଜ୍ୟ ରଜାନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀ କଲେ ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର କରି ରାଜନୀତିର ପରିଭାଷାକୁ ମାର୍ଜିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ଭିତରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେମାନେ ସମସ୍ତେ ବିଭୋର ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶାନ୍ତ, ସରଳ ‘ପ୍ରଶ୍ନୋତ୍ତର’ ପ୍ରଚାର ଷ୍ଟାଇଲ ଲୋକଙ୍କ ଭିତରେ ବେଶ ଆଦୃତି ଲାଭ କରିଥିଲା। ରାଜ୍ୟ ସରକାରଙ୍କ ସବୁ ପ୍ରମୁଖ ଯୋଜନାର ନା ଧରି ମୁଖ୍ୟମନ୍ତ୍ରୀ ପଚାରିଲେ ଏ ସବୁ ଭଲ କାମ କରୁଛି ତ? ମୁଖ୍ୟମନ୍ତ୍ରୀ ପ୍ରଥମେ ଖରା ଓ ଗରମରେ ଲୋକମାନେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ, ତାପରେ ପଚାରିଥିଲେ ‘ଆପଣମାନେ ଭଲ ଅଛନ୍ତି ତ?’। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ କାମ କରୁଛି ତ?’। ମମତା ଯୋଜନା, ଲକ୍ଷ୍ମୀ ବସ୍‌, ମଧୁବାବୁ ପେନ୍‌ସନ୍‌, କାଳିଆ ଯୋଜନା, ମିଶନ ଶକ୍ତି ଆଦି ସବୁ ଯୋଜନା ଭଲ କାମ କରୁଛି ତ?

ସବୁର ଉତ୍ତର ଥିଲା ‘ହଁ’ ।

ଶେଷରେ ସେ ପଚାରିଥିଲେ ‘ନବୀନ ପଟ୍ଟନାୟକ ଭଲ ତ?’ ଏହାପରେ ସମବେତ ଜନତା ବିପୁଳ ଉତ୍ସାହରେ ଠିଆ ହୋଇ ‘ହଁ’ ଶବ୍ଦ ଧ୍ୱନି ସହିତ କରତାଳି ଦେଇଥିଲେ।

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜେପି ଦଳର ଯଦି ସତ୍‌ ସାହସ ଅଛି, ତାହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କରନ୍ତୁ । ସେ ପୁଣି କହିଥିଲେ ଯେ ଯଦି କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରନ୍ତି, ତାହେଲେ ୧୦ ପ୍ରତିଶତ ସିଟ୍‌ ମଧ୍ୟ ପାଇବେ ନାହିଁ।

ବିଜେପି ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ପାଣ୍ଡିଆନ କହିଲେ ଯେ ବର୍ଷକୁ ୨ କୋଟି ଚାକିରୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶୃତି ଦେଇଥିଲେ। ଦଶ ବର୍ଷରେ ୨୦ କୋଟି ନିଯୁକ୍ତି ମିଳିବା କଥା । ସେହି ହିସାବରେ ଓଡିଶାରେ ୮୦ ଲକ୍ଷ ଚାକିରୀ ମିଳିବା କଥା। କୁଆଡେ ଗଲା ସେ ଚାକିରୀ ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ସେ କହିଥିଲେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଓଡିଶାରେ ବେକାରୀ ସମସ୍ୟା ସବୁଠୁ କମ୍‌ ରହିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡିଶାରେ ବେକାରୀ କମ୍।

ରାୟଗଡାରେ ଲୋକସଭା ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକା କହିଥିଲେ ଯେ ନବୀନ ବାବୁ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। 5T ଗ୍ୟାରେଣ୍ଟି ହେଉଛି ସବଠୁ ବଡ ଗ୍ୟାରେଣ୍ଟି। ସେ କହିଥିଲେ ଯେ ନବୀନ ପଟ୍ଟନାୟକ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଅଛନ୍ତି ଏବଂ ଓଡିଶାବାସୀ ତାଙ୍କ ହୃଦୟରେ ଅଛନ୍ତି।

ପାରଳାଖେମୁଣ୍ଡିରେ ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଓଡିଶାର ସବୁ ପରିବାର ପାଖରେ ପହଞ୍ଚିଛି। ବିରୋଧୀ ଦଳ ଯଦି କ୍ଷମତାକୁ ଆସେ ତାହେଲେ ଏସବୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରାମ ବନ୍ଦ କରିଦେବେ। ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ନୂଆ ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।

ରାୟଗଡାରେ ବିଧାୟକ ପ୍ରାର୍ଥୀ ଅନସୂୟା ମାଝୀ, ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା, ଗୁଣୁପୁରରେ ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗୋ ଏବଂ ପାରଳାଖେମୁଣ୍ଡିରେ ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ମୋହନାରେ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ BJD ସପକ୍ଷରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଶାଳ ଜନସମୁଦ୍ର ମଧ୍ୟରେ କୋରାପୁଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ପ୍ରଚାର

ଭୁବନେଶ୍ବର: ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି।

ପ୍ରଚାରରେ ଲମ୍ବା ଲମ୍ବା ଭାଷଣ ନ ଥିଲା, କି କାହାକୁ କଟୁ ସମାଲୋଚନା ନ ଥିଲା । ବ୍ୟକ୍ତିଗତ ଆରୋପ ଓ ଆକ୍ଷେପର ପ୍ରଶ୍ନ ଉଠୁ ନ ଥିଲା । ଏହା ହେଉଛି ନବୀନଙ୍କ USP. କଥା କମ୍‌, କାମ ବେଶି ହେଉଛି ତାଙ୍କର ନିଜସ୍ବ ଷ୍ଟାଇଲ। ଆଜି ସେହି ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ମିନିଟ୍‌ରେ ତାଙ୍କର ପ୍ରଚାର ଶେଷ କରିଥିଲେ। ଲୋକଙ୍କୁ କାମର ହିସାବ ଦେଲେ ଓ ମତାମତ ଲୋଡିଲେ।

ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରତି ପ୍ରଶ୍ନରେ ଜନତାଙ୍କ ଉତ୍ତର ହଁ ବହୁତ ଭଲ ଚାଲିଛିରେ ସଭାସ୍ଥଳୀ ପ୍ରତିଧ୍ବନିତ ହୋଇଥିଲା । ସମସ୍ତେ ବହୁତ ଖୁସି ଓ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସେମାନଙ୍କର ଆନନ୍ଦ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ଏ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ମୃଦୁ ସମାଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମାନେ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ ।

ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ ପଚାରିଥିଲେ କୋରାପୁଟ ମେଡିକାଲ କଲେଜ କିଏ କରିଛି । ଗୁପ୍ତେଶ୍ବର ମନ୍ଦିର ରୂପାନ୍ତର କିଏ କରିଛି। କୋରାପୁଟ ଜଗନ୍ନାଥ ମନ୍ଦିରର ରୂପାନ୍ତର କିଏ କରିଛି । କୋରାପୁଟରେ ଚର୍ଚ୍ଚର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି। ସବୁର ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ। ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ ।

ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା କହିଥିଲେ ଯେ ବିଜୁ ବାବୁ ମା’ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାକୁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନ ହୋଇ ସବୁ ବର୍ଗର ସଶକ୍ତି କରଣ କରୁଛି ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନି, ପଟାଙ୍ଗୀ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ, ଜୟପୁର ବିଧାନସଭା ପ୍ରାର୍ଥୀ ଇନ୍ଦିରା ନନ୍ଦ ଓ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପଡ଼ାଲ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ନିର୍ବାଚନ ପ୍ରଚାରରେ ପାରଳାଖେମୁଣ୍ଡି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ପାରଳାଖେମୁଣ୍ଡି ଗସ୍ତରେ ଯିବେ। ସେ ଗଜପତି ଷ୍ଟାଣ୍ଡିୟମରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧୀତ କରିବେ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ 5ଟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବେ। ସେଠାରେ ଉଦବୋଧନ ଦେଇ ଅପରାହ୍ନ 5 ଟା 50 ରେ ଭୁବନେଶ୍ବର ଫେରି ଆସିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଜପତି ବିଜେଡି ବେଶ ଚଳଚଞ୍ଚଳ ହୋଇ ଉଠିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଦଳ ବଡ ପ୍ରସ୍ତୁତି କରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପ୍ରଚାର କରିବେ।  ସେଥିପାଇଁ ବିଜୁ ଜନତା ଦଳ ତରଫରୁ ଜୋରଜାର ପ୍ରସ୍ତୁତି କରିଛି।

ଏହି ପ୍ରଚାର ବେଳେ ନବୀନ ଆସ୍କା ଓ ବ୍ରହ୍ମପୁର ଲୋକସଭା ଏବଂ ଏହାର ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ ଆସନ୍ତାକାଲି ରାୟଗଡାରେ ପ୍ରଚାର କରିବେ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଏବଂ ଏହା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ହାତରେ ଯୋଡି ଶଙ୍ଖ ଧରି ଡିଜିଟାଲ ପ୍ରଚାର ଆରମ୍ଭ କଲେ ନବୀନ ଏବଂ ପାଣ୍ଡିଆନ

ଭୁବନେଶ୍ବର: ଏଥର ଯୋଡି ଶଙ୍ଖ। ଗୋଟିଏ ଏମପି ପାଇଁ ଗୋଟିଏ ଏମଏଲଏ ପାଇଁ। ଆପଣମାନେ ଆର୍ଶିବାଦ କରନ୍ତୁ। ଧନ୍ୟବାଦ। ଏହା କହି ହାତରେ ଧରିଥିବା ଦୁଇଟି ଶଙ୍ଖ ଚିତ୍ରକୁ ଉପରକୁ ଟେକି ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଖେଇ ଆସିବା ଏବଂ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ ନବୀନ ଡିଜିଟାଲ ପ୍ରଚାର ଆରମ୍ଭ କରିଦେଲେଣି।

ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବୀନଙ୍କ ସ୍ବର ସହିତ ସ୍ବର ମିଳାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେ ପ୍ରଥମେ ଜୟ ଜଗନ୍ନାଥ କହିଛନ୍ତି। ଏହାପରେ ସେ କହୁଛନ୍ତି ଯେ, ଆସନ୍ତା 24 ତାରିଖରେ ନବୀନବାବୁ ପ୍ରଚାରରେ ହିଞ୍ଜିଳି ଆସୁଛନ୍ତି। ଏଥର ଯୋଡି ଶଙ୍ଖ, ଥରେ ଏମପି ପାଇଁ ଥରେ ଏମଏଲଏ ପାଇଁ, ଆର୍ଶିବାଦ କରନ୍ତୁ।

ଆସନ୍ତାକାଲି ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକୁ ପ୍ରଚାର କରିବାକୁ ଯିବେ। ସେଠାରେ ସେ ଏକ ବଡ ଜନସମାବେଶକୁ ସମ୍ବୋଧନ କରିବେ। ସେଠାରେ ସେ ନିଜ ନିର୍ବାଚନ ମଣ୍ଡଳି ସହିତ ଆସ୍କା ଲୋକସଭା ଏବଂ ଏହା ଅଧିନରେ ଥିବା ସମସ୍ତ ବିଧାନସଭା ପାଇଁ ପ୍ରଚାର କରିବେ। ଏହାପରେ ନବୀନ 25 ତାରିଖରେ ଜୟପୁର ଯିବେ। ସେଠାରେ ମଧ୍ୟ କୋରାପୁଟ ଏବଂ ଏହା ଅଧିନରେ ଥିବା ସମସ୍ତ ବିଧାନସଭା ପାଇଁ ପ୍ରଚାର କରିବେ।

ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ କୋରାପୁଟ, ନବରଂଗପୁର, ବ୍ରହ୍ଣପୁର ଏବଂ ଆସ୍କା ଲୋକସଭା ପାଇଁ ନିର୍ବାଚନ ହେବ। ସେଥିପାଇଁ ନବୀନ ପ୍ରଥମେ ଏହି ନିର୍ବାଚନ ମଣ୍ଡଳିଗୁଡିକରେ ପ୍ରଚାର ଶେଷ କରିଦେବେ। ସେଥିପାଇଁ ବିଜେଡି ପକ୍ଷରୁ ବଡ ପ୍ରସ୍ତୁତି କରାଯାଇଛି। ଦଳ ଏଥର କ୍ଷେତ୍ରୀୟ ପ୍ରଚାର ସହିଚ ଡିଜିଟାଲ ପ୍ରଚାର ପାଇଁ ପଦକ୍ଷେପ ଆରମ୍ଭ କରିଛି।