Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆସନ୍ତା ୬ ରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ସେପ୍ଟେମ୍ବର ୦୬-୦୭, ୨୦୨୩ରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସିଆନର ବର୍ତ୍ତମାନର ଅଧ୍ୟକ୍ଷ ଭାବରେ ଇଣ୍ଡୋନେସିଆ ଦ୍ୱାରା ଆୟୋଜନ କରାଯାଉଥିବା ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବେ।

୨୦୨୨ରେ ଭାରତ-ଆସିଆନ୍ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରାଯିବା ପରେ ଆଗାମୀ ଆସିଆନ୍-ଭାରତ ଶିଖର ସମ୍ମିଳନୀ ହେଉଛି ପ୍ରଥମ ଶିଖର ସମ୍ମିଳନୀ। ଏହି ଶିଖର ସମ୍ମିଳନୀରେ ଭାରତ-ଆସିଆନ୍ ସମ୍ପର୍କର ଅଗ୍ରଗତି ର ସମୀକ୍ଷା କରାଯିବା ସହ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରାଯିବ।

ପୂର୍ବ ଏସିଆ ଶିଖର ସମ୍ମିଳନୀ ଆସିଆନ ରାଷ୍ଟ୍ର ଏବଂ ଭାରତ ସମେତ ଏହାର ଆଠଟି ଆଲୋଚନା ସହଯୋଗୀମାନଙ୍କୁ ଆଞ୍ଚଳିକ ଏବଂ ବୈଶ୍ୱିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଥର୍ମନ ଶନମୁଗରତ୍ନମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଥର୍ମନ ଶନମୁଗରତ୍ନମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସିଙ୍ଗାପୁର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଥର୍ମନ ଶନମୁଗରତ୍ନମଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ସିଙ୍ଗାପୁର ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ମଜଭୁତ କରିବା ପାଇଁ ମୁଁ ଆପଣଙ୍କ ସହ ମିଶି କାମ କରିବାକୁ ଉତ୍ସୁକ।’

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟରେ ୟୁପିଆଇ ଦେଣନେଣ ଅତିକ୍ରମ କଲା ୧ ହଜାର କୋଟି: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟରେ ୟୁପିଆଇ ଦେଣନେଣ ୧ ହଜାର କୋଟି ଅତିକ୍ରମ କରିଥିବାରୁ ଏଥିପାଇଁ ପ୍ରଶଂସା କରିଛନ୍ତି।

ଏନପିସିଆଇର ଏକ ପୋଷ୍ଟରେ ନିଜ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି ଯେ, ‘‘ଏହା ଏକ ଚମତ୍କାର ଖବର! ଏହା ଭାରତର ଜନତାଙ୍କ ଦ୍ୱାରା ଡିଜିଟାଲ ପ୍ରଗତିକୁ ଆପଣାଇବାର ପ୍ରମାଣ ଏବଂ ସେମାନଙ୍କ କୌଶଳ ପ୍ରତି ସମ୍ମାନ। ଆଗାମୀ ସମୟରେ ମଧ୍ୟ ଏହି ଧାରା ଜାରି ରହିବା ନେଇ ଆଶା।’’

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କର୍କଟର ଚିକିତ୍ସା ନିମନ୍ତେ ଭିତ୍ତିଭୂମି ମଜଭୁତ କରିବା ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କର୍କଟର ଚିିକିତ୍ସା ଲାଗି ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ ସୂଚନା ଦେଇଛନ୍ତି ଯେ, ଇଏସଆଇ କର୍ପୋରେସନର ୧୯୧ତମ ବୈଠକରେ ଭାରତର ୩୦ ଏଏସଆଇସି ଡାକ୍ତରଖାନାରେ କେମୋଥେରାପି ସେବା ଆରମ୍ଭ କରାଯାଇଛି।

ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କର୍କଟ ରୋଗର ଚିକିତ୍ସା ପାଇଁ ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରଶଂସନୀୟ ପ୍ରୟାସ। ଏଥିରୁ ପୂରା ଦେଶରେ ବହୁ ଲୋକେ ଉପକୃତ ହେବେ।’

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ନାରାୟଣ ଗୁରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, “ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ, ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମନେ ପକାଉଛି। ସେ ଅବହେଳିତ ମାନଙ୍କର ହିତକୁ ସମର୍ଥନ କରିଥିଲେ ଏବଂ ତାଙ୍କ ଜ୍ଞାନ ମାଧ୍ୟମରେ ସାମାଜିକ ପରିଦୃଶ୍ୟକୁ ପରିବର୍ତ୍ତନ କରିଥିଲେ। ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଦ୍ୱାରା ଆମେ ଅନୁପ୍ରାଣିତ ରହିଛୁ। ଶିବଗିରି ମଠକୁ ପୂର୍ବରୁ ପରିଦର୍ଶନ। ”

“ତାଙ୍କ ଜନ୍ମ ବାର୍ଷିକୀରେ ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ ଶ୍ରୀ ନାରାୟଣ ଗୁରୁଙ୍କୁ ମନେ ପକାଉଛି। ସେ ବଂଚିତ ମାନଙ୍କ ପାଇଁ କାର୍ଯ୍ୟ କରିଥିଲେ ଏବଂ ନିଜର ଜ୍ଞାନ ମାଧ୍ୟମରେ  ସାମାଜିକ ଦୃଶ୍ୟପଟ୍ଟ ପରିବର୍ତ୍ତନ କରିଥିଲେ। ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତା ଆମକୁ ପ୍ରେରଣା ଯୋଗାଇଥାଏ।  ମୁଁ ମୋର ଶିବଗିରି ମଠ ପରିଦର୍ଶନର ଅନ୍ତିମ ଚିତ୍ରକୁ ଏଠାରେ ଦେଉଛି।”

Categories
ଆଜିର ଖବର ଜାତୀୟ ଖବର

ଚେସ୍ ଗ୍ରାଣ୍ଡମାଷ୍ଟର ପ୍ରଗନ୍ନାନନ୍ଦ ଏବଂ ତାଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଏଲ୍‌କେଏମ୍‌ରେ ଚେସ ଗ୍ରାଣ୍ଡମାଷ୍ଟର ପ୍ରଗନ୍ନାନନ୍ଦ ଏବଂ ତାଙ୍କ ପରିବାରଙ୍କୁ ଭେଟିଥିଲେ।

ପ୍ରଗନ୍ନାନନ୍ଦଙ୍କ  ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି ଯେ, “ଆଜି  ୭ ଏଲ୍‌କେଏମ୍‌ରେ ବହୁତ ସ୍ୱତନ୍ତ୍ର ପରିଦର୍ଶକ ଆସିଥିଲେ।

@rpragchess ତୁମ ପରିବାର ସହିତ ତୁମକୁ ଭେଟି ବହୁତ ଖୁସି।

ତୁମେ  ଉତ୍ସାହ ଏବଂ ଦୃଢ଼ତାକୁ ବ୍ୟକ୍ତ କର। ତୁମର ଉଦାହରଣ ଏହା ଦର୍ଶାଏ ଯେ, କିପରି ଭାରତର ଯୁବକମାନେ ଯେକୌଣସି କ୍ଷେତ୍ରରେ ବିଜୟ ପ୍ରାପ୍ତ କରିପାରିବେ। ତୁମ ପାଇଁ ଗର୍ବିତ!”,

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ସଂସ୍କୃତ ଦିବସ ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସଂସ୍କୃତ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି। ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଥିବା ସମସ୍ତ ଲୋକଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ଏହାକୁ ପାଳନ କରିବା ପାଇଁ, ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ନିମନ୍ତେ ଅପିଲ କରିଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବିଶ୍ୱ ସଂସ୍କୃତ ଦିବସ ଅବସରରେ ମୋର ଶୁଭକାମନା। ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରୁଛି, ଯେଉଁମାନେ ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଛନ୍ତି। ସଂସ୍କୃତ ପ୍ରତି ଭାରତର ବହୁତ ସ୍ୱତନ୍ତ୍ର ସମ୍ପର୍କ ରହିଛି । ଏହି ମହାନ ଭାଷାକୁ ନେଇ ଉତ୍ସବ ପାଳନ ପୂର୍ବକ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ପାଇଁ ଆହ୍ୱାନ ଦେଉଛି। ନିମ୍ନରେ ଏକ ପୋଷ୍ଟ ଜରିଆରେ ମୁଁ ଏକ ବାକ୍ୟ ମଧ୍ୟ ସେୟାର କରିବି। ‘#ସେଲିବ୍ରେଟିଂସାଂସ୍କ୍ରିଟ’ର ଉପଯୋଗ କରିବା ପାଇଁ ଭୁଲନ୍ତୁ ନାହିଁ।’’

Categories
ଆଜିର ଖବର ଜାତୀୟ ଖବର

ପିଲାମାନଙ୍କ ସହ ରକ୍ଷାବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି।

ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପିଲାମାନେ ଚନ୍ଦ୍ରଯାନ-୩ ମିଶନର ସାମ୍ପ୍ରତିକ ସଫଳତା ଉପରେ ସେମାନଙ୍କର ସକାରାତ୍ମକ ଭାବନା ସେୟାର କରିଥିଲେ ଏବଂ ଆଗାମୀ ଆଦିତ୍ୟ ଏଲ୍ -୧ ମିଶନ କୁ ନେଇ ଉତ୍ସାହ ପ୍ରକାଶ କରିଥିଲେ।

ଆଲୋଚନା ସମୟରେ ପିଲାମାନେ କବିତା ପାଠ କରିବା ସହ ଗୀତ ଗାଇଥିଲେ। ସେମାନଙ୍କ ବକ୍ତବ୍ୟରେ ପ୍ରଭାବିତ ହୋଇ ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ ଯୋଜନା ସମେତ ବିଭିନ୍ନ ବିଷୟ ଉପରେ କବିତା ଲେଖିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ। ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ବୁଝାଇ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ବିଭିନ୍ନ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକମାନଙ୍କ ସହ ଅଂଶଗ୍ରହଣ କରିଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବୃନ୍ଦାବନର ବିଧବା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

‘ଇଣ୍ଡିଆ’ ବୈଠକ ପୂର୍ବରୁ ଆପ୍‌ର ଚାପ ରାଜନୀତି, ପ୍ରଧାନମନ୍ତ୍ରୀ ପଦ ପାଇଁ ଅରବିନ୍ଦ କେଜ୍ରିୱାଲ ଭଲ ପ୍ରାର୍ଥୀ?

ନୂଆଦିଲ୍ଲୀ: ଅଗଷ୍ଟ ୩୧ରେ ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ଏକ ବୈଠକ ମୁମ୍ବାଇରେ ହେବାକୁ ଯାଉଛି, କିନ୍ତୁ ଏହାର ଠିକ୍ ପୂର୍ବରୁ ଆପ୍ ପକ୍ଷରୁ ଏକ ବଡ଼ ବୟାନ ଆସିଛି। ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀଙ୍କଠାରୁ ଭଲ ପ୍ରାର୍ଥୀ ସାବ୍ୟସ୍ତ ହେବେ।

ଅଗଷ୍ଟ ୩୧ରେ ମୁମ୍ବାଇରେ ଇଣ୍ଡିଆ ଆଲାଏନ୍ସର ବୈଠକ ବସି ଭବିଷ୍ୟତ ରଣନୀତି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହା ଭିନ୍ନକଥା ଯେ ଚାପ ରାଜନୀତି ମଧ୍ୟ ଦେଖିବାକୁ ମିଳୁଛି। ବୈଠକରେ ଯୋଗ ଦେବା ପାଇଁ ଆମ୍ ଆଦମୀ ପାର୍ଟିକୁ ନିମନ୍ତ୍ରଣ ପଠାଯାଇଥିବାବେଳେ ଏହା ପୂର୍ବରୁ ଆପ୍ ପକ୍ଷରୁ ଦାବି କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ପାଇଁ ଆମ୍ ଆଦମୀ ପାର୍ଟି ମଧ୍ୟ ଯୁକ୍ତି ଉପସ୍ଥାପନ କରିଛି। ଆପଣଙ୍କୁ କହିରଖୁଛୁ ଯେ ନିକଟରେ ଦିଲ୍ଲୀରେ ଲୋକସଭା ଆସନ ବଣ୍ଟନ ପ୍ରସଙ୍ଗରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଶ୍ରେଷ୍ଠ ପ୍ରାର୍ଥୀ

ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ସତକଥା ହେଉଛି ବର୍ତ୍ତମାନ କେବଳ ଅରବିନ୍ଦ କେଜ୍ରିୱାଲ ହିଁ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଇପାରିବେ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧୀଙ୍କ ଶ୍ରେଷ୍ଠ ଚେହେରା ସାବ୍ୟସ୍ତ ହେବେ। ମୁଦ୍ରାସ୍ଫୀତିର ଉଦାହରଣ ଦେଇ ସେ କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟରେ ମୁଦ୍ରାସ୍ଫୀତି ଶୀର୍ଷରେ ଥିବାବେଳେ ଦିଲ୍ଲୀରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖି ଆମେ ସାଧାରଣ ଲୋକଙ୍କୁ ମାଗଣାରେ ପାଣି, ବିଜୁଳି ଦେଉଛୁ, ବୟସ୍କଙ୍କୁ ତୀର୍ଥଯାତ୍ରା କରୁଛୁ। ଖାଲି ସେତିକି ନୁହେଁ ସବୁ ପ୍ରକାର ସମସ୍ୟା ମଧ୍ୟରେ ବଳକା ବଜେଟ୍ ମଧ୍ୟ ଉପସ୍ଥାପନ କରାଯାଇଛି। ଏଥିରୁ ଆପଣ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦକ୍ଷତା ଅନୁମାନ କରିପାରିବେ।

ଦିଲ୍ଲୀରେ ଭଲ କାମ ହେଉଛି ସବୁଠାରୁ ବଡ ଉଦାହରଣ

ପ୍ରିୟଙ୍କା କକ୍କର କହିଛନ୍ତି ଯେ ଦିଲ୍ଲୀର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମଡ଼େଲକୁ କେବଳ ଦେଶରେ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ପ୍ରଶଂସା କରାଯାଉଛି। ଆମେ ‘ମେକ୍ ଇନ୍ ଇଣ୍ଡିଆ’ର ଏକ ନମ୍ବର ଭିଜନ ନେଇ ଆଗକୁ ବଢ଼ୁଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ବାହାରୁ ସାମଗ୍ରୀ କିଣି ମୁଦ୍ରାସ୍ଫୀତି ଆମଦାନୀ କରୁଛୁ, କିନ୍ତୁ ଆମେ ବିଶ୍ୱାସ କରୁ ଯେ ଆମେ ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରି ଏଭଳି ସମସ୍ୟାକୁ ଦୂର କରିପାରିବା। କିନ୍ତୁ ପ୍ରଶ୍ନ ଉଠୁଛି ଏଭଳି ବୟାନ ବିରୋଧୀ ଏକତା ମେଣ୍ଟକୁ ମଜବୁତ କରିବ କି?

କ’ଣ କହୁଛନ୍ତି ବିଶେଷଜ୍ଞ

ବିଶେଷଜ୍ଞଙ୍କ ମତରେ ଯେତେବେଳେ କୌଣସି ଦଳ ନିଜେ ବିରୋଧୀ ଭୂମିକା ନିର୍ବାହ କରିବାରେ ସକ୍ଷମ ନୁହଁନ୍ତି, ତାଙ୍କ ଆଗରେ ଏକମାତ୍ର ବିକଳ୍ପ ହେଉଛି ସମାନ ଚିନ୍ତାଧାରାର ଦଳଗୁଡ଼ିକୁ ଗୋଟିଏ ମଞ୍ଚରେ ଆଣିବା। ଏଭଳି ଉଦ୍ୟମର ସଫଳତା ବିରୋଧୀ ଦଳର ନେତାଙ୍କ ବ୍ୟକ୍ତିଗତ ଆକାଂକ୍ଷା ଉପରେ ନିର୍ଭର କରେ, କିନ୍ତୁ ଯେତେବେଳେ ରାଜନୀତିର ମୂଳ ଉଦ୍ଦେଶ୍ୟ ହେଉଛି ସିଂହାସନ ଦଖଲ କରିବା, ସେତେବେଳେ ଏକ ବ୍ୟବହାରିକ ସମସ୍ୟା ସୃଷ୍ଟି ହୋଇଥାଏ। ବର୍ତ୍ତମାନ ବିରୋଧୀ ଦଳମାନେ ଅନୁଭବ କରୁଛନ୍ତି ଯେ ଏନଡିଏକୁ କ୍ଷମତାରୁ ହଟାଇବା ପାଇଁ କେବଳ କାହାପାଖରେ ସାମର୍ଥ୍ୟ ନାହିଁ, ତେଣୁ ପ୍ରଥମ ପ୍ରୟାସ ହେଉଛି ଲୋକଙ୍କ ମଧ୍ୟରେ ଏକତାର ବାର୍ତ୍ତା ଦେବା। ତେଣୁ ବ୍ୟକ୍ତିଗତ ଇଚ୍ଛାଶକ୍ତି ଓ ଅସନ୍ତୁଷ୍ଟ ମେଣ୍ଟ ପରିପ୍ରେକ୍ଷୀରେ ବୟାନ ଓ ଚାପ ମାମଲା ସାମ୍ନାକୁ ଆସୁଛି।

Categories
ଆଜିର ଖବର ଜାତୀୟ ଖବର

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବନାକୁ ଆହୁରି ଗଭୀର କରୁ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମୋର ସମସ୍ତ ପରିବାରଜନଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା। ଭଉଣୀ ଏବଂ ଭାଇଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ଏବଂ ଅଗାଧ ପ୍ରେମର ଶୁଭପର୍ବ ହେଉଛି ରକ୍ଷାବନ୍ଧନ। ଆମ ସଂସ୍କୃିତର ଏହା ପବିତ୍ର ପ୍ରତିବିମ୍ବ। ଏହି ପର୍ବ ସମସ୍ତଙ୍କ ଜୀବନରେ ସ୍ନେହ, ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବକୁ ଆହୁରି ଗଭୀର କରୁ ବୋଲି ମୋର କାମନା।’

Categories
ଆଜିର ଖବର ଜାତୀୟ ଖବର

ସ୍ମୃତି ଭ୍ୟାନ ଉଦଘାଟନୀ ଦିବସକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୦୧ ଗୁଜରାଟ ଭୂକମ୍ପରେ ନିଖୋଜଙ୍କ ଉଦ୍ଦେଶ୍ୟରେ ସ୍ମୃତି ଭ୍ୟାନ୍ ଉଦଘାଟନୀ ଦିବସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସ୍ମରଣ କରିଛନ୍ତି।

ଶ୍ରୀ ମୋଦୀ ଗତବର୍ଷ ଉଦଘାଟନ କରିଥିବା ବେଳର କିଛି ଝଲକ ସେୟାର କରିଛନ୍ତି।

ଏଥିସହ ସେ କୁଚରେ ସ୍ମୃତି ଭ୍ୟାନ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ମୋଦୀ ଷ୍ଟୋରୀ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ‘୨୦୦୧ ମସିହା ଗୁଜରାଟ ଭୂକମ୍ପରେ ଆମେ ନିଖୋଜ ହୋଇଯାଇଥିôବା ଲୋକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବାର ବର୍ଷେ ବିତିଗଲାଣି। ଏହା ଏକ ସ୍ମାରକ ଯାହା କି ସ୍ଥିରତା ଏବଂ ସ୍ମୃତିର ପ୍ରତୀକ। ଗତବର୍ଷର କିଛି ଝଲକ ସେୟାର କରୁଛି ଏବଂ ମୁଁ ଆପଣ ସମସ୍ତଙ୍କୁ କୁଚରେ ସ୍ମୃତି ଭ୍ୟାନ୍ ପରିଦର୍ଶନ କରିବାକୁ ଅନୁରୋଧ କରୁଛି।’

Categories
ଆଜିର ଖବର ଜାତୀୟ ଖବର

ଜାତୀୟ କ୍ରୀଡ଼ା ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ କ୍ରୀଡ଼ା ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ମୋର ଶୁଭେଚ୍ଛା। ଦେଶ ପାଇଁ ସେମାନଙ୍କ ଅବଦାନ ପାଇଁ ଭାରତ ଗର୍ବିତ। ଏଥିସହ ମେଜର ଧ୍ୟାନଚାନ୍ଦଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରୁଛି।’

Categories
ଆଜିର ଖବର ଜାତୀୟ ଖବର

ସଭିଁଙ୍କୁ ଓନମ୍ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓନମ୍ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମସ୍ତଙ୍କୁ ଓନମ୍ ଶୁଭେଚ୍ଛା! ସଭିଁଙ୍କ ଜୀବନ ଉତ୍ତମ ସ୍ୱାସ୍ଥ୍ୟ, ଅପୂର୍ବ ଆନନ୍ଦ ଏବଂ ଅପାର ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଗତ ଅନେକ ବର୍ଷ ମଧ୍ୟରେ ଓନମ ଏକ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି ଏବଂ ଏହା କେରଳର ଜୀବନ୍ତ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରଦର୍ଶନ କରୁଛି।’

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌ଜେଡିୱାଇ ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନ ସଫଳ କାର୍ଯ୍ୟକାରିତାର ନବମ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନର ସଫଳ କାର୍ଯ୍ୟକାରିତାର ନବମ ବର୍ଷ ସୋମବାର ଦିନ ପୂରଣ ହୋଇଛି।

ପିଏମ୍‌ଜେଡିୱାଇ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୪ ଅଗଷ୍ଟ ୧୫ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥିଲା । ସେ ବର୍ଷ ଅଗଷ୍ଟ ୨୮ରେ ଏହି ଯୋଜନାକୁ ସରକାର କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହା ଗରିବଙ୍କୁ ଏକ ବିଷଚକ୍ରରୁ ମୁକ୍ତି ଦେବାର ଏକ ଉତ୍ସବ ପାଳନର ମୂହୁର୍ତ୍ତ ।

ଏହା ଥିଲା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ । ସମସ୍ତଙ୍କୁ, ବିଶେଷକରି ଗରିବ ଓ ବଂଚିତ ବର୍ଗଙ୍କୁ ଆନୁଷ୍ଠାନିକ ଅର୍ଥ/ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସରକାରୀ ଯୋଜନାର ଲାଭ ତା’ ମାଧ୍ୟମରେ ଯୋଗାଇ ଦେବାକୁ ସରକାରଙ୍କର ଏହା ଏକ ଉପକ୍ରମ । ଅର୍ଥ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନିରନ୍ତର ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଆସୁଛି । ଆର୍ଥିକ ସମାବେଶିତା ସମ ଓ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ । ଏହା ଦ୍ୱାରା ମଧ୍ୟ ଦରିଦ୍ର ଓ ଦୁର୍ବଳବର୍ଗଙ୍କୁ ଆର୍ଥିକ ସେବା ସ୍ୱଳ୍ପ ଖର୍ଚ୍ଚରେ ଯୋଗାଇବା ଦେବା ସମ୍ଭବ ହୁଏ ।

ଆର୍ଥିକ ସମାବେଶୀତା ମଧ୍ୟ ଗରିବଙ୍କୁ ବ୍ୟାଙ୍କରେ ନିଜର ସଂଚିତ ଅର୍ଥ ସହଜରେ ଜମା କରିବାର ସୁଯୋଗ ଦିଏ। ଏହି ବ୍ୟବସ୍ଥାରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସରକାର ବିଭିନ୍ନ ଡିବିଟି ମାଧ୍ୟମରେ ସରକାରୀ ଲାଭ ସିଧାସଳଖ ପଠାଇ ପାରୁଛନ୍ତି । ଏହା ଦ୍ୱାରା ସମ୍ପୃକ୍ତ ହିତାଧିକାରୀମାନେ ଗାଁର ସୁଧଖୋର ମହାଜନ, ଲାଭଖୋର ମଧ୍ୟସ୍ଥଙ୍କ କବଳରୁ ମୁକ୍ତି ପାଇଛନ୍ତି । ସେମାନଙ୍କ ସରକାରୀ ବାଟମାରଣା ମଧ୍ୟ ବନ୍ଦ ହୋଇଛି ।

ପିଏମ୍‌ଜେଡିୱାଇର ନବମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି ଯେ “ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ ଫଳରେ ଭାରତରେ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟା ଏକ ବୈପ୍ଲବିକ ରୂପ ନେଇଛି । ଏହି ବ୍ୟବସ୍ଥାରେ ୫୦କୋଟିରୁ ଅଧିକ ଲୋକ ସାମିଲ ହେବା ଏକ ଆନନ୍ଦର ବିଷୟ। ସେମାନେ ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ବ୍ୟାଙ୍କରେ ଜନ ଧନ ଆକାଉଣ୍ଟ ଖୋଲିଥିବା ଲୋକଙ୍କ ମଧ୍ୟରୁ ୫୫. ୫% ମହିଳା । ଏହା ଛଡା ଦେଶର ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଏହି ଆକାଉଣ୍ଟ ୬୭ଭାଗ ଖୋଲାଯାଇଛି । ଏସବୁ ଆକାଉଣ୍ଟରେ ଥିବା ମୋଟ ଜମା ଟଙ୍କାର ପରିମାଣ ୨ଲକ୍ଷ କୋଟିରୁ ଅଧିକ । ଆହୁରି ମଧ୍ୟ ୩୪କୋଟି ରୂପେ କାର୍ଡ ଏସବୁ ଆକାଉଣ୍ଟଧାରୀଙ୍କୁ ବିନା ମୂଲ୍ୟରେ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ଏଥିରେ କାର୍ଡ ପିଛା ୨ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ରହିଛି ।

ଶ୍ରୀମତୀ ସୀତାରମଣ ଆହୁରି କହିଛନ୍ତି ଯେ ସମ୍ପୃକ୍ତ ସମସ୍ତ ପକ୍ଷ, ବ୍ୟାଙ୍କ ବୀମା, କମ୍ପାନୀ, ସରକାରୀ ଅଧିକାରୀ ଆଦିଙ୍କ ସହଯୋଗରେ ପିଏମ୍‌ଜେଡିୱାଇ ଏକ ସଫଳ କାର୍ଯ୍ୟକ୍ରମର ପରିଣତ ହୋଇଛି । ଏହା ଦ୍ୱାରା ଦେଶର ସବୁଲୋକଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥା ଅଧୀନକୁ ଆଣିବା ପାଇଁ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହୋଇଛି ।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ ରାଓ କରଡ ମଧ୍ୟ ଏହି ଅବସରରେ ଏକ ବାର୍ତ୍ତାଦେଇ କହିଛନ୍ତି ଯେ ପିିଏମ୍‌ଜେଡିୱାଇ ଯୋଜନା ଫଳରେ ଦରିଦ୍ର ଓ ବଂଚିତ ବର୍ଗ ଅର୍ଥନୀତିକ ଅସ୍ପୃଶ୍ୟତାରୁ ମୁକ୍ତ ହୋଇଛନ୍ତି । ସେମାନେ ଏବେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ । ସେମାନେ ବ୍ୟାଙ୍କ କାରବାର ସହିତ ଦୁର୍ଘଟଣା ବୀମା ସୁବିଧା ପାଉଛନ୍ତି । ସେମାନଙ୍କ ଆର୍ଥିକ ସଚେତନତା ବଢିଛି ଏବଂ ନିଜର କଷ୍ଟାର୍ଜିତ ଧନକୁ ବ୍ୟାଙ୍କରେ ସୁରକ୍ଷିତ ଭାବେ ଜମା ରଖିପାରୁଛନ୍ତି । ଦେଶର ଅର୍ଥନୀତି ଉପରେ ମଧ୍ୟ ଏହି ଯୋଜନାର ବିବିଧ ସୁପ୍ରଭାବ ପଡୁଛି । ‘ଜାମ୍‌’ ବ୍ୟବସ୍ଥାରେ ସରକାର ହିତାଧିକାରୀଙ୍କୁ ସରକାରୀ ଲାଭ ବାବଦ ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ସେମାନଙ୍କୁ ବାଟମାରଣା ଓ ଶୋଷଣରୁ ସୁରକ୍ଷିତ କରିଛନ୍ତି । ଏହା ଫଳରେ ଦରିଦ୍ର ଓ ବଂଚିତଙ୍କ ସମେତ ସମାଜର ସବୁ ବର୍ଗର ସମାବେଶୀ ଅଭିବୃଦ୍ଧି ପ୍ରକିୟା ତ୍ୱରାନ୍ୱିତ ହୋଇଛି । ଏ କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ଏକ ସ୍ୱାର୍ଥକ ଜନକୈନ୍ଦ୍ରିକ ବ୍ୟବସ୍ଥା ହୋଇପାରିଛି ।

ଆମେ ଏହି ଯୋଜନାର ୯ବର୍ଷ ପୂରଣ କରିବା ଅବସରରେ ଏହାର ଉପଲବ୍ଧି ସମ୍ପର୍କରେ ଆସନ୍ତୁ ଜାଣିବା ।

ସେଗୁଡିକ ହେଲା :-

-ପିଏମଜେଡିୱାଇ ଯୋଜନାରେ ଏବେ ଜମାଥିବା ମୋଟ ଅର୍ଥ ପରିମାଣ ୨, ୦୩, ୫୦୫ କୋଟି ଟଙ୍କା । ଏହାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୫୦କୋଟିରୁ ଅଧିକ । ଏହି ଆକାଉଣ୍ଟ ୩.୪ ଗୁଣ ବଢିଛି ।

୨୦୧୫ ମାର୍ଚ୍ଚରେ ଏହା ୧୪.୭୨ କୋଟି ଥିବାବେଳେ ୨୦୨୩ ଅଗଷ୍ଟ ୧୬ ସୁଦ୍ଧା ୫୦.୦୯ କୋଟିରେ ପହଞ୍ଚିଛି ।

ପିଏମ୍‌ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ୩୩.୯୮କୋଟି ରୂପେ କାର୍ଡ ପ୍ରଦାନ କରାଯାଇଛି । ଜନ ଧନ ଦର୍ଶକ ଆପ୍ ପ୍ରବର୍ତ୍ତନ କରାଯାଇ କାର୍ଡଧାରୀଙ୍କୁ ବ୍ୟାଙ୍କର ସ୍ଥିତି ଜଣାଇ ଦିଆଯାଉଛି । ୨୦୨୩ ଜୁଲାଇ ସୁଦ୍ଧା ଏହି ଯୋଜନାରେ ଦେଶର ୬. ୦୧ ଲକ୍ଷ ଗାଁକୁ ଏହି ଆପ୍‌ରେ ମାନଚିତ୍ରକରଣ କରାଯାଇଛି । ସେଥିରୁ ୯୯.୭% ବା ୫, ୯୯, ୪୬୮ ଗାଁକୁ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଇଛି । ଏହି ବ୍ୟବସ୍ଥାର ପ୍ରବର୍ତନ ଫଳରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ମିଳିଛି । ରୂପେ କାର୍ଡ ବ୍ୟବହାର କରି ହିତାଧିକାରୀ ସହଜରେ ଦେଣନେଣ କରିପାରୁଛନ୍ତି ।

ଆଗକୁ ସରକାର ଏହି କାର୍ଡଧାରୀଙ୍କୁ ମାଇକ୍ରୋ ଇନ୍‌ସୁରାନ୍ସ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରୁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଋଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି।

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଜୋହାନ୍ସବର୍ଗରେ ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀ ସମେତ ପାରସ୍ପରିକ ଚିନ୍ତାଧାରାର ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ।

ରାଷ୍ଟ୍ରପତି ପୁତିନ 9-10 ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ଯୋଗଦେବାରେ ନିଜର ଅକ୍ଷମତା ବିଷୟରେ ଜଣାଇଥିଲେ ଏବଂ ସୂଚନା ପ୍ରଦାନ କରିଥିଲେ ଯେ ରୁଷର ପ୍ରତିନିଧିତ୍ବ ରୁଷ ବୈଦେଶିକ ମନ୍ତ୍ରୀ ମହାମହିମ ଶ୍ରୀ ସର୍ଗେଇ ଲାଭରୋଭ୍ କରିବେ।

ପ୍ରଧାନମନ୍ତ୍ରୀ ଭାରତର ଜି-20 ଅଧ୍ୟକ୍ଷତା ଅନ୍ତର୍ଗତ ସମସ୍ତ ପଦକ୍ଷେପ ପାଇଁ ରୁଷର ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଭୟ ନେତା ପରସ୍ପର ସମ୍ପର୍କରେ ରହିବା ପାଇଁ ସହମତି ଜଣାଇଛନ୍ତି।

Categories
ବିଶେଷ ଖବର

ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌), ସୀମା ସୁରକ୍ଷା ବଳ (ବିଏସଏଫ୍‌), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି। ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ – ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅମୃତ କାଳରେ ‘ଅମୃତ ରକ୍ଷକ’ ଭାବେ ମନୋନୀତ ହୋଇଥିବା ନବ ନିଯୁକ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ କେବଳ ଦେଶର ସେବା କରିବେ ନାହିଁ , ବରଂ ଦେଶ ଓ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ସେ ସେମାନଙ୍କୁ ‘ଅମୃତ ରକ୍ଷକ’ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ହିଁ ଏହି ‘ଅମୃତ କାଳ’ ର ‘ଅମୃତ ରକ୍ଷକ’।

ରୋଜଗାର ମେଳାର ଏହି ସଂସ୍କରଣ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଦେଶ ଗର୍ବ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିିଥିଲେ। ସେ କହିଛନ୍ତି ଯେ ଚନ୍ଦ୍ରଯାନ – ୩ ସଫଳ ଅବତରଣ ପରେ ପ୍ରଜ୍ଞାନ ରୋଭର କ୍ରମାଗତ ଭାବେ ଚନ୍ଦ୍ରର ଅତ୍ୟାଧୁନିକ ଫଟୋ ପ୍ରସାରଣ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମାନଜନକ ମୁହୂର୍ତ୍ତରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ସମସ୍ତ ନୂତନ ନିଯୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ ସେ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କିମ୍ବା ସୁରକ୍ଷା ଏବଂ ପୋଲିସ ବାହିନୀ ଚୟନ ସହିତ ଆସୁଥିବା ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସରକାର ପୋଲିସ୍ ବାହିନୀର ଆବଶ୍ୟକତା ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ଗମ୍ଭୀର ଅଛନ୍ତି। ଅର୍ଦ୍ଧସାମରିକ ବାହିନୀ ନିଯୁକ୍ତି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଆବେଦନ ଠାରୁ ଚୂଡ଼ାନ୍ତ ଚୟନ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି, ପୂର୍ବ ଭଳି କେବଳ ଇଂରାଜୀ କିମ୍ବା ହିନ୍ଦୀ ଭାଷା ବ୍ୟତୀତ ୧୩ଟି ଆଂଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି । ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଂଚଳରେ ଶତାଧିକ ଆଦିବାସୀ ଯୁବକଙ୍କୁ ନିୟମ କୋହଳ କରି ନିଯୁକ୍ତି ଦେବା ପାଇଁ ସେ ଉଲ୍ଲେଖ କରିଥିଲେ । ସୀମାବର୍ତ୍ତୀ ଅଞ୍ଚଳ ଓ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଟା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ ।

ଦେଶର ବିକାଶକୁ ସୁନିଶ୍ଚିତ କରିବାରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କର ଦାୟିତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଇନ୍‌ର ଶାସନ ଦ୍ୱାରା ଏକ ସୁରକ୍ଷିତ ପରିବେଶ ବିକାଶର ଗତିକୁ ତ୍ୱରାନ୍ୱିତ କରିଥାଏ । ଉତ୍ତରପ୍ରଦେଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏମିତି ଏକ ସମୟ ଥିଲା. ବିକାଶରେ ଏହି ରାଜ୍ୟ ପଛରେ ଥିଲା ଏବଂ ଅପରାଧ କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଆଇନର ଶାସନ ଆରମ୍ଭ ହେବା ପରେ ରାଜ୍ୟ ଏବେ ବିକାଶର ନୂତନ ଶିଖର ଛୁଇଁବାରେ ସକ୍ଷମ ହୋଇଛି ଏବଂ ଏକ ଭୟମୁକ୍ତ ନୂତନ ସମାଜ ପ୍ରତିଷ୍ଠା କରାଯାଉଛି । “ଆଇନ ଶୃଙ୍ଖଳାର ଏଭଳି ବ୍ୟବସ୍ଥା ଲୋକଙ୍କ ମଧ୍ୟରେ ଥିବା ବିଶ୍ୱାସକୁ ଦୃଢ଼ କରୁଛି ବୋଲି ସେ କହିଛନ୍ତି” । ଅପରାଧ ହାର କମିବା ସହ ରାଜ୍ୟରେ ପୁଞ୍ଜି ନିବେଶ ବୃଦ୍ଧି ପାଉଛି ବୋଲି ସେ ଉଲ୍ଲେଖ କରିବା ସହ ଯେଉଁ ରାଜ୍ୟରେ ଅପରାଧ ହାର ଅଧିକ ରହିଛି ସେଠାରେ ପୁଞ୍ଜି ନିବେଶ ପରିମାଣ ବହୁତ କମ୍ ରହିଛି ଏବଂ ସମସ୍ତ ନିଯୁକ୍ତି ସୁଯୋଗ ବନ୍ଦ ହୋଇଯାଇଛି ବୋଲି ଦର୍ଶାଇଛନ୍ତି ।

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତର ମାନ୍ୟତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଥିଲେ ଯେ, ଏହି ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ । “ମୋଦୀ ଅତ୍ୟନ୍ତ ଦାୟିତ୍ୱର ସହ ଏଭଳି ଗ୍ୟାରେଣ୍ଟି ଦେଉଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାଧାରଣ ନାଗରିକ ମାନଙ୍କ ଉପରେ ବଢୁଥିବା ଅର୍ଥନୀତିର ପ୍ରଭାବ ଜାରି ରଖିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅର୍ଥନୀତିର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରର ଅଭିବୃଦ୍ଧି ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ସମୟରେ ଫାର୍ମା ଉଦ୍ୟୋଗ ଗୁଡିକର ଭୂମିକା ବିଷୟରେ ସେ ଆଲୋଚନା କରିଥିଲେ । ଆଜି , ଭାରତର ଫାର୍ମା ଉଦ୍ୟୋଗର ମୂଲ୍ୟ ପାଖାପାଖି ୪ ଲକ୍ଷ କୋଟି ଟଙ୍କାରେ ପହଂଚିଛି ଏବଂ ୨୦୩୦ ସୁଦ୍ଧା ଏହି ଉଦ୍ୟୋଗର ମୂଲ୍ୟ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିବୃଦ୍ଧିର ଅର୍ଥ ହେଉଛି ଆଗାମୀ ବର୍ଷ ଗୁଡ଼ିକରେ ଫାର୍ମା ଉଦ୍ୟୋଗରେ ଅଧିକ ପରିମାଣରେ ଯୁବକ ମାନଙ୍କର ଆବଶ୍ୟକତା ପଡିବ ଏବଂ ନିଯୁକ୍ତି ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ ।

ଅଟୋମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶ ଉଦ୍ୟୋଗ ଗୁଡିକର ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଉଭୟ ଉଦ୍ୟୋଗର ମୂଲ୍ୟ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ଆଗାମୀ ବର୍ଷ ଗୁଡ଼ିକରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ଅଟୋମୋବାଇଲ ଉଦ୍ୟୋଗକୁ ଆହୁରି ଅନେକ ଯୁବକଙ୍କର ଆବଶ୍ୟକତା ପଡ଼ିବ, ଯାହା ଦ୍ୱାରା ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ଗତ ବର୍ଷ ପାଖାପାଖି ୨୬ ଲକ୍ଷ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ସ୍ପର୍ଶ କରିବା ସହ ଆଗାମୀ ସାଢ଼େ ତିନି ବର୍ଷ ମଧ୍ୟରେ ଏହା ୩୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ସମ୍ପ୍ରସାରଣ ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି ।

ଭିତ୍ତିଭୂମି ବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଭିତ୍ତିଭୂମି ଉପରେ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏହା ଯୋଗାଯୋଗ ସହିତ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛି ଏବଂ ନୂତନ ନିଯୁକ୍ତି ସୃଷ୍ଟି କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ୨୦୩୦ ସୁଦ୍ଧା ପର୍ଯ୍ୟଟନ କ୍ଷେତ୍ର ଅର୍ଥନୀତିରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଗଦାନ କରିବ ଏବଂ ଆନୁମାନିକ ୧୩ – ୧୪ କୋଟି ନିଯୁକ୍ତି ସୃଷ୍ଟି କରିବ । ଏହା କେବଳ ସଂଖ୍ୟା ନୁହେଁ, ନିଯୁକ୍ତି ସୃଷ୍ଟି ମାଧ୍ୟମରେ, ସହଜ ଜୀବନଶୈଳୀ ଏବଂ ଆୟ ବୃଦ୍ଧି ଦ୍ୱାରା ସାଧାରଣ ନାଗରିକ ମାନଙ୍କର ଜୀବନକୁ ପ୍ରଭାବିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

“ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଯୋଗୁଁ ପରିବର୍ତ୍ତନର ଏକ ନୂତନ ଯୁଗ ଦେଖିବାକୁ ମିଳିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ସୂଚନା ଦେଇଛନ୍ତି ଯେ, ଗତ ବର୍ଷ ଭାରତ ରେକର୍ଡ ପରିମାଣରେ ରପ୍ତାନି କରିବା ହେଉଛି ବିଶ୍ୱ ବଜାରରେ ଭାରତ ପ୍ରସ୍ତୁତ ସାମଗ୍ରୀର ଚାହିଦା ବୃଦ୍ଧିର ସଙ୍କେତ । ଏହାର ଫଳାଫଳ ସ୍ୱରୂପ, ଉତ୍ପାଦନ ବୃଦ୍ଧି ପାଇଛି, ରୋଜଗାର ବଢ଼ିଛି ଏବଂ ପରିବାରର ଆୟ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି ଏବଂ ଭାରତରେ ମୋବାଇଲ ଫୋନର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ମୋବାଇଲ୍ ଉତ୍ପାଦନରେ ବହୁଗୁଣିତ ବୃଦ୍ଧି ପାଇଁ ସେ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଗୁଡିକୁ ଶ୍ରେୟ ଦେଇଛନ୍ତି । ଦେଶ ଏବେ ଅନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଉପରେ ମଧ୍ୟ ଧ୍ୟାନ ଦେଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ ଆଇଟି ଏବଂ ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ମୋବାଇଲ୍ ଉତ୍ପାଦନ କ୍ଷେତ୍ରର ସଫଳତାକୁ ଭାରତ ଦୋହରାଇବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । “ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତରେ ନିର୍ମିତ ଲାପଟପ୍ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟର ଆମକୁ ଗର୍ବିତ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘ଭୋକାଲ୍ ଫର୍ ଲୋକାଲ’ ର ମନ୍ତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତ ନିର୍ମିତ ଲାପଟପ୍ ଏବଂ କମ୍ପ୍ୟୁଟର କିଣିବା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ଫଳସ୍ୱରୂପ ଉତ୍ପାଦନ ଏବଂ ରୋଜଗାର ବୃଦ୍ଧି ପାଇଛି । ଦେଶରେ ଘଟୁଥିବା ଅର୍ଥନୈତିକ ବିକାଶ ପାଇଁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ନିମନ୍ତେ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ କାନ୍ଧରେ ଦିଆଯାଇଥିବା ଦାୟିତ୍ୱ ଗୁଡିକ ସମ୍ପର୍କରେ ସେ ଦୋହରାଇ ଥିଲେ ।

୯ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ‘ଜନଧନ ଯୋଜନା’ ର ଶୁଭାରମ୍ଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । “ଏହି ଯୋଜନା ଗ୍ରାମବାସୀ ମାନଙ୍କର ଏବଂ ଗରିବ (ଗାଓଁ ଓ ଗରିବ) ଲୋକମାନଙ୍କ ଆର୍ôଥକ ସଶକ୍ତିକରଣ ସହିତ ରୋଜଗାର ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଯୋଜନା ଅଧୀନରେ ଗତ ୯ ବର୍ଷ ମଧ୍ୟରେ ୫୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ଯୋଜନା ଗରିବ ଓ ଅବହେଳିତ ମାନଙ୍କ ପାଖରେ ସିଧାସଳଖ ପହଞ୍ଚାଇବାରେ ସହାୟକ ହେବା ସହ ଆଦିବାସୀ, ମହିଳା, ଦଳିତ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗର ଲୋକଙ୍କୁ ରୋଜଗାର ଓ ଆତ୍ମନିଯୁକ୍ତି ଯୋଗାଇବାରେ ସହାୟକ ହୋଇଛି । ଅନେକ ଯୁବକଯୁବତୀ ବ୍ୟାଙ୍କ ପ୍ରତିନିଧି, ବ୍ୟାଙ୍କ ମିତ୍ର ଭାବେ ଚାକିରି ପାଇଥିଲେ । ୨୧ ଲକ୍ଷରୁ ଅଧିକ ଯୁବକଯୁବତୀ ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ ସଖୀ ଭାବେ ନିୟୋଜିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି । ଜନଧନ ଯୋଜନା, ମୁଦ୍ରା ଯୋଜନାକୁ ମଧ୍ୟ ସୁଦୃଢ଼ କରିଛି ବୋଲି ସେ କହିଥିଲେ । ମୁଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ହିତାଧିକାରୀ ମାନଙ୍କ ମଧ୍ୟରୁ ୮ କୋଟି ପ୍ରଥମ ଥରର ଉଦ୍ୟୋଗୀ ଅଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ପ୍ରାୟ ୪୫ ଲକ୍ଷ ରାସ୍ତା କଡର ଦୋକାନୀ ମାନଙ୍କୁ ପ୍ରଥମ ଥର ପାଇଁ ବିନା ଗ୍ୟାରେଂଟିରେ ଋଣ ମଞ୍ଜୁର କରାଯାଇଥିଲା । ଏହି ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା, ଦଳିତ, ପଛୁଆ ଓ ଆଦିବାସୀ ଯୁବକ ଅଛନ୍ତି । ଜନଧନ ଆକାଉଣ୍ଟ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନକୁ ସୁଦୃଢ଼ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଜନଧନ ଯୋଜନାର ଭୂମିକା ପ୍ରକୃତରେ ଅଧ୍ୟୟନର ବିଷୟ ବୋଲି ସେ କହିଛନ୍ତି।

ଅନେକ ରୋଜଗାର ମେଳାରେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ଜନ ସେବା କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । “ସରକାର ଏବଂ ଶାସନରେ ପରିବର୍ତ୍ତନ ଆଣିବା ଅଭିଯାନରେ ଆପଣ ସମସ୍ତେ ଯୁବକମାନେ ମୋର ସବୁଠାରୁ ବଡ ଶକ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜିର ଯୁବପିଢ଼ି ଏପରି ଏକ ପିଢ଼ିରୁ ଆସିଛନ୍ତି ଯେଉଁଠାରେ ସବୁକିଛି ମାତ୍ର ଗୋଟିଏ କ୍ଲିକ୍ ଦୂରରେ ଅଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦ୍ରୁତ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ପିଢ଼ି ବିଖଣ୍ଡିତ ନୁହେଁ ବରଂ ସମସ୍ୟାର ସ୍ଥାୟୀ ସମାଧାନ ଖୋଜୁଛନ୍ତି । ସରକାରୀ କର୍ମଚାରୀ ହିସାବରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା ଦୀର୍ଘକାଳୀନ ଭାବେ ଲୋକ ମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି । “ଆପଣମାନେ ଯେଉଁ ପିଢ଼ିର ଅଟନ୍ତି, ସେହି ପିଢ଼ି କିଛି ହାସଲ କରିବାକୁ ସଂକଳ୍ପବଦ୍ଧ । ଏହି ପିଢ଼ି କାହାର ଆଶୀର୍ବାଦ ଚାହୁଁ ନାହିଁ, ଏହା କେବଳ ଚାହୁଁଛି ଯେ କେହି ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ନ ହୁଅନ୍ତୁ”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସେବକ ଭାବରେ ଲୋକଙ୍କ ଆକାଂକ୍ଷା ପୂରଣ ଉପରେ ଗୁରୁତ୍ୱାରୋପ କରିବେ । ଯଦି ସେମାନେ ଏହି ବୁଝାମଣାରେ କାମ କରନ୍ତି ତେବେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ବହୁତ ସାହାଯ୍ୟ ପାଇବେ ବୋଲି ସେ କହିଛନ୍ତି ।

ବକ୍ତବ୍ୟ ଶେଷ କରି , ପ୍ରଧାନମନ୍ତ୍ରୀ ଅର୍ଦ୍ଧସାମରିକ ବାହିନୀ ଭାବରେ ଶିକ୍ଷାଲାଭ କରିବାର ମନୋଭାବ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ୬୦୦ ରୁ ଅଧିକ ପାଠ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । “ଏହି ପୋର୍ଟାଲରେ ୨୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ପଞ୍ଜୀକରଣ କରିଛନ୍ତି । ମୁଁ ଅନୁରୋଧ କରୁଛି ଯେ, ଆପଣମାନେ ସମସ୍ତେ ମଧ୍ୟ ଏହି ପୋର୍ଟାଲରେ ଯୋଗ ଦିଅନ୍ତୁ ଏବଂ ଏହାର ଫାଇଦା ନିଅନ୍ତୁ । ଶେଷରେ ପ୍ରଧାନମନ୍ତ୍ରୀ ନୂତନଭାବେ ନିଯୁକ୍ତ କର୍ମଚାରୀଙ୍କ ଜୀବନରେ ଶାରୀରିକ ସୁସ୍ଥତା ଏବଂ ଯୋଗକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପୃଷ୍ଠଭୂମି

ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରା ଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ‘ଯେ କୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌’ ଶିକ୍ଷଣ ଫର୍ମାଟ ପାଇଁ ୬୭୩ରୁ ଅଧିକ ଇ- ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରା ଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଆଜି ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ ।

ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଶସସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛି । ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ କର୍ମଚାରୀ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ- ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।

ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌\’ ଶିକ୍ଷଣ ଫର୍ମାଟରେ ୬୭୩ରୁ ଅଧିକ ଇ – ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

Categories
ବିଶେଷ ଖବର

“ଏକବିଂଶ ଶତାବ୍ଦୀରେ ଯେଉଁ ଦେଶ ବିଜ୍ଞାନ ଓ ବୈଷୟିକ ଜ୍ଞାନର ନେତୃତ୍ୱ ନେବ ସେ ହିଁ ଆଗକୁ ବଢିବ”: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬-୦୮-୨୦୨୩) ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ଗ୍ରୀସରୁ ଭାରତ ଫେରିବା ପରେ ସେ ସେଠାରେ ପହଞ୍ଚି ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଟିମ୍ ଇସ୍ରୋକୁ ସମ୍ବୋଧନ କରିଛନ୍ତି। ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା।

ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଇସ୍ରୋ (ଆଇଏସଟିଆରଏସି) ରେ ଉପସ୍ଥିତ ରହିଥିବାରୁ ଅତ୍ୟନ୍ତ ଖୁସୀ ପ୍ରକଟ କରିଥିଲେ। ଏଭଳି ଏକ ଅବସର କ୍ୱଚିତ ମିଳିଥାଏ ଓ ଏଥିରେ ପୂରା ଶରୀର ଓ ମନ ଖୁସୀରେ ଉଲ୍ଲସିତ ହୋଇ ଉଠିଛି ବୋଲି କହିଥିଲେ। ପ୍ରତ୍ୟେକଙ୍କ ଜୀବନରେ ଏପରି କ୍ଷଣ ଆସେ, ଯେତେବେଳେ ମନ ଅଧିକରୁ ଅଧିକ ଅଧୈର୍ଯ୍ୟ ହୋଇ ଉଠେ। ଏ ପ୍ରକାର ଭାବାବେଗ ତାଙ୍କ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ କାଳରେ ମଧ୍ୟ ଥିଲା। ତାଙ୍କ ମନ ସଦାବେଳେ ଚନ୍ଦ୍ରଯାନ-୩କୁ ନେଇ ବ୍ୟସ୍ତ ରହୁଥିଲା। ଅଚାନକ ଆଇଏସଟିଆରଏସି ଗସ୍ତ କାର୍ଯ୍ୟକ୍ରମ ଯୋଗୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ହୋଇଥିବା ଅସୁବିଧାକୁ ଲକ୍ଷ୍ୟ କରି ଭାବପ୍ରବଣ ଦିଶୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧ୍ୟବସାୟ, ଉତ୍ସର୍ଗୀକୃତ ଭାବ, ସାହସ ଓ କର୍ତ୍ତବ୍ୟ ପରାୟଣତା ଓ ଅନୁରାଗ ଯୋଗୁ ସଫଳତା ପାଇଥିବା ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇବା ପାଇଁ ତାଙ୍କ ମନ ବ୍ୟଗ୍ର ଓ ଅଧୈର୍ଯ୍ୟ ହୋଇ ଉଠିଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ  ଏହି ସଫଳତା ସହଜରେ ମିଳିନାହିଁ। ଏହି ସଫଳତା ଅନନ୍ତ ମହାକାଶରେ ଭାରତର ବୈଜ୍ଞାନିକ ଶକ୍ତିର ବାର୍ତ୍ତାବହ ସ୍ୱରୂପ ଅଟେ। ଖୁସୀରେ ଅଧୀର ପ୍ରଧାନମନ୍ତ୍ରୀ କହି ଉଠିଥିଲେ ଯେ “ଭାରତ ଚନ୍ଦ୍ର ସ୍ପର୍ଶ କରିଛି, ଆମେ ଆମର ଜାତୀୟ ଗୌରବର ସ୍ୱାକ୍ଷର ଚନ୍ଦ୍ରପୃଷ୍ଠରେ ଛାଡ଼ିଛୁ”। ଏହି ଅଭୂତପୂର୍ବ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହା ହେଉଛି ଆଜିର ଭାରତ, ଯାହା ନିର୍ଭୀକ ଓ ଦୃଢ଼। ଏହା ଏହିପରି ଭାରତ, ଯାହା ନୂତନ ଓ ଅଭିନବ ଢାଞ୍ଚାରେ ଚିନ୍ତାକରେ, ଯାହା ତିମିରାଛନ୍ନ ଅଞ୍ଚଳକୁ ଯାଇ ବିଶ୍ୱକୁ ଆଲୋକରେ ଉଦ୍ଭାସିତ କରେ। ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱକୁ ସମାଧାନର ସୂତ୍ର ଦେବ।”

ଦେଶର ଚେତନାରେ ଚନ୍ଦ୍ରପୃଷ୍ଠକୁ ଛୁଇଁବାର କ୍ଷଣ ଅମର ହୋଇ ରହିବ। “ଚନ୍ଦ୍ରକୁ ସ୍ପର୍ଶ କରିବାର ଏହି ମୁହୂର୍ତ୍ତ ହେଉଛି ଚଳିତ ଶତାବ୍ଦୀର ଏକ ପ୍ରେରଣାଦାୟୀ କ୍ଷଣ। ପ୍ରତ୍ୟେକ ଭାରତୀୟ ଆଜି ଏହାକୁ ତା’ର ନିଜସ୍ୱ ବିଜୟ ଭାବେ ବିବେଚନା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏପରି ଭବ୍ୟ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଦେଇଥିଲେ।

ମୁନ୍ ଲ୍ୟାଣ୍ଡର ପଠାଇଥିବା ଫଟୋଚିତ୍ରଗୁଡ଼ିକୁ ଅସାଧାରଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମର ମୁନ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅଙ୍ଗଦ ଭଳି ପାଦ ଥାପିଛି… ଗୋଟେ ପଟରେ ବିକ୍ରମର ବୀରତା ଓ ଅନ୍ୟପଟରେ ପ୍ରଜ୍ଞାନର ସାହସ”। ଏହି ଚନ୍ଦ୍ରପୃଷ୍ଠରେ ଚିତ୍ରଗୁଡ଼ିକ କେବେ ମିଳି ନ ଥିଲା ଓ ଭାରତ ଏହା କରି ଦେଖାଇଛି। “ସମଗ୍ର ପୃଥିବୀ ଭାରତର ବୈଜ୍ଞାନିକଙ୍କ ଉତ୍ସାହ, ପ୍ରଯୁକ୍ତିବିଦ୍ୟା ଓ ସ୍ୱଭାବକୁ ସ୍ୱୀକୃତି ଦେଇଛି” ବୋଲି ଶ୍ରୀ ମୋଦୀ କହିଥିଲେ।

“ଚନ୍ଦ୍ରଯାନ-୩ର ସଫଳତା କେବଳ ଭାରତର ନୁହଁ, ଏହା ସମଗ୍ର ମାନବ ଜାତିର” ବୋଲି କହି ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଖୋଜଖବର ଯୋଗୁ ପ୍ରତ୍ୟେକ ଦେଶର ଚନ୍ଦ୍ର ଅଭିଯାନ ପାଇଁ ସମ୍ଭାବନା ଦ୍ୱାର ଉନ୍ମୁକ୍ତ କରିବ। ଏହି ଅଭିଯାନ ଦ୍ୱାରା କେବଳ ଚନ୍ଦ୍ରର ରହସ୍ୟ ଉନ୍ମୋଚିତ ହେବ ନାହିଁ ବରଂ ପୃଥିବୀରେ ଏଥିପାଇଁ ଥିବା ଆହ୍ୱାନର ମୁକାବିଲା ନିମନ୍ତେ ପଥ ପରିଷ୍କାର ହୋଇଯିବ। ପ୍ରଧାନମନ୍ତ୍ରୀ ପୁଣିଥରେ ଚନ୍ଦ୍ରଯାନ-୩ ଅଭିଯାନ ସହ ଯୋଡ଼ି ହୋଇଥିବା ପ୍ରତ୍ୟେକ ବୈଜ୍ଞାନିକ, ଟେକ୍ନିସିଆନ, ଯନ୍ତ୍ରୀ ଓ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ପୁଣିଥରେ କହିଥିଲେ ଯେ “ଚନ୍ଦ୍ରଯାନ-୩ର ମୁନ୍ ଲ୍ୟାଣ୍ଡର ଯେଉଁଠି ଚନ୍ଦ୍ରପୃଷ୍ଠ ସ୍ପଷ୍ଟ କରିଥିଲା ତାହା ଏଣିକି ‘ଶିବଶକ୍ତି’ ଭାବେ ପରିଚିତ ହେବ। ଶିବଙ୍କ ଠାରେ ମାନବତାର କଲ୍ୟାଣ ପାଇଁ ସଂକଳ୍ପ ଥାଏ ଓ ଶକ୍ତି ସେହି ସବୁ ସଂକଳ୍ପକୁ ସାକାର କରିବା ପାଇଁ ଆମକୁ ଶକ୍ତି ଯୋଗାଇ ଥାଏ। ଚନ୍ଦ୍ରର ଏହି ଶିବଶକ୍ତି ପଏଣ୍ଟ ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ସଂଯୋଗର ସଜ୍ଞାନ ଦେଇଥାଏ ବୋଲି ସେ କହିଥିଲେ। ବିଜ୍ଞାନର ଅନୁଧାବନର ମୂଳ କଲ୍ୟାଣକର ବିଷୟ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହି ପବିତ୍ର ସଂକଳ୍ପ ଶକ୍ତିର ଆଶୀର୍ବାଦ ଉପରେ ନିର୍ଭରଶୀଳ ଓ ତାହା ହେଉଛି ଆମର ନାରୀଶକ୍ତି। ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ପଛରେ ରହିଛନ୍ତି ଆମର ମହିଳା ବୈଜ୍ଞାନିକ, ଦେଶର ନାରୀଶକ୍ତି ଏକ ବିରାଟ ଭୂମିକା ତୁଲାଇଛନ୍ତି ବୋଲି କହିଥିଲେ।” ଚନ୍ଦ୍ରର ଶିବଶକ୍ତି ପଏଣ୍ଟ ଭାରତର ବୈଜ୍ଞାନିକ ଓ ଦାର୍ଶନିକ ଭାବନାର ମୂକସାକ୍ଷୀ ହୋଇ ରହିବ ବୋଲି ସେ କହିଥିଲେ।

ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ତା’ର ପଦଚିହ୍ନ ଛାଡ଼ିଥିଲା ସେହି ସ୍ଥାନଗୁଡ଼ିକୁ ଏବେ ତ୍ରିରଙ୍ଗା କୁହାଯିବ ବୋଲି ସେ କହିଥିଲେ। ଏହି ସ୍ଥାନ ସବୁବେଳେ ପ୍ରତ୍ୟେକ ଉଦ୍ୟମର ପ୍ରେରଣାର ସ୍ଥାନ ହୋଇ ରହିବ ଓ ଆମକୁ ମନେ ପକାଇ ଦେବ ଯେ କେବଳ ବିଫଳତା ସବୁ କାର୍ଯ୍ୟର ପରିସମାପ୍ତି ନୁହଁ, “ଯେଉଁଠି ମଜଭୁତ ଇଚ୍ଛା ଶକ୍ତି ରହିଛି, ସଫଳତାର ସେଠାରେ ଗ୍ୟାରେଣ୍ଟି ରହିଛି” ବୋଲି ସେ କହିଥିଲେ।

ଚନ୍ଦ୍ରକୁ ସଫଳତାର ସହ ସ୍ପର୍ଶ କରିଥିବା ଭାରତ ବିଶ୍ୱର ଚତୁର୍ଥ ଦେଶ ବୋଲି କହିବା ସହ ଏହା ଭାରତର ଅତି ସାଧାରଣ ମହାକାଶ କାର୍ଯ୍ୟକ୍ରମ ଦୃଷ୍ଟିରୁ ବିଚାର କଲେ, ଏହା ଆହୁରି ବ୍ୟାପକ ମନେହୁଏ ବୋଲି ସେ କହିଥିଲେ। ଭାରତକୁ ତୃତୀୟ ବିଶ୍ୱ ଦେଶ ଓ ଏହାର ଯେପରି ପ୍ରଯୁକ୍ତିଗତ ଦକ୍ଷତା ନାହିଁ ଯେତେବେଳେ କୁହାଯାଉଥିଲା ତା’ର ସେ ସ୍ମୃତିଚାରଣ କରିଥିଲେ। ଆଜି ଭାରତର ବିଶ୍ୱର ପଞ୍ଚମ ବୃହତ୍ ଆର୍ଥିକ ବ୍ୟବସ୍ଥା ରହିଛି ଓ ଗଛ ଓ ପ୍ରଯୁକ୍ତି ନିର୍ବିଶେଷରେ ଏହା ପ୍ରଥମ ବିଶ୍ୱର ଦେଶ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘ତୃତୀୟ ଧାଡ଼ି’ରୁ ‘ପ୍ରଥମ ଧାଡ଼ି’କୁ ଯାତ୍ରା ନିମନ୍ତେ ଇସ୍ରୋ ଭଳି ପ୍ରତିଷ୍ଠାନର ବିରାଟ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହି ସେମାନେ ଆଜି ଚନ୍ଦ୍ରରେ ମଧ୍ୟ ମେକ୍ ଇନ୍ ଇଣ୍ଡିଆକୁ ନେଇ ଯାଇଛନ୍ତି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଇସ୍ରୋର କଠିନ ପରିଶ୍ରମ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇଥିଲେ। “ଭାରତର ଦକ୍ଷିଣାଞ୍ଚଳରୁ ଚନ୍ଦ୍ରର ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନ ଥିଲା ବୋଲି କହି ଇସ୍ରୋ ଏହାର ଗବେଷଣାଗାରରେ ମଧ୍ୟ ଏକ କୃତ୍ରିମ ଚନ୍ଦ୍ର ସୃଷ୍ଟି କରିଥିବା ଜଣାଇଥିଲେ। ଏଭଳି ମହାକାଶ ଅଭିଯାନର ସଫଳତାର ଶ୍ରେୟ ଆମ ଦେଶର ଯୁବପିଢ଼ି ବୈଜ୍ଞାନିକ ଓ ନବୋନ୍ମେଷକୁ ଦେଇଥିଲେ। “ଦେଶର ଯୁବପିଢ଼ିକୁ ମଙ୍ଗଳଯାନ ଓ ଚନ୍ଦ୍ରଯାନର ସଫଳତା ସହ ଗଗନଯାନର ପ୍ରସ୍ତୁତି ଏକ ନୂତନ ଭାବନା ଦେଇଛି। ଆପଣଙ୍କ ବିରାଟ ସଫଳତା ଭାରତୀୟ ପିଢ଼ିକୁ ସଚେତନ ଓ ସଶକ୍ତ କରିଛି” ବୋଲି ଶ୍ରୀ ମୋଦୀ କହିଥିଲେ । ଆଜି ଚନ୍ଦ୍ରଯାନର ନାମ ଭାରତର ପିଲାମାନଙ୍କ ମଧ୍ୟରେ ଅନୁରଣିତ ହେଉଛି। ପ୍ରତ୍ୟେକ ପିଲା ନିଜର ଭବିଷ୍ୟତ ଏକ ବୈଜ୍ଞାନିକ ରୂପରେ ଦେଖୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚନ୍ଦ୍ରଯାନ-୩ ଦିନ ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ଭାବେ ପାଳନ କରାଯିବ। ଜାତୀୟ ମହକାଶ ଦିବସ ବିଜ୍ଞାନର ଉତ୍ସାହ ସହ ପ୍ରଯୁକ୍ତି ଓ ନବୋନ୍ମେଷ ସହ କାଳ କାଳ ଧରି ସମସ୍ତଙ୍କୁ ପ୍ରେରଣା ଦେଉଥିବ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ମହାକାଶ କ୍ଷେତ୍ରର ସାମର୍ଥ୍ୟ କେବଳ ଉପଗ୍ରହ ପ୍ରେରଣା ଓ ମହାକାଶ ଅନୁସନ୍ଧାନ ମଧ୍ୟରେ ସୀମିତ ନୁହେଁ, ଏହାର ଶକ୍ତି ବଂଚିବା ଓ ପ୍ରଶାସନିକ ସୁଗମତାରେ ମଧ୍ୟ ଦେଖାଯାଇ ପାରିବ। ତାଙ୍କର ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବାର ଅଳ୍ପଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀମାନଙ୍କ ସହ ଇସ୍ରୋ କର୍ମଶାଳାର ସେ ସ୍ମୃତିଚାରଣ କରିଥିଲେ। ମହାକାଶ କାର୍ଯ୍ୟକ୍ରମ ସହ ପ୍ରଶାସନକୁ ଯୋଡ଼ିବା ସହ ଏକ ଅଭୂତପୂର୍ବ ଅଗ୍ରଗତି ହୋଇଛି। ସ୍ୱଚ୍ଛ ଭାରତ ଅଭିଯାନ, ଶିକ୍ଷା, ଯୋଗାଯୋଗ ଓ ଦୂର ଦୂରାନ୍ତରେ ସ୍ୱାସ୍ଥ୍ୟ ସେବା, ଟେଲି ମେଡିସିନ ଓ ଟେଲି ଶିକ୍ଷା କ୍ଷେତ୍ରରେ ମହାକାଶ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ସେ ଅବତାରଣା କରିଥିଲେ। ସେ ମଧ୍ୟ ଏନଏଭିଆଇସି ପଦ୍ଧତିର ଭୂମିକା ଓ ପ୍ରାକୃତିକ ବିପର୍ଯ୍ୟୟ କାଳରେ ଏହାର ସହଯୋଗ ଉପରେ କହିଥିଲେ। “ମହାକାଶ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ମୂଳ ଭିତ୍ତି। ଏହା ଆମକୁ ଯୋଜନା, କାର୍ଯ୍ୟାନ୍ୱୟନ ଓ ପ୍ରକଳ୍ପର ନିରୀକ୍ଷଣ ଦିଗରେ ମୁଖ୍ୟତଃ ସାହାଯ୍ୟ କରୁଛି । ସମୟ ସହ ମହାକାଶ ପ୍ରଯୁକ୍ତି ସମୟ ସହ ବୃଦ୍ଧି ପାଉଛି ଓ ଆମ ଯୁବପିଢ଼ି ନିମନ୍ତେ ସୁଯୋଗ ବୃଦ୍ଧି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି ପ୍ରଶାସନରେ ମହାକାଶ ପ୍ରଯୁକ୍ତି ନେଇ ଜାତୀୟ ହାକାଥନ ମାନ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଇସ୍ରୋକୁ ଅନୁରୋଧ କରିଥିଲେ। “ମୁଁ ନିଶ୍ଚିତ ଯେ ଏହି ଜାତୀୟ ହାକାଥନ ଆମର ପ୍ରଶାସନକୁ ଅଧିକ ସକ୍ରିୟ କରିବା ସହ ଦେଶବାସୀଙ୍କୁ ଆଧୁନିକ ସମାଧାନର ପନ୍ଥା ଦର୍ଶାଇବ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଦେଶର ଯୁବପିଢ଼ିକୁ ଏକ କାମ ଦେଇଥିଲେ। ସେ କହିଥିଲେ “ମୁଁ ଚାହେଁ ଯେ ନୂତନ ପିଢ଼ି ଆଗେଇ ଆସି ବୈଜ୍ଞାନିକ ଉପାୟରେ ଗଣିତ ଜ୍ୟୋତିଷ ସୂତ୍ରକୁ ଭାରତୀୟ ପ୍ରାଚୀନ ତତ୍ତ୍ୱକୁ ପୁଣି  ପିଢ଼ିବାକୁ ଆହ୍ୱାନ କରୁଛି। ଏହା ଐତିହ୍ୟ ଓ ବିଜ୍ଞାନ ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହା ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ନିମନ୍ତେ ଦ୍ୱିଗୁଣ ଦାୟିତ୍ୱ। ଭାରତର ଥିବା ବିଜ୍ଞାନ ଜ୍ଞାନ ସମ୍ପଦ ଦୀର୍ଘ ବର୍ଷର ଦାସତ୍ୱ ଯୋଗୁ ଧ୍ୱଂସ ପାଇଯାଇଛି। ସ୍ୱାଧୀନତାର ଅମୃତ କାଳରେ ଆମକୁ ଏହି ସମ୍ପଦରାଜିର ଖୋଜ କରି ଏହା ଉପରେ ଗବେଷଣା କରି ବିଶ୍ୱକୁ ଏହାର ସତ୍ୟ ଜଣାଇବାକୁ ପଡ଼ିବ।” ଭାରତର ମହାକାଶ ଶିଳ୍ପ ଆଗାମୀ କିଛି ବର୍ଷ ମଧ୍ୟରେ ୮ ବିଲିୟନରୁ ୧୬ ବିଲିୟନ ଡଲାରରେ ପହଂଚିବ ବୋଲି ଏକ ଆକଳନର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସରକର ଦୃଢ଼ ଭାବେ ମହାକାଶ କ୍ଷେତ୍ର ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ବେଳେ, ଦେଶର ଯୁବଗୋଷ୍ଠୀ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଗତ ଚାରିବର୍ଷ ମଧ୍ୟରେ ମହାକାଶ ସମ୍ପର୍କିତ ଷ୍ଟାର୍ଟଅପ ଚାରିରୁ ୧୫୦ରେ ପହଂଚିଛି। ସେପ୍ଟେମ୍ବର ପହିଲାରୁ ମାଇଁ ଗଭ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚନ୍ଦ୍ରଯାନ କୁଇଜ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିପୁଳ ସଂଖ୍ୟାରେ ଭାଗ ନେବାକୁ ନିବେଦନ କରିଥିଲେ।

ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗାମୀ ହେବାର ମହତ୍ତ୍ୱ ଉପରେ ଗୁୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ସର୍ବକନିଷ୍ଠ ମେଧା କାରଖାନା ଭାବେ ବିଶ୍ୱରେ ମୁଣ୍ଡଟେକି ଉଠିଛି। “ମହାକାଶର ଗଭୀରତା ଠାରୁ ଆକାଶ ଓ ମହାକାଶର ଉଚ୍ଚତା ପର୍ଯ୍ୟନ୍ତ ଯୁବପିଢ଼ି ପାଇଁ ଅନେକ କାର୍ଯ୍ୟ କରିବାକୁ ବାକି ଅଛି” କହି ନୂତନ ସୁଯୋଗ ନିରବଚ୍ଛିନ୍ନ ଭାବେ ଆସୁଛି ବୋଲି ସେ କହିଥିଲେ।

ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ମାର୍ଗଦର୍ଶନ ଖୁବ ଜରୁରୀ ଓ ସେମାନେ ହିଁ ଆଜିର ଗୁରୁତ୍ୱପୂର୍ଣ୍ଣ ଅଭିଯାନଗୁଡ଼ିକୁ ଆଗେଇ ନେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବୈଜ୍ଞାନିକମାନେ ସେମାନଙ୍କ ରୋଲ୍ ମଡେଲ ଓ ସେମାନଙ୍କ ଗବେଷଣା ଓ ବର୍ଷ ବର୍ଷ ବ୍ୟାପୀ କଠିନ ପରିଶ୍ରମ ପ୍ରମାଣ କରି ଦେଖାଇଛି ଯେ ମନେଥିଲେ ଯେକୌଣସି ଲକ୍ଷ୍ୟ ଅକ୍ଳେଶରେ ସାଧନ କରିହେବ। ସମ୍ବୋଧନ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଜନସାଧାରଣଙ୍କ ବୈଜ୍ଞାନିକଙ୍କ ଉପରେ ବିଶ୍ୱାସ ରହିଛି ଓ ଯେତେବେଳେ ଜନସାଧାରଣଙ୍କ ଆଶୀର୍ବାଦ ରହିବ ଭାରତ ବିଜ୍ଞାନ ଓ ବୈଷୟିକ ଜ୍ଞାନରେ ବିଶ୍ୱ ଗୁରୁ ହୋଇପାରିବ। “ଆମର ଏହି ନବୋନ୍ମେଷର ଉତ୍ସାହ ଭାରତକୁ ୨୦୪୭ରେ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବାରେ ସହାୟକ ହେବ” ବୋଲି ଶ୍ରୀ ମୋଦୀ କହିଥିଲେ।

Categories
ବିଶେଷ ଖବର

ଜି – ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି – ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ସହର ତାଙ୍କ ସଂସଦୀୟ କ୍ଷେତ୍ର ହୋଇ ଥିବାରୁ ଏଠାରେ ଜି- ୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । କାଶୀକୁ ଅନ୍ୟତମ ପୁରାତନ ଜୀବନ୍ତ ସହର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟସ୍ଥ ସାରନାଥ ସହର ବିଷୟରେ କହିଥିଲେ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ। “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଅତିଥି ମାନଙ୍କୁ ଗଙ୍ଗା ଆରତୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ, ସାରନାଥ ପରିଦର୍ଶନ କରିବା ପାଇଁ ଏବଂ କାଶୀର ବ୍ୟଞ୍ଜନର ସ୍ୱାଦ ଚାଖିବା ପାଇଁ ପରାମର୍ଶ ଦେଇଥିଲେ।

ସଂସ୍କୃତିର ଅନ୍ତର୍ନିହିତ ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀ ଗୋଷ୍ଠୀର କାର୍ଯ୍ୟ ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ। ଆମେ ଆମର ଦୃଶ୍ୟମାନ / ସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ଦେଉଛୁ” ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ଭାରତ ଏହାର ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ କଠିନ ପରିଶ୍ରମ କରୁଛି। ଦେଶର ସାଂସ୍କୃତିକ ସମ୍ପତ୍ତି ଓ କଳାକାର ମାନଙ୍କୁ ଜାତୀୟ ସ୍ତରରେ ତଥା ଗ୍ରାମ ସ୍ତରରେ ମାନଚିତ୍ରଣ କରିବା ପାଇଁ ସେ ଉଲ୍ଲେଖ କରିଥିଲେ।

ସେ ଭାରତର ସଂସ୍କୃତିକୁ ପାଳନ କରିବା ପାଇଁ ଅନେକ କେନ୍ଦ୍ର ନିର୍ମାଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆଦିବାସୀ ସଂଗ୍ରହାଳୟ, ଯାହା ଭାରତର ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିକୁ ପ୍ରଦର୍ଶିତ କରେ ତାହାର ଉଦାହରଣ ଦେଇଥିଲେ। ନୂଆଦିଲ୍ଲୀ ଠାରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏହା ଏକ ପ୍ରକାରର ପ୍ରୟାସ। ସେ “ୟୁଗେ ଯୁଗେ ଭାରତ’ ଜାତୀୟ ସଂଗ୍ରହାଳୟର ବିକାଶ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ସମ୍ପୂର୍ଣ୍ଣ ହେବା ପରେ ଭାରତର ୫,୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ ଭାବରେ ଠିଆ ହେବ। ୨୦୧୪ ମସିହାରୁ ଭାରତ ଏଭଳି ଶତାଧିକ କଳାକୃତିକୁ ଫେରାଇ ଆଣିଛି ଯାହା ଏହାର ପ୍ରାଚୀନ ସଭ୍ୟତାର ଗୌରବକୁ ପ୍ରଦର୍ଶିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଜୀବନ୍ତ ଐତିହ୍ୟ ତଥା ‘କଲଚର୍ ଫର ଲାଇଫ୍’ ପ୍ରତି ଅବଦାନକୁ ସେ ପ୍ରଶଂସା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଂସ୍କୃତିକ ଐତିହ୍ୟ କେବଳ ପଥରରେ ଖୋଦେଇ କରାଯାଏ ନାହିଁ, ବରଂ ପରମ୍ପରା, ରୀତିନୀତି ଏବଂ ପର୍ବପର୍ବାଣୀ ଗୁଡିକୁ ମଧ୍ୟ ପର ପିଢ଼ିକୁ ପ୍ରଦାନ କରାଯାଏ। କାର୍ଯ୍ୟକାରୀ ଗୋଷ୍ଠୀର ପ୍ରୟାସ ନିରନ୍ତର ଅଭ୍ୟାସ ଏବଂ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିବିଧତା ପାଇଁ ଐତିହ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ଏହା ଭାରତର ‘ବିକାଶ ଭି , ବିରାସତ ଭି’ (ବିକାଶ ସହିତ ଐତିହ୍ୟ ମଧ୍ୟ) ମନ୍ତ୍ରରେ ପ୍ରତିଫଳିତ ହୋଇଛି , ଯାହାର ଅର୍ଥ ହେଉଛି ବିକାଶ ସହିତ ଐତିହ୍ୟର ସଂରକ୍ଷଣ। ପ୍ରାୟ ୩,୦୦୦ ଅନନ୍ୟ କଳାକୃତି ଏବଂ ହସ୍ତଶିଳ୍ପ ସହିତ ୨,୦୦୦ ବର୍ଷର ପରୁଣା ଶିଳ୍ପକାରିଗରୀ ଐତିହ୍ୟ ପାଇଁ ଭାରତ ଗର୍ବିତ” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯାହା ଏକା ସାଙ୍ଗରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଭାରତୀୟ ଶିଳ୍ପକାରିଗରୀର ସ୍ୱତନ୍ତ୍ରତାକୁ ପ୍ରଦର୍ଶିତ କରେ।

ସାଂସ୍କୃତିକ ଏବଂ ସୃଜନଶୀଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଜି- ୨୦ ରାଷ୍ଟ୍ର ଗୁଡ଼ିକର ପ୍ରୟାସ ଗଭୀର ଗୁରୁତ୍ୱ ବହନ କରୁଛି କାରଣ ଏହା ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ ଏବଂ ସୃଜନଶୀଳତା ଏବଂ ନବସୃଜନକୁ ସମର୍ଥନ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆସନ୍ତା ମାସରେ ଭାରତ ୧.୮ ବିଲିୟନ ଡଲାରର ପ୍ରାରମ୍ଭିକ ବ୍ୟୟରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହା ପାରମ୍ପରିକ କାରିଗର ମାନଙ୍କ ପାଇଁ ସମର୍ଥନର ଏକ ପରିବେଶ ସୃଷ୍ଟି କରିବ ଏବଂ ସେମାନଙ୍କୁ ସେମାନଙ୍କ ଶିଳ୍ପକଳାରେ ଉନ୍ନତି ଆଣିବାରେ ସକ୍ଷମ କରିବ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣରେ ଯୋଗଦାନ କରିବ ବୋଲି ସେ କହିଥିଲେ।

ସଂସ୍କୃତିକୁ ପାଳନ କରିବାରେ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଜାତୀୟ ଡିଜିଟାଲ ଜିଲ୍ଲା ଭଣ୍ଡାର ବିଷୟରେ ଉଲ୍ଲେଖ କରିଥିଲେ, ଯାହା ସ୍ୱାଧୀନତା ସଂଗ୍ରାମର କାହାଣୀକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରୁଛି। ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ଅଧିକ ପର୍ଯ୍ୟଟନ ଅନୁକୂଳ କରିବା ସହିତ ଏହାର ସାଂସ୍କୃତିକ ଐତିହ୍ୟ ଗୁଡ଼ିକର ଉତ୍ତମ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଭାରତର ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀଙ୍କ କାର୍ଯ୍ୟକାରୀ ଗୋଷ୍ଠୀ ‘କଲଚର୍ ୟୁନାଇଟ୍ସ ଅଲ୍’ (ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରେ) ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ବସୁଧୈବ କୁଟୁମ୍ବକମ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ଭାବନାକୁ ଦର୍ଶାଯାଇଛି। ଜି – ୨୦ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସଂସ୍କୃତି, ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗ ଭଳି ଚାରୋଟି ସି (C ) ର ମହତ୍ତ୍ୱକୁ ଆପଣଙ୍କ କାର୍ଯ୍ୟ ପ୍ରତିଫଳିତ କରୁଛି। ଏହା ଆମକୁ ଏକ ଦୟାଶୀଳ, ସମାବେଶୀ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ସଂସ୍କୃତିର ଶକ୍ତିକୁ ଉପଯୋଗ କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ବିଶେଷ ଖବର

ପ୍ରତିବର୍ଷ ଅଗଷ୍ଟ ୨୩ରେ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରିବ ଭାରତ: ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ ମିଶନରେ ଜଡିତ ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁର ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ଚନ୍ଦ୍ରଯାନ-୩ ର ଚନ୍ଦ୍ରରେ ସଫଳ ଅବତରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ISRO ଟିମର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଠାରୁ ଅଗଷ୍ଟ ୨୩ ତାରିଖରେ ପ୍ରତିବର୍ଷ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ।

ISRO ର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଅଗଷ୍ଟ ୨୩ ତାରିଖର ଏହି ଦିନଟି ମୋ ଆଖି ସାମ୍ନାକୁ ବାରମ୍ବାର ଆସୁଛି। ଯେତେବେଳେ ଟଚ୍ ଡାଉନ୍ ନିଶ୍ଚିତ ହେଲା, ଲୋକମାନେ ISRO କେନ୍ଦ୍ରରେ ଏବଂ ସାରା ଦେଶରେ ଯେପରି ଉତ୍ସବ ପାଳିତ ହେଲା, ସେହି ଦୃଶ୍ୟକୁ କିଏ ଭୁଲି ପାରିବ? କିଛି ସ୍ମୃତି ଅମର ହୋଇଯାଏ। ସେହି ମୁହୂର୍ତ୍ତ ଅମର ହୋଇଗଲା।

ଯେଉଁଠାରେ ଲ୍ୟାଣ୍ଡର୍ ଅବତରଣ କରିବ ‘ଶିବ ଶକ୍ତି ପଏଣ୍ଟ’ କୁହାଯିବ:

ଏହା ସହିତ ଯେଉଁଠାରେ ଲ୍ୟାଣ୍ଡରର ବିକ୍ରମ ଅବତରଣ କରିଥିଲା, ସେହି ସ୍ଥାନର ନାମକରଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେଉଁ ସ୍ଥାନରେ ଅବତରଣ ଅବତରଣ କରିଥିଲା, ତାହା ‘ଶିବ ଶକ୍ତି ପଏଣ୍ଟ’ ନାମରେ ପରିଚିତ ହେବ। ସେ କହିଛନ୍ତି ଯେ, ମାନବିକତାର କଲ୍ୟାଣ ପାଇଁ ସଂକଳ୍ପ ଶିବଙ୍କଠାରେ ଅଛି ଏବଂ ଶକ୍ତିର ସହିତ ଆମେ ସେହି ସଂକଳ୍ପ ପୂରଣ କରିବାର କ୍ଷମତା ପାଇଛୁ।

ଯେଉଁଠାରେ ଚନ୍ଦ୍ରୟାନ-୨ ଅବତରଣ କଲା, ଏହାକୁ ‘ତ୍ରିରଙ୍ଗା ପଏଣ୍ଟ’ କୁହାଯିବ:

ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ-୨ ଅବତରଣ କରିଥିବା ସ୍ଥାନର ନାମ ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରାୟନ-୨ ନିଜର ପାଦଚିହ୍ନ ଛାଡିଛି, ସେହି ସ୍ଥାନକୁ ବର୍ତ୍ତମାନ ତ୍ରିରଙ୍ଗା ପଏଣ୍ଟ କୁହାଯିବ। ଏହି ତ୍ରିରଙ୍ଗା ପଏଣ୍ଟ ଭାରତର ପ୍ରତ୍ୟେକ ତୃଷାର ପ୍ରେରଣା ହେବ। ଏହା ଆମକୁ ଶିକ୍ଷା ଦେବ ଯେ କୌଣସି ବିଫଳତା ଶେଷ ହେବ ନାହିଁ। ଯଦି ଏକ ଶକ୍ତିଶାଳୀ ଇଚ୍ଛା ଶକ୍ତି ଅଛି, ତେବେ ସଫଳତା ପାଇବା ନିଶ୍ଚିତ।

୨୦୧୯ ରେ ଚନ୍ଦ୍ରଯାନ-୨ କୁ ଚନ୍ଦ୍ରକୁ ପଠାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିୟନ୍ତ୍ରଣ ହରାଇ ଚନ୍ଦ୍ରରେ ଅବତରଣ କରିବା କଷ୍ଟକର ଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ରଯାନ-୨ର ଚନ୍ଦ୍ର ଚନ୍ଦ୍ର ଉପରେ ପଡ଼ିଥିଲା, ସେତେବେଳେ ଏହାର ନାମକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ସେତେବେଳେ ପରିସ୍ଥିତି ସେପରି ନଥିଲା। ଆମେ ସେତେବେଳେ ସ୍ଥିର କରିଥିଲୁ ଯେ, ଯେତେବେଳେ ଚନ୍ଦ୍ରଯାନ -୩ ସଫଳତାର ସହିତ ଚନ୍ଦ୍ର ଉପରେ ପାଦ ରଖେ, ସେତେବେଳେ ଚନ୍ଦ୍ରଯାନ -୨ ର ଲ୍ୟାଣ୍ଡର ଅବତରଣ କରିଥିବା ସ୍ଥାନର ନାମ ମଧ୍ୟ ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଇସ୍ରୋ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ, ବୈଜ୍ଞାନିକଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୭:୧୫ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟ୍ରାକ୍) ପରିଦର୍ଶନ କରିବେ। ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରୁ ଫେରିବା ପରେ ସେ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବେ।

ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ ମିଶନରେ ସାମିଲ ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିବେ ଏବଂ ଆଲୋଚନା କରିବେ। ଚନ୍ଦ୍ରଯାନ-୩ ମିଶନର ଅନୁସନ୍ଧାନ ଓ ଅଗ୍ରଗତି ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯିବ।