Categories
ଆଜିର ଖବର ଜାତୀୟ ଖବର

ଶ୍ରୀନଗରର ଡାଲ ହ୍ରଦରେ ଯୋଗ ପ୍ରେମୀଙ୍କ ସହ ସେଲ୍ଫି ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଡାଲ ହ୍ରଦରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ପ୍ରେମୀଙ୍କ ସହ ଉଠାଇଥିବା ସେଲଫିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଶ୍ରୀନଗରରେ ଯୋଗ ସେଲଫି ପୋଷ୍ଟ କଲି! ଡାଲ ହ୍ରଦରେ ଥିବା ଉତ୍ସାହର ତୁଳନା ନାହିଁ।’’

Categories
ଜାତୀୟ ଖବର ବିଶେଷ ଖବର

କାଶ୍ମୀରରେ ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ ‘ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ପରିବର୍ତ୍ତନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ , ଯେଉଁଥିରେ ସଡ଼କ, ଜଳ ଯୋଗାଣ ଏବଂ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ଅନ୍ତର୍ଭୁକ୍ତ। ସେ ୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିଥିଲେ। ଶ୍ରୀ ମୋଦୀ  ନୂତନ ସରକାରୀ ନିଯୁକ୍ତି ପାଇଥିବା ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ସଫଳତା ହାସଲକାରୀଙ୍କ ସହ ଆଲୋଚନା କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାମ୍ମୁ – କାଶ୍ମୀର ଗସ୍ତକୁ ନେଇ ଉତ୍ସାହ ପ୍ରକାଶ କରିବା ସହ ଏହାର ଦୁଇଟି ନିର୍ଦ୍ଦିଷ୍ଟ କାରଣ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଥମତଃ ଆଜିର କାର୍ଯ୍ୟକ୍ରମ ଜାମ୍ମୁ – କାଶ୍ମୀରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଜଡ଼ିତ ଏବଂ ଦ୍ୱିତୀୟତଃ ଲୋକସଭା ନିର୍ବାଚନ ପରେ ଜାମ୍ମୁ – କାଶ୍ମୀରବାସୀଙ୍କ ସହ ଏହା ହେଉଛି ପ୍ରଥମ ସାକ୍ଷାତ ବୋଲି ସେ କହିଥିଲେ। ନିକଟରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଇଟାଲୀ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତିନି ଥର ପାଇଁ କ୍ରମାଗତ ଭାବେ ସମାନ ସରକାର ଗଠନ ହେବାର ପ୍ରଭାବ, ଯାହା  ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣକୁ ବଦଳାଇ ଦେଇଛି ତାହା ଉପରେ ଆଲୋକପାତ କରିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ସବୁଠାରୁ ବଡ ଶକ୍ତି ହେଉଛି ଭାରତୀୟଙ୍କ ସର୍ବକାଳୀନ ଉଚ୍ଚ ଆକାଂକ୍ଷା। ଏହି ଉଚ୍ଚ ଆକାଂକ୍ଷା ସରକାରଙ୍କ ଭିତରେ ଉଚ୍ଚ ଆଶା ସୃଷ୍ଟି କରିଥାଏ ଏବଂ ଏହି ପରିପ୍ରେକ୍ଷୀରେ ସରକାରଙ୍କ ତୃତୀୟ କ୍ରମାଗତ କାର୍ଯ୍ୟକାଳ ହେଉଛି ବିଶେଷ , କାରଣ ଆକାଂକ୍ଷୀ ସମାଜର ଏକମାତ୍ର ମାନଦଣ୍ଡ ହେଉଛି ପ୍ରଦର୍ଶନ। “ସରକାରଙ୍କ ଉଦ୍ଦେଶ୍ୟ ଓ ନୀତି ଉପରେ ଲୋକଙ୍କ ବିଶ୍ୱାସ ରହିଛି” ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନରେ ଜନମତର ବଡ ବାର୍ତ୍ତା ହେଉଛି ସ୍ଥିରତା। ଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଅସ୍ଥିର ସରକାରର ଦୀର୍ଘ ପର୍ଯ୍ୟାୟକୁ ସେ ମନେ ପକାଇଥିଲେ , ଯେତେବେଳେ ଦେଶରେ ୧୦ ବର୍ଷ ମଧ୍ୟରେ ୫ଟି ନିର୍ବାଚନ ହୋଇଥିଲା ଯାହା ଫଳରେ ବିକାଶ ଠପ୍ ହୋଇଯାଇଥିଲା। “ସେହି ପର୍ଯ୍ୟାୟକୁ ପଛରେ ପକାଇ ଭାରତ ଏବେ ସ୍ଥିର ସରକାରର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି, ଯାହା ଗଣତନ୍ତ୍ରକୁ ସୁଦୃଢ଼ କରିବ” ବୋଲି ସେ ମତ ଦେଇଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାମ୍ମୁ – କଶ୍ମୀରବାସୀଙ୍କ ଭୂମିକାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆମେ ଅଟଳଜୀଙ୍କ ଦୃଷ୍ଟିକୋଣ ଇନସାନିୟତ, ଜାମହୁରିୟାତ ଏବଂ କାଶ୍ମୀରୀୟତ୍  ଆଜି ବାସ୍ତବରେ ପରିଣତ ହେଊଥିବା ଦେଖୁଛୁ” । ନିକଟରେ ହୋଇଥିବା ନିର୍ବାଚନରେ ରେକର୍ଡ ମତଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଜାମ୍ମୁ- କାଶ୍ମୀରବାସୀଙ୍କ ଆସ୍ଥାକୁ ପ୍ରଶଂସା କରିଥିଲେ । “ଗଣତନ୍ତ୍ରର ପତାକାକୁ ଉଚ୍ଚା ରଖିବା ପାଇଁ ଆପଣଙ୍କ ପ୍ରୟାସ ନିମନ୍ତେ ମୁଁ ଧନ୍ୟବାଦ ଜଣାଇବାକୁ ଆସିଛି” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜାମ୍ମୁ – କାଶ୍ମୀରରେ ପରିବର୍ତ୍ତନ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଫଳ । ଏହି ଅଞ୍ଚଳର ମହିଳା ଏବଂ ନିମ୍ନ ଆୟ ବର୍ଗର ଲୋକମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ‘ସବକା ସାଥ ସବକା ବିକାଶ’ର ମନ୍ତ୍ର ଗ୍ରହଣ କରି ସୁଯୋଗ ଆଣିବା ଏବଂ ସେମାନଙ୍କ ଅଧିକାର ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରିଛନ୍ତି।

ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ବାଲ୍ମିକୀ ସମ୍ପ୍ରଦାୟର ଲୋକ ଏବଂ ସଫେଇ କର୍ମଚାରୀ ପରିବାର ପ୍ରଥମ ଥର ପାଇଁ ସେମାନଙ୍କ ମତଦାନ ଅଧିକାର ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ବାଲ୍ମିକୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା, ଅନୁସୂଚିତ ଜାତି ପାଇଁ ବିଧାନସଭାରେ ଆସନ ସଂରକ୍ଷଣ ଏବଂ ପଦ୍ଦାରୀ ଜନଜାତି, ପାହାଡ଼ିଆ ଜାତି, ଗଡ୍ଡା ବ୍ରାହ୍ମଣ ଓ କୋଲି ସମ୍ପ୍ରଦାୟକୁ ଏସସି ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘ ଦିନର ଇଚ୍ଛା ପୂରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପଞ୍ଚାୟତ, ପୌର ପାଳିକା ଓ ନଗର ନିଗମ ନିର୍ବାଚନରେ ଓବିସି ସଂରକ୍ଷଣ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି ।

ଭାରତୀୟ ସମ୍ବିଧାନର ଶକ୍ତି ଏବଂ ଏହାର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର ୧୪୦ କୋଟି ନାଗରିକଙ୍କ ଅଧିକାରକୁ ସୁନିଶ୍ଚିତ କରେ ଏବଂ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର ହେବାର ସୁଯୋଗ ପ୍ରଦାନ କରେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମ୍ବିଧାନକୁ ଗ୍ରହଣ ନକରିବା ଏବଂ ସ୍ୱାଧୀନତା ପରଠାରୁ ଜାମ୍ମୁ ଓ କଶ୍ମୀର ପ୍ରତି ଦେଖାଯାଇଥିବା ଅବହେଳା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । “ମୁଁ ଆନନ୍ଦିତ ଯେ,  ଆଜି ଆମେ ଭାରତର ସମ୍ବିଧାନକୁ ନେଇ ଜୀବନ ନିର୍ବାହ କରୁଛେ । ସମ୍ବିଧାନ ମାଧ୍ୟମରେ ଆମେ କାଶ୍ମୀରର ଚେହେରାକୁ ଭଲ ପାଇଁ ବଦଳାଇବା ନିମନ୍ତେ ନୂଆ ଉପାୟ ଖୋଜୁଛୁ” ବୋଲି ପ୍ରଧାନମନ୍ତ୍ରୀ ଗର୍ବର ସହ କହିଥିଲେ” । ଧାରା ୩୭୦ର ପ୍ରତିବନ୍ଧ ଉଚ୍ଛେଦ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ, “ଶେଷରେ ଭାରତର ସମ୍ବିଧାନକୁ ଜାମ୍ମୁ ଓ କାଶ୍ମୀର ପ୍ରକୃତ ଅର୍ଥରେ ଗ୍ରହଣ କରିଛି ବୋଲି ମତ ଦେଇଥିଲେ’ ।

ଗତ ୧୦ ବର୍ଷ ମଧ୍ୟରେ କାଶ୍ମୀରରେ ଘଟିଥିବା ଘଟଣାକ୍ରମ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶ୍ମୀର ଉପତ୍ୟକାରେ ସାମ୍ପ୍ରତିକ ପରିବର୍ତ୍ତନର ସାକ୍ଷୀ ହେଉଛି ବିଶ୍ୱ । ଜି -୨୦ ଶିଖର ସମ୍ମିଳନୀରେ ଉପତ୍ୟକାବାସୀଙ୍କ ଆତିଥ୍ୟ ପାଇଁ ପ୍ରଶଂସା ଜାରି ରହିଛି । ସେ କହିଛନ୍ତି ଯେ ଉପତ୍ୟକାରେ ଜି-୨୦ ଶିଖର ସମ୍ମିଳନୀ ଭଳି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କାଶ୍ମୀରବାସୀଙ୍କୁ ଗର୍ବିତ କରିଛି । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଲାଲ ଚୌକରେ ପିଲାମାନେ ଖେଳୁଥିବା ଦେଖି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଆନନ୍ଦରେ ଭରି ଯାଇଥାଏ । ସେହିଭଳି ଉପତ୍ୟକାର ଗହଳିପୂର୍ଣ୍ଣ ବଜାର ସମସ୍ତଙ୍କ ମୁହଁକୁ ଆଲୋକିତ କରିଥାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଡାଲ ହ୍ରଦ ନିକଟରେ ଆୟୋଜିତ ସ୍ପୋର୍ଟସ କାର୍ ସୋ’କୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ବିଶ୍ୱ ସେହି କାର୍ଯ୍ୟକ୍ରମକୁ ଦେଖିଛି, ଯାହା ଉପତ୍ୟକାର ପ୍ରଗତିର ସାକ୍ଷୀ ପାଲଟିଛି । କାଶ୍ମୀରରେ ପର୍ଯ୍ୟଟନ କିପରି ଚର୍ଚ୍ଚାର ବିଷୟ ପାଲଟିଛି ସେ ବିଷୟରେ ସେ ଉଲ୍ଲେଖ କରି କହିଛନ୍ତି ଯେ ଆସନ୍ତାକାଲିର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଏଠାରେ ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ।  ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିହ୍ନାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପତ୍ୟକାକୁ ଆସୁଥିବା ୨ କୋଟିରୁ ଅଧିକ ପର୍ଯ୍ୟଟକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି ଏବଂ ସ୍ଥାନୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।

ବିଗତ ପିଢ଼ିର ଦୁଃଖରୁ ଲୋକମାନେ ମୁକ୍ତି ପାଇବା ପାଇଁ ମୁଁ ସମ୍ପୂର୍ଣ୍ଣ ନିଷ୍ଠା ଓ ସଚ୍ଚୋଟତାର ସହ ନିଜକୁ ସମର୍ପିତ କରୁଛି। ହୃଦୟର ହେଉ କି ଦିଲ୍ଲୀ (ଦିଲ ୟା ଦିଲ୍ଲୀ)ର ସମସ୍ତ ଦୂରତା ଦୂର କରିବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଗଣତନ୍ତ୍ରର ସୁଫଳ ଯେପରି ପ୍ରତ୍ୟେକ ପରିବାର ଓ ବ୍ୟକ୍ତିଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରୀୟ ସହାୟତାର ପ୍ରତି ପଇସା ଜାମ୍ମୁ- କାଶ୍ମୀରବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି। ଜାମ୍ମୁ- କାଶ୍ମୀରବାସୀ ସେମାନଙ୍କ ପ୍ରତିନିଧି ଚୟନ କରି ସେମାନଙ୍କ ଜରିଆରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଠାରୁ ଭଲ କ’ଣ ହୋଇପାରେ। ସେଥିପାଇଁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ସେହି ଦିନ ଦୂର ନୁହେଁ , ଯେତେବେଳେ ଆପଣ ନିଜ ଭୋଟ ବଳରେ ଜାମ୍ମୁ – କାଶ୍ମୀରର ନୂଆ ସରକାର ଚୟନ କରିବେ। ଖୁବଶୀଘ୍ର ସେହି ଦିନ ଆସିବ ଯେତେବେଳେ ଜାମ୍ମୁ ଓ କାଶ୍ମୀର ପୁଣି ଥରେ ଏକ ରାଜ୍ୟ ଭାବରେ ନିଜର ଭବିଷ୍ୟତ ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କିମ୍ବା ଉଦଘାଟନ କରାଯାଇଥିଲା ସେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ୧୫୦୦ କୋଟିରୁ ଅଧିକ ଟଙ୍କାର ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପ ଏବଂ ୧,୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି (ଜେକେସିଆଇପି) ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ସରକାରୀ ଚାକିରିରେ ଦ୍ରୁତ ନିଯୁକ୍ତି ପାଇଁ ସେ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ପ୍ରଶଂସା କରିବା ସହ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୪୦ ହଜାର ନିଯୁକ୍ତି ହୋଇଥିବା ସୂଚନା ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରରେ ବିପୁଳ ପୁଞ୍ଜି ନିବେଶର ସକାରାତ୍ମକ ପ୍ରଭାବ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

କାଶ୍ମୀରର ଅଗ୍ରଗତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି ଉପତ୍ୟକାରେ ରେଳ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିଜୁଳି ଏବଂ  ଜଳ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବୃହତ୍ ବିକାଶମୂଳକ କାର୍ଯ୍ୟ ହେଉଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ନୂତନ ରାଜପଥ ଏବଂ ଏକ୍ସପ୍ରେସ ୱେ ବ୍ୟତୀତ ଉପତ୍ୟକାକୁ ରେଳବାଇ ସହ ମଧ୍ୟ ସଂଯୋଗ କରାଯିବ ବୋଲି ସେ ଆଲୋକପାତ କରିଥିଲେ । ଚେନାବ ରେଳ ପୋଲର ଆକର୍ଷଣୀୟ ଦୃଶ୍ୟ ସମସ୍ତଙ୍କୁ ଗର୍ବରେ ଭରି ଦେଇଛି । ସୂଚନାଯୋଗ୍ୟ, ଉତ୍ତର କାଶ୍ମୀରର ଗୁରେଜ୍ ଉପତ୍ୟକା ପ୍ରଥମ ଥର ପାଇଁ ଗ୍ରିଡ୍ ସଂଯୋଗ ହାସଲ କରିଛି । ଆଜି ଉପତ୍ୟକାରେ କୃଷିଠାରୁ ଆରମ୍ଭ କରି ଉଦ୍ୟାନ କୃଷି, କ୍ରୀଡ଼ା ଓ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁଯୋଗ ରହୁଛି ବୋଲି ଶ୍ରୀ ମୋଦୀ ଦୋହରାଇ ଥିଲେ ।

ଗତ ୧୦ ବର୍ଷ ମଧ୍ୟରେ କଶ୍ମୀରରେ ହୋଇଥିବା ବିକାଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପତ୍ୟକା ଧୀରେ ଧୀରେ ଷ୍ଟାର୍ଟ ଅପ୍‌, ଦକ୍ଷତା ବିକାଶ ଏବଂ କ୍ରୀଡ଼ାର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି । ସେ ଦର୍ଶାଇଥିଲେ ଯେ ଉପତ୍ୟକାର ପ୍ରାୟ ୭୦ ପ୍ରତିଶତ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ରହିଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଉପତ୍ୟକାରେ ୫୦ରୁ ଅଧିକ  ଡିଗ୍ରୀ କଲେଜ ପ୍ରତିଷ୍ଠା କରାଯାଇଛି । ପଲିଟେକ୍‌ନିକ୍‌ରେ ସିଟ୍ ବଢ଼ିବା ସହ ନୂଆ କୌଶଳ ଶିଖିବାର ସୁଯୋଗ ସୃଷ୍ଟି ହୋଇଛି । ଆଇଆଇଟି, ଆଇଆଇଏମ୍ ଓ ଏମ୍ସ ନିର୍ମାଣ ସହ ଅନେକ ନୂଆ ମେଡିକାଲ କଲେଜ ନିର୍ମାଣ କରାଯାଉଛି । ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ସ୍ତରରେ ଦକ୍ଷତା ବିକାଶ କରାଯାଉଛି । ଟୁରିଷ୍ଟ ଗାଇଡଙ୍କ ପାଇଁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିବା ଏବଂ ସ୍କୁଲ – କଲେଜ – ବିଶ୍ୱବିଦ୍ୟାଳୟରେ ଯୁବ ପର୍ଯ୍ୟଟନ କ୍ଲବ ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଜାମ୍ମୁ – କାଶ୍ମୀରର ନାରୀ ଶକ୍ତି ଉପରେ ବିକାଶ କାର୍ଯ୍ୟର ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ସେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ଆଇଟି ପ୍ରଶିକ୍ଷଣ ବିଷୟରେ ଉଲ୍ଲେଖ କରିଥିଲେ ।

ଦୁଇ ଦିନ ପୂର୍ବେ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ ହେବା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜାମ୍ମୁ ଓ କାଶ୍ମୀରର ୧୨୦୦ରୁ ଅଧିକ ମହିଳା କୃଷି ସଖୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ଏହି ଯୋଜନା ଅଧୀନରେ ଜାମ୍ମୁ ଓ କାଶ୍ମୀରର ଝିଅମାନଙ୍କୁ ତାଲିମ ଦିଆଯାଉଛି । ମହିଳାଙ୍କ ଆୟରେ ଉନ୍ନତି ଆଣିବା ଏବଂ ଜୀବିକାର ସୁଯୋଗ ଯୋଗାଇଦେବା ପାଇଁ ସରକାର ଏହି ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି ।

“ପର୍ଯ୍ୟଟନ ଏବଂ କ୍ରୀଡ଼ାକ୍ଷେତ୍ରରେ ଭାରତ ଏକ ପ୍ରମୁଖ ବିଶ୍ୱ ଶକ୍ତି ହେବା ଦିଗରେ ଅଗ୍ରସର ହେଉଛି” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଏହି ଦୁଇଟି କ୍ଷେତ୍ରରେ ଜାମ୍ମୁ ଓ କାଶ୍ମୀରର ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ । ସେ ଜାମ୍ମୁ ଓ କାଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ଉତ୍ତମ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ ଏବଂ ପ୍ରାୟ ୧୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ନିର୍ମାଣ ହେଉଥିବା ବିଷୟରେ ଉଲ୍ଲେଖ କରିଥିଲେ । ଜାମ୍ମୁ କାଶ୍ମୀରର ପାଖାପାଖି ୪,୫୦୦ ଯୁବକଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ତାଲିମ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ଶୀତକାଳୀନ କ୍ରୀଡ଼ା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଜାମ୍ମୁ – କାଶ୍ମୀର ଭାରତର ଶୀତକାଳୀନ କ୍ରୀଡ଼ା ରାଜଧାନୀ ପାଲଟିଛି ।

ଚଳିତ ବର୍ଷ ଫେବୃଆରୀରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଚତୁର୍ଥ ସଂସ୍କରଣରେ ସାରା ଦେଶରୁ ୮୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଭଳି ପ୍ରତିଯୋଗିତା ଭବିଷ୍ୟତରେ ଏଠାରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜାମ୍ମୁ – କାଶ୍ମୀରବାସୀଙ୍କୁ ଶାନ୍ତି ଏବଂ ମାନବିକତାର ଶତ୍ରୁଙ୍କ ବିଷୟରେ ଚେତାବନୀ ଦେଇଥିଲେ,  ଯେଉଁମାନେ ବିକାଶ ବିରୋଧରେ ଠିଆ ହୋଇଛନ୍ତି । ଜାମ୍ମୁ – କାଶ୍ମୀରର ବିକାଶକୁ ରୋକିବା ପାଇଁ , ଏଠାରେ ଶାନ୍ତି ପ୍ରତିଷ୍ଠା କରାଇ ନଦେବା ପାଇଁ  ଏହା ସେମାନଙ୍କର ଶେଷ ପ୍ରୟାସ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ, ସରକାର ନିକଟରେ ଘଟିଥିବା ଆତଙ୍କୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ଯେଉଁଠାରେ କେନ୍ଦ୍ର ଗୃହମନ୍ତ୍ରୀ ଜାମ୍ମୁ – କାଶ୍ମୀର ପ୍ରଶାସନ ସହଯୋଗରେ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜାମ୍ମୁ – କାଶ୍ମୀରର ଶତ୍ରୁମାନଙ୍କୁ ଶିକ୍ଷା ଦେବା ପାଇଁ କୌଣସି ବାଟ ଛଡାଯିବ ନାହିଁ ବୋଲି ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାମ୍ମୁ – କାଶ୍ମୀରର ନୂଆ ପିଢ଼ି ସ୍ଥାୟୀ ଶାନ୍ତିରେ ରହିବେ । ଜାମ୍ମୁ – କାଶ୍ମୀର ଦ୍ୱାରା ଚୟନ କରାଯାଇଥିବା ପ୍ରଗତି ପଥକୁ ଆମେ ସୁଦୃଢ଼ କରିବୁ । ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ଜାମ୍ମୁ – କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ ।

ଏହି ଅବସରରେ ଜାମ୍ମୁ – କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା ଏବଂ କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରତାପରାଓ ଯାଦବ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

‘ଯୁବ ସଶକ୍ତିକରଣ, ଜାମ୍ମୁ – କାଶ୍ମୀରର ପରିବର୍ତ୍ତନ’ କାର୍ଯ୍ୟକ୍ରମ ଏହି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ, ଯାହା ପ୍ରଗତି ପ୍ରଦର୍ଶନ କରେ ଏବଂ ଯୁବ ସଫଳତା ହାସଲକାରୀଙ୍କୁ ପ୍ରେରଣା ଦିଏ ।

ପ୍ରଧାନମନ୍ତ୍ରୀ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଉଦ୍‌ଘାଟନରେ ସଡ଼କ ଭିତ୍ତିଭୂମି, ଜଳ ଯୋଗାଣ ଯୋଜନା ଏବଂ ଉଚ୍ଚଶିକ୍ଷାରେ ଭିତ୍ତିଭୂମି ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଚେନାନି – ପଟନିଟପ – ନାଶରୀ କ୍ଷେତ୍ରର ଉନ୍ନତି, ଶିଳ୍ପାଞ୍ଚଳର ବିକାଶ ଓ ୦୬ଟି ସରକାରୀ ଡିଗ୍ରୀ କଲେଜ ନିର୍ମାଣ ଭଳି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ୧,୮୦୦ କୋଟି ଟଙ୍କାର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି (ଜେକେସିଆଇପି) ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଜାମ୍ମୁ- କଶ୍ମୀରର ୨୦ଟି ଜିଲ୍ଲାର ୯୦ଟି ବ୍ଲକ୍‌ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ଏବଂ ଏଥିରେ ୧୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ୩,୦୦,୦୦୦ ପରିବାରକୁ ସାମିଲ କରାଯିବ । ଏହି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ / ଉଦଘାଟନ ଏବଂ ଶୁଭାରମ୍ଭ ଯୁବକମାନଙ୍କୁ ସଶକ୍ତ କରିବ ଏବଂ ଜାମ୍ମୁ ଓ କାଶ୍ମୀରର ଭିତ୍ତିଭୂମିରେ ଉନ୍ନତି ଆଣିବ ।

ସରକାରୀ ଚାକିରିରେ ନିଯୁକ୍ତ ୨୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ସଦନ କମିଟିର ଅଧ୍ୟକ୍ଷ ମାଇକେଲ୍‌ ମ୍ୟାକକଲ୍‌ଙ୍କ ନେତୃତ୍ୱରେ ସାତ ଜଣିଆ ସଦସ୍ୟ ବିଶିଷ୍ଟ ଆମେରିକୀୟ କଂଗ୍ରେସର ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛି।

ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ନେନ୍ସି ପାଲୋସୀ, ପ୍ରତିନିଧି ଗ୍ରେଗରୀ ମିକ୍ସ, ପ୍ରତିନିଧି ମେରିଏନେଟ୍‌ ମିଲର-ମିକ୍ସ, ପ୍ରତିନିଧି ନିକୋଲ ମ୍ୟାଲିୟୋଟାକିସ, ପ୍ରତିନିଧି ଅମରୀଶ ବାବୁଲାଲ ‘‘ଅମୀ ବେରା’’ ଏବଂ ପ୍ରତିନିଧି ଜିମ୍‌ ମ୍ୟାକଗବର୍ଣ୍ଣ ସାମିଲ ଥିଲେ।

ପ୍ରତିନିଧି ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୃତୀୟ ଥର ଲଗାତାର ଐତିହାସିକ ଭାବେ ନିର୍ବାଚିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ସେମାନେ ଭାରତରେ ନିକଟରେ ଅନୁଷ୍ଠିତ ହୋଇଥିବା ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ଗଭୀର ଭାବେ ପ୍ରଶଂସା କରିଥିଲେ।

ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିବା ସହିତ ବ୍ୟବସାୟ, ନୂଆ ଓ ଉଦୀୟମାନ ପ୍ରଯୁକ୍ତି, ପ୍ରତିରକ୍ଷା, ନାଗରିକ ସମ୍ପର୍କ ସମେତ ସବୁ କ୍ଷେତ୍ରରେ ବ୍ୟାପକ ରଣନୀତିକ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ଉପରେ ସେମାନଙ୍କର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ।

ଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକା କଂଗ୍ରେସର ଲଗାତାର ଓ ଦ୍ୱିପାକ୍ଷିକ ସମର୍ଥନ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହା ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଓ ନାଗରିକଙ୍କ ମଧ୍ୟରେ ମଜବୁତ ସମ୍ପର୍କ ଉପରେ ଆଧାରିତ। ସେ ବିଶ୍ୱ କଲ୍ୟାଣ ପାଇଁ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ବିଗତ ବର୍ଷ ଜୁନ ମାସରେ ଆମେରିକାକୁ ନିଜର ସରକାରୀ ଗସ୍ତ ସମୟରେ ଦ୍ୱିତୀୟ ଥର ପାଇଁ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର ସୁଯୋଗ ମିଳିବା ଘଟଣାର ସ୍ମରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ପାଇଁ ଭିଜିଏଫ ଯୋଜନାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୭୪୫୩ କୋଟି ଟଙ୍କା ବ୍ୟୟଅଟକଳରେ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଯୋଜନାକୁ ଅନୁମୋଦନ ମିଳିଛି, ଯେଉଁଥିରେ ୧ ଗିଗାୱାଟ୍ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ (ଗୁଜୁରାଟ ଏବଂ ତାମିଲନାଡୁ ଉପକୂଳରେ ୫୦୦ ମେଗାୱାଟ୍ ଲେଖାଏଁ) ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ୬୮୫୩ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏବଂ ଉପକୂଳ ପବନ ଶକ୍ତି ପ୍ରକଳ୍ପ ପାଇଁ ଲଜିଷ୍ଟିକ୍ ଆବଶ୍ୟକତା ପୂରଣ କରିବା ପାଇଁ ଦୁଇଟି ବନ୍ଦରର ଉନ୍ନତିକରଣ ପାଇଁ ୬୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ।

ଭିଜିଏଫ ଯୋଜନା ହେଉଛି ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଥିବା ବିଶାଳ ଉପକୂଳ ପବନ ଶକ୍ତି ସମ୍ଭାବନାକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୦୧୫ ରେ ବିଜ୍ଞପ୍ତି ପ୍ରକାଶିତ ଜାତୀୟ ଉପକୂଳବର୍ତ୍ତୀ ପବନ ଶକ୍ତି ନୀତିକାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସରକାରଙ୍କ ଠାରୁ ଭିଜିଏଫ ସହାୟତା ଉପକୂଳବର୍ତ୍ତୀ ପବନ ପ୍ରକଳ୍ପଗୁଡିକରୁ ବିଦ୍ୟୁତ  ଖର୍ଚ୍ଚ ହ୍ରାସ କରିବ ଏବଂ ଏହାକୁ ଡିସ୍କୋମ୍ ଦ୍ୱାରା କ୍ରୟ ପାଇଁ ଉପଯୋଗୀ କରିବ।

ସ୍ୱଚ୍ଛ ନିଲାମ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଥିବା ଘରୋଇ ଡେଭଲପର୍ମାନେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ କରିବେ, କିନ୍ତୁ ଉପକୂଳବର୍ତ୍ତୀ ସବ ଷ୍ଟେସନ ଗୁଡିକ ସମେତ ବିଦ୍ୟୁତ ଖନନ ଭିତ୍ତିଭୂମି ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପିଜିସିଆଇଏଲ୍) ଦ୍ୱାରା ନିର୍ମାଣ କରାଯିବ। ନୋଡାଲ ମନ୍ତ୍ରଣାଳୟ ଭାବରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏହି ଯୋଜନାର ସଫଳ ରୂପାୟନ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ ସହିତ ସମନ୍ୱୟ ରକ୍ଷା କରିବ।

ସମୁଦ୍ର କୂଳରେ ପବନ ଶକ୍ତି ପ୍ରକଳ୍ପ ନିର୍ମାଣ ଏବଂ ଏହାର କାର୍ଯ୍ୟପାଇଁ ନିର୍ଦ୍ଦିଷ୍ଟ ବନ୍ଦର ଭିତ୍ତିଭୂମି ର ଆବଶ୍ୟକତା ରହିଛି, ଯାହା ଭାରୀ ଏବଂ ବୃହତ ଆକାରର ଉପକରଣର ସଂରକ୍ଷଣ ଏବଂ ପରିବହନ ପରିଚାଳନା କରିପାରିବ। ଏହି ଯୋଜନା ଅଧୀନରେ ଦେଶର ଦୁଇଟି ବନ୍ଦରକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଉପକୂଳ ପବନ ବିକାଶର ଆବଶ୍ୟକତା ପୂରଣ କରିବା ପାଇଁ ସହାୟତା ପ୍ରଦାନ କରାଯିବ।

ଉପକୂଳ ପବନ ହେଉଛି ଅକ୍ଷୟ ଶକ୍ତିର ଏକ ଉତ୍ସ ଯାହା ଉପକୂଳ ପବନ ଏବଂ ସୌର ପ୍ରକଳ୍ପ ଅପେକ୍ଷା ଅନେକ ଲାଭ ପ୍ରଦାନ କରେ, ଯେପରିକି ଅଧିକ ପର୍ଯ୍ୟାପ୍ତତା ଏବଂ ବିଶ୍ୱସନୀୟତା, କମ୍ ଷ୍ଟୋରେଜ୍ ଆବଶ୍ୟକତା ଏବଂ ଅଧିକ ନିଯୁକ୍ତି ସମ୍ଭାବନା। ବିଦେଶୀ ପବନ କ୍ଷେତ୍ରର ବିକାଶ ଦ୍ୱାରା ପୁଞ୍ଜିନିବେଶ ଆକୃଷ୍ଟ କରିବା, ସ୍ୱଦେଶୀ ଉତ୍ପାଦନ କ୍ଷମତାର ବିକାଶ, ମୂଲ୍ୟ ଶୃଙ୍ଖଳାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦେଶରେ ଉପକୂଳ ପବନ ପାଇଁ ପ୍ରଯୁକ୍ତି ବିଦ୍ୟା ବିକାଶ ଦ୍ୱାରା ଅର୍ଥନୀତିବ୍ୟାପୀ ଲାଭ ହେବ। ଏହା ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ।

୧ ଗିଗାୱାଟ୍ ଅଫ୍ ସୋର୍ ପବନ ପ୍ରକଳ୍ପର ସଫଳ କାର୍ଯ୍ୟକ୍ଷମ ହେବା ଦ୍ୱାରା ବାର୍ଷିକ ପ୍ରାୟ ୩.୭୨ ବିଲିୟନ ୟୁନିଟ୍ ଅକ୍ଷୟ ବିଦ୍ୟୁତ୍ ଉତ୍ପାଦନ ହେବ, ଯାହା ଫଳରେ ୨୫ ବର୍ଷ ପାଇଁ ବାର୍ଷିକ ୨.୯୮ ନିୟୁତ ଟନ୍ ସିଓ ସମାନ ନିର୍ଗମନ ହ୍ରାସ ପାଇବ। ଏହାବ୍ୟତୀତ, ଏହି ଯୋଜନା କେବଳ ଭାରତରେ ଉପକୂଳବର୍ତ୍ତୀ ପବନ ଶକ୍ତି ବିକାଶକୁ ଆରମ୍ଭ କରିବ ନାହିଁ ବରଂ ଏହାର ସମୁଦ୍ର ଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପକୁ ପୂରଣ କରିବା ପାଇଁ ଦେଶରେ ଆବଶ୍ୟକ ଇକୋସିଷ୍ଟମ ସୃଷ୍ଟି କରିବ। ଏହି ଇକୋସିଷ୍ଟମ ପ୍ରାୟ ୪,୫୦,୦ କୋଟି ଟଙ୍କା ବିନିଯୋଗରେ ପ୍ରାରମ୍ଭିକ ୩୭ ଗିଗାୱାଟ ଅଫସୋର ପବନ ଶକ୍ତିର ବିକାଶରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ସିକଲ୍ ସେଲ୍ ରୋଗ ଉପରେ ସଚେତନତା ସୃଷ୍ଟି ନିମନ୍ତେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ନୂଆଦିଲ୍ଲୀ: ବିଶ୍ୱ ସିକଲ୍ ସେଲ୍ ଦିବସ ୨୦୨୪ ପାଳନ ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏହାର ବୌଦ୍ଧିକ ସହଯୋଗୀ ଦିଲ୍ଲୀ ଏମ୍ସର ବିର୍ସା ମୁଣ୍ଡା କେନ୍ଦ୍ର ପକ୍ଷରୁ ନୂଆଦିଲ୍ଲୀଠାରେ ରକ୍ତ ଶିକୁଳି ରୋଗ ବା ସିକଲ୍ ସେଲ୍ ଡିଜିଜ୍ (ଏସସିଡି) ଉପରେ ସଚେତନତା ସୃଷ୍ଟି ପାଇଁ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏସସିଡିର ଆନ୍ତର୍ଜାତିକ ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ୟକ୍ରମରେ ବିଶେଷଜ୍ଞଙ୍କ ଏକ ଗୋଷ୍ଠୀ ଏକାଠି ହୋଇଥିଲେ। ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡି.ଡି.ଉଇକେ ଉପସ୍ଥିତ ଥିଲେ।

ଏହି ଦିବସରେ ଦେଶର ୧୭ଟି ରାଜ୍ୟର ୩୪୦ରୁ ଅଧିକ ଉଚ୍ଚ ଏସସିଡି-ସଂକ୍ରମଣ ଥିବା ଜିଲ୍ଲାରେ ୨ ସପ୍ତାହ ବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନର ପ୍ରଥମ ଦିନରେ, ପ୍ରାୟ ୧୫,୦୦୦ ସ୍ୱାସ୍ଥ୍ୟ ଶିବିର ସମେତ ବିଭିନ୍ନ ରାଜ୍ୟରେ ୨୫,୦୦୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ପାଖାପାଖି ୧୧ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ। ଏହି ବିଶାଳ ଅଭିଯାନରେ ପାଖାପାଖି ୪.୬ ଲକ୍ଷ ଲୋକଙ୍କୁ କାଉନସେଲିଂ କରାଯାଇଥିଲା, ପ୍ରାୟ ୧.୫୩ ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଥିଲା ଏବଂ ୧.୬୪ ଲକ୍ଷରୁ ଅଧିକ ଏସସିଡି କାର୍ଡ ବଣ୍ଟନ କରାଯାଇଥିଲା।

ସମ୍ମିଳନୀର ଉଦଘାଟନୀ ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଓରାମ ଆଶ୍ୱାସନା ଦେଇଥିଲେ ଯେ ତୃଣମୂଳ ସ୍ତରରେ ସମନ୍ୱିତ ପ୍ରୟାସ ମାଧ୍ୟମରେ ଦେଶବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନ ଆରମ୍ଭ କରି ଭାରତରୁ ସିକେଲ୍ ସେଲ୍ ରୋଗର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

ଶ୍ରୀ ଜୁଏଲ ଓରାମ ଗୁଜରାଟରେ ଏସସିଡି ନିରାକରଣ ପାଇଁ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତାକୁ ମନେ ପକାଇଥିଲେ । ବିଶେଷ କରି ପ୍ରଭାବିତ ଆଦିବାସୀ ଅଞ୍ଚଳରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହାୟତାରେ ସାମଗ୍ରିକ ଭାବରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ସିକଲ୍ ସେଲ୍ ରକ୍ତହୀନତା ନିରାକରଣ ଅଭିଯାନରେ ଶୀର୍ଷ ବିଶେଷଜ୍ଞ ଓ ଡାକ୍ତରମାନେ ଯୋଗଦାନ ଦେବେ, କିନ୍ତୁ ତୃଣମୂଳ ସ୍ତରର କର୍ମଚାରୀଙ୍କ ଯୋଗଦାନ ଦ୍ୱାରା ହିଁ ସଫଳତା ସମ୍ଭବ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ସ୍ୱାସ୍ଥ୍ୟ ସେବା ପ୍ରତି ମାନବୀୟ ଆଭିମୁଖ୍ୟ ଏବଂ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବାର ଗୁରୁତ୍ୱ ଉପରେ ରାଷ୍ଟ୍ରମନ୍ତ୍ରୀ ଉଇକେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତ ନିଶ୍ଚିତ ଭାବରେ ଦେଶରୁ ସିକେଲ ସେଲ୍ ରୋଗ କୁ ଦୂର କରିବାରେ ସଫଳତା ହାସଲ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଉଦଘାଟନୀ ଅଧିବେଶନରେ ଆଦିବାସୀ ବ୍ୟାପାର ସଚିବ ଶ୍ରୀ ବିଭୁ ନାୟାର କହିଥିଲେ ଯେ ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ଅଭିଯାନ ଅଧୀନରେ କରାଯାଇଥିବା ପରୀକ୍ଷା ଅନୁଯାୟୀ ସ୍କ୍ରିନିଂ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦% ସିକଲ୍ ସେଲ୍ ଟ୍ରେଟ୍ ବାହକ ଏବଂ ୧% ସିକଲ୍ ସେଲ୍ ରୋଗଗ୍ରସ୍ତ ବୋଲି ଜଣାପଡ଼ିଛି। ଅଧିକ ମାମଲା ଚିହ୍ନଟ କରିବା ଏବଂ ଆବଶ୍ୟକ ହସ୍ତକ୍ଷେପ ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ଅଧିକ ପରୀକ୍ଷା କରିବାକୁ ଯୋଜନା କରିଛି। ଅତିରିକ୍ତ ସଚିବ (ଆଦିବାସୀ ବ୍ୟାପାର) ଡ. ନବଲ ଜିତ୍ କପୁର ୨୦୪୭ ସୁଦ୍ଧା ଏସସିଡି ଉଚ୍ଛେଦ ପାଇଁ ୧୦ ବର୍ଷର ରୋଡ୍ ମ୍ୟାପ୍ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଏମ୍ ଶ୍ରୀନିବାସ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ ଯେ ବିର୍ସା ମୁଣ୍ଡା କେନ୍ଦ୍ର କେବଳ ଏସସିଡିର ସ୍କ୍ରିନିଂ ପାଇଁ ସମର୍ପିତ ନୁହେଁ ବରଂ ଏହା ରୋଗ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିଥାଏ ।

ଏହି ସମ୍ମିଳନୀରେ ଭାରତରେ ସିକଲ୍ ସେଲ୍ ରୋଗ ମୁକାବିଲାର ଆହ୍ୱାନ ଉପରେ ଏକ ପ୍ୟାନେଲ ଆଲୋଚନା ହୋଇଥିଲା, ଯେଉଁଥିରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଏମ୍ସର ହେମାଟୋଲୋଜି ବିଭାଗ ଏବଂ ଏସସିଡି ଉପରେ ଗବେଷଣାରେ ନିୟୋଜିତ ଅନ୍ୟ ପ୍ରମୁଖ ଅନୁଷ୍ଠାନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରେ ଏହି ଆସନ: ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶଶାଙ୍କଆସନ (ଠେକୁଆ ଭଙ୍ଗୀ)ର ଏକ ଭିଡିଓ ସେୟାର କରିଛନ୍ତି। ଏହି ଯୋଗାସନ ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ।

ଏହି ଆସନ ପିଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ। ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ଆସନ କରିବା ପୂର୍ବରୁ ସତର୍କ ରହିବା ଉଚିତ।

ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଥିବା ବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉକ୍ତ ଯୋଗାସନର ଭଙ୍ଗୀ ସମ୍ପର୍କରେ ହିନ୍ଦୀ ଓ ଇଂରାଜୀରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଏଥିପାଇଁ ଆପଣମାନେ ନିଶ୍ଚିତ ଭାବେ ନିୟମିତ ଶଶାଙ୍କଆସନ ଅଭ୍ୟାସ କରିବା ଉଚିତ…”

https://x.com/narendramodi/status/1803253386944385233?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1803253386944385233%7Ctwgr%5E75789aa0824ae617e2f3b9ea6487bbdcd537b097%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2026420

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘‘ଜାତୀୟ ଫରେନସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା’’ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ମୋଟ ୨୨୫୪.୪୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘‘ଜାତୀୟ ଫରେନ୍ସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା (ଏନଏଫ୍ଆଇଇଏସ୍) ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।। କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଆର୍ଥିକ ବ୍ୟୟବରାଦ ଗୃହ ମନ୍ତ୍ରଣାଳୟ ନିଜସ୍ୱ ବଜେଟରୁ ପ୍ରଦାନ କରିବ।

ଏହି ଯୋଜନା ଅଧୀନରେ ନିମ୍ନଲିଖିତ ଉପାଦାନଗୁଡ଼ିକୁ କ୍ୟାବିନେଟ୍ ଅନୁମୋଦନ କରିଛି:

ଦେଶରେ ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ)ର କ୍ୟାମ୍ପସ ପ୍ରତିଷ୍ଠା।

ଦେଶରେ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର ପ୍ରତିଷ୍ଠା।

ଏନଏଫଏସୟୁର ଦିଲ୍ଲୀ କ୍ୟାମ୍ପସର ବର୍ତ୍ତମାନା ଭିତ୍ତିଭୂମିରେ ଉନ୍ନତି।

ଭାରତ ସରକାର ପ୍ରମାଣର ବୈଜ୍ଞାନିକ ଏବଂ ଠିକ୍ ସମୟରେ ଫରେନସିକ୍ ଯାଞ୍ଚ ଆଧାରରେ ଏକ ପ୍ରଭାବଶାଳୀ ଏବଂ ଦକ୍ଷ ଅପରାଧିକ ନ୍ୟାୟ ବ୍ୟବସ୍ଥା ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ। ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଏବଂ ଅପରାଧର ବିକଶିତ ସ୍ୱରୂପ ଓ ପଦ୍ଧତିକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ଏକ ଦକ୍ଷ ଅପରାଧିକ ନ୍ୟାୟ ପ୍ରକ୍ରିୟା ପାଇଁ ପ୍ରମାଣର ଠିକ୍ ସମୟରେ ଓ ବୈଜ୍ଞାନିକ ପଦ୍ଧତିରେ ତଥା ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ତାଲିମପ୍ରାପ୍ତ ଫରେନସିକ୍ ପେସାଦାରଙ୍କ ଜରିଆରେ ପରୀକ୍ଷା ଓ ଯାଞ୍ଚ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି।

୭ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ଭୋଗୁଥିବା ଅପରାଧ ପାଇଁ ଫରେନସିକ୍ ତଦନ୍ତ ବାଧ୍ୟତାମୂଳକ ହୋଇଥିବା ନୂଆ ଅପରାଧ ଆଇନ ପ୍ରଣୟନ ହେବା ପରେ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାରଗୁଡ଼ିକର କାର୍ଯ୍ୟଭାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଦେଶରେ ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ରେ ପ୍ରଶିକ୍ଷିତ ଫରେନ୍ସିକ୍ ମାନବ ସମ୍ବଳର ଯଥେଷ୍ଟ ଅଭାବ ରହିଛି।

ଏହି ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜାତୀୟ ଫରେନସିକ୍ ଭିତ୍ତିଭୂମିରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଏବଂ ବୃଦ୍ଧି ଜରୁରୀ। ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ ନୂତନ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର(ସିଏଫଏସଏଲ)ର ଅତିରିକ୍ତ ଅଫ୍ କ୍ୟାମ୍ପସ ପ୍ରତିଷ୍ଠା ଦ୍ୱାରା ପ୍ରଶିକ୍ଷିତ ଫରେନସିକ୍ ମାନବ ସମ୍ବଳର ଅଭାବ ଦୂର ହେବ। ଫରେନସିକ ପରୀକ୍ଷାଗାରଗୁଡ଼ିକର ମାମଲା ବୋଝ / ବିଳମ୍ବ ସମସ୍ୟା ହ୍ରାସ ପାଇବ ଏବଂ ୯୦% ରୁ ଅଧିକ ଉଚ୍ଚ ଦୋଷୀ ସାବ୍ୟସ୍ତ ହାର ହାସଲ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ସହିତ ସମନ୍ୱିତ ଢଙ୍ଗରେ ପୂରଣ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ଦେଶର କୃଷକ ଭାଇ ଭଉଣୀ ଙ୍କ ସାମୁହିକ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ଧନ୍ୟବାଦ ଦେଇଛନ୍ତି ।

ଏହାଦ୍ବାରା ଓଡ଼ିଶାର କୃଷକ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିହାରର ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଛନ୍ତି। ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ନାଳନ୍ଦାର ଖନନ ହୋଇଥିବା ଅବଶେଷ ପରିଦର୍ଶନ କରିବା ଉଲ୍ଲେଖନୀୟ ଥିଲା। ପ୍ରାଚୀନ ବିଶ୍ୱରେ ଶିକ୍ଷାର ଅନ୍ୟତମ ଶ୍ରେଷ୍ଠ କେନ୍ଦ୍ରରେ ସମୟ ବିତାଇବା ଲାଗି ଏହା ଏକ ସୁଯୋଗ ଥିଲା। ଏହି କ୍ଷେତ୍ର ଏକଦା ଏଠାରେ ବିକଶିତ ହୋଇଥିବା ଜ୍ଞାନସମୃଦ୍ଧ ଅତୀତର ଗଭୀର ଝଲକ ପ୍ରଦାନ କରିଥାଏ। ନାଳନ୍ଦା ଏକ ବୌଦ୍ଧିକ ଭାବନା ସୃଷ୍ଟି କରିଛି ଯାହା ଆମ ଦେଶରେ ଆଗକୁ ବଢ଼ିବା ଜାରି ରଖିଛି।’’

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆମେ ରକ୍ତ ଶିକୁଳି ରୋଗ ବିଲୋପ ଦିଗରେ ଆମର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଉଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରକ୍ତ ଶିକୁଳି ବା ସିକଲ ସେଲ୍‌ ରୋଗକୁ ନିୟନ୍ତ୍ରଣ କରିବା ଦିଗରେ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ସିକଲ ସେଲ ଦିବସ ଅବସରରେ ଦୋହରାଇଛନ୍ତି।

ଜାତୀୟ ରକ୍ତ ଶିକୁଳି ରୋଗ ବିଲୋପ ଅଭିଯାନ ବାବଦରେ ଉଲ୍ଲେଖ କରି ସେ କହିଛନ୍ତି, ସେମାନେଏବଂ ଆନୁବଂଶିକ ରକ୍ତ ବିକାର ସମେତ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ବିଶ୍ୱ ରକ୍ତ ଶିକୁଳି ଦିବସ ଅବସରରେ ଏହି ରୋଗକୁ ମୁକାବିଲା କରିବା ଦିଗରେ ଆମେ ଆମ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଉଛୁ। ଗତବର୍ଷ ଆମେ ଜାତୀୟ ରକ୍ତ ଶିକୁଳି ରୋଗ ବିଲୋପ ଅଭିଯାନ ଆରମ୍ଭ କରିଥିଲୁ ଏବଂ ସଚେତନତା ସୃଷ୍ଟି, ଶୀଘ୍ର ଚିହ୍ନଟ, ଉପଯୁକ୍ତ ଯତ୍ନ ଆଦି ଦିଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ମଧ୍ୟ ନିଶ୍ଚିତ କରାଯାଉଛି”।

Categories
ଆଜିର ଖବର ଜାତୀୟ ଖବର

ବିହାରରେ ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶଗୁଡ଼ିକର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ସାକାର ରୂପ ନେଇଛି। ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ ମଧ୍ୟ କରିଥିଲେ।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ନାଳନ୍ଦା ଗସ୍ତକୁ ନେଇ ଶ୍ରୀ ମୋଦୀ ଆନନ୍ଦ ପ୍ରକାଶ କରିବା ସହ ଏହା ଭାରତର ବିକାଶଯାତ୍ରା ଦିଗରେ ଏକ ସକାରାତ୍ମକ ସଙ୍କେତ ବୋଲି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ‘‘ନାଳନ୍ଦା କେବଳ ଏକ ନାମ ନୁହେଁ, ଏହା ଏକ ପରିଚୟ ଓ ସମ୍ମାନ। ନାଳନ୍ଦା ହେଉଛି ମୂଳ ଆଧାର, ଏହା ହେଉଛି ମନ୍ତ୍ର। ନାଳନ୍ଦା ଏକ ସତ୍ୟର ଘୋଷଣା କରୁଛି ଏବଂ ତାହା ହେଉଛି ନିଆଁରେ ପୁସ୍ତକ ଜଳିଥିଲେ ମଧ୍ୟ ଜ୍ଞାନ ନଷ୍ଟ ହୋଇପାରିବ ନାହିଁ’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ନୂତନ ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଭାରତର ସୁବର୍ଣ୍ଣ ଯୁଗର ଶୁଭାରମ୍ଭ କରିବ ବୋଲି ସେ ଜୋର ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଳନ୍ଦାର ପ୍ରାଚୀନ ଭଗ୍ନାବଶେଷ ନିକଟରେ ଏହାର ପୁନରୁଦ୍ଧାର ଭାରତର ସାମର୍ଥ୍ୟକୁ ବିଶ୍ୱ ଆଗରେ ପରିଚିତ କରାଇବ କାରଣ ଏହା ବିଶ୍ୱକୁ କହିବ ଯେ ଦୃଢ଼ ମାନବିକ ମୂଲ୍ୟବୋଧ ଥିବା ରାଷ୍ଟ୍ରମାନେ ଇତିହାସକୁ ପୁନରୁଦ୍ଧାର କରି ଏକ ଉନ୍ନତ ବିଶ୍ୱ ସୃଷ୍ଟି କରିବାକୁ ସକ୍ଷମ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ନାଲନ୍ଦା ବିଶ୍ୱ, ଏସିଆ ଏବଂ ଅନେକ ଦେଶର ଐତିହ୍ୟକୁ ବହନ କରୁଛି ଏବଂ ଏହାର ପୁନରୁଦ୍ଧାର କେବଳ ଭାରତୀୟତା ଦିଗର ପୁନରୁଦ୍ଧାରରେ ସୀମିତ ନୁହେଁ । ଆଜିର ଉଦଘାଟନୀ ଉତ୍ସବରେ ଏତେ ସଂଖ୍ୟକ ଦେଶର ଉପସ୍ଥିତିରୁ ଏହା ସ୍ପଷ୍ଟ ହେଉଛି ବୋଲି କହି ସେ ନାଳନ୍ଦା ପ୍ରକଳ୍ପରେ ବନ୍ଧୁ ରାଷ୍ଟ୍ରମାନଙ୍କ ଅବଦାନକୁ ସ୍ୱୀକାର କରିଥିଲେ। ନାଳନ୍ଦାରେ ପ୍ରତିଫଳିତ ହେଉଥିବା ଏହାର ଗୌରବ ଫେରାଇ ଆଣିବା ପାଇଁ ବିହାରବାସୀଙ୍କ ସଂକଳ୍ପକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଏକଦା ନାଳନ୍ଦା ଭାରତର ସଂସ୍କୃତି ଓ ପରମ୍ପରାର ଜୀବନ୍ତ କେନ୍ଦ୍ର ଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ନାଳନ୍ଦାର ଅର୍ଥ ହେଉଛି ଜ୍ଞାନ ଓ ଶିକ୍ଷାର ନିରନ୍ତର ପ୍ରବାହ ଏବଂ ଏହା ହେଉଛି ଶିକ୍ଷା ପ୍ରତି ଭାରତର ଆଭିମୁଖ୍ୟ ଓ ଚିନ୍ତାଧାରା। ଶିକ୍ଷା ସୀମା ଠାରୁ ଊର୍ଦ୍ଧ୍ବରେ। ଏହା ମୂଲ୍ୟବୋଧ ଓ ବିଚାର ସୃଷ୍ଟି କରିବା ସହିତ ଏହାକୁ ଆକାର ଦେଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିଚୟ ଏବଂ ଜାତୀୟତା ନିର୍ବିଶେଷରେ ନାମ ଲେଖାଇଥିଲେ । ନବନିର୍ମିତ ନାଳନ୍ଦା ବିଶ୍ୱବିଦ୍ୟାଳୟ ପରିସରରେ ସେହି ପ୍ରାଚୀନ ପରମ୍ପରାକୁ ଆଧୁନିକ ରୂପରେ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ୨୦ରୁ ଅଧିକ ଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଏହା ‘ବସୁଧୈବ କୁଟୁମ୍ବକମ୍’ର ଉତ୍ତମ ଉଦାହରଣ ବୋଲି କହିଥିଲେ ।

ଶିକ୍ଷାକୁ ମାନବ କଲ୍ୟାଣର ଏକ ଉପକରଣ ଭାବରେ ଗ୍ରହଣ କରିବାର ଭାରତୀୟ ପରମ୍ପରା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆଗାମୀ ଅନ୍ତର୍ଜାତୀୟ ଯୋଗ ଦିବସ ବିଷୟରେ ଉଲ୍ଲେଖ କରି ସେ କହିଲେ ଯେ, ଯୋଗ ଦିବସ ଏକ ଅନ୍ତର୍ଜାତୀୟ ଉତ୍ସବରେ ପରିଣତ ହୋଇଛି । ଯୋଗର ଏତେ ମାତ୍ରାରେ ବିକାଶ ସତ୍ତ୍ୱେ ଭାରତରେ କେହି ଯୋଗ ଉପରେ ଏକଛତ୍ରବାଦ ପ୍ରକାଶ କରିନାହାଁନ୍ତି । ସେହିଭଳି ଭାରତ ଆୟୁର୍ବେଦକୁ ସମଗ୍ର ବିଶ୍ୱ ସହ ବାଣ୍ଟିଛି ବୋଲି ସେ କହିଥିଲେ । ଦୀର୍ଘସ୍ଥାୟିତ୍ବ ପ୍ରତି ଭାରତର ନିଷ୍ଠା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ, ଭାରତରେ ଆମେ ପ୍ରଗତି ଏବଂ ପରିବେଶକୁ ଏକାଠି କରିଛୁ । ଏହା ଭାରତକୁ ମିଶନ ଲାଇଫ୍‌ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ପଦକ୍ଷେପ ପ୍ରଦାନ କରିବାକୁ ଅନୁମତି ଦେଇଥିଲା । ସେ କହିଛନ୍ତି ଯେ ନାଲନ୍ଦା କ୍ୟାମ୍ପସ ଏହାର ଅଗ୍ରଣୀ ଅଙ୍ଗାରକାମ୍ଳ ମୁକ୍ତ ଶକ୍ତି, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ଜଳ ଅପଚୟ ମୁକ୍ତ ଏବଂ ବର୍ଜ୍ୟମୁକ୍ତ ମଡେଲ ସହିତ ଦୀର୍ଘସ୍ଥାୟୀତ୍ବର ଭାବନାକୁ ଆଗକୁ ବଢ଼ାଇବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଶିକ୍ଷାର ବିକାଶ ଅର୍ଥନୀତି ଏବଂ ସଂସ୍କୃତିର ଚେରକୁ ଗଭୀର କରିଥାଏ । ବିକଶିତ ଦେଶଗୁଡ଼ିକର ବୈଶ୍ୱିକ ଅଭିଜ୍ଞତା ଓ ଅନୁଭୂତିରୁ ଏହା ପ୍ରମାଣିତ ହେଉଛି। ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରେ ପରିଣତ ହେବା ଲକ୍ଷ୍ୟ ରେ କାର୍ଯ୍ୟ କରୁଥିବା ଭାରତ ଏହାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୋର ଲକ୍ଷ୍ୟ ହେଉଛି ଭାରତ ବିଶ୍ୱ ପାଇଁ ଶିକ୍ଷା ଓ ଜ୍ଞାନର କେନ୍ଦ୍ର ରେ ପରିଣତ ହେଉ । ମୋର ଲକ୍ଷ୍ୟ ହେଉଛି ଭାରତକୁ ପୁଣି ଥରେ ବିଶ୍ୱର ସବୁଠାରୁ ପ୍ରମୁଖ ଜ୍ଞାନ କେନ୍ଦ୍ର ଭାବରେ ସ୍ୱୀକୃତି ମିଳିବା ଉଚିତ ।’’ ଏକ କୋଟିରୁ ଅଧିକ ପିଲାଙ୍କ ପାଇଁ ଅଟଳ ଟିଙ୍କରିଂ ଲ୍ୟାବ୍, ଚନ୍ଦ୍ରଯାନ ଏବଂ ଗଗନଯାନ ଦ୍ୱାରା ସୃଷ୍ଟି ହୋଇଥିବା ବିଜ୍ଞାନ ପ୍ରତି ଆଗ୍ରହ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ରେକର୍ଡ ସଂଖ୍ୟକ ପେଟେଣ୍ଟ ଏବଂ ଗବେଷଣା ପତ୍ର ଦାଖଲ ଏବଂ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ପାଣ୍ଠି ବ୍ୟବସ୍ଥା।

ପ୍ରଧାନମନ୍ତ୍ରୀ ବିଶ୍ୱର ସବୁଠାରୁ ଉନ୍ନତ ଗବେଷଣା ଭିତ୍ତିକ ଉଚ୍ଚଶିକ୍ଷା ବ୍ୟବସ୍ଥା ସହିତ ସବୁଠାରୁ ବ୍ୟାପକ ଏବଂ ସମ୍ପୂର୍ଣ୍ଣ ଦକ୍ଷତା ବିକାଶ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ମାନ୍ୟତାରେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ଉନ୍ନତ ପ୍ରଦର୍ଶନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସାମ୍ପ୍ରତିକ ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତୀୟ ଶିକ୍ଷାନୁଷ୍ଠାନ ସଂଖ୍ୟା କ୍ୟୁଏସ୍ ରେଙ୍କିଙ୍ଗରେ ୯ରୁ ୪୬ ଏବଂ ଟାଇମ୍ସ ହାୟର ଏଜୁକେସନ ଇମ୍ପାକ୍ଟ ରେଙ୍କିଙ୍ଗରେ ୧୩ରୁ ୧୦୦କୁ ବୃଦ୍ଧି ପାଇଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତରେ ପ୍ରତି ସପ୍ତାହରେ ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି, ପ୍ରତିଦିନ ଗୋଟିଏ ନୂଆ ଆଇଟିଆଇ ପ୍ରତିଷ୍ଠା ହୋଇଛି, ପ୍ରତି ତିନି ଦିନରେ ଗୋଟିଏ ଅଟଳ ଟିଙ୍କରିଂ ଲ୍ୟାବ ଖୋଲାଯାଇଛି ଏବଂ ପ୍ରତିଦିନ ଦୁଇଟି ନୂତନ କଲେଜ ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଆଜି ୨୩ଟି ଆଇଆଇଟି ରହିଛି, ଆଇଆଇଏମ୍ ସଂଖ୍ୟା ୧୩ରୁ ୨୧କୁ ବୃଦ୍ଧି ପାଇଛି ଏବଂ ଏମ୍ସ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇ ୨୨ରେ ପହଞ୍ଚିଛି। ‘‘୧୦ ବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟା ମଧ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଛି’’, ବୋଲି ସେ କହିଥିଲେ। ଶିକ୍ଷା କ୍ଷେତ୍ରରେ ସଂସ୍କାର ବିଷୟରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନୂତନ ଶିକ୍ଷାନୀତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହା ଭାରତର ଯୁବବର୍ଗଙ୍କ ସ୍ୱପ୍ନକୁ ଏକ ନୂତନ ଦିଗ ଦେଇଛି । ଭାରତୀୟ ଏବଂ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକର ସହଯୋଗ ଏବଂ ଡିକିନ୍ ଏବଂ ଓଲଙ୍ଗୋଙ୍ଗ ଭଳି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଖୋଲିବା ବିଷୟରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଏସବୁ ପ୍ରୟାସ ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହାସଲ କରୁଛନ୍ତି। ଏହା ମଧ୍ୟ ଆମର ମଧ୍ୟବିତ୍ତଙ୍କ ପାଇଁ ଅର୍ଥ ସଞ୍ଚୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ନିକଟରେ ପ୍ରମୁଖ ଭାରତୀୟ ଅନୁଷ୍ଠାନଗୁଡ଼ିକର ଗ୍ଲୋବାଲ କ୍ୟାମ୍ପସ୍ ଖୋଲିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନାଲନ୍ଦା ପାଇଁ ସମାନ ଆଶା ବ୍ୟକ୍ତ କରିଥିଲେ ।

ଭାରତର ଯୁବବର୍ଗଙ୍କ ଉପରେ ବିଶ୍ୱର ନଜର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘‘ଭାରତ ହେଉଛି ଭଗବାନ ବୁଦ୍ଧଙ୍କ ଦେଶ ଏବଂ ଗଣତନ୍ତ୍ରର ଜନନୀ । ସାରା ଦୁନିଆ ଆଜି ଭାରତ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ଚାହୁଁଛି”, ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଯେତେବେଳେ ଭାରତ ‘ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ କଥା କହୁଛି, ସେତେବେଳେ ବିଶ୍ୱ ଏହା ସହିତ ଛିଡ଼ା ହୋଇଛି। ଭାରତ ଯେତେବେଳେ ‘ଏକ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରିଡ୍’ କଥା କହୁଛି, ସେତେବେଳେ ଏହାକୁ ବିଶ୍ୱ ପାଇଁ ଭବିଷ୍ୟତର ମାର୍ଗ ବୋଲି ବିବେଚନା କରାଯାଉଛି । ଭାରତ ଯେତେବେଳେ ‘ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ’ ବିଷୟରେ କହୁଛି, ସେତେବେଳେ ବିଶ୍ୱ ଏହାର ମତକୁ ସମ୍ମାନ ଦେଉଛି ଓ ଗ୍ରହଣ କରୁଛି। ନାଳନ୍ଦା ମାଟି ବିଶ୍ୱ ଭାଇଚାରାର ଏହି ଭାବନାକୁ ଏକ ନୂଆ ଦିଗ ଦେଇପାରିବ । ତେଣୁ ନାଳନ୍ଦାର ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ଆହୁରି ଅଧିକ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ନାଳନ୍ଦାର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଭାରତର ଭବିଷ୍ୟତ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଅମୃତ କାଳର ଆଗାମୀ ୨୫ ବର୍ଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହା ସହ ନାଳନ୍ଦାର ‘ନାଳନ୍ଦା ମାର୍ଗ’ ଏବଂ ମୂଲ୍ୟବୋଧକୁ ସାଙ୍ଗରେ ନେବାକୁ ଆହ୍ୱାନ ଦେଇଥିଲେ । ଶ୍ରୀ ମୋଦୀ ସେମାନଙ୍କୁ ଅନୁସନ୍ଧିତ୍ସୁ, ସାହସୀ, ଏବଂ ସର୍ବୋପରି ନାଳନ୍ଦାର ମୂଳ ବାର୍ତ୍ତା ଦୟଳୁ ହେବାକୁ ପରାମର୍ଶ ଦେବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ସେମାନଙ୍କୁ କହିଥିଲେ ।

ନାଳନ୍ଦାର ଜ୍ଞାନ ମାନବ ଜାତିକୁ ଦିଗଦର୍ଶନ ଦେବ ଏବଂ ଆଗାମୀ ଦିନରେ ଯୁବପିଢ଼ି ସମଗ୍ର ବିଶ୍ୱର ନେତୃତ୍ୱ ନେବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ । ‘‘ମୁଁ ବିଶ୍ୱାସ କରେ ଯେ ନାଲନ୍ଦା ବିଶ୍ୱ ଉଦ୍ଦେଶ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ରେ ପରିଣତ ହେବ’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ଏହି ଅବସରରେ ବିହାର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କର, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା ଓ ଶ୍ରୀ ସମ୍ରାଟ ଚୌଧୁରୀ, ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଅରବିନ୍ଦ ପନଗରିଆ ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଭୟ କୁମାର ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ନାଳନ୍ଦା ବିଶ୍ୱବିଦ୍ୟାଳୟ

ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୪୦ଟି ଶ୍ରେଣୀଗୃହ ସହିତ ଦୁଇଟି ଶିକ୍ଷା ବ୍ଲକ ରହିଛି ଯେଉଁଥିରେ ମୋଟ ୧୯୦୦ ଲୋକ ବସିବାର କ୍ଷମତା ରହିଛି । ଏଥିରେ ୩୦୦ ଆସନ ବିଶିଷ୍ଟ ଦୁଇଟି ଅଡିଟୋରିୟମ୍, ପାଖାପାଖି ୫୫୦ ଛାତ୍ରଛାତ୍ରୀଙ୍କ କ୍ଷମତା ବିଶିଷ୍ଟ ଏକ ଛାତ୍ରବାସ ଏବଂ ଏକ ଅନ୍ତର୍ଜାତୀୟ କେନ୍ଦ୍ର, ୨୦୦୦ ଲୋକଙ୍କ ବସିବା ପାଇଁ ଏକ ଆମ୍ଫିଥିଏଟର, ଏକ ଫେକଲ୍ଟି କ୍ଲବ୍ ଏବଂ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ସମେତ ଅନ୍ୟାନ୍ୟ ସୁବିଧା ରହିଛି।

ଏହି କ୍ୟାମ୍ପସ ହେଉଛି ଏକ ଅଙ୍ଗାରକାମ୍ଳ ଓ ବର୍ଜ୍ୟ ମୁକ୍ତ ସବୁଜ କ୍ୟାମ୍ପସ। ସୌର ପ୍ଲାଣ୍ଟ, ଘରୋଇ ଓ ପାନୀୟ ଜଳ ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟ ଜଳର ପୁନଃବ୍ୟବହାର ପାଇଁ ଜଳ ପୁନଃଚକ୍ରଣ ପ୍ଲାଣ୍ଟ, ୧୦୦ ଏକର ବିଶିଷ୍ଟ ଜଳାଶୟ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ସୁବିଧା ସହିତ ଏହା ଆତ୍ମନିର୍ଭରଶୀଳ ହୋଇପାରିଛି ।

ବିଶ୍ୱବିଦ୍ୟାଳୟର ଇତିହାସ ସହ ଗଭୀର ସମ୍ପର୍କ ରହିଛି । ପ୍ରାୟ ୧୬୦୦ ବର୍ଷ ପୂର୍ବେ ସ୍ଥାପିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଏ । ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମନ କୀ ବାତ୍‌ କାର୍ଯ୍ୟକ୍ରମର ଜୁନ୍‌ ୨୦୨୪ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ବନ୍ଦ ରହିଥିବା ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ଖୁବ୍‌ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟସ୍ତ କରିଛନ୍ତି। ଆକାଶବାଣୀରେ ଆସନ୍ତା ୩୦ ଜୁନ୍‌ ରବିବାର ଦିନ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମର ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମନ୍‌ କୀ ବାତ୍‌ର ୧୧୧ତମ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଦେବାକୁ ଶ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସାଧାରଣ ନାଗରିକ ମାଇଁ ଗଭ୍‌ ଓପନ ଫୋରମ, ନମୋ ଆପ୍‌ ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ।

ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟକରି ଲେଖିଛନ୍ତି,

‘‘ନିର୍ବାଚନ କାରଣରୁ କିଛି ମାସର ବ୍ୟବଧାନ ପରେ #MannKiBaat ଫେରୁଛି। ଚଳିତ ମାସର କାର୍ଯ୍ୟକ୍ରମ ୩୦ ଜୁନ୍‌,  ରବିବାର ପ୍ରସାରିତ ହେବ। ସେଥିପାଇଁ ମୁଁ ପାଇଁ ବିଚାର ଓ ମତାମତ ଦେବାକୁ ନିବେଦନ କରିଛି। ଆପଣ ମାଇଁ ଗଭ୍‌ ଓପନ ଫୋରମ, ନମୋ ଆପ୍‌ ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ।’’

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶର ବାରାଣସୀରେ କିଷାନ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ସପ୍ତଦଶ କିସ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ କାଶୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲଗାତାର ତୃତୀୟ ଥର ପାଇଁ ତାଙ୍କୁ ଚୟନ କରିଥିବାରୁ ଶ୍ରୀ ମୋଦୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘‘ବର୍ତ୍ତମାନ ମା’ ଗଙ୍ଗା ମଧ୍ୟ ମୋତେ ପୋଷ୍ୟ ଭାବେ ଗ୍ରହଣ କରିଥିବା ପରି ମନେ ହେଉଛି ଏବଂ ମୁଁ କାଶୀ ପାଇଁ ସ୍ଥାନୀୟ ବାସିନ୍ଦା ହୋଇପାରିଛି’’, କୃତଜ୍ଞତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଅଷ୍ଟାଦଶ ଲୋକସଭା ପାଇଁ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ବିଶାଳତା, ସାମର୍ଥ୍ୟ, ବ୍ୟାପକତା ଏବଂ ମୂଳଦୁଆର ପ୍ରତୀକ ଏବଂ ଏହା ଭାରତକୁ ବିଶ୍ୱ ସମ୍ମୁଖରେ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିଛି । ଏହି ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏତେ ବଡ଼ ଧରଣର ନିର୍ବାଚନ ଅନ୍ୟ କେଉଁଠି ହୁଏ ନାହିଁ, ଯେଉଁଥିରେ ନାଗରିକଙ୍କ ଏତେ ବଡ଼ ଭାଗିଦାରୀ ଦେଖିବାକୁ ମିଳେ। ନିକଟରେ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀକୁ ତାଙ୍କର ଗସ୍ତ ବିଷୟରେ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଭାରତରେ ଭୋଟରଙ୍କ ସଂଖ୍ୟା ସମସ୍ତ ଜି-୭ ରାଷ୍ଟ୍ରର ଭୋଟରଙ୍କ ସଂଖ୍ୟା ଠାରୁ ଦେଢ଼ ଗୁଣ ଅଧିକ ଏବଂ ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରରେ ଭୋଟରଙ୍କ ସଂଖ୍ୟାଠାରୁ ଅଢ଼େଇ ଗୁଣ ଅଧିକ। ପ୍ରଧାନମନ୍ତ୍ରୀ ମୋଦୀ ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କ ଅଧିକ ସଂଖ୍ୟାରେ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ଆମ ଦେଶରେ ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ଭୋଟର ଥିବା ବିଷୟରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ଆମେରିକାର ସମ୍ପୂର୍ଣ୍ଣ ଜନସଂଖ୍ୟାର ନିକଟତର। ଭାରତର ଗଣତନ୍ତ୍ରର ଶକ୍ତି ଏବଂ ସୌନ୍ଦର୍ଯ୍ୟ କେବଳ ସମଗ୍ର ବିଶ୍ୱକୁ ଆକର୍ଷିତ କରେ ନାହିଁ ବରଂ ଏହାର ପ୍ରଭାବ ମଧ୍ୟ ପକାଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି। ଗଣତନ୍ତ୍ରର ଏହି ପର୍ବରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିବାରୁ ପ୍ରଧାନମନ୍ତ୍ରୀ ବାରାଣସୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ବାରାଣସୀର ଲୋକମାନେ କେବଳ ଜଣେ ସାଂସଦଙ୍କୁ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିଛନ୍ତି ।

ତୃତୀୟ ଥର ପାଇଁ ଏକ ନିର୍ବାଚିତ ସରକାରକୁ ଫେରାଇ ଆଣିବାର ନିର୍ବାଚନୀ ଜନାଦେଶକୁ ଅଭୂତପୂର୍ବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଗଣତନ୍ତ୍ର ମଧ୍ୟରେ ଏହା ଏକ ବିରଳ ସଫଳତା। ‘‘୬୦ ବର୍ଷ ତଳେ ଭାରତରେ ଏଭଳି ହ୍ୟାଟ୍ରିକ୍ ହୋଇଥିଲା’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ, ‘‘ଯୁବଆକାଂକ୍ଷା ଏତେ ଅଧିକ ଥିବା ଭାରତ ଭଳି ଦେଶରେ ଯଦି କୌଣସି ସରକାର ୧୦ ବର୍ଷର ଶାସନ ପରେ କ୍ଷମତାକୁ ଫେରିଯାଏ, ତେବେ ଏହା ଏକ ବିରାଟ ବିଜୟ ଏବଂ ବିଶାଳ ଆସ୍ଥା ଭୋଟ । ଆହୁରି ଆପଣମାନଙ୍କ ଏହି ବିଶ୍ୱାସ ମୋର ସବୁଠାରୁ ବଡ ପୁଞ୍ଜି ଏବଂ ଦେଶକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ମୋତେ ଉତ୍ସାହିତ କରିଥାଏ।’’

ବିକଶିତ ଭାରତର ସ୍ତମ୍ଭ ଭାବରେ ସେ କୃଷକ, ନାରୀଶକ୍ତି, ଯୁବକ ଏବଂ ଗରିବମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ମନେ ପକାଇଥିଲେ ଯେ ସରକାର ଗଠନ ପରେ  ପ୍ରଥମ ନିଷ୍ପତ୍ତି କୃଷକ ଏବଂ ଗରିବ ପରିବାର ଉପରେ ଆଧାରିତ ଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ପରିବାରକୁ ସାମିଲ କରିବା କିମ୍ବା ପିଏମ କିଷାନ ସମ୍ମାନ ନିଧିର କିସ୍ତି ସମ୍ପର୍କରେ ନିଆଯାଇଥିବା ଏଭଳି ନିଷ୍ପତ୍ତି ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଏବଂ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବା କୃଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟି ଟଙ୍କା ଜମା ହୋଇଥିବା ଉଲ୍ଲେଖ କରିଥିଲେ । ୩ କୋଟି ‘ଲଖପତି ଦିଦି’ ସୃଷ୍ଟି ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହି ପଦକ୍ଷେପ ଦ୍ୱାରା ହିତାଧିକାରୀ ମହିଳାଙ୍କ ପାଇଁ ସମ୍ମାନପୂର୍ଣ୍ଣ ଆୟ ଏବଂ ସୁଯୋଗ ସୁନିଶ୍ଚିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପିଏମ କିଷାନ ସମ୍ମାନ ନିଧି ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଭାବରେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, କୋଟି କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩.୨୫ ଲକ୍ଷ କୋଟି ରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି। କେବଳ ବାରାଣସୀର ଚାଷୀ ପରିବାରଗୁଡ଼ିକୁ ୭୦୦ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହାର ଲାଭ ପହଞ୍ଚାଇବାରେ ପ୍ରଯୁକ୍ତିର ବ୍ୟବହାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏଥିସହି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଶ୍ରେୟ ମଧ୍ୟ ଦେଇଥିଲେ ଯାହା ୧ କୋଟିରୁ ଅଧିକ କୃଷକଙ୍କୁ ପିଏମ୍ କିଷାନ ଯୋଜନାରେ ନିଜକୁ ପଞ୍ଜୀକରଣ କରାଇବାରେ ସକ୍ଷମ କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଲଭତା ବୃଦ୍ଧି ପାଇଁ ନିୟମକୁ ସରଳୀକରଣ କରାଯାଇଛି। ଯେତେବେଳେ ଉଦ୍ଦେଶ୍ୟ ଏବଂ ବିଶ୍ୱାସ ସଠିକ ସ୍ଥାନରେ ଥାଏ, କୃଷକଙ୍କ କଲ୍ୟାଣ ସମ୍ବନ୍ଧୀୟ କାର୍ଯ୍ୟ ଦ୍ରୁତ ଗତିରେ ହୁଏ ବୋଲି ଶ୍ରୀ ମୋଦୀ କହିଥିଲେ ।

ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ କୃଷି ଇକୋସିଷ୍ଟମର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଡାଲି ଏବଂ ତୈଳବୀଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଏବଂ ତତ୍ପରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କୃଷି ରପ୍ତାନିକାରୀ ହେବାର ଆବଶ୍ୟକତା ଉପରେ ମଧ୍ୟ ସେ ଜୋର ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳର ସ୍ଥାନୀୟ ଉତ୍ପାଦଗୁଡିକ ଏକ ବିଶ୍ୱ ବଜାର ପାଇପାରୁଛନ୍ତି । ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା ତଥା ପ୍ରତ୍ୟେକ ଜିଲ୍ଲାରେ ରପ୍ତାନି ହବ୍ ମାଧ୍ୟମରେ ରପ୍ତାନିକୁ ପ୍ରୋତ୍ସାହନ ମିଳୁଛି । କୃଷି କ୍ଷେତ୍ରରେ ମଧ୍ୟ ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟ ମନ୍ତ୍ର ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, “ମୋର ସ୍ୱପ୍ନ ହେଉଛି ଯେ ସମଗ୍ର ବିଶ୍ୱର ପ୍ରତ୍ୟେକ ଡାଇନିଂ ଟେବୁଲରେ ଅତି କମରେ ଗୋଟିଏ ଭାରତୀୟ ଖାଦ୍ୟ ଉତ୍ପାଦ ରହିବା ଉଚିତ୍ ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ କିଷାନ ସମୃଦ୍ଧି କେନ୍ଦ୍ର ମାଧ୍ୟମରେ ବାଜରା, ଔଷଧୀୟ ଉତ୍ପାଦ ଏବଂ ପ୍ରାକୃତିକ କୃଷିକୁ ସମର୍ଥନ କରିବା ପାଇଁ ଏକ ବିଶାଳ ନେଟୱାର୍କ ସୃଷ୍ଟି କରାଯାଉଛି ।

ବହୁ ସଂଖ୍ୟକ ମହିଳାଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କର ଗୁରୁତ୍ୱ ଓ ସମର୍ଥନ ଉପରେ ଆଲୋକପାତ କରିଥିଲେ । ମହିଳାଙ୍କ ଅବଦାନକୁ ବଢ଼ାଇବା ପାଇଁ କୃଷିର ପରିସରକୁ ବିସ୍ତାର କରିବା ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ । ଡ୍ରୋନ ଦିଦି କାର୍ଯ୍ୟକ୍ରମ ଭଳି କୃଷି ସଖୀ କାର୍ଯ୍ୟକ୍ରମ ଏହି ଦିଗରେ ଏକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ । ଆଶା କର୍ମୀ ଏବଂ ବ୍ୟାଙ୍କ ସଖୀ ଭାବରେ ମହିଳାମାନଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବର୍ତ୍ତମାନ କୃଷି ସଖୀ ଭାବରେ ସେମାନଙ୍କ ଦକ୍ଷତା ଦେଖିବ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କୃଷି ସଖୀ ଭାବରେ ୩୦,୦୦୦ରୁ ଅଧିକ ପ୍ରମାଣପତ୍ର ପ୍ରଦାନ କରିବା ବିଷୟରେ ଉଲ୍ଲେଖ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ୧୧ଟି ରାଜ୍ୟରେ ଚାଲିଥିବା ଏହି ଯୋଜନା ଦେଶର ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ହେବ ଏବଂ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

କାଶୀ ଏବଂ ପୂର୍ବାଞ୍ଚଳର କୃଷକମାନଙ୍କ ପ୍ରତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିଷ୍ଠା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବନାସ ଦୁଗ୍ଧ ସଂକୁଳ, ପେରିସେବଲ କାର୍ଗୋ ସେଣ୍ଟର ଏବଂ ସମନ୍ୱିତ ପ୍ୟାକେଜିଂ ହାଉସ୍ ବିଷୟରେ ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ବନାସ ଡାଏରୀ ବନାରସ ଏବଂ ଏହାର ଆଖପାଖ ଅଞ୍ଚଳର କୃଷକ ଏବଂ ଗୋପାଳକମାନଙ୍କ ଭାଗ୍ୟ ବଦଳାଇ ଦେଇଛି । ଏବେ ଏହି ଦୁଗ୍ଧ କାରଖାନା ଦୈନିକ ପ୍ରାୟ ୩ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି। କେବଳ ବନାରସର ୧୪ ହଜାରରୁ ଅଧିକ ଗୋପାଳକ ପରିବାର ଏହି ଦୁଗ୍ଧ ଉତ୍ପାଦନ ସଂସ୍ଥାରେ ପଞ୍ଜୀକୃତ ହୋଇଛନ୍ତି। ଏବେ ବନାସ ଡାଏରୀ ଆଗାମୀ ଦେଢ଼ ବର୍ଷ ମଧ୍ୟରେ କାଶୀର ଆଉ ୧୬ ହଜାର ଗୋପାଳକଙ୍କୁ ଯୋଡିବାକୁ ଯାଉଛି । ବନାସ ଡାଏରୀ ଆସିବା ପରେ ବନାରସର ଅନେକ ଦୁଗ୍ଧ ଉତ୍ପାଦକଙ୍କ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ମତ୍ସ୍ୟ ଚାଷୀଙ୍କ ଆୟରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ କିଷାନ କ୍ରେଡିଟ୍ କାର୍ଡର ଲାଭ ବିଷୟରେ ଉଲ୍ଲେଖ କରିଥିଲେ । ବାରାଣସୀରେ ମାଛ ଚାଷ ସହ ଜଡ଼ିତ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଚନ୍ଦୌଲିରେ ଏକ ଆଧୁନିକ ମାଛ ବଜାର ନିର୍ମାଣ କରାଯାଇଥିବା ସେ ସୂଚନା ଦେଇଥିଲେ।

ବାରାଣସୀରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସମୃଦ୍ଧ ହେଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏହି ଯୋଜନାରେ ପ୍ରାୟ ୪୦ ହଜାର ସ୍ଥାନୀୟ ଲୋକ ପଞ୍ଜୀକରଣ କରିଥିବା ବେଳେ ୨୫୦୦ ଘରକୁ ସୋଲାର ପ୍ୟାନେଲ ମିଳିସାରିଛି ଏବଂ ୩ ହଜାର ଘର ପାଇଁ କାମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଶୂନ୍ୟ ବିଜୁଳି ବିଲର ଦ୍ୱିଗୁଣିତ ଲାଭ ଏବଂ ହିତାଧିକାରୀ ପରିବାରକୁ ଅତିରିକ୍ତ ଆୟ ମିଳୁଛି।

ବାରାଣାସୀରେ ଯୋଗାଯୋଗକୁ ଆଗକୁ ବଢ଼ାଇବା ଏବଂ ଗାଁ ନିକଟରେ ପହଞ୍ଚିବା ଦିଗରେ ଗତ ୧୦ ବର୍ଷ ମଧ୍ୟରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାରାଣାସୀରେ ଦେଶର ପ୍ରଥମ ସିଟି ରୋପୱେ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗାଜିପୁର, ଆଜମଗଡ଼ ଏବଂ ଜୌନପୁର ସହରକୁ ସଂଯୋଗ କରୁଥିବା ରିଂ ରୋଡ୍ କାମ ସରିଛି । ଫୁଲଓ୍ଵାରିଆ ଏବଂ ଚୌକାଘାଟରେ ଫ୍ଲାଏଓଭର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । କାଶୀ, ବାରାଣସୀ ଏବଂ କ୍ୟାଣ୍ଟ ରେଳ ଷ୍ଟେସନକୁ ନୂଆ ରୂପ ମିଳିଛି । ବବତପୁର ବିମାନବନ୍ଦରରୁ ବିମାନ ଚଳାଚଳ ଦ୍ୱାରା ବିମାନ ଯାତ୍ରା ଓ ବ୍ୟବସାୟ ସହଜ ହୋଇଛି । ଗଙ୍ଗା ଘାଟର ବିକାଶ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନୂତନ ସୁବିଧା, ସହରର କୁଣ୍ଡଗୁଡିକର ନବୀକରଣ ଏବଂ ବାରଣସୀର ବିଭିନ୍ନ ସ୍ଥାନରେ ନୂତନ ବ୍ୟବସ୍ଥା ବିକଶିତ କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଯେ କାଶୀରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ନୂତନ ଷ୍ଟାଡିୟମ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ।

ଜ୍ଞାନର ରାଜଧାନୀ ଭାବରେ କାଶୀର ଖ୍ୟାତିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ଐତିହ୍ୟ ସହର କିଭଳି ଆଧୁନିକ ସହରୀ ବିକାଶର ଏକ ନୂଆ ଗାଥା ଲେଖିପାରିବ ତାହା  ବାରାଣସୀ ସମଗ୍ର ବିଶ୍ୱକୁ ଶିଖାଇ ଦେଇଛି । କାଶୀରେ ବିକାଶର ମନ୍ତ୍ର ତଥା ଐତିହ୍ୟ ସବୁଠି ଦେଖିବାକୁ ମିଳୁଛି। ଆଉ ଏହି ବିକାଶ କେବଳ କାଶୀ ପାଇଁ ଲାଭଦାୟକ ନୁହେଁ । ସମଗ୍ର ପୂର୍ବାଞ୍ଚଳରୁ ଯେଉଁ ପରିବାରମାନେ ସେମାନଙ୍କ କାମ ଏବଂ ଆବଶ୍ୟକତା ପାଇଁ କାଶୀକୁ ଆସନ୍ତି, ସେମାନେ ମଧ୍ୟ ଏହି ସବୁ କାର୍ଯ୍ୟରୁ ବହୁତ ସାହାଯ୍ୟ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ବାବା ବିଶ୍ୱନାଥଙ୍କ ଆଶୀର୍ବାଦରେ କାଶୀର ବିକାଶର ଏହି ନୂଆ ଗାଥା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ଶ୍ରୀ ମୋଦୀ ଶେଷରେ କହିଛନ୍ତି।

ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭଗୀରଥ ଚୌଧୁରୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ କଲ୍ୟାଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ କିଷାନ ନିଧିର ସପ୍ତଦଶ କିସ୍ତି ହସ୍ତାନ୍ତର କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଥିଲେ। ଏହି ପ୍ରତିଶ୍ରୁତିକୁ ଜାରି ରଖି ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସପ୍ତଦଶ କିସ୍ତି ହସ୍ତାନ୍ତର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ପିଏମ୍-କିଷାନ ଯୋଜନାରେ ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ। କୃଷି ସଖୀ ସମନ୍ୱୟ କାର୍ଯ୍ୟକ୍ରମ (କେଏସସିପି)ର ଲକ୍ଷ୍ୟ ହେଉଛି, କୃଷି ସଖୀ ଭାବରେ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ମାଧ୍ୟମରେ ଗ୍ରାମୀଣ ଭାରତକୁ ରୂପାନ୍ତରିତ କରିବା। କୃଷି ସଖୀମାନଙ୍କୁ ପାରା-ସମ୍ପ୍ରସାରଣ ଶ୍ରମିକ ଭାବରେ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା ମଧ୍ୟ ଯୋଜନାର ଉଦ୍ଦେଶ୍ୟ। ଏହି ପ୍ରମାଣପତ୍ର ପାଠ୍ୟକ୍ରମ ‘ଲଖପତି ଦିଦି’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ମଧ୍ୟ ସମନ୍ୱିତ।

Categories
ଆଜିର ଖବର ଜାତୀୟ ଖବର

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଓ ବିହାର ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଉତ୍ତର ପ୍ରଦେଶ ଏବଂ ବିହାର ଗସ୍ତରେ ଯିବେ। ଆଜି ଅପରାହ୍ଣ ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀରେ ପିଏମ୍ କିଷାନ ସମ୍ମାନ ସମ୍ମିଳନୀରେ ଯୋଗଦେବେ। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ଦଶାଶ୍ଵମେଧ ଘାଟରେ ଗଙ୍ଗା ଆରତୀ ଦେଖିବେ। ରାତି ପ୍ରାୟ ୮ଟାରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ।

ଜୁନ୍ ୧୯ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ କଲ୍ୟାଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପିଏମ୍ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ହସ୍ତାନ୍ତର କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଥିଲେ। ଏହି ପ୍ରତିଶ୍ରୁତିକୁ ଜାରି ରଖି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସପ୍ତଦଶ କିସ୍ତି ପ୍ରଦାନ କରିବେ। ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ପିଏମ-କିଷାନ ଯୋଜନାରେ ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ପ୍ରମାଣପତ୍ର ପ୍ରଦାନ କରିବେ।

କୃଷି ସଖୀ ସମନ୍ୱୟ କାର୍ଯ୍ୟକ୍ରମ (କେଏସସିପି)ର ଲକ୍ଷ୍ୟ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ମାଧ୍ୟମରେ ଗ୍ରାମୀଣ ଭାରତକୁ କୃଷି ସଖୀ ଭାବରେ ରୂପାନ୍ତରିତ କରିବା, କୃଷି ସଖୀମାନଙ୍କୁ ପାରା-ସମ୍ପ୍ରସାରଣ ଶ୍ରମିକ ଭାବରେ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା। ଏହି ପ୍ରମାଣପତ୍ର ଆଧାରିତ ପାଠ୍ୟକ୍ରମ ମଧ୍ୟ “ଲଖପତି ଦିଦି” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ସମନ୍ୱିତ।

ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ।

ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶମାନଙ୍କର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ପରିକଳ୍ପନା କରାଯାଇଛି। ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

କ୍ୟାମ୍ପସରେ ଦୁଇଟି ଶିକ୍ଷା ବ୍ଲକ ରହିଛି ଯେଉଁଥିରେ ୪୦ଟି ଶ୍ରେଣୀଗୃହ ରହିଛି ଯେଉଁଥିରେ ମୋଟ ୧୯୦୦ ଛାତ୍ରଛାତ୍ରୀ ବସିବାର କ୍ଷମତା ରହିଛି। ଏଥିରେ ୩୦୦ ଆସନ ବିଶିଷ୍ଟ ଦୁଇଟି ଅଡିଟୋରିୟମ୍ ରହିଛି। ଏଠାରେ ଏକ ଛାତ୍ର ହଷ୍ଟେଲ ରହିଛି ଯେଉଁଥିରେ ପାଖାପାଖି ୫୫୦ ଛାତ୍ରଛାତ୍ରୀ ରହିପାରିବେ। ଏଥିରେ ଇଣ୍ଟରନେସନାଲ ସେଣ୍ଟର, ଆମ୍ଫିଥିଏଟର ସମେତ ଅନ୍ୟାନ୍ୟ ସୁବିଧା ରହିଛି ଯେଉଁଥିରେ ୨୦୦୦ ବ୍ୟକ୍ତି ରହିପାରିବେ। ଏଠାରେ ଫେକଲ୍ଟି କ୍ଲବ୍ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ରହିଛି।

ଏହି କ୍ୟାମ୍ପସ ହେଉଛି ଏକ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ଏକ ସବୁଜ କ୍ୟାମ୍ପସ୍‌। ଏହା ସୌର ପ୍ଲାଣ୍ଟ, ଘରୋଇ ଓ ପାନୀୟ ଜଳ ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟ ଜଳର ପୁନଃବ୍ୟବହାର ପାଇଁ ଜଳ ପୁନଃବ୍ୟବହାର ପ୍ଲାଣ୍ଟ, ୧୦୦ ଏକର ଜଳାଶୟ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ସୁବିଧା ସହିତ ଆତ୍ମନିର୍ଭରଶୀଳ ହୋଇଛି।

ନାଳନ୍ଦା ବିଶ୍ୱବିଦ୍ୟାଳୟର ଇତିହାସ ସହ ଗଭୀର ସମ୍ପର୍କ ରହିଛି। ପ୍ରାୟ ୧୬୦୦ ବର୍ଷ ପୂର୍ବେ ସ୍ଥାପିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଏ। ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜେକ୍ ସୁଲିଭାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ଏନଏସଏ ସୁଲିଭାନ୍ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ, ବିଶେଷକରି ସେମିକଣ୍ଡକ୍ଟର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଟେଲିକମ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ମହାକାଶ ଆଦି ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଉପରେ ପଦକ୍ଷେପ (ଆଇସିଇଟି) ଅଧୀନରେ ଅଗ୍ରଗତି ବିଷୟରେ ସେ ଆଲୋଚନା କରିଥିଲେ।

ସମସ୍ତ କ୍ଷେତ୍ରରେ ବଢୁଥିବା ଦ୍ୱିପାକ୍ଷିକ ଭାଗିଦାରୀର ଗତି ଓ ବ୍ୟାପକତା ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ସହମତି ତଥା ସମନ୍ୱୟ ଉପରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

ଜି-୭ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ବାଇଡେନଙ୍କ ସହ ତାଙ୍କର ନିକଟରେ ହୋଇଥିବା ସକାରାତ୍ମକ ବାର୍ତ୍ତାଳାପକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ବୈଶ୍ୱିକ ମଙ୍ଗଳ ପାଇଁ ବ୍ୟାପକ ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ନୂତନ କାର୍ଯ୍ୟକାଳରେ ଏହାକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଣିପୁର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସୋମବାର ନୂଆଦିଲ୍ଲୀରେ ମଣିପୁର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ, ସ୍ଥଳସେନା (ନାମାଙ୍କିତ) ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା, ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ, ମଣିପୁର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ସେନା ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରର ସୁରକ୍ଷା ସ୍ଥିତିର ସାମଗ୍ରିକ ସମୀକ୍ଷା କରିଥିଲେ ଏବଂ ମଣିପୁରରେ ଆଉ ଯେପରି ହିଂସାକାଣ୍ଡ ନ ଘଟେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ବାହିନୀର ରଣନୀତିକ ମୁତୟନ ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସୁରକ୍ଷାବଳ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ହିଂସାକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ। ବିଶେଷ କରି ଖାଦ୍ୟ, ପାଣି, ଔଷଧ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଉପଯୁକ୍ତ ଉପଲବ୍ଧତା ନେଇ ଶ୍ରୀ ଅମିତ ଶାହ ରିଲିଫ୍ କ୍ୟାମ୍ପର ସ୍ଥିତିର ସମୀକ୍ଷା କରିଥିଲେ। ବିସ୍ଥାପିତଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ତଥା ସେମାନଙ୍କ ଥଇଥାନ ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀ ମଣିପୁରର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଠାରେ ଲାଗି ରହିଥିବା ଜାତିଆଣ ସଂଘର୍ଷର ସମାଧାନ ପାଇଁ ସମନ୍ୱିତ ଆଭିମୁଖ୍ୟର ଗୁରୁତ୍ୱ ଉପରେ ଗୃହମନ୍ତ୍ରୀ ଜୋର ଦେଇଥିଲେ। ସେ କହିଥିଲେ ଯେ ଗୃହ ମନ୍ତ୍ରଣାଳୟ ଉଭୟ ଗୋଷ୍ଠୀ, ମୈତୀ ଏବଂ କୁକିମାନଙ୍କ ସହ କଥାବାର୍ତ୍ତା କରିବ, ଯାହାଦ୍ୱାରା ଜାତିଗତ ବିଭେଦକୁ ଯଥାଶୀଘ୍ର ଦୂର କରାଯାଇପାରିବ। ରାଜ୍ୟରେ ସୁରକ୍ଷା ସ୍ଥିତି ସୁଦୃଢ଼ କରିବା ପାଇଁ ଭାରତ ସରକାର ମଣିପୁର ସରକାରଙ୍କୁ ସକ୍ରିୟ ଭାବେ ସହଯୋଗ କରି ଆସୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ପଶ୍ଚିମବଙ୍ଗରେ ଘଟିଥିବା ରେଳ ଦୁର୍ଘଟଣା ଦୁଃଖଦାୟକ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି। ଅଧିକାରୀଙ୍କ ସହ କଥା ହୋଇ ସ୍ଥିତି ଅନୁଧ୍ୟାନ କରିଛି। କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।’’

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

‘‘ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।’’

Categories
ଆଜିର ଖବର ଜାତୀୟ ଖବର

ଜୁନ୍ ୧୮ ଓ ୧୯ରେ ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୮ ଓ ୧୯ ଜୁନ୍ ୨୦୨୪ରେ ଉତ୍ତର ପ୍ରଦେଶ ଏବଂ ବିହାର ଗସ୍ତରେ ଯିବେ। ଜୁନ୍ ୧୮ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀରେ ପିଏମ୍ କିଷାନ ସମ୍ମାନ ସମ୍ମିଳନୀରେ ଯୋଗଦେବେ। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ଦଶାଶ୍ଵମେଧ ଘାଟରେ ଗଙ୍ଗା ଆରତୀ ଦେଖିବେ। ରାତି ପ୍ରାୟ ୮ଟାରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ।

ଜୁନ୍ ୧୯ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ କଲ୍ୟାଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପିଏମ୍ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ହସ୍ତାନ୍ତର କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଥିଲେ। ଏହି ପ୍ରତିଶ୍ରୁତିକୁ ଜାରି ରଖି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସପ୍ତଦଶ କିସ୍ତି ପ୍ରଦାନ କରିବେ। ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ପିଏମ-କିଷାନ ଯୋଜନାରେ ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ପ୍ରମାଣପତ୍ର ପ୍ରଦାନ କରିବେ।

କୃଷି ସଖୀ ସମନ୍ୱୟ କାର୍ଯ୍ୟକ୍ରମ (କେଏସସିପି)ର ଲକ୍ଷ୍ୟ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ମାଧ୍ୟମରେ ଗ୍ରାମୀଣ ଭାରତକୁ କୃଷି ସଖୀ ଭାବରେ ରୂପାନ୍ତରିତ କରିବା, କୃଷି ସଖୀମାନଙ୍କୁ ପାରା-ସମ୍ପ୍ରସାରଣ ଶ୍ରମିକ ଭାବରେ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା। ଏହି ପ୍ରମାଣପତ୍ର ଆଧାରିତ ପାଠ୍ୟକ୍ରମ ମଧ୍ୟ “ଲଖପତି ଦିଦି” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ସମନ୍ୱିତ।

ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ।

ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶମାନଙ୍କର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ପରିକଳ୍ପନା କରାଯାଇଛି। ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

କ୍ୟାମ୍ପସରେ ଦୁଇଟି ଶିକ୍ଷା ବ୍ଲକ ରହିଛି ଯେଉଁଥିରେ ୪୦ଟି ଶ୍ରେଣୀଗୃହ ରହିଛି ଯେଉଁଥିରେ ମୋଟ ୧୯୦୦ ଛାତ୍ରଛାତ୍ରୀ ବସିବାର କ୍ଷମତା ରହିଛି। ଏଥିରେ ୩୦୦ ଆସନ ବିଶିଷ୍ଟ ଦୁଇଟି ଅଡିଟୋରିୟମ୍ ରହିଛି। ଏଠାରେ ଏକ ଛାତ୍ର ହଷ୍ଟେଲ ରହିଛି ଯେଉଁଥିରେ ପାଖାପାଖି ୫୫୦ ଛାତ୍ରଛାତ୍ରୀ ରହିପାରିବେ। ଏଥିରେ ଇଣ୍ଟରନେସନାଲ ସେଣ୍ଟର, ଆମ୍ଫିଥିଏଟର ସମେତ ଅନ୍ୟାନ୍ୟ ସୁବିଧା ରହିଛି ଯେଉଁଥିରେ ୨୦୦୦ ବ୍ୟକ୍ତି ରହିପାରିବେ। ଏଠାରେ ଫେକଲ୍ଟି କ୍ଲବ୍ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ରହିଛି।

ଏହି କ୍ୟାମ୍ପସ ହେଉଛି ଏକ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ଏକ ସବୁଜ କ୍ୟାମ୍ପସ୍‌। ଏହା ସୌର ପ୍ଲାଣ୍ଟ, ଘରୋଇ ଓ ପାନୀୟ ଜଳ ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟ ଜଳର ପୁନଃବ୍ୟବହାର ପାଇଁ ଜଳ ପୁନଃବ୍ୟବହାର ପ୍ଲାଣ୍ଟ, ୧୦୦ ଏକର ଜଳାଶୟ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ସୁବିଧା ସହିତ ଆତ୍ମନିର୍ଭରଶୀଳ ହୋଇଛି।

ନାଳନ୍ଦା ବିଶ୍ୱବିଦ୍ୟାଳୟର ଇତିହାସ ସହ ଗଭୀର ସମ୍ପର୍କ ରହିଛି। ପ୍ରାୟ ୧୬୦୦ ବର୍ଷ ପୂର୍ବେ ସ୍ଥାପିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଏ। ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ରେ ସ୍ଥାନ ପାଇଲା କଚ୍ଛର ସ୍ମୃତିବନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ପାଇଁ ବିଶ୍ୱ ସ୍ତରୀୟ ଚୟନରେ, ୨୦୦୧ ରେ ହୋଇଥିବା ଦୁଖଃଦ ଭୂମିକମ୍ପରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳିର ପ୍ରତୀକ କଚ୍ଛର ସ୍ମୃତିବନକୁ ସାମିଲ୍ କରାଯାଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:

“୨୦୦୧ରେ ହୋଇଥିବା ଦୁଖଃଦ ଭୂମିକମ୍ପରେ ଆମେ ହରାଇଥିବା ଲୋକଙ୍କ ପାଇଁ କଚ୍ଛର ସ୍ମୃତିବନ ଏକ ଶ୍ରଦ୍ଧାଞ୍ଜଳି। ଏହା ମାନବିକ  ଏବଂ ସାହସିକତାକୁ ମଧ୍ୟ ସ୍ମରଣ କରାଇଥାଏ। ଏହି ମ୍ୟୁଜିଅମ୍ ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ପାଇଁ ବିଶ୍ୱ ଚୟନରେ ଏକ ସ୍ଥାନ ପାଇଥିବା ଆନନ୍ଦର ବିଷୟ।”

Categories
ଆଜିର ଖବର ଜାତୀୟ ଖବର

ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳବାଇ ପାଇଁ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି।

ରେଳ ମନ୍ତ୍ରଣାଳୟ ୨୬ ଫେବୃଆରୀ ୨୦୨୪ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ୨,୧୪୦ ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସଡ଼କ ଉପରେ ରେଳ ଓଭରବ୍ରିଜ୍‌ ଓ ସଡ଼କ ତଳେ ରେଳବାଇ ଅଣ୍ଡର୍‌ବ୍ରିଜ୍‌ ଉଦଘାଟନ ଏବଂ ରେଳ ଷ୍ଟେସନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଭାରତୀୟ ରେଳବାଇର ଏହି ବ୍ୟାପକ ପ୍ରୟାସ ଓ ଏକତ୍ରିକରଣକୁ ମାନ୍ୟତା ମିଳିଛି ଏବଂ ଏହାକୁ ସମ୍ମାନଜନକ ଲିମକା ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡସ୍‌ ରେ ସାମିଲ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅର୍ଦ୍ଧ ଚକ୍ରାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଦ୍ଧ ଚକ୍ରାସନ କିମ୍ବା ଅର୍ଦ୍ଧ ଚକ୍ର ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଉତ୍ତମ ହୃଦୟ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଏହି ସ୍ଥିତିର ଅଭ୍ୟାସ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଛିଡା ହୋଇ ଏହି ଆସନ କରିବାର ବିଭିନ୍ନ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ପ୍ରଧାମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚକ୍ରାସନ ଅଭ୍ୟାସ କର। ଏହା ହୃଦୟ ପାଇଁ ବହୁତ ଭଲ ହୋଇଥିବା ବେଳେ ରକ୍ତ ପ୍ରବାହ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ।”

https://x.com/narendramodi/status/1801804607162548365?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801804607162548365%7Ctwgr%5E23441abee698cb6e3c86aad1da11ebd9aa46f91a%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025553