Categories
ଆଜିର ଖବର

ନିର୍ବାଚନ ବିଗୁଲ୍‌ ବାଜିବା ପରେ ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼

ନିର୍ବାଚନୀ ବିଗୁଲ ବାଜିବା ପରେ ବିଜେଡ଼ିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ତାରିଖକୁ ସ୍ବାଗତ କରିବା ସହିତ ବହୁତ ଶୀଘ୍ର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ଟିକେଟ୍ ପାଇଁ ଆଶାୟୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ନୀବନଙ୍କୁ ଭେଟିଛନ୍ତି ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ,  ପ୍ରଭାସ ସିଂ, ରୀତା ତରାଇ, ଅର୍କକେଶରୀ ଦେଓ ଓ ଶ୍ରୀମୟୀ ମିଶ୍ର ପ୍ରମୁଖ । ତେବେ ବିଜେଡ଼ିର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କର ନଜର ରହିଛି । ବିଜେଡ଼ିର ବହୁ ପୁରୁଣା ସଦସ୍ୟ ହାତ ଛାଡ଼ିଥିବାବେଳେ ବହୁ ନୂଆ ତଥା ପୁରୁଣା ସହଯୋଗୀ ବିଜେଡ଼ିରେ ଯୋଗଦେଇଛନ୍ତି । ନିକଟରେ କଂଗ୍ରେସର ନବ ଦାଶ ଓ ଯୋଗେଶ ସିଂ, ସୁନିତା ବିଶ୍ବାଳ ପ୍ରମୁଖ ବିଜେଡ଼ିରେ ଯୋଗଦାନ କରିଥିବାବେଳେ ବିଜେଡ଼ିର ବୈଜୟନ୍ତ ପଣ୍ଡା, ଦାମ ରାଉତ ପ୍ରମୁଖ ବିଜେଡ଼ି ଛାଡ଼ି ବିଜେଡ଼ିକୁ କଡା ଟକ୍କର ଦେବାକୁ ଯୋଜନା କରୁଛନ୍ତି ।