Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ଭେଟି ଗ୍ରାମାଞ୍ଚଳର ବିକାଶ ସହ ଜନ ଶକ୍ତିଙ୍କ ସାମାଜିକ ପ୍ରଗତି ପାଇଁ ଆଲୋଚନା କରିଥିଲେ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗତକାଲି ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ସହ ଏକ ଉତ୍ତମ ବୈଠକ ଥିଲା । ଗ୍ରାମାଞ୍ଚଳର ବିକାଶ ସହ ଜନ ଶକ୍ତିଙ୍କ ସାମାଜିକ ପ୍ରଗତି ପାଇଁ ଆମେ ଆଲୋଚନା କରିଥିଲୁ ।”

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ୟୁକ୍ରେନ ପରିସ୍ଥିତି ପ୍ରସଂଗରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସହିତ ସୋମବାର ରାତିରେ ଭର୍ଚ୍ୟୁଆଲି ଆଲୋଚନା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଆମେରିକା ବିଶ୍ବର ଦୁଇଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏହି ଦୁଇ ରାଷ୍ଟ୍ର ପ୍ରାକୃତିକ ଭାବେ ଯୋଡି ହୋଇଛନ୍ତି। ମୋଦୀ କହିଛନ୍ତି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ଯେ, ୟୁକ୍ରେନର ପରିସ୍ଥିତି ଚିନ୍ତାଜନକ ଥିବାବେଳେ ଏହି ଆଲୋଚନା ଚାଲିଛି।

ସେ କହିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ୟୁକ୍ରେନରେ 20 ହଜାରରୁ ଅଧିକ ଭାରତୀୟ ଫସି ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଆମେ ଉଦ୍ଧାର କରିବାରେ ସକ୍ଷମ ହୋଇଛୁ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନରେ ସାଧାରଣ ନାଗରିକଙ୍କ ନିରାପତ୍ତା ତଥା ଔଷଧ ଏବଂ ରିଲିଫ ସାମଗ୍ରୀ ସମେତ ସେମାନଙ୍କୁ ମାନବିକ ସହାୟତା ଯୋଗାଇବାରେ ଭାରତ ଗୁରୁତ୍ୱ ଦେଇଛି। ସେ ସୂଚନା ଦେଇଛନ୍ତି ଯେ ୟୁକ୍ରେନର ଅନୁରୋଧ କ୍ରମେ ଭାରତ ଖୁବ୍ ଶୀଘ୍ର ବିପୁଳ ପରିମାଣର ଔଷଧ ପଠାଇବାକୁ ବନ୍ଦୋବସ୍ତ କରିଛି।

ନିକଟରେ ୟୁକ୍ରେନର ବୁଚା ସହରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ଅତ୍ୟନ୍ତ ଚିନ୍ତାଜନକ ବୋଲି ମୋଦୀ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ଭାରତ ଏହାକୁ ନିନ୍ଦା କରିଛି ଏବଂ ଏହାର ଉଚିତ ତଦନ୍ତ ଦାବି କରିଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶାନ୍ତି ପାଇଁ ବାଟ ଫିଟିବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ୟୁକ୍ରେନ ଏବଂ ଋଷର ରାଷ୍ଟ୍ରପତିଙ୍କ ସହ ଅନେକ ଥର ଫୋନରେ କଥା ହୋଇଛନ୍ତି ଏବଂ ଶାନ୍ତି ପାଇଁ ନିବେଦନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସଂସଦରେ ୟୁକ୍ରେନର ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ମଧ୍ୟ କରାଯାଇଛି।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ତାଙ୍କ ଉଦବୋଧନରେ କହିଛନ୍ତି ଯେ ଭାରତ ଏବଂ ଆମେରିକା ଦୁଇଟି ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଯାହାକି ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ବାଣ୍ଟିପାରିଛି। ସେ କହିଛନ୍ତି ଯେ ଭାରତ – ଆମେରିକାର ଭାଗିଦାରୀ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ସେସବୁକୁ ଜାରୀ ରଖିବା ପାଇଁ ବିଭିନ୍ନ ସମୟରେ ପରାମର୍ଶ ଏବଂ କଥାବାର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

ଏଥିସହିତ କୋଭିଡ19 ମହାମାରୀ, ବିଶ୍ୱ ଅର୍ଥନୈତିକ ପୁନରୁଦ୍ଧାର, ଜଳବାୟୁ, ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଘଟିଥିବା ବିକାଶ ଏବଂ ୟୁକ୍ରେନର ପରିସ୍ଥିତି ଭଳି ଅନେକ ଆଞ୍ଚଳିକ ତଥା ବିଶ୍ବ ସ୍ତରୀୟ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ମତ ବିନିମୟ ହୋଇଛି।

Categories
ବିଶେଷ ଖବର

ଅଟଳ ଇନୋଭେସନ ମିଶନର ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ। ଏଆଇଏମ ଦ୍ବାରା ଏହି କାର୍ଯ୍ୟ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦନ କରାଯିବ।

ଏଆଇଏମ ମାଧ୍ୟମରେ ନିମ୍ନ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯିବ:

୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ (ଏଟିଏଲ) ପ୍ରତିଷ୍ଠା କରିବା,

୧୦୧ ଅଟଳ ଇନକ୍ୟୁବେସନ ସେଣ୍ଟର (ଏଆଇସି) ପ୍ରତିଷ୍ଠା କରିବା,

୫୦ଟି ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର (ଏସିଆଇସି) ପ୍ରତିଷ୍ଠା କରିବା

ଅଟଳ ନ୍ୟୁ ଇଣ୍ଡିଆ ଚାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍‌କୁ ସହାୟତା ପ୍ରଦାନ କରିବା।

ଉପରୋକ୍ତ ସେଣ୍ଟର ପ୍ରତିଷ୍ଠା କରିବା ଏବଂ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇ ଦେବାର ଏହି ପ୍ରକ୍ରିୟାରେ ମୋଟ୍‌ ୨,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବଜେଟ୍‌ ବ୍ୟୟ କରାଯିବ।

ମାନନୀୟ ଅର୍ଥ ମନ୍ତ୍ରୀ ୨୦୧୫ ବଜେଟ୍‌ ଅଭିଭାଷଣରେ କରିଥିବା ଘୋଷଣା ଅନୁଯାୟୀ, ନୀତି ଆୟୋଗଙ୍କ ଦ୍ବାରା ଅଟଳ ଇନୋଭେସନ ମିଶନ ପ୍ରତିଷ୍ଠା କରାଯାଇଛି। ଏଆଇଏମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଦ୍ୟୋଗମାନଙ୍କ ସ୍ତରରେ ବିଭିନ୍ନ ଉପାୟ ମାଧ୍ୟମରେ ସାରା ଦେଶରେ ନବସୃଜନ ଏବଂ ଉଦ୍ୟମିତାର ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଓ ଏହାକୁ ପ୍ରୋତ୍ସାହିତ କରିବା। ଏଆଇଏମ ମୌଳିକ ଭିତ୍ତିଭୂମି ନିର୍ମାଣ ଏବଂ ସଂସ୍ଥାନ ନିର୍ମାଣ, ଉଭୟ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରିଛି। ନିମ୍ନରେ ଦିଆଯାଇଥିବା ଉଦାହରଣ ଅନୁରୂପ ଏହା ସ୍ପଷ୍ଟ ହୋଇଛି ଯେ ଏଆଇଏମ ଜାତୀୟ ଏବଂ ବିଶ୍ବ, ଉଭୟ ସ୍ତରରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମକୁ ସମନ୍ବିତ କରିବା ଦିଗରେ କାମ କରିଛି :

ଏଆଇଏମ ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ସମନ୍ବୟ ଆଧାରିତ ସହଯୋଗ ବିକଶିତ କରିବା ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସିମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା କରିଛି ଯେଉଁଥିରେ ରୁଷ୍‌ ସହିତ ଏଆଇଏମ-ଏସଆଇଆରଆଇୟୁଏସ ଛାତ୍ର ନବସୃଜନ ବିନିମୟ କାର୍ଯ୍ୟକ୍ରମ, ଡେନମାର୍କ ସହିତ ଏଆଇଏମ-ଆଇସିଡିକେ (ଇନୋଭେସନ ସେଣ୍ଟର ଡେନମାର୍କ) ୱାଟର ଚ୍ୟାଲେଞ୍ଜ ଏବଂ ଅଷ୍ଟ୍ରେଲିଆ ସହିତ ଆଇଏସିଇ (ଇଣ୍ଡିଆ ଅଷ୍ଟ୍ରେଲିୟାନ୍‌ ସର୍କୁଲାର ଇକୋନୋମି ହ୍ୟାକାଥନ) ସାମିଲ ରହିଛି।

ଏଆଇଏମ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଆୟୋଜିତ ଏକ ଇନୋଭେସନ ଷ୍ଟାର୍ଟଅପ୍‌ ଶିଖର ସମ୍ମିଳନୀ-ଇନସ୍ପ୍ରେନର ସଫଳତା ପୂର୍ବକ ଆୟୋଜନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ ସହିତ କ୍ରୟକୁ ପ୍ରୋତ୍ସାହନ ଦେଉଥିବା ପ୍ରତିରକ୍ଷା ନବସୃଜନ ସଂଗଠନ ପ୍ରତିଷ୍ଠା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଏଆଇଏମ ସହଭାଗିତା ସ୍ଥାପନ କରିଛି।

ବିଗତ କିଛି ବର୍ଷ ମଧ୍ୟରେ, ଏଆଇଏମ ସାରା ଦେଶର ନବସୃଜନ ଗତିବିଧିକୁ ସମନ୍ବିତ କରିବା ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ପ୍ରଦାନ କରିବା ଲାଗି କାମ କରିଛି। ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଲକ୍ଷାଧିକ ସ୍କୁଲ ପିଲାମାନଙ୍କ ମଧ୍ୟରେ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିଛି। ଏଆଇଏମ ସମର୍ଥିତ ଷ୍ଟାର୍ଟଅପ୍‌ ସରକାରୀ ଏବଂ ଘରୋଇ ଇକ୍ୟୁଟି ନିବେଶକମାନଙ୍କ ଠାରୁ ୨ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ସଂଗ୍ରହ କରିବେ ଏବଂ ଅନେକ ହଜାର ରୋଜଗାର ସୁଯୋଗ ସୃଷ୍ଟି କରିଛି। ଏଆଇଏମ ଜାତୀୟ ହିତ ସହ ଜଡ଼ିତ ବିଭିନ୍ନ ବିଷୟରେ ନବସୃଜନ ଜନିତ ସମସ୍ୟାର ମଧ୍ୟ ସମାଧାନ କରିଛି। ଏଆଇଏମର କାର୍ଯ୍ୟକ୍ରମଗୁଡ଼ିକରେ ୩୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସାମିଲ କରାଯାଇଛି। ଏହା ମାଧ୍ୟମରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମରେ ଅଧିକରୁ ଅଧିକ ଭାଗିଦାରୀକୁ ପ୍ରୋତ୍ସାହିତ କରି ଭାରତର ଜନସାଂଖ୍ୟିକ ଲାଭାଂଶର ଫାଇଦା ନେବା ପାଇଁ ଲକ୍ଷ୍ୟ ରଖାଯାଇଛି।

କ୍ୟାବିନେଟ ଦ୍ବାରା ଅବଧି ସମ୍ପ୍ରସାରଣ ମଞ୍ଜୁରି ମିଳିବା ପରେ ନବାସୃଜନ ସମ୍ବନ୍ଧୀୟ ଏକ ସମାବେଶୀ ଇକୋସିଷ୍ଟମ ବିକଶିତ କରିବାର ଦାୟିତ୍ବ ଏବେ ଏଆଇଏମ ଉପରକୁ ଆସିଯାଇଛି। ଫଳରେ ନବସୃଜନ ଏବଂ ଉଦ୍ୟମିତା କାର୍ଯ୍ୟକଳାପ ସହ ଯୋଡ଼ିହେବା ଲଗାତାର ଅଧିକ ସହଜ ହୋଇପାରିବ।

Categories
cbse10th CBSE12th ICSE10th ICSE12th ବିଶେଷ ଖବର

ପରୀକ୍ଷା ପେ ଚର୍ଚ୍ଚା ୨୦୨୨ରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହିତ ମତ ବିନିମୟ କରିଛନ୍ତି। ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମତବିନିମୟ କାର୍ଯ୍ୟକ୍ରମ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ  ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ଅନ୍ନପୂର୍ଣ୍ଣ ଦେବୀ, ଡକ୍ଟର ସୁଭାଷ ସରକାର, ଡକ୍ଟର ରାଜକୁମାର ରଞ୍ଜନ ସିଂ ଏବଂ ରାଜୀବ ଚନ୍ଦ୍ରଶେଖର ସମାରୋହରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ। ପ୍ରଧାନମନ୍ତ୍ରୀ ଏହି ଆଲୋଚନା ସମୟରେ ସମସ୍ତଙ୍କ ସହିତ ଆଗ୍ରହର ସହ, ଉଦାରତାପୂର୍ଣ୍ଣ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହିତ ଆପୋସ ଆଲୋଚନା କରିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା। ତେବେ ଚଳିତ ଥର ସାନ ସାନ ବନ୍ଧୁମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିବା ଲାଗି ତାଙ୍କୁ ସୁଯୋଗ ମିଳିଛି। ଏଥିରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ। ଆସନ୍ତାକାଲି ଠାରୁ ବିକ୍ରମ ସମ୍ବତ ଆରମ୍ଭ ହେଉଥିବା ସେ ଉଲ୍ଲେଖ କରିଥିଲେ। ଆଗକୁ ଆସୁଥିବା ଅନେକ ପର୍ବପର୍ବାଣୀ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଏକ ନୂଆ ପରମ୍ପରା ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଅବସରରେ ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ସେ ଗ୍ରହଣ କରିପାରି ନାହାନ୍ତି ସେସବୁ ପ୍ରଶ୍ନର ଉତ୍ତର ନମୋ ଆପ୍‌ ଜରିଆରେ ଭିଡିଓ, ଅଡିଓ କିମ୍ବା ଟେକ୍ସଟ୍‌ ମେସେଜ୍‌ ମାଧ୍ୟମରେ ଦିଆଯିବ।

ଦିଲ୍ଲୀର ଖୁସି ଜୈନ ପ୍ରଥମ ପ୍ରଶ୍ନ ପଚାରିଥିଲେ। ଛତିଶଗଡ଼ ବିଳାସପୁରର ଛାତ୍ର, ଭଦୋଦରାର କିନି ପଟେଲ ମଧ୍ୟ ପରୀକ୍ଷାକୁ ନେଇ ରହିଥିବା ଭୟ ଏବଂ ଚାପ ବିଷୟରେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭୟଭୀତ କିମ୍ବା ଚାପଗ୍ରସ୍ତ ନହେବା ପାଇଁ ପରାମର୍ଶ ଦେଇଥିଲେ, କାରଣ ଏହା ସେମାନଙ୍କ ପାଇଁ ପ୍ରଥମ ପରୀକ୍ଷା ନୁହେଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏକ ପ୍ରକାରରେ ‘‘ପରୀକ୍ଷା ପ୍ରତି ସହନଶୀଳ’’ ହୋଇସାରିଲେଣି। ପୂର୍ବ ପରୀକ୍ଷାରୁ ସେମାନେ ହାସଲ କରିଥିବା ଅଭିଜ୍ଞତା ଭବିଷ୍ୟତର ପରୀକ୍ଷା ପାଇଁ ସେମାନଙ୍କୁ ସହାୟକ ହେବ। ସେମାନେ କେତେକ ବିଷୟ ପଢ଼ିବାକୁ ହୁଏତ’ ଭୁଲି ଯାଇଥିବେ, କିନ୍ତୁ ତା’କୁ ନେଇ ସେତେଟା ଚାପଗ୍ରସ୍ତ ହେବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରସ୍ତୁତିର ସାମର୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶାନ୍ତ ଓ ସ୍ୱାଭାବିକ ଭାବେ ନିଜର ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ସେ କହିଥିଲେ। ଅନ୍ୟମାନଙ୍କର ସାମର୍ଥ୍ୟ ସହ ତୁଳନା କରି କୌଣସି ଚେଷ୍ଟା କରିବାରେ କିଛି ଲାଭ ନାହିଁ, ବରଂ ନିଜର ସ୍ୱାଭାବିକ ପ୍ରସ୍ତୁତି ସହ ଆଗକୁ ବଢ଼ିବା ଏବଂ ଶାନ୍ତ ମନୋଭାବ ନେଇ ପରୀକ୍ଷାକୁ ଏକ ଉତ୍ସବ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ପରବର୍ତ୍ତୀ ପ୍ରଶ୍ନ ପଚାରିଥିଲେ କର୍ଣ୍ଣାଟକ ମହୀଶୂରର ତରୁଣ। ସେ ପଚାରିଥିଲେ ଯେ, ଅନଲାଇନରେ ୟୁଟ୍ୟୁବ ଭଳି ଅନେକ ଜିନିଷ ଅଛି ଯାହା ଏକାଗ୍ରତା ଭଙ୍ଗ କରିଥାଏ। ଏପରି ସ୍ଥିତିରେ କିଭଳି ଅନଲାଇନ୍‌ ପାଠପଢ଼ା ଜାରି ରଖି ହେବ? ଦିଲ୍ଲୀର ଶାହିଦ୍‌ ଅଲ୍ଲୀ, କେରଳ ତିରୁଅନନ୍ତପୁରମ୍‌ର କୀର୍ତ୍ତନ, ତାମିଲନାଡ଼ୁ କ୍ରୀଷ୍ଣାଗିରିର ଜଣେ ଶିକ୍ଷକ ଚନ୍ଦ୍ରଚୂଡ଼େଶ୍ୱରନ୍‌ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନଲାଇନ କିମ୍ବା ଅଫଲାଇନ୍‌ ମାଧ୍ୟମରେ ପାଠପଢ଼ିବା ସହ କୌଣସି ସମସ୍ୟା ନାହିଁ। ଅଫଲାଇନ୍‌ ମାଧ୍ୟମରେ ପଢ଼ିବା ସମୟରେ ମଧ୍ୟ ଅନେକ ସମୟରେ ଛାତ୍ରଛାତ୍ରୀ ଅନ୍ୟମନସ୍କ ହୋଇଥାନ୍ତି। କୌଣସି ମାଧ୍ୟମ ନୁହେଁ ବରଂ ଆମ ମାନସିକତାରେ ହିଁ ସମସ୍ୟା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଅନଲାଇନ ହେଉ କିମ୍ବା ଅଫଲାଇନ ମାଧ୍ୟମ, ସବୁବେଳେ ପାଠପଢ଼ା ପ୍ରତି ଧ୍ୟାନ ରହିଲେ, ଆମ ଛାତ୍ରଛାତ୍ରୀଙ୍କୁ ଅନ୍ୟମନସ୍କତା ସମସ୍ୟା ବ୍ୟଥିତ କରିବ ନାହିଁ। ସେ କହିଥିଲେ ଯେ, ଆଗକୁ ନୂଆ ନୂଆ ପ୍ରଯୁକ୍ତି ଆସିବ ଏବଂ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ନୂଆ ପ୍ରଯୁକ୍ତିକୁ ଗ୍ରହଣ କରିବା ଉଚିତ୍‌। ଅଧ୍ୟୟନର ନୂତନ ମାଧ୍ୟମକୁ ଏକ ଚାଲେଞ୍ଜ ଭାବେ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନଲାଇନ ପାଠପଢ଼ା ଆପଣଙ୍କର ଅଫଲାଇନ ପାଠପଢ଼ାରେ ସହାୟକ ହୋଇପାରେ। କୌଣସି ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଅନଲାଇନ ଏବଂ ସେହି ବିଷୟରେ ଗଭୀର ଅଧ୍ୟୟନ କରିବା ଏବଂ ତା’କୁ କାର୍ଯ୍ୟରେ ଲଗାଇବା ପାଇଁ ଅଫଲାଇନ ଏକ ମାଧ୍ୟମ ହୋଇପାରେ। ସେ ଡୋସା ପ୍ରସ୍ତୁତିର ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଅନଲାଇନରୁ ସହଜରେ ଡୋସା ପ୍ରସ୍ତୁତି ଜାଣିପାରିବ କିନ୍ତୁ ଏହାକୁ ପ୍ରସ୍ତୁତି ଏବଂ ସେବନ କରିବା କାର୍ଯ୍ୟ ଅଫଲାଇନରେ ହିଁ କରିବାକୁ ହେବ। ଭର୍ଚୁଆଲ୍ ଦୁନିଆରେ ବଞ୍ଚିବା ତୁଳନାରେ ନିଜ ବିଷୟରେ ଚିନ୍ତା କରିବା ଏବଂ ନିଜ ସହିତ ରହିବାରେ ବହୁତ ଆନନ୍ଦ ରହିଛି ବୋଲି ସେ କହିଥିଲେ।

ହରିୟାଣା ପାନିପତ୍‌ର ଜଣେ ଶିକ୍ଷୟିତ୍ରୀ ସୁମନ ରାଣୀ ନୂଆ ଜାତୀୟ ଶିକ୍ଷା ନୀତିକୁ ନେଇ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ ନୂଆ ଶିକ୍ଷା ନୀତି ନିର୍ଦ୍ଦିଷ୍ଟ ଭାବେ ଛାତ୍ରଛାତ୍ରୀଙ୍କ ଜୀବନ ଓ ସାମଗ୍ରିକ ଭାବେ ସମାଜକୁ କିଭଳି ସଶକ୍ତ କରିବ ଏବଂ ଏହା ନୂତନ ଭାରତ ପାଇଁ କିଭଳି ମାର୍ଗ ପ୍ରଶସ୍ତ କରିବ। ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାର ଶିଲା ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ‘ଜାତୀୟ’ ଶିକ୍ଷା ନୀତି ଏବଂ ଏହା ଏକ ‘ନୂଆ’ ଶିକ୍ଷା ନୀତି ନୁହେଁ। ସେ କହିଥିଲେ ଯେ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ଏହି ଶିକ୍ଷାନୀତିର ଚିଠା ପ୍ରସ୍ତୁତ ହୋଇଛି। ଏପରି କରାଯିବା ଏକ ପ୍ରକାର ରେକର୍ଡ। ‘‘ଜାତୀୟ ଶିକ୍ଷା ନୀତିକୁ ନେଇ ବ୍ୟାପକ ବିଚାରବିମର୍ଶ ହୋଇଛି। ସାରା ଭାରତରେ ଲୋକମାନେ ଏହା ଉପରେ ବିଚାରବିମର୍ଶ କରିଛନ୍ତି’’, ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ନୀତିକୁ ସରକାର ନୁହନ୍ତି, ବରଂ ଦେଶର ନାଗରିକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ମିଶି ଦେଶର ବିକାଶ ପାଇଁ ପ୍ରସ୍ତୁତ କରିଛନ୍ତି। ସେ କହିଥିଲେ ଯେ, ପୂର୍ବରୁ ଶାରୀରିକ ଶିକ୍ଷା ଏବଂ ପ୍ରଶିକ୍ଷଣକୁ ପାଠ୍ୟ ବର୍ହିଭୂତ ବିଷୟ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଏବେ ଏହାକୁ ଶିକ୍ଷା ବ୍ୟବସ୍ଥାର ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯାଇଛି ଏବଂ ଏହି କ୍ଷେତ୍ରକୁ ଏକ ନୂଆ ସମ୍ମାନ ମିଳୁଛି। ସେ କହିଥିଲେ ଯେ, ବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥା ଏବଂ ବିଚାର ଏକବିଂଶ ଶତାବ୍ଦୀରେ ଆମର ବିକାଶ ଧାରାକୁ ବିବେଚନା କରିପାରିବ ନାହିଁ। ଆମକୁ ସମୟ ସହ ତାଳ ଦେଇ ବଦଳିବାକୁ ପଡ଼ିବ। ପରିବର୍ତ୍ତିତ ବ୍ୟବସ୍ଥା ସହିତ ଯଦି ଆମେ ବଦଳିବା ନାହିଁ ତା’ହେଲେ ଆମେ ପଛରେ ପଡ଼ିଯିବା ଏବଂ ପଛୁଆ ରହିଯିବା। ସେ କହିଥିଲେ ଯେ, ବ୍ୟକ୍ତିଗତ ଆକାଂକ୍ଷା ପୂରଣ କରିବା ଲାଗି ଜାତୀୟ ଶିକ୍ଷା ନୀତି ଆମକୁ ସୁଯୋଗ ଦେଇଥାଏ। ଜ୍ଞାନ ସହିତ କୌଶଳ ବିକାଶର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ସେ କହିଥିଲେ ଯେ, ଏହି କାରଣରୁ କୌଶଳ ବିକାଶକୁ ଜାତୀୟ ଶିକ୍ଷା ନୀତିର ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯାଇଛି। ଜାତୀୟ ଶିକ୍ଷା ନୀତିରେ ବିଷୟବସ୍ତୁ ଚୟନ କରିବାର ସ୍ୱାଧୀନତା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତିକୁ ସଠିକ ଭାବେ ଲାଗୁ କରାଗଲେ ନୂଆ ସୁଯୋଗର ଅନେକ ଅବସର ସୃଷ୍ଟି ହେବ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍ଭାବନ ହୋଇଥିବା ନୂଆ ପ୍ରଯୁକ୍ତି କାର୍ଯ୍ୟକାରୀ କରିବା ଲାଗି ନୂଆ ମାର୍ଗ ଖୋଲିବା ନିମନ୍ତେ ସାରା ଦେଶରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେ ଅନୁରୋଧ କରିଥିଲେ।

ଉତ୍ତର ପ୍ରଦେଶ ଗାଜିଆବାଦର ରୋଶନୀ ପଚାରିଥିଲେ ଯେ ପରୀକ୍ଷା ଫଳକୁ ନେଇ ପରିବାର ଲୋକଙ୍କ ଆଶା ପୂରଣ କରିବା ସମସ୍ୟା ସହ କିଭଳି ମୁକାବିଲା କରିହେବ। ମାତାପିତାଙ୍କ ଚିନ୍ତାଧାରା ଅନୁରୂପ ଶିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ୍‌ ନା ଏହାକୁ ଏକ ଉତ୍ସବ ଭାବେ ଉପଭୋଗ କରିବା ଉଚିତ୍‌। ପଞ୍ଜାବ ଭଟିଣ୍ଡାର କୀରଣ ପ୍ରୀତ୍‌ କୌର ମଧ୍ୟ ସମାନ ପ୍ରଶ୍ନ କରିଥିଲେ । ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷକ ଏବଂ ମାତାପିତା ସେମାନଙ୍କର ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦିଦେବା ଉଚିତ୍‌ ନୁହେଁ। ‘‘ଶିକ୍ଷକ ଏବଂ ଅଭିଭାବକମାନଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଆଯାଇ ପାରିବ ନାହିଁ। ପିଲାମାନେ ତାଙ୍କର ନିଜ ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇବା ଜରୁରି’’, ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱତନ୍ତ୍ର ସାମର୍ଥ୍ୟ ରହିଛି ଏବଂ ମାତାପିତା ଓ ଶିକ୍ଷକମାନେ ଏହି ସାମର୍ଥ୍ୟକୁ ଉଜାଗର କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀ ନିଜ ସାମର୍ଥ୍ୟକୁ ଚିହ୍ନିବା ସହିତ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିଭିନ୍ନ ବାଧା ରହିଥିବା ସମୟରେ କିଭଳି ପ୍ରେରଣା ହାସଲ କରିବାକୁ ହେବ ଏବଂ ସଫଳତା ମିଳିପାରିବ ସେ ସମ୍ପର୍କରେ ଦିଲ୍ଲୀର ବୈଭବ କନୌଜ ପ୍ରଶ୍ନ କରିଥିଲେ। ସେହିପରି ଏକ ସମାନ ବିଷୟକୁ ନେଇ ଓଡ଼ିଶାର ଜଣେ ଅଭିଭାବକ ସୁଜିତ କୁମାର ପ୍ରଧାନ, ଜୟପୁରର କୋମଲ ଶର୍ମା ଏବଂ ଦୋହାର ଆରୋନ୍‌ ଏବେନ୍‌ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ପ୍ରେରଣା ପାଇଁ କୌଣସି ଇଞ୍ଜେକ୍ସନ କିମ୍ବା ସୂତ୍ର ନାହିଁ। ବରଂ, ନିଜକୁ ଭଲ ଭାବେ ଚିହ୍ନନ୍ତୁ ଓ କ’ଣ ଆପଣଙ୍କୁ ଖୁସି ଦେଉଛି ତାହା ଜାଣନ୍ତୁ ଏବଂ ସେହି ଅନୁଯାୟୀ ଆଗକୁ ବଢ଼ନ୍ତୁ।’’

ସ୍ୱାଭାବିକ ଭାବେ ସେମାନଙ୍କୁ ଅନୁପ୍ରାଣିତ କରୁଥିବା ଜିନିଷ ଚିହ୍ନଟ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରକ୍ରିୟାରେ ସ୍ୱାଧୀନତା ଉପରେ ସେ ଗୁରତ୍ୱାରୋପ କରିଥିଲେ। ନିଜର ସଙ୍କଟ ସମୟରେ ସହାନୁଭୂତି ହାସଲ କରିବା ପାଇଁ ଚେଷ୍ଟା ନକରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଚତୁଃପାର୍ଶ୍ୱକୁ ଦେଖନ୍ତୁ। କିଭଳି ଅନ୍ୟ ପିଲାମାନେ, ଦିବ୍ୟାଙ୍ଗମାନେ ଓ ପ୍ରକୃତି ନିଜର ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ତାହା ଅନୁଧ୍ୟାନ କରନ୍ତୁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଚାରି ପାଖରେ ଅନେକ ଘଟଣା ଘଟୁଛି। ସେଥିରେ ରହିଥିବା ପ୍ରୟାସ ଓ ସାମର୍ଥ୍ୟ ଆମକୁ ଅନୁଧ୍ୟାନ କରିବାକୁ ହେବ ଏବଂ ସେଥିରୁ ପ୍ରେରଣା ନେବାକୁ ହେବ। ସେ ତାଙ୍କ ପୁସ୍ତକ ଏକ୍ଜାମ ୱାରିଅର୍ସ ବିଷୟରେ ଉଲ୍ଲେଖ କରିଥିଲେ। ‘ପରୀକ୍ଷା’କୁ ପତ୍ର ଲେଖିବା ଏବଂ ନିଜର ସାମର୍ଥ୍ୟ ଓ ପ୍ରସ୍ତୁତିକୁ ନେଇ ପରୀକ୍ଷାର ମୁକାବିଲା କରିବା ଦ୍ୱାରା ଜଣେ କିଭଳି ପ୍ରେରଣା ହାସଲ କରିପାରିବ ତାହା ପ୍ରଧାନମନ୍ତ୍ରୀ କହିଥିଲେ।

ତେଲଙ୍ଗାନା ଖମମର ଅନୁଶା କହିଥିଲେ ଯେ ଶିକ୍ଷକ ପାଠ ପଢ଼ାଇବା ବେଳେ ସେ କୌଣସି ବିଷୟକୁ ଭଲ ଭାବେ ବୁଝି ପାରୁଛନ୍ତି କିନ୍ତୁ କିଛି ସମୟ ପରେ ତାହା ଭୁଲି ଯାଉଛନ୍ତି। ଏହି ସମସ୍ୟା ସହ କିପରି ମୁକାବିଲା କରିବାକୁ ହେବ ସେ ପ୍ରଶ୍ନ କରିଥିଲେ। ନମୋ ଆପ୍‌ ମାଧ୍ୟମରେ ଗାୟତ୍ରୀ ସାକ୍ସେନା ମଧ୍ୟ ସ୍ମରଣଶକ୍ତି ଓ ବୁଝିବା କ୍ଷମତା ବିଷୟରେ ପ୍ରଶ୍ନ ପଚାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ପଢ଼ିଥିବା ବିଷୟ କେବେ ହେଲେ ଭୁଲି ହେବ ନାହିଁ। ବର୍ତ୍ତମାନରେ ସବୁବେଳେ ଉପସ୍ଥିତ ରହିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସ୍ଥିତି ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଦ୍ୱାରା ସେମାନେ ପାଠ ଭଲ ଭାବେ ଶିଖିପାରିବେ ଏବଂ ମନେ ରଖିପାରିବେ। ସେ କହିଥିଲେ ଯେ, ବର୍ତ୍ତମାନ ହେଉଛି ସବୁଠୁ ବଡ଼ ‘ଉପସ୍ଥିତି’ ଏବଂ ବର୍ତ୍ତମାନକୁ ନେଇ ବଞ୍ଚୁଥିବା ଏବଂ ଏହାକୁ ବୁଝିବା ଲୋକ ଜୀବନରେ ସବୁବେଳେ ସର୍ବୋତ୍ତମ ପରିଣାମ ପ୍ରାପ୍ତ କରିଥାଏ। ସ୍ମୃତି ଶକ୍ତିର ସମ୍ପତ୍ତିକୁ ସାଇତି ରଖିବା ଏବଂ ଏହାକୁ ବିସ୍ତାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ ମଧ୍ୟ କହିଥିଲେ ଯେ, କୌଣସି କଥା ମନେ ରଖିବା ପାଇଁ ସ୍ଥିର ମସ୍ତିଷ୍କ ସବୁଠୁ ବଡ଼ ଆବଶ୍ୟକତା।

ଝାଡ଼ଖଣ୍ଡର ଶ୍ବେତା କୁମାରୀ କହିଥିଲେ ଯେ ରାତିରେ ପାଠ ପଢ଼ିବା ଲାଗି ସେ ପସନ୍ଦ କରିଥାନ୍ତି କିନ୍ତୁ ତାଙ୍କୁ ଦିନରେ ପଢ଼ିବା ପାଇଁ କୁହାଯାଏ। ପାଠପଢ଼ାର ଉପଯୁକ୍ତ ସମୟକୁ ନେଇ ନମୋ ଆପ୍‌ ଜରିଆରେ ରାଘବ ଯୋଶୀ ମଧ୍ୟ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଜଣଙ୍କ ପ୍ରୟାସ ଏବଂ ସମୟ କିଭଳି ବିନିଯୋଗ ହୋଇଛି ତାହାର ମୂଲ୍ୟାୟନ କରିବା ଭଲ କଥା। ଫଳାଫଳ ଏବଂ ପରିଣାମକୁ ବିଶ୍ଳେଷଣ କରିବାର ଏହି ଅଭ୍ୟାସ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ସେ କହିଥିଲେ ଯେ, ଆମକୁ ସହଜ ଲାଗୁଥିବା ଏବଂ ଆଗ୍ରହର ବିଷୟରେ ଆମେ ଅଧିକାଂଶ ସମୟ ଦେଇଥାଉ। ‘ମନ, ମସ୍ତିଷ୍କ ଏବଂ ଶରୀରର ଠକାମି’ ଉପରେ ନିୟନ୍ତ୍ରଣ ହାସଲ କରିବାକୁ ହେଲେ ଆମକୁ ନିରନ୍ତର ପ୍ରୟାସ କରିବାକୁ ହେବ। ‘‘ଆପଣ ଉପଭୋଗ କରୁଥିବା କାମ କରନ୍ତୁ, ତା’ହେଲେ ଯାଇ ଆପଣ ସର୍ବାଧିକ ପରିଣାମ ପାଇପାରିବେ’’, ପ୍ରଧାନମନ୍ତ୍ରୀ କହିଥିଲେ।

ଜମ୍ମୁ ଓ କଶ୍ମୀର ଉଧମପୁରର ଏରିକା ଜର୍ଜ ପଚାରିଥିଲେ ଯେ ଯେଉଁ ଲୋକମାନେ ଜ୍ଞାନୀ କିନ୍ତୁ କୌଣସି କାରଣରୁ ସଠିକ୍‌ ପରୀକ୍ଷା ଦେଇପାରିନାହାନ୍ତି ସେମାନଙ୍କ ପାଇଁ କ’ଣ କରାଯାଇପାରିବ। ଗୌତମ ବୁଦ୍ଧ ନଗରର ହରି ଓମ୍‌ ମିଶ୍ରା ପଚାରିଥିଲେ ଯେ ସେମାନେ କିଭଳି ଭାବେ ପ୍ରତିଯୋଗିତାମୂଳକ ପରୀକ୍ଷାର ଆବଶ୍ୟକତା ଏବଂ ବୋର୍ଡ ପରୀକ୍ଷା ପାଇଁ ପାଠପଢ଼ାକୁ ଏକ ସଙ୍ଗେ ତୁଲାଇ ପାରିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ପାଇଁ ପଢ଼ିବା ଭୁଲ କଥା। ସେ କହିଥିଲେ ଯେ ଯଦି ଜଣେ ବିଦ୍ୟାର୍ଥୀ ସମ୍ପୂର୍ଣ୍ଣ ଧ୍ୟାନର ସହକାରେ ନିଜର ପାଠ୍ୟ ବିଷୟ ପଢ଼ନ୍ତି ତା’ହେଲେ ଭିନ୍ନ ଭିନ୍ନ ପରୀକ୍ଷା ପାଇଁ କୌଣସି ସମସ୍ୟା ଦେଖା ଦେଇନଥାଏ। ପରୀକ୍ଷାରେ ପାସ୍‌ କରିବା ବଦଳରେ କୌଣସି ବିଷୟରେ ଦକ୍ଷତା ହାସଲ କରିବା ପାଇଁ ଲକ୍ଷ୍ୟ ରଖି ପାଠ ପଢ଼ିବା ଉଚିତ୍‌ ବୋଲି ସେ କହିଥିଲେ। ସେ ଆହୁରି ଯେ କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ, ପ୍ରତିଯୋଗିତା ପାଇଁ ନୁହେଁ । ସେ କହିଥିଲେ, ‘‘ଆପଣମାନେ ଏକ ସ୍ୱତନ୍ତ୍ର ପିଢ଼ିର ପ୍ରତିନିଧିତ୍ୱ କରୁଛନ୍ତି। ହଁ, ଏଥିରେ ନିଶ୍ଚିତ ଭାବେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ରହିଛି କିନ୍ତୁ ଅପାର ସୁଯୋଗ ମଧ୍ୟ ରହିଛି।’’ ପ୍ରତିଯୋଗିତାକୁ ସେମାନଙ୍କର ସମୟର ସବୁଠୁ ମହାନ ଉପହାର ଭାବେ ଗ୍ରହଣ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଗ୍ରାମୀଣ ବାଳିକାମାନଙ୍କ ଉନ୍ନତିକରଣ ପାଇଁ ସମାଜ କିଭଳି ଯୋଗଦାନ ଦେଇପାରିବ ସେ ସମ୍ପର୍କରେ ଗୁଜରାଟ ନବସାରୀର ଜଣେ ଅଭିଭାବକ ସୀମା ଚେତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ପୂର୍ବରୁ ବାଳିକମାନଙ୍କ ଶିକ୍ଷାଦାନ ପ୍ରତି ଅଣଦେଖା କରାଯାଉଥିଲା। ସେହି ସମୟ ତୁଳନାରେ ପରିସ୍ଥିତି ଏବେ ଅନେକ ବଦଳି ଯାଇଛି। ଝିଅମାନଙ୍କ ପାଇଁ ଉଚିତ୍‌ ଶିକ୍ଷା ସୁନିଶ୍ଚିତ କରିବା ବିନା କୌଣସି ସମାଜ ଉନ୍ନତି କରିପାରିବ ନାହିଁ ବୋଲି ସେ ଜୋର ଦେଇ କହିଥିଲେ। ସେ କହିଥିଲେ ଯେ, ଝିଅମାନଙ୍କ ପାଇଁ ଉପଯୁକ୍ତ ସୁଯୋଗ ଏବଂ  ସେମାନଙ୍କ ସଶକ୍ତିକରଣକୁ ଏକ ସଂସ୍ଥାଗତ ରୂପ ଦେବାର ଆବଶ୍ୟକତା ରହିଛି। ଝିଅମାନଙ୍କୁ ଏବେ ଅଧିକ ମୂଲ୍ୟବାନ ସମ୍ପତ୍ତି ଭାବେ ବିବେଚନା କରାଯାଉଛି ଏବଂ ଏପରି ପରିବର୍ତ୍ତନ ସ୍ୱାଗତଯୋଗ୍ୟ। ସେ କହିଥିଲେ ଯେ ଆଜାଦୀ କା ଅମୃତ ମହୋତ୍ସବ ବର୍ଷରେ, ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି। ‘‘ଝିଅମାନେ ପରିବାରର ସାମର୍ଥ୍ୟ। ଜୀବନର ବିଭିନ୍ନ କ୍ଷେତ୍ରରେ ଆମର ନାରୀ ଶକ୍ତି ଉଲ୍ଲେଖନୀୟ ସଫଳତା ହାସଲ କରିବା ଠାରୁ ଭଲ କଥା ଆଉ କ’ଣ ହୋଇପାରେ,’’ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଦିଲ୍ଲୀର ପବିତ୍ରା ରାଓ ପଚାରିଥିଲେ, ପରିବେଶ ସୁରକ୍ଷା ଦିଗରେ ନୂଆ ପିଢ଼ି କିଭଳି ଯୋଗଦାନ ଦେଇପାରିବେ ? ନିଜର ଶ୍ରେଣୀଗୃହ ଏବଂ ପରିବେଶକୁ କିପରି ସ୍ୱଚ୍ଛ ଏବଂ ସବୁଜ ରଖି ହେବ ସେ ସମ୍ପର୍କରେ ଚୈତନ୍ୟ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦେଶକୁ ସ୍ୱଚ୍ଛ ଓ ସବୁଜ ରଖିବାର ଶ୍ରେୟ ସେମାନଙ୍କୁ ଦେଇଥିଲେ। ପିଲାମାନେ ନିରାଶାବାଦୀମାନଙ୍କୁ ଅଣଦେଖା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ସଂକଳ୍ପକୁ ବାସ୍ତବରେ ବୁଝିପାରିଛନ୍ତି। ସେ କହିଥିଲେ ଯେ ଆଜି ଆମେ ଯେଉଁ ପରିବେଶରେ ରହୁଛୁ ତାହା ଆମ ପୂର୍ବଜମାନଙ୍କର ଯୋଗଦାନ। ଅନୁରୂପ ଭାବେ ଆମେ ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ପରିବେଶ ଛାଡ଼ି ଯିବା ଉଚିତ୍‌। କେବଳ ନାଗରିକମାନଙ୍କ ଯୋଗଦାନ କାରଣରୁ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ। ସେ ‘‘P3 ଆନ୍ଦୋଳନ’’- ପ୍ରୋ ପିପୁଲ ପ୍ଲାନେଟ (ପୃଥିବୀ ଅନୁକୂଳ ନାଗରିକ) ଏବଂ ଲାଇଫଷ୍ଟାଇଲ୍‌ ଫର୍‌ ଏନଭାଇର୍ଣ୍ଣମେଣ୍ଟ (ପରିବେଶ ଅନୁକୂଳ ଜୀବନଶୈଳୀ)- ଲାଇଫ୍‌ ଉପରେ ସେ ଜୋର ଦେଇଥିଲେ। ‘ୟୁଜ୍‌ ଏଣ୍ଡ ଥ୍ରୋ’ (ବ୍ୟବହାର କରିବା ଏବଂ ଫୋପାଡ଼ି ଦେବା) ସଂସ୍କୃତି ଠାରୁ ଆମକୁ ଦୂରେଇ ବାକୁ ହେବ ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥାର ଏକ ଜୀବନଶୈଳୀ ଆଡ଼କୁ ଆଗକୁ ବଢ଼ିବାକୁ ହେବ, ସେ କହିଥିଲେ। ପ୍ରଧାନମନ୍ତ୍ରୀ ଅମୃତ କାଳର ମହତ୍ୱ ଉପରେ ଆଲୋକପାତ କରିଥିଲେ, ଯାହାକି ଦେଶର ବିକାଶରେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ବର୍ଷଗୁଡ଼ିକ ସହିତ ଆସିଛି। ବ୍ୟକ୍ତିଗତ କର୍ତ୍ତବ୍ୟ ସମ୍ପାଦନର ଆବଶ୍ୟକତା ଉପରେ ମଧ୍ୟ ସେ ଜୋର ଦେଇଥିଲେ। ଛାତ୍ରଛାତ୍ରୀମାନେ ଟିକା ନେଇ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ଦକ୍ଷତା ଓ ଆତ୍ମବିଶ୍ୱାସ ପାଇଁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କର ଭଲ ଗୁଣକୁ ସ୍ୱୀକାର କରିବା ଏବଂ ସେଥିରୁ ଶିକ୍ଷା ଲାଭ କରିବାର ସାମର୍ଥ୍ୟ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ। ଅନ୍ୟମାନଙ୍କୁ ଈର୍ଷା କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ଶିଖିବାର ମାନସିକତା ବିକଶିତ କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଜୀବନରେ ସଫଳତା ପାଇଁ ଏହି ସାମର୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ସର୍ବଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦ୍ୱାରା ସେ ବ୍ୟକ୍ତିଗତ ଭାବେ ପ୍ରଭାବିତ ହୋଇଛନ୍ତି। ଛୋଟ ଛୋଟ ପିଲାମାନଙ୍କ ସହିତ ଆଲୋଚନା କରିବା ବେଳେ ତାଙ୍କ ବୟସ ୫୦ ବର୍ଷ କମିଯାଇଥିବା ସେ ଅନୁଭବ କରିଥାନ୍ତି। ଆପଣମାନଙ୍କ ପିଢ଼ି ସହ ଯୋଡ଼ି ହୋଇ ମୁଁ ଆପଣମାନଙ୍କ ଠାରୁ ଶିଖିବା ପାଇଁ ଚେଷ୍ଟା କରିଥାଏ। ‘‘ଆପଣମାନଙ୍କ ସହିତ ମୁଁ ଯୋଡ଼ି ହୋଇଥିବାରୁ ଆପଣମାନଙ୍କ ଆକାଂକ୍ଷା ଓ ସ୍ୱପ୍ନର ଝଲକ ମୁଁ ପାଇପାରୁଛି ଏବଂ ତଦନୁଯାୟୀ ମୋ ଜୀବନକୁ ବଦଳାଇବାକୁ ଚେଷ୍ଟା କରୁଛି। ତେଣୁ, ଏହି କାର୍ଯ୍ୟକ୍ରମ ମୋ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେଉଛି। ମୋତେ ସମୟ ଦେବା ଏବଂ ମୋ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି’’, ସ୍ପଷ୍ଟ ଭାବେ ଉତ୍ସାହିତ ଦେଖାଯାଉଥିବା ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ବିଶେଷ ଖବର

ନାଗାଲାଣ୍ଡ, ଆସାମ ଏବଂ ମଣିପୁରର ଅନେକ ଅଶାନ୍ତ କ୍ଷେତ୍ରରୁ ଏଏଫଏସପିଏ ଉଚ୍ଛେଦ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ଫଳରେ ଦେଶର ଏହି ପ୍ରାନ୍ତରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ହେବା ସହ ବିକାଶଧାରା ଗତିଶୀଳ ହୋଇଛି। ୨୦୧୪ ମସିହା ତୁଳନାରେ ୨୦୨୧ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭୪ ପ୍ରତିଶତ ହ୍ରାସ ଦେଖାଦେଇଛି। ସେହିପରି ଏହି ଅବଧିରେ ସୁରକ୍ଷା କର୍ମୀ ଏବଂ ନାଗରିକମାନଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ଯଥାକ୍ରମେ ୬୦ ପ୍ରତିଶତ ଏବଂ ୮୪ ପ୍ରତିଶତ ହ୍ରାସ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଦୂରଦର୍ଶିତାପୂର୍ଣ୍ଣ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଲଗାତାର ପ୍ରୟାସ ବଳରେ ଏବଂ ଉତ୍ତର ପୂର୍ବାଞ୍ଚଳରେ ସୁରକ୍ଷା ସ୍ଥିତିରେ ସୁଧାର ଆସିଛି। ଏହି କ୍ରମରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବହୁ ଦଶନ୍ଧି ପରେ ନାଗାଲାଣ୍ଡ, ଆସାମ, ଏବଂ ମଣିପୁରରେ ସଶସ୍ତ୍ର ସେନାବାହିନୀ ବିଶେଷ ଅଧିକାର ଆଇନ (ଏଏଫଏସପିଏ) ଅଧୀନରେ ଅଶାନ୍ତ କ୍ଷେତ୍ର ସଂଖ୍ୟା ହ୍ରାସ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ପରିକଳ୍ପନାକୁ ସାକାର କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସବୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହିତ ନିରନ୍ତର ସମ୍ବାଦ ଜାରି ରଖିଥିଲେ। ଯାହାର ପରିଣାମସ୍ବରୂପ ଅଧିକାଂଶ ଉଗ୍ରବାଦୀ ସମୂହ ଦେଶର ସମ୍ବିଧାନ ଏବଂ ମୋଦୀ ସରକାରଙ୍କ ନୀତି ପ୍ରତି ବିଶ୍ବାସ ବ୍ୟକ୍ତ କରି ଅସ୍ତ୍ର ତ୍ୟାଗ କରିଛନ୍ତି। ଆଜି ସେମାନେ ସମସ୍ତେ ଗଣତନ୍ତ୍ରର ଅଂଶବିଶେଷ ହୋଇ ଉତ୍ତର ପୂର୍ବାଞ୍ଚଳର ଶାନ୍ତି ଓ ବିକାଶରେ ସହଭାଗୀ ହୋଇପାରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୭ ହଜାର ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି।

ଗତ ତିନି ବର୍ଷ ମଧ୍ୟରେ ଭାରତ ସରକାର ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦକୁ ସମାପ୍ତ କରିବା ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅନେକଗୁଡ଼ିଏ ରାଜିନାମା ସ୍ବାକ୍ଷରିତ ହୋଇଛି। ଏସବୁ ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିପାରିବ। ଉଦାହରଣ ସ୍ବରୂପ, ଜାନୁଆରୀ, ୨୦୨୦ରେ ବୋଡୋ ରାଜିନାମା ଯେଉଁଥିରେ ଆସାମର ୫ ଦଶନ୍ଧି ପୁରୁଣା ବୋଡୋ ସମସ୍ୟା ସମାଧାନ ହୋଇଛି। ୪ ସେପ୍ଟେମ୍ବର, ୨୦୨୧ରେ କାରବୀ-ଆଙ୍ଗଲଙ୍ଗ ରାଜିନାମା ହୋଇଥିଲା ଯେଉଁଥିରେ ଦୀର୍ଘ ସମୟ ଧରି ଚାଲି ଆସୁଥିବା ଆସାମର କାରବୀ କ୍ଷେତ୍ରର ବିବାଦ ସମାଧାନ ହୋଇଛି।

ତ୍ରିପୁରାରେ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ଅଗଷ୍ଟ ୨୦୧୯ରେ ଏନଏଲଏଫଟି (ଏସଡି) ରାଜିନାମା ହୋଇଥିଲ। ୧୬ ଜାନୁଆରୀ, ୨୦୨୦ରେ ୨୩ ବର୍ଷ ପୁରୁଣା ବ୍ରୁ -ରିଆଙ୍ଗ ଶରଣାର୍ଥୀ ସଙ୍କଟକୁ ସମାଧାନ କରିବା ଲାଗି ଐତିହାସିକ ରାଜିନାମା ହୋଇଥିଲା। ଏହା ଅଧୀନରେ ୩୭ ହଜାର ଆନ୍ତରିକ ବିସ୍ଥାପିତ ଲୋକମାନଙ୍କୁ ଥଇଥାନ କରାଯାଉଛି। ୨୯ ମାର୍ଚ୍ଚ, ୨୦୨୨ରେ ଆସାମ ଏବଂ ମେଘାଳୟ ରାଜ୍ୟ ସୀମା ସନ୍ଦର୍ଭରେ ଆଉ ଏକ ରାଜିନାମା ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସାରା ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରକୁ ଉଗ୍ରବାଦ ମୁକ୍ତ କରିବା ଲାଗି ସଂକଳ୍ପବଦ୍ଧ ରହିଛନ୍ତି। ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରି ଆସୁଛନ୍ତି। ମୋଦୀ ସରକାରଙ୍କ ଦ୍ବାରା ସୁରକ୍ଷା ସ୍ଥିତିରେ ସୁଧାର ଅଣାଯିବା କାରଣରୁ ଏଏଫଏସପିଏ ଅଧୀନରେ ଅଶାନ୍ତ କ୍ଷେତ୍ରର ବିଜ୍ଞପ୍ତିକୁ ୨୦୧୫ରେ ତ୍ରିପୁରାରୁ ଏବଂ ୨୦୧୮ରେ ମେଘାଳୟରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା।

୧୯୯୦ ପରଠାରୁ ଆସାମରେ ଅଶାନ୍ତ କ୍ଷେତ୍ର ଅଧିସୂଚନା ଲାଗୁ ହୋଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ବ ଗ୍ରହଣ କରିବା ପରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି। ଏବେ ୦୧.୦୪.୨୦୨୨ ଠାରୁ ଆସାମର ୨୩ଟି ଜିଲ୍ଲାରୁ ସମ୍ପୂର୍ଣ୍ଣ ଏବଂ ଗୋଟିଏ ଜିଲ୍ଲାରୁ ଆଂଶିକ ଭାବେ ଏଏଫଏସପିଏ ଆଇନର ପ୍ରଭାବକୁ ଉଚ୍ଛେଦ କରାଯିବ।

ଇମ୍ଫାଲ ନଗର ପାଳିକା କ୍ଷେତ୍ରକୁ ଛାଡ଼ି ୨୦୦୪ ଠାରୁ ସମ୍ପୂର୍ଣ୍ଣ ମଣିପୁରକୁ ଅଶାନ୍ତ କ୍ଷେତ୍ର ଭାବେ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ସହିତ ୬ଟି ଜିଲ୍ଲାର ୧୫ଟି ପୁଲିସ ଷ୍ଟେସନ କ୍ଷେତ୍ରରୁ ୦୧.୦୪.୨୦୨୨ ଠାରୁ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଅରୁଣାଚଳ ପ୍ରଦେଶରେ ୩ଟି ଜିଲ୍ଲା, ଆସାମକୁ ଲାଗି ରହିଥିବା ଅରୁଣାଚଳ ପ୍ରଦେଶର ୨୦ କିଲୋମିଟର କ୍ଷେତ୍ର ଏବଂ ଅନ୍ୟ ୯ଟି ଜିଲ୍ଲାର ୧୬ଟି ପୁଲିସ ଥାନା କ୍ଷେତ୍ରରେ ଏଏଫଏସପିଏ ୨୦୧୫ ଠାରୁ ଲାଗୁ ହୋଇଥିଲା। ବର୍ତ୍ତମାନ ଏହା ମାତ୍ର ୩ଟି ଜିଲ୍ଲା ଏବଂ ଗୋଟିଏ ଜିଲ୍ଲାର ୨ଟି ପୁଲିସ ଥାନା ଅଞ୍ଚଳରେ ଲାଗୁ ହୋଇଛି। ଅଶାନ୍ତ କ୍ଷେତ୍ର ସଂଖ୍ୟା ଧୀରେ ଧୀରେ ହ୍ରାସ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

୧୯୯୫ରେ ସମ୍ପୂର୍ଣ୍ଣ ନାଗାଲାଣ୍ଡରେ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ଲାଗୁ ହୋଇଥିଲା। କେନ୍ଦ୍ର ସରକାର ଏହି ସନ୍ଦର୍ଭରେ ଗଠିତ କମିଟିର ସୁପାରିସକୁ ଗ୍ରହଣ କରି ପର୍ଯ୍ୟାୟକ୍ରମେ ଏଏଫଏସପିଏ ଉଚ୍ଛେଦ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ନାଗାଲାଣ୍ଡରେ ୦୧.୦୪.୨୦୨୨ ଠାରୁ ୭ଟି ଜିଲ୍ଲାର ୧୫ଟି ପୁଲିସ ଥାନା ଅଞ୍ଚଳରୁ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ବା ଏଏଫଏସପିଏ ଆଇନର ବାଧ୍ୟବାଧକତା ଉଚ୍ଛେଦ କରାଯିବ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତୁଟ ପ୍ରତିବଦ୍ଧତା କାରଣରୁ ବହୁ ଦଶନ୍ଧି ଧରି ଉପେକ୍ଷିତ ହୋଇ ରହିଥିବା ଆମ ଉତ୍ତର ପୂର୍ବାଞ୍ଚଳ ଏବେ ଶାନ୍ତି, ସମୃଦ୍ଧି ଏବଂ ଅଭୂତପୂର୍ବ ବିକାଶର ଏକ ନୂଆ ଯୁଗର ସାକ୍ଷୀ ହେଉଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ମହତ୍ବପୂର୍ଣ୍ଣ ଅବସରରେ ଉତ୍ତର ପୂର୍ବାଞ୍ଚଳ ଲୋକମାନଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ଅବସର ଗ୍ରହଣ କରୁଥିବା ରାଜ୍ୟସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ସମସ୍ତ ଅବସର ଗ୍ରହଣ କରୁଥିବା ସଦସ୍ୟଙ୍କ ଅବଦାନର ପ୍ରଶଂସା କରିବା ସହ ସେମାନଙ୍କ ସୁଖଦ ଭବିଷ୍ୟତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଅବସର ଗ୍ରହଣକାରୀ ସଦସ୍ୟମାନଙ୍କ ଅଭିଜ୍ଞତାର ମହତ୍ୱ ଉପରେ ଆଲୋକପାତ କରି ସେମାନଙ୍କ ଅନୁପସ୍ଥିତିରେ ଅବସର ନନେଇଥିବା ସଦସ୍ୟ ମାନଙ୍କ ଦାୟୀତ୍ୱ ବୃଦ୍ଧି ପାଇଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶର ଭାବନା, ଉତ୍ସାହ, ଯନ୍ତ୍ରଣା ଓ ଆନନ୍ଦ ଗୃହର ପ୍ରତିଫଳିତ ହୋଇଥାଏ। ମୋଦୀ କହିଥିଲେ ଏକଥା ସତ୍ୟ ଯେ ସଦସ୍ୟମାନେ ସଦନକୁ ବହୁକିଛି ଦେଇଥାନ୍ତି। ହେଲେ ଏକଥା ମଧ୍ୟ ସତ୍ୟ ଯେ ସଦନ ମଧ୍ୟ ଆମକୁ ଦେଶରେ ପ୍ରତିଦିନ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିବାକୁ ସୁଯୋଗ ଦେଇଥାଏ।

କେତେକ ସଦସ୍ୟ ଅବସର ଗ୍ରହଣ କରୁଥିଲେ ମଧ୍ୟ ସେମାନେ ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଦେଶର କୋଣ ଅନୁକୋଣରେ କାର୍ଯ୍ୟରେ ଲଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଦସ୍ୟମାନେ ସେମାନଙ୍କ ସ୍ମୃତିକୁ ପାଥେୟ କରି ଭବିଷ୍ୟତ ପୀଢ଼ି ନିମନ୍ତେ ଲେଖନୀ ଚାଳନା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଦେଶକୁ ସଠିକ ଦିଗଦର୍ଶନ ଦେବାପାଇଁ ତଥା ଏହାର ବିକାଶ ନିମନ୍ତେ ନିଜର ଅଭିଜ୍ଞତା କାମରେ ଲଗାଇପାରିବେ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅସ୍ଥାୟୀ ବୃହତ ଶକ୍ତି ପ୍ରକଳ୍ପ ପାଇଁ ବୃହତ ଶକ୍ତି ନୀତି ୨୦୦୯ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା) ପ୍ରାମାଣିକ ପ୍ରକଳ୍ପକୁ ଚିହ୍ନଟ କରିବାର ସମୟସୀମାକୁ ୩୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି। ଏଥିପାଇଁ ବୃହତ ଶକ୍ତି ନୀତି (ମେଗା ପାୱାର ପଲିସି) ୨୦୦୯ରେ ସଂଶୋଧନ କରାଯିବ।

ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ସମୟସୀମା ସମ୍ପ୍ରସାରଣ କରାଯିବା ଫଳରେ ଡେଭଲପର୍ସମାନେ ଭବିଷ୍ୟତରେ ପିପିଏ ପାଇଁ ପ୍ରତିଯୋଗିତାମୂଳକ ନିଲାମୀ ଡାକିବା ଏବଂ ନୀତିଗତ ସର୍ତ୍ତ ଅନୁସାରେ ରିହାତି ପାଇବାକୁ ସକ୍ଷମ ହୋଇପାରିବେ। ଏଥିଯୋଗୁ ନଗଦ ପରିମାଣ ବଢ଼ିବା ଫଳରେ ଦେଶର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ମିଳିପାରିବ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପୁ ପୁଣିଥରେ ଚାଲୁ କରିବା ସୁନିଶ୍ଚିତ ହେବ।

ଟିକସ କର୍ତ୍ତୃପକ୍ଷଙ୍କୁ ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ମଞ୍ଜୁରି/ଆଂଶିକ ମଞ୍ଜୁରି ମିଳିଥିବା ୧୦ଟି ଅସ୍ଥାୟୀ (ପ୍ରୋଭିଜନାଲ) ମେଗା ପ୍ରକଳ୍ପର ସମୟ ଅବଧିକୁ ଆମଦାନୀ ତାରିଖ ଠାରୁ ୧୨୦ ମାସ ପରିବର୍ତ୍ତେ ୧୫୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମ୍ପ୍ରସାରିତ ଅବଧି କାଳରେ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଏବଂ ସୌର ଶକ୍ତି କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ (ଏସଇସିଆଇ)ର ସହଯୋଗରେ ସ୍ଥିର ଶକ୍ତି (ଅନିୟମିତ ଅକ୍ଷୟ ଶକ୍ତି, ସଂରକ୍ଷଣ ଏବଂ ପାରମ୍ପରିକ ଶକ୍ତିର ମିଶ୍ରଣ)କୁ ଆକୃଷ୍ଟ କରାଯିବ। ଯାହାଫଳରେ ପିପିଏକୁ ସୁରକ୍ଷିତ ରଖିବା ଲାଗି ଏସବୁ ମେଗା ପ୍ରକଳ୍ପ ଏପରି ନିଲାମୀରେ ଭାଗ ନେବେ ବୋଲି ଆଶା କରାଯାଉଛି। ଶକ୍ତି ମନ୍ତ୍ରଣାଳୟ ଏହି ଅବଧିରେ ବର୍ତ୍ତମାନର ବିଦ୍ୟୁତ ବଜାର ଆଧାରରେ ଏକ ବିକଳ୍ପ ମଧ୍ୟ ବିକଶିତ କରିବ। ଏଥିସହିତ ଉପଭୋକ୍ତାମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ଢଙ୍ଗରେ ଲାଭ ପ୍ରଦାନ କରିବା ସୁନିଶ୍ଚିତ ହୋଇପାରିବ ।

Categories
ବିଶେଷ ଖବର

୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୨ରୁ ୧୪ ବର୍ଷ ବୟସର ସବୁ ପିଲା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ କୋଭିଡ ପ୍ରତିଷେଧକ ଟିକା ନେବାକୁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି।

ଏକାଧିକ ଟୁଇଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ; ‘‘ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଏବେ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନେ ଟିକା ନେବାକୁ ଯୋଗ୍ୟ ହୋଇପାରିଛନ୍ତି। ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ସବୁ ନାଗରିକ ଆଜି ଠାରୁ ବୁଷ୍ଟର ଡୋଜ୍‌ ନେଇପାରିବେ। ଏହି ବୟସ ବର୍ଗର ଲୋକମାନଙ୍କୁ ଟିକା ନେବା ପାଇଁ ମୁଁ ନିବେଦନ କରୁଛି।’’

‘‘ସମଗ୍ର ବିଶ୍ୱ କଥା ଚିନ୍ତା କରିବା ଲାଗି ଭାରତର ପ୍ରାଚୀନ ନୀତି ଅନୁରୂପ, ଆମେ ଭାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ରାଷ୍ଟ୍ରକୁ ଟିକା ପଠାଇଛୁ। ଭାରତର ଟିକାକରଣ ପ୍ରୟାସ କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିଥିବାରୁ ମୁଁ ଆନନ୍ଦିତ।’’

‘‘ଆଜି, ଭାରତରେ, ଅନେକଗୁଡ଼ିଏ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟିକା ରହିଛି। ବିଧିବଦ୍ଧ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଆମେ ଅନ୍ୟ ଟିକାଗୁଡ଼ିକୁ ମଧ୍ୟ ମଞ୍ଜୁରି ଦେଇଛୁ। ଏହି ପ୍ରାଣଘାତୀ ମହାମାରୀ ବିରୋଧୀ ଲଢ଼େଇରେ ଆମେ ଅପେକ୍ଷାକୃତ ଅଧିକ ଉନ୍ନତ ସ୍ଥିତିରେ ରହିଛୁ। ତେବେ ଆମ ସମସ୍ତଙ୍କୁ କୋଭିଡ ସଂକ୍ରାନ୍ତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ହେବ।’’

Categories
ବିଶେଷ ଖବର

ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ)ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ) ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ବିଶ୍ବ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନ ଏବଂ ଭାରତର ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା।

ଭାରତର ସ୍ଥଳ ସୀମା, ସାମୁଦ୍ରିକ ସୀମା ଏବଂ ବାୟୁସୀମାରେ ସୁରକ୍ଷା ପ୍ରସ୍ତୁତିର ବିଭିନ୍ନ ଦିଗ ଏବଂ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ଅବଗତ କରାଯାଇଥିଲା।

ୟୁକ୍ରେନରେ ସାମ୍ପ୍ରତିକ ପରିସ୍ଥିତି, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ରର ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଅପରେସନ ଗଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା।

ଖାରକିଭ୍‌ରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବା ଲାଗି ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀ ମହାମହିମ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହୋଇଛନ୍ତି।

ଦୁଇ ନେତା ୟୁକ୍ରେନରେ ଦେଖା ଦେଇଥିବା ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଯୁଦ୍ଧବିରତି ସୁନିଶ୍ଚିତ କରିବା ସହିତ କୂଟନୀତି ଓ ଆଲୋଚନା ମାର୍ଗକୁ ଫେରିବାର ଆବଶ୍ୟକତା ରହିଛି ବୋଲି ସହମତି ପ୍ରକାଶ କରିଥିଲେ।

ୟୁକ୍ରେନ-ହଙ୍ଗେରୀ ସୀମା ଦେଇ ୬ହଜାରରୁ ଅଧିକ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ସୁବିଧା ଓ ସହାୟତା ଯୋଗାଇ ଦେଇଥିବାରୁ ମହାମହିମ ଅର୍ବାନ ଏବଂ ହଙ୍ଗେରୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନିଜର ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଅର୍ବାନ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ଚାହିଁଲେ ନିଜର ଡାକ୍ତରୀ ପାଠପଢ଼ା ହଙ୍ଗେରୀରେ ଜାରି ରଖିପାରିବେ। ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରସ୍ତାବକୁ ସାଦରେ ଗ୍ରହଣ କରିବା ସହିତ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ।

ଦୁଇ ନେତା ଏଥିରେ ସହମତ ହୋଇଥିଲେ ଯେ ଉଭୟ ପକ୍ଷ ଆଗକୁ ମଧ୍ୟ ପରସ୍ପର ସହ ଯୋଗାଯୋଗ ରକ୍ଷା କରିବେ ଏବଂ ଯୁଦ୍ଧ ପରିସମାପ୍ତି ଲାଗି ମିଳିତ ପ୍ରୟାସ ଜାରି ରଖିବେ।

Categories
ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ୯ ବାଂଲାଦେଶୀଙ୍କୁ ଉଦ୍ଧାର କଲା ଭାରତ, କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ଅପରେସନ୍ ଗଙ୍ଗା ବର୍ତ୍ତମାନ ଶେଷ ହୋଇଯାଇଛି। ସୋମବାର ଦିନ ଭାରତୀୟ ବାୟୁସେନାର ସି-୧୭ ବିମାନ ୨୦୧ ଜଣ ଭାରତୀୟଙ୍କ ସହ ରାଜଧାନୀ ଦିଲ୍ଲୀ ନିକଟ ହିନ୍ଦନ ଏୟାର ବେସକୁ ଫେରିଛି। ଏହି କ୍ରମରେ, ଭାରତ ଏହି ସଙ୍କଟରେ କିଛି ବିଦେଶୀ ନାଗରିକଙ୍କ ସହ ଅନେକ ଭାରତୀୟଙ୍କୁ ଉଦ୍ଧାର କରିଛି।

ଏହି କ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ‘ଅପରେସନ୍ ଗଙ୍ଗା’ ଅଧୀନରେ ବାଂଲାଦେଶର ୯ ନାଗରିକଙ୍କୁ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଏହି ଅପରେସନରେ ଭାରତ କିଛି ନେପାଳୀ, ଟ୍ୟୁନିସିଆ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରିଛି। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଜଣେ ପାକିସ୍ତାନୀ ମହିଳାଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜକୁ ଜଣେ ପାକିସ୍ତାନୀ ମହିଳା ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବାରେ ନେତୃତ୍ୱ ଦେଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ତାଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ ବିବୃତ୍ତିରେ କହିଛି ଯେ, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ ଅହମ୍ମଦ ସିଦ୍ଦିକିଙ୍କୁ ମୋଦୀ ଭେଟିଛନ୍ତି ଏବଂ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଏହି କଥା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ନିରନ୍ତର ପଦକ୍ଷେପର ଏକ ପରିଚାୟକ ଥିଲା।

ପୁରସ୍କାର ବିଜେତାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ମଧ୍ୟ ଯୋଗଦାନ ଦେଉଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି। ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସେମାନଙ୍କର ଯୋଗଦାନ ଦେଇନାହାନ୍ତି ଏବଂ ଦେଶକୁ ଗୌରବାନ୍ୱିତ କରିନାହାନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳାମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦେବା ଲାଗି ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ସରକାର ଏପରି ନୀତି ପ୍ରଣୟନ କରୁଛନ୍ତି ଯାହା ମାଧ୍ୟମରେ ଏପରି ସମ୍ଭାବନାକୁ ଚିହ୍ନଟ କରାଯାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ, ପାରିବାରିକ ସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ କରାଯିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ‘ସବକା ପ୍ରୟାସ’ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଭୋକାଲ ଫର ଲୋକାଲ ଭଳି ସରକାରଙ୍କ ପ୍ରୟାସର ସଫଳତା, ମହିଳାମାନଙ୍କର ଯୋଗଦାନ ଉପରେ ନିର୍ଭରଶୀଳ।

ଦେଶର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବା ଲାଗି ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ବିଜେତାମାନେ ଧନ୍ୟବାଦ ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସୁଯୋଗ ପାଇବା ଏବଂ ତାଙ୍କ ସହିତ କଥା ହେବା ଦ୍ୱାରା ସେମାନଙ୍କ ସ୍ୱପ୍ନ ସାକାର ହେବା ଭଳି ଅନୁଭବ ହେଉଛି। ସେମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିଲେ ଯାହା ସେମାନଙ୍କ ପ୍ରୟାସରେ ଖୁବ୍‌ ଅଧିକ ସହାୟକ ହୋଇଛି । ପୁରସ୍କାର ବିଜେତାମାନେ ବର୍ତ୍ତମାନ ସୁଦ୍ଧା ନିଜର ଯାତ୍ରା ଏବଂ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ କଥା ହୋଇଥିଲେ। ସେମାନେ ନିଜ କାର୍ଯ୍ୟ କ୍ଷେତ୍ର ସମ୍ପର୍କରେ କେତେକ ପରାମର୍ଶ ଏବଂ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଓଡ଼ିଶାର ଦିବ୍ୟାଙ୍ଗ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନ ଔଷଧି କେନ୍ଦ୍ରର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ କଥା ହୋଇଛନ୍ତି। ଜେନେରିକ ଔଷଧର ବ୍ୟବହାର ଏବଂ ଜନଔଷଧି ପରିଯୋଜନାର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ସାରା ଦେଶରେ ଜନ ଔଷଧି ସପ୍ତାହ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘‘ଜନ ଔଷଧି – ଜନ ଉପଯୋଗୀ’’ ରଖାଯାଇଛି। ଆଜିର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ପାଟନାର ଜନ ଔଷଧି କେନ୍ଦ୍ର ହିତାଧିକାରୀ ସୁଶ୍ରୀ ହିଲଦା ଏନ୍ଥୋନୀଙ୍କ ସହ କଥା ହୋଇଥିଲେ। ଜନ ଔଷଧି କେନ୍ଦ୍ରର ଔଷଧ ବିଷୟରେ ସେ କେମିତି ଜାଣିବାକୁ ପାଇଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ଔଷଧର ଗୁଣବତ୍ତା ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ଜବାବରେ ହିତାଧିକାରୀ କହିଥିଲେ ଯେ, ପୂର୍ବରୁ ସେ ଔଷଧ ବାବଦକୁ ମାସିକ ୧୨୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ କରୁଥିଲେ, କିନ୍ତୁ ଏବେ ସେ ମାସିକ ମାତ୍ର ୨୫୦ ଟଙ୍କା ଖର୍ଚ୍ଚ କରି ସେହିସବୁ ଔଷଧ ପାଇପାରୁଛନ୍ତି। ଏଥିରୁ ତାଙ୍କୁ ବହୁତ ଲାଭ ହୋଇଛି । ସଞ୍ଚିତ ଅର୍ଥ ସେ ସମାଜ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରୁଥିବା କହିଥଲେ । ପ୍ରଧାନମନ୍ତ୍ରୀ ତାଙ୍କର ଏପରି ଭାବନାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଭଳି ଲୋକଙ୍କ ପାଇଁ ଜନ ଔଷଧି କେନ୍ଦ୍ର ଉପରେ ଜନସାଧାରଣଙ୍କ ଭରସା ବୃଦ୍ଧି ପାଇବ। ସେ କହିଥିଲେ ଯେ, ଦେଶର ମଧ୍ୟବିତ୍ତ ଲୋକମାନେ ଏହି ଯୋଜନାର ଶ୍ରେଷ୍ଠ ସଦ୍‌ଭାବନା ଦୂତ ହୋଇପାରିବେ । ସମାଜର ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ପରିସ୍ଥିତି ଉପରେ ରୋଗ ପ୍ରଭାବ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ଜନ ଔଷଧି କେନ୍ଦ୍ରର ଲାଭ ବିଷୟରେ ସମାଜର ଶିକ୍ଷିତ ବର୍ଗ ଆଲୋଚନା କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଭୁବନେଶ୍ୱରର ଦିବ୍ୟାଙ୍ଗ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଜନ ଔଷଧି ପରିଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ସେ ଚାହୁଁଥିବା ସବୁତକ ଔଷଧ ଜନ ଔଷଧି କେନ୍ଦ୍ରରେ ମିଳୁଛି କି ନାହିଁ ପ୍ରଧାନମନ୍ତ୍ରୀ ପଚାରିଥିଲେ। ଶ୍ରୀ ବେହେରା କହିଥିଲେ ଯେ, ତାଙ୍କର ଯେଉଁସବୁ ଔଷଧ ଦରକାର ସେସବୁ ସେ ଜନ ଔଷଧି କେନ୍ଦ୍ରରୁ ପାଇପାରୁଛନ୍ତି। ଫଳରେ ତାଙ୍କର ଔଷଧ ଖର୍ଚ୍ଚ ବାବଦକୁ ମାସିକ ୨ ହଜାରରୁ ୨୫ ଶହ ପର୍ଯ୍ୟନ୍ତ ଟଙ୍କା ସଞ୍ଚିତ ହୋଇପାରୁଛି, ସେ ନିଜ ମାତାପିତାଙ୍କ ପାଇଁ ମଧ୍ୟ ଏହି କେନ୍ଦ୍ରରୁ ଔଷଧ କିଣିଥାନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ଆରୋଗ୍ୟ ଓ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ଶ୍ରୀ ବେହେରା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସାହସର ସହ ସମସ୍ୟାର ମୁକାବିଲା କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ  ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହୀଶୂରର ବବିତା ରାଓଙ୍କ ସହ କଥା ହୋଇଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଯୋଜନାର ପ୍ରଚାରପ୍ରସାର କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ନିବେଦନ କରିଥିଲେ ଯାହାଫଳରେ ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ।

ସୁରଟର ଉର୍ବଶୀ ନୀରବ ପଟେଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ଅବସରରେ ତାଙ୍କ ଅଞ୍ଚଳରେ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ପ୍ରଚାରପ୍ରସାର କରିବା ଲାଗି ସେ କରିଥିବା ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଜନ ଔଷଧି କେନ୍ଦ୍ରରେ ଅତି କମ ମୂଲ୍ୟରେ ସାନିଟାରୀ ପ୍ୟାଡ୍‌ ମିଳୁଛି, ଯାହାକୁ କିଣି ସେ ନିଜର ପ୍ରୟାସ ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ବାଣ୍ଟି ପାରୁଛନ୍ତି। ଜଣେ ରାଜନୈତିକ କର୍ମୀ ଭାବେ ତାଙ୍କର ସେବା ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସାଧାରଣ ଜୀବନରେ ସେବାର ଭୂମିକାକୁ ଏହା ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମାଗଣା ରାସନା ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ସ୍ବଚ୍ଛତାକୁ ନେଇ ସଚେତନତା ବୃଦ୍ଧି କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାୟପୁରର ଶ୍ରୀ ଶୈଲେଶ ଖଣ୍ଡେଲୱାଲ ଜନ ଔଷଧି ପରିଯୋଜନା ସହ ଜଡ଼ିତ ନିଜର ଯାତ୍ରା ସମ୍ପର୍କରେ କଥା ହୋଇଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ଏଠାରେ କମ ମୂଲ୍ୟରେ ଔଷଧ ମିଳିପାରୁଛି ଏବଂ ଏହି ବାର୍ତ୍ତା ସେ ନିଜର ସବୁ ରୋଗୀଙ୍କ ନିକଟରେ ପହଞ୍ଚାଇଥିଲେ।  ଅନ୍ୟ ଡାକ୍ତରମାନେ ମଧ୍ୟ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଔଷଧି କେନ୍ଦ୍ର କେବଳ ଶରୀର ପାଇଁ ଔଷଧ କେନ୍ଦ୍ର ହୋଇ ରହିନାହିଁ, ବରଂ ଏହା ଜନସାଧାରଣଙ୍କ ମାନସିକ ଚାପ ଦୂର କରିବାର କେନ୍ଦ୍ରରେ ପରିଣତ ହୋଇଛି। ଲୋକମାନଙ୍କ ଅର୍ଥ ସଞ୍ଚୟ କରିବା ମାଧ୍ୟମରେ ଏହି କେନ୍ଦ୍ର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି। ଏହି ଯୋଜନାର ଲାଭ ସମାଜର ସବୁ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ୨୧ କୋଟିରୁ ଅଧିକ ସାନିଟାରୀ ନାପକିନ୍‌ ବିକ୍ରି ହେବା ଏହା ଦର୍ଶାଉଛି ଯେ ଜନ ଔଷଧି କେନ୍ଦ୍ରଗୁଡ଼ିକ ସାରା ଦେଶରେ ମହିଳାମାନଙ୍କ ଜୀବନକୁ ସହଜ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ସୁଦ୍ଧା ସାରା ଦେଶରେ ୮ ହଜାର ୫୦୦ ଜନ ଔଷଧି କେନ୍ଦ୍ର ଖୋଲା ଯାଇ ସାରିଛି। ଏହା କେବଳ ଆଉ ଏକ ସରକାରୀ କେନ୍ଦ୍ର ନୁହେଁ ବରଂ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାର ସ୍ଥାନ ପାଲଟିଛି। ସେ କହିଥିଲେ ଯେ କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି। ସରକାର ଷ୍ଟଣ୍ଟିଂ ଦର କମାଇବା ଲାଗି ପଦକ୍ଷେପ ନେଇଛନ୍ତି ଯାହାଫଳରେ ଆଣ୍ଠୁ ପ୍ରତିରୋପଣ ଖର୍ଚ୍ଚ ନିୟନ୍ତ୍ରଣରେ ରହିଛି। ନାଗରିକମାନଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ତଥ୍ୟ ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ, ଏବେ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯାଇସାରିଛି। ୩ କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଇସାରିଛନ୍ତି। ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ୭୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ କାର୍ଯ୍ୟକ୍ରମ ଜରିଆରେ ୫୫୦ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ଆଣ୍ଠୁ ପ୍ରତିରୋପଣ ଏବଂ ଔଷଧ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ୧୩ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ କିଛି ସପ୍ତାହ ପୂର୍ବରୁ, ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ଲାଭାନ୍ୱିତ କରିବ। ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍‌ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି।

ୟୁକ୍ରେନ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବୁଝାମଣାର ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି ଏବଂ ଏହି ବିବାଦର ସମାଧାନ ହୋଇଯିବ ବୋଲି ଆଶା ପ୍ରକଟ କରିଛନ୍ତି।  ରାଷ୍ଟ୍ରପତି ପୁଟିନ ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବାର୍ତ୍ତାଳାପ ଶାନ୍ତି ପ୍ରୟାସରେ ସହାୟକ ହୋଇପାରେ ବୋଲି ସେ ମତ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବେ ମଧ୍ୟ ସୁମିରେ ଅବଶିଷ୍ଟ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଭାରତୀୟ ଛାତ୍ରଙ୍କ ସମେତ ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ମାନବ କରିଡର ସହ ଜଡିତ ପଦକ୍ଷେପ ସମ୍ପର୍କରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ପୁତିନ ୟୁକ୍ରେନ୍‌ ସଂକ୍ରାନ୍ତ ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରୁଷ ଏବଂ ନାଟୋ ସଂଘ ମଧ୍ୟରେ ରହିଥିବା ବିବାଦ କେବଳ ସଚ୍ଚୋଟ ଏବଂ ନିଷ୍ଠାପର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ଦୀର୍ଘ ସମୟ ଧରି ଭାରତର ଏହି ବିଶ୍ବାସକୁ ପ୍ରଧାନମନ୍ତ୍ରୀ ପୁନର୍ବାର ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ତତ୍କାଳ ହିଂସାର ପରିସମାପ୍ତି ପାଇଁ ନିବେଦନ କରିଥିଲେ ଏବଂ କୂଟନୈତିକ ଆଲୋଚନା ଓ ବାର୍ତ୍ତାଳାପ ମାର୍ଗକୁ ଫେରି ଆସିବା ଲାଗି ସମସ୍ତ ପକ୍ଷ ସମ୍ମିଳିତ ପ୍ରୟାସ କରିବା ଆବଶ୍ୟକ ବୋଲି ସେ ଆହ୍ବାନ କରିଥିଲେ।

ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ସେମାନଙ୍କୁ ନିରାପଦ ଭାବେ ସ୍ବଦେଶ ଫେରାଇ ଆଣିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆପୋସ ହିତ ଜଡ଼ିତ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରର ଅଧିକାରୀ ଏବଂ କୂଟନୈତିକ ଦଳ ପରସ୍ପର ସହ ନିୟମିତ ଯୋଗାଯୋଗ ରକ୍ଷା କରିବେ ବୋଲି ଦୁଇ ନେତା ସହମତ ହୋଇଥିଲେ।

Categories
ବିଶେଷ ଖବର

ନେହେରୁ-ଇନ୍ଦିରା ଗାନ୍ଧୀ ସରକାରଙ୍କ ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ତାଙ୍କ ସମ୍ବୋଧନ ସମୟରେ ଅନେକ କଥା ଉଲ୍ଲେଖ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସର ସମସ୍ତ ଅଭିଯୋଗର ଉତ୍ତର ମଧ୍ୟ ଦେଇଛନ୍ତି ଏବଂ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ଭାଷଣର ଜବାବ ଦେବା ସହ ନେହେରୁ-ଇନ୍ଦିରା ଗାନ୍ଧୀ ସରକାରକୁ ସୂଚାଇ ତାଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରା କୋକିଲା ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, “ଆଦରଣୀୟ ଲତା ଦିଦିଙ୍କୁ ଦେଶ ହରାଇଛି। ଏତେ ଦିନ ଧରି ଯାହାର ସ୍ୱର ଦେଶକୁ ଆକର୍ଷିତ କରିଥିଲା, ଦେଶକୁ ପ୍ରେରଣା ଦେଇଥିଲା, ଦେଶକୁ ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥିଲା। ଆଜି ମୁଁ ଲତା ଜୀଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।”

ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସେ ଅମ୍ବାନୀ-ଆଦାନୀଙ୍କ ପରି ଶିଳ୍ପପତିମାନଙ୍କୁ କରୋନାର ଏକ ଭାରିଆଣ୍ଟ ବୋଲି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଲୋକମାନେ କିପରି ଭାରତର ଶିଳ୍ପପତିମାନଙ୍କୁ କରୋନାର ଭାରିଆଣ୍ଟ ବୋଲି କହୁଛନ୍ତି? ଯେଉଁମାନେ ଇତିହାସରୁ ଶିକ୍ଷା ଗ୍ରହଣ କରନ୍ତି ନାହିଁ, ସେମାନେ ଇତିହାସରେ ହଜିଯାଇଛନ୍ତି। ୬୦ ରୁ ୮୦ ଦଶକରେ କାହାଣୀ କ’ଣ ଥିଲା? କଂଗ୍ରେସ ସହିତ ରହିବାକୁ ଉପଭୋଗ କରୁଥିବା ଲୋକମାନେ ପଣ୍ଡିତ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କୁ କ’ଣ କହୁଥିଲେ? ସେମାନେ କହୁଥିଲେ ଏହା ହେଉଛି ଟାଟା ବିର୍ଲା ସରକାର। ବର୍ତ୍ତମାନ ଆପଣ ମଧ୍ୟ ସମାନ ଭାଷା କହୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ନେହେରୁଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଜବାହରଲାଲ ନେହେରୁ କହିଥିଲେ ଯେ, ବେଳେବେଳେ କୋରିଆରେ ଚାଲିଥିବା ଯୁଦ୍ଧ ମଧ୍ୟ ଆମ ଉପରେ ପ୍ରଭାବ ପକାଇଥାଏ। ଏହି କାରଣରୁ ଦ୍ରବ୍ୟର ମୂଲ୍ୟ ବଢେ ଏବଂ ଏହା ମଧ୍ୟ ଆମର ନିୟନ୍ତ୍ରଣରୁ ବାହାର ହୋଇଯାଇଥାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଦେଶ ସାମ୍ନାରେ ହାତ ଟେକି ଦେଇଥିଲେ। ପଣ୍ଡିତ ନେହେରୁ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଆମେରିକାରେ କିଛି ଘଟେ ତେବେ ଏହା ଦ୍ରବ୍ୟର ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ।

ଏହି ସମୟରେ ତାଙ୍କର ଅନେକ ଯୋଜନା ଗଣନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଗରିବଙ୍କ ଘର ମଧ୍ୟ ଲକ୍ଷ ଲକ୍ଷରୁ ଅଧିକ ମୂଲ୍ୟବାନ ଅଟେ। ଯିଏ ଗରିବ ପକ୍କା ଘର ପାଇବ, ସେହି ଗରିବ ମଧ୍ୟ ଲକ୍ଷପତି ବର୍ଗରେ ଆସେ। ସ୍ୱାଧୀନତାର ଏତେ ବର୍ଷ ପରେ, ଗରିବଙ୍କ ଘରେ ଆଲୋକ ଅଛି, ତା’ପରେ ସେମାନଙ୍କର ଖୁସି ଦେଶର ଖୁସିକୁ ଶକ୍ତି ପ୍ରଦାନ କରେ। ଯଦି ଗରିବଙ୍କ ଘରେ ଗ୍ୟାସ୍ ସଂଯୋଗ ଅଛି, ଯଦି ଧୂଆଁଯୁକ୍ତ ଚୁଲିରୁ ମୁକ୍ତି ମିଳିଛି, ତେବେ ଏହାଠାରୁ ଆନନ୍ଦ କଣ ଅଛି?

ପିଏମ ମୋଦୀ କହିଛନ୍ତି ଯେ, ଦୁର୍ଭାଗ୍ୟଜନକ ଯେ ଆପଣଙ୍କ ମଧ୍ୟରୁ ଅନେକ ଅଛନ୍ତି ଯାହାର କଣ୍ଟା ୨୦୧୪ ରେ ଅଟକି ରହିଛି ଏବଂ ସେମାନେ ଏଥିରୁ ବାହାରିବାରେ ସକ୍ଷମ ନୁହଁନ୍ତି। ଏଥିପାଇଁ ଆପଣ ଏହାର ପରିଣାମ ମଧ୍ୟ ଭୋଗିଛନ୍ତି। ଦେଶର ଲୋକମାନେ ଆପଣଙ୍କୁ ଚିହ୍ନିଛନ୍ତି, କିଛି ଲୋକ ଆପଣଙ୍କୁ ପୂର୍ବରୁ ଚିହ୍ନିଛନ୍ତି, କିଛି ଲୋକ ଆପଣଙ୍କୁ ବର୍ତ୍ତମାନ ଚିହ୍ନିଛନ୍ତି ଏବଂ କିଛି ଲୋକ ଆଗାମୀ ସମୟରେ ଆପଣଙ୍କୁ ଚିହ୍ନିବାକୁ ଯାଉଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଜାନୁୟାରୀ 16 ତାରିଖକୁ ଜାତୀୟ ଷ୍ଟାଟଅପ ଦିବସ ଭାବେ ହେବ ପାଳନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେସିଂ ମାଧ୍ୟମରେ ଦେଶର ଷ୍ଟାର୍ଟଅପରମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୨୦୨୨ ଦେଶରେ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ପାଇଁ ଅନେକ ସମ୍ଭାବନା ଆଣିଛି।
ବର୍ତ୍ତମାନ ଭାରତ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରୁଛି ଏବଂ ଯେତେବେଳେ ଭାରତ ୧୦୦ ବର୍ଷର ସ୍ୱାଧୀନତା ଦିବସ ପାଳନ କରିବ, ସେତେବେଳେ ଦେଶର ପ୍ରଗତିରେ ଷ୍ଟାର୍ଟ ଅପ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ସେ କହିଛନ୍ତି, ୧୬ ଜାନୁଆରୀ ଜାତୀୟ ଷ୍ଟାର୍ଟ ଅପ୍ ଦିବସ ଭାବେ ପାଳନ କରାଯିବ।
ଏହି ଆଲୋଚନା ସମୟରେ ବହୁ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଆଲୋଚନା ସମୟରେ କୃଷି, ସ୍ୱାସ୍ଥ୍ୟ, ମହାକାଶ, ଶିଳ୍ପ ୪.୦, ସୁରକ୍ଷା, ଫିଣ୍ଟେକ୍ ଏବଂ ପରିବେଶ ଭଳି ବିଭିନ୍ନ କ୍ଷେତ୍ରରୁ ଷ୍ଟାର୍ଟଅପମାନେ ଅଂଶଗ୍ରହଣ କରିଥିଲେ।
Categories
ଆଜିର ଖବର ଜାତୀୟ ଖବର

ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରମାନଙ୍କ ସହିତ କରୋନା ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ 4.30 ସମୟରେ ରେ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଏଥିରେ ପ୍ରଧାନମନ୍ତ୍ରୀ ଦେଶରେ ମହାମାରି କୋଭିଡ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିବେ।

କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେଉଛି। ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକରେ ଅଧ୍ୟକ୍ଷତା କରି କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତି, ଟୀକାକରଣ ଅଭିଯାନର ସ୍ଥିତି ଏବଂ ନୂତନ ଓମିକ୍ରନ୍ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଗଠନ କଲେ କମିଟି

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା। ଏହି କମିଟିରେ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ ରଖାଯାଇଛି। ସୁରକ୍ଷା ଅଭାବର ସମସ୍ତ ଦିଗକୁ ପରୀକ୍ଷା କରିବା ବ୍ୟତୀତ ଭବିଷ୍ୟତରେ ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ଏହି କମିଟି ମଧ୍ୟ ପରାମର୍ଶ ଦେବ।

ଜାନୁଆରୀ ୫ ତାରିଖରେ ପଞ୍ଜାବର ରାସ୍ତା ଦେଇ ବଠୀଣ୍ଡା ଠାରୁ ଫିରୋଜପୁର ଅଭିମୁଖେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୨୦ ମିନିଟ୍ ପାଇଁ ଫ୍ଲାଏ ଓଭରରେ ଅଟକରହିବାକୁ ପଡିଥିଲା। ଏହାର କାରଣ ହେଲା ହଠାତ୍ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଫ୍ଲାଏ ଓଭର ସମ୍ମୁଖରେ ପହଞ୍ଚିଥିଲେ। ରାଜ୍ୟ ଡିଜିପିଙ୍କ ସହମତି ପରେ ପ୍ରଧାନମନ୍ତ୍ରୀଙ୍କ ପଥ ନିର୍ଣ୍ଣୟ କରାଯାଉଥିବାରୁ ଏହା ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତର ଅବହେଳା ବୋଲି ଜଣାପଡିଛି। ଓକିଲ ଭଏସ୍ ନାମକ ଏକ ସଂସ୍ଥା ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପହଞ୍ଚି ନ୍ୟାୟଯୁକ୍ତ ତଦନ୍ତ ଦାବି କରିଛି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ, ଉଭୟ କେନ୍ଦ୍ର ଏବଂ ପଞ୍ଜାବ ସରକାର ନିଜ ନାମରେ ଏହି ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି। ପରସ୍ପରର କମିଟିର କିଛି ସଦସ୍ୟଙ୍କ ନିରପେକ୍ଷତା ଉପରେ ଉଭୟ ସରକାର ସନ୍ଦେହ ସୃଷ୍ଟି କରିଥିଲେ। ଆଜିର ଆଦେଶରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଏଭଳି ଗୁରୁତର ମାମଲାର ଏକପାଖିଆ ଯାଞ୍ଚ ହୋଇପାରିବ ନାହିଁ। ତେଣୁ ଏକ ସନ୍ତୁଳିତ ଅନୁସନ୍ଧାନ ପାଇଁ ଏହା ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଆବଶ୍ୟକ।

କୋର୍ଟ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ:

୧- ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା (ଚେୟାରମ୍ୟାନ୍)

୨- NIA ର ଡିଜି କିମ୍ବା ତାଙ୍କ ଦ୍ଵାରା ନିଯୁକ୍ତ ଅଧିକାରୀ ଯିଏ ଆଇଜି ପଦବୀରୁ କମ୍ ହୋଇନଥିବେ।

୩- ଚଣ୍ଡିଗଡ଼ ଡିଜିପି

୪- ADGP (ସୁରକ୍ଷା) ପଞ୍ଜାବ

୫- ପଞ୍ଜାବ-ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍

ପ୍ରଧାନ ବିଚାରପତି ଏହି ତିନି ବିଚାରପତିଙ୍କ ତରଫରୁ ଏହି ରାୟ ପଢିଛନ୍ତି। ସେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ କେଉଁ ପ୍ରକାରର ତ୍ରୁଟି ହୋଇଛି, ତାହା ଏହି କମିଟି ଦେଖିବ? ଏଥିପାଇଁ କିଏ ଦାୟୀ? ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ?” କମିଟିର କୌଣସି କାର୍ଯ୍ୟକାଳ ସ୍ଥିର କୋର୍ଟ
କରିନାହାଁନ୍ତି। କେବଳ କମିଟି ଶୀଘ୍ର ଏହାର ରିପୋର୍ଟ ଦେବାକୁ ଚେଷ୍ଟା କରିବା ଉଚିତ୍ ବୋଲି କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ମଣିପୁରର ଇମ୍ପାଲଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଇମ୍ଫାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୮୫୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ, ୨ହଜାର ୯୫୦କୋଟି ଟଙ୍କାର ନଅଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ପୂୂର୍ତ୍ତ, ସୂଚନା ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, କଳା ଓ ସଂସ୍କୃତି ଅନ୍ତର୍ଭୁକ୍ତ।

୧୭୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ପାଞ୍ଚଟି ଜାତୀୟ ରାଜପଥ ନିର୍ମାଣର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩୭ନମ୍ବର ଜାତୀୟ ରାଜପଥରେ ବାରାକ୍ ନଦୀ ଉପରେ ୭୫କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇସ୍ପାତ ପୋଲକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଏହାଫଳରେ ସିଲଚରୁ ଇମ୍ଫାଲ ମଧ୍ୟରେ ଯାତ୍ରୀ ଭିଡରୁ ରକ୍ଷା ମିଳିବ। ଏହାଛଡା ପ୍ରାୟ ଏଗାର ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨ହଜାର ୩୮୭ଟି ମୋବାଇଲ ଟାୱାର ସେ ମଣିପୁରବାସୀଙ୍କୁ ଭେଟି ହୋଇଥିଲା।

ପ୍ରଧାନମନ୍ତ୍ରୀ୨୮୦କୋଟି ଟଙ୍କାର ଥୋଉବାଲ ବହୁମୁଖୀ ପ୍ରକଳ୍ପର ଜଳ ସରବରାହ ପଦ୍ଧତି ଉଦ୍‌ଘାଟନ କରିଥିଲେ। ଏହାଦ୍ୱାରା ଇମ୍ଫାଲକୁ ପାନୀୟ ଜଳଯୋଗାଣ ହୋଇପାରିବ। ଏହା ତମେନଲଙ୍ଗ ଜିଲ୍ଲାକୁ ନିରାପଦ ପାନୀୟ ଜଳଯୋଗାଣ ନିମନ୍ତେ ୬୫କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ କରାଯାଇଥିବାବେଳେ ୫୧କୋଟି ଟଙ୍କା ବ୍ୟୟରେ ସେନାପତି ଜିଲ୍ଲା ମୁଖ୍ୟାଳୟକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି।

ସରକାରୀ ଓ ଘରୋଇ ଭାଗିଦାରିତାରେ ୧୬୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଇମ୍ଫାଲ କର୍କଟ ହସ୍‌ପିଟାଲ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଡିଆରଡିଓ ସହଯୋଗରେ କିଆମନେଇ ଠାରେ ୩୭କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ମଧ୍ୟ ଉଦ୍‌ଘାଟନ କରିଥିଲେ। ଇମ୍ଫାଲ ସ୍ମାର୍ଟସିଟି ମିଶନ ଅଧୀନରେ ୧୭୦କୋଟି ଟଙ୍କା ବ୍ୟୟରେ ନିର୍ମିତ ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲରୁମ ( ଆଇସିସିସି), ଇମ୍ଫାଲ ନଦୀ (ପ୍ରଥମ ଫେଜର) ପଶ୍ଚିମ ପାଶ୍ୱର୍ ଓ ଥଙ୍ଗଲବଜାର (ପ୍ରଥମ ଫେଜର) ମାଲରୋଡ ବିକାଶ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ  ଥିବା ଉଦ୍‌ଭାବନ, ନବୀକରଣ, ଉଷ୍ମାୟନ ଓ ତାଲିମକେନ୍ଦ୍ର (ସିଆଇଆଇଆଇଟି)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ ମଧ୍ୟ ୨୪୦କୋଟି ଟଙ୍କା ବ୍ୟୟରେ ହରିୟାଣା ଗୁରୁଗାଓଁଠାରେ ମଣିପୁର ନୃତ୍ୟକଳା ପ୍ରତିଷ୍ଠାନର ଶିଳାନ୍ୟାସ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଉ ଅଳ୍ପଦିନ ପରେ ୨୧ ଜାନୁୟାରୀ ଦିନ ମଣିପୁର ତାର ରାଜ୍ୟ ପାହ୍ୟା ପାଇବାର ୫୦ତମ ବାର୍ଷିକୀ ପାଳନ କରିବ। ସ୍ୱାଧୀନତାର ୭୫ବର୍ଷ  ବା ଅମ୍ରିତ ମହୋତ୍ସବ ସହ ଏହା ଏକ ପ୍ରମୁଖ ଉତ୍ସାହ ଓ ଉଦ୍ଦୀପନାର ବିଷୟ।

ମଣିପୁରର ସାହସୀ ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବାସୀଙ୍କ ମନରେ ସ୍ୱାଧୀନତା ର ବିଶ୍ୱାସ ଏଠାରୁ ହିଁ ଆସିଥିଲା, ଯେତେବେଳେ ନେତାଜୀ ସୁଭାଷଙ୍କର ସେନା ପ୍ରଥମଥର ପାଇଁ ମୋଇରାଙ୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନେତାଜୀ ଯେଉଁ ଉତ୍ତରପୂର୍ବକୁ ସ୍ୱାଧୀନତାର ପ୍ରବେଶ ଦ୍ୱାରା ବୋଲି କହୁଥିଲେ, ତାହା ଆଜି ନବ ଭାରତର ସ୍ୱପ୍ନ ସାକାର କରିବା ପାଇଁ ପ୍ରବେଶ ଦ୍ୱାର ହୋଇଛି। ଦେଶର ପୂର୍ବା ଓ ଉତ୍ତର ପୂର୍ବାଞ୍ଚଳ ଭାରତର ପ୍ରଗତିର ଉତ୍ସ ହେବ ଓ ତାହାର ଏହି ସବୁ ଅଞ୍ଚଳର ପ୍ରଗତିରୁ ସୁସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ବିଭିନ୍ନ ‌ଯୋଜନା ନିମନ୍ତେ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମଣିପୁରରେ ଏକ ସ୍ଥିର ସରକାର ସ୍ପଷ୍ଟ ବହୁମତ ସହ ପ୍ରଭାବଶାଳୀ ଢଙ୍ଗରେ ଶାସନ କରୁଥିବାରୁ ସେ ଧନ୍ୟବାଦ ଦେଇଥିଲେ। ମଣିପୁର ଜନସାଧାରଣଙ୍କ ଏକ ମଜବୁତ ସରକାର ବାଛିବା ଯୋଗୁଁ ଆଜି ଛଅଲକ୍ଷ କୃଷକ ପରିବାର କିଷାନ ସମ୍ମାନ ନିଧି ଯୋଜନାର ଶହ ଶହ କୋଟି ଟଙ୍କା ପାଉଛନ୍ତି। ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଛଅଲକ୍ଷ ଗରିବ ପରିବାର ସହାୟତା ପାଉଛନ୍ତି, ପିଏମ୍‌ଏୱାଇ ଅଧୀନରେ ୮୦ହଜାର ଆବାସ ଯୋଗାଯାଇଛି, ଆୟୁଷ୍ମାନ ଯୋଜନାରେ ୪ଲକ୍ଷ ୨୫ହଜାର ବ୍ୟକ୍ତିଙ୍କୁ ମାଗଣା ସ୍ୱାସ୍ଥ୍ୟସେବା, ୧. ୫ଲକ୍ଷ ଲୋକଙ୍କୁ ଗ୍ୟାସ ସଂଯୋଗ, ୧.୩ଲକ୍ଷଙ୍କୁ ମାଗଣା ବିଦ୍ୟୁତ ସଂଯୋଗ, ୩୦ହଜାର ଶୌଚାଳୟ, ୩୦ଲକ୍ଷ ମାଗଣା ଟିକା ମାତ୍ରା ଓ ପ୍ରତ୍ୟେକ ଜିଲ୍ଳାରେ ଅମ୍ଳଜାନ କାରଖାନା ରାଜ୍ୟରେ ଏକ ବାସ୍ତବତାରେ ପରିଣତ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହେବା ଆଗରୁ ମଧ୍ୟ ଅନେକ ଥର ମଣିପୁର ଆସିଛନ୍ତି। ସେ କହିଲେ ଯେ ସେମାନଙ୍କ ଯନ୍ତ୍ରଣା ବୁଝିଛନ୍ତି “ସେଇଥିପାଇଁ ୨୦୧୪ ପରେ ମୁଁ ଦିଲ୍ଲୀ ସରକାରଙ୍କୁ ଆପଣମାନଙ୍କ ଘର ଦୁଆରକୁ ନେଇ ଆସିଛି” ପ୍ରତ୍ୟେକ ଅଧିକାରୀ ଓ ମନ୍ତ୍ରୀଙ୍କୁ ଏହି ଅଞ୍ଚଳ ପରିଦଶର୍ନ କରି ସ୍ଥାନୀୟ ଆବଶ୍ୟକତା ଅନୁସାରେ ଜନସାଧାରଣଙ୍କ ସେବା କରିବାକୁ କୁହାଯାଇଛି। “ଆପଣମାନେ ଦେଖିପାରୁଥିବେ ଯେ ଆପଣମାନଙ୍କ ଅଞ୍ଚଳରୁ ମନ୍ତ୍ରିମଣ୍ଡଳରେ ପାଞ୍ଚଜଣ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ସାତବର୍ଷର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଓ ବିଶେଷକରି ମଣିପୁରରେ ସ୍ପଷ୍ଟ ଦୃଶ୍ୟମାନ। ଆଜି ମଣିପୁର ଏକ ପରିବର୍ତ୍ତିତ କର୍ମ ସଂସ୍କୃତି ପଥରେ ପାଦ ଥାପିଛି। ଏହା କେବଳ ମଣିପୁର ସଂସ୍କୃତି ଓ ସେମାନଙ୍କ ଯତ୍ନ ଯୋଗୁଁ ସମ୍ଭବପର ହୋଇଛି। ସଂଯୋଗୀକରଣ ଏକ ପ୍ରାଥମିକତା ହୋଇଥିବାବେଳେ ସୃଜନଶୀଳତା ମଧ୍ୟ ସମଭାବେ ଗୁରୁତ୍ୱପୂର୍ଣ୍ଣ।

ସଡକ ପ୍ରକଳ୍ପ ସହ ଭିତ୍ତିଭୂମି  ଓ ଉନ୍ନତ ମୋବାଇଲ ନେଟୱାର୍କ ସଂଯୋଗୀକରଣ ଓ ନବୀକରଣ  ଯୁବ ସମାଜର ଉତ୍ସାହ ବୃଦ୍ଧି କରିବ। ଆଧୁନିକ କର୍କଟ ହସ୍‌ପିଟାଲ ସେବା ଯତ୍ନ ବୃଦ୍ଧି ସହ ମଣିପୁର ନୃତ୍ୟକଳା ଓ ଗୋବିନ୍ଦ ଜୀ ମନ୍ଦିରର  ପୁନରୁଦ୍ଧାର  ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଉତ୍ତର-ପୂର୍ବାଞ୍ଚଳ ପାଇଁ “ଆକ୍ଟ ପ୍ଲାଷ୍ଟ” ନୀତି ଆପଣାଇଛନ୍ତି ।ଈଶ୍ୱର ଏହି ଅଞ୍ଚଳକୁ ବିପୁଳ ପ୍ରାକୃତିକ ସମ୍ପଦ ଦେଇଛନ୍ତି । ଏଠାରେ ପର୍ଯ୍ୟଟନ ଓ ବିକାଶର ଅନେକ ସୁବିଧା ରହିଛି। ଏହି ଅଞ୍ଚଳରେ ଏହାକୁ ଶାକାର କରିବା ପାଇଁ କାମ ଚାଲିଛି । ଉତ୍ତରପୂର୍ବାଞ୍ଚ ଏବେ ଭାରତ ବିକାଶର ପ୍ରବେଶ ଦ୍ୱାର ହୋଇଛି ବୋଳି ସେ କହିଥିଲେ। ଏହି ଅଞ୍ଚଳରେ ଏହାକୁ ସାକାର କରିବା ପାଇଁ କାମ ଚାଲିଛି। ଉତ୍ତରପୂର୍ବାଂଚଳ ଏବେ ଭାରତ ବିକାଶର ପ୍ରବେଶ ଦ୍ୱାର ହୋଇଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ ମଣିପୁର ଭାରତର ଏପରି ଏକ ରାଜ୍ୟ ଯେ ସେ ଦେଶକୁ କ୍ୱଚିତ ଦେଖିବାକୁ ମିଳୁଥିବା ରତ୍ନ ଦେଇଛି। ଯୁବଶକ୍ତି ବିଶେଷ କରି ଏଠାକାର ଝିଅମାନେ ସାରା ବିଶ୍ୱରେ ଦେଶକୁ ଗର୍ବିତ  କରିଛନ୍ତି। ଆଜି ଦେଶର ଯୁବସମାଜ ମଣିପୁର ଖେଳାଳୀମାନଙ୍କଠାରୁ ପ୍ରେରଣା ପାଉଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଓ  ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଏହି ଅଞ୍ଚଳରେ ଆଉ ଉଗ୍ରବାଦର ନିଆଁ ନାହିଁ ବରଂ ବିକାଶ ଓ ଶାନ୍ତିର ଆଲୋକ ଅଛି। ଶହ ଶହ ଉତ୍ତର ପୂର୍ବାଞ୍ଚଳରେ ଯୁବକ ଯୁବତୀ ଅସ୍ତ୍ର ତ୍ୟାଗ କରି ଜାତୀୟ ବିକାଶର ମୁଖ୍ୟଧାରାରେ ସାମିଲ ହୋଇଛନ୍ତି। ଦୀର୍ଘଦିନ ଧରି ପଡିରହିଥିବା ରାଜିନାମା ଐତିହାସିକ ଅସମାଧିତ ମିମାଂସାର ଚଳିତ ସରକାର ଅନ୍ତ ଘଟାଇଛନ୍ତି। ଏକ ଅବରୋଧ ରାଜ୍ୟରୁ ରାଜ୍ୟ ଆନ୍ତର୍ଜାତିକ ବାଣିଜ୍ୟ ପାଇର୍ଁ ପଥ ପରିସ୍କାର କରିଛି।

ଏକବିଂଶ ଶତାବ୍ଦୀର ଏହି ଦଶକ ମଣିପୁର ନିମନ୍ତେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅତୀତରେ ହୋଇଥିବା ସମୟ ପାଇଁ ସେ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଆଉ ଗୋଟିଏ କ୍ଷଣ ମଧ୍ୟ ନାହିଁ। “ଆମକୁ ମଣିପୁରରେ ସ୍ଥିରତା ରଖିବାକୁ ପଡିବ ଓ ମଣିପୁରକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବାକୁ ହେବ। କେବଳ ଡବଲ ଇଞ୍ଜିନ ସରକାର ହିଁ ଏହା କରିପାରିବେ ବୋଲି ସେ କହିଥିଲେ।

Categories
ବିଶେଷ ଖବର

ଉତ୍ତରାଖଣ୍ଡରେ ୧୭ହଜାର ୫୦୦କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ୧୭ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପର ଅବଧାରଣା ପ୍ରଥମେ ୧୯୭୬ ମସିହାରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ପଡି ରହିଥିଲା। ସେ ୮୭୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ। ଦୁର୍ଗମ,ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ସଂଯୋଗୀକରଣ ଦିଗରେ ଏହି ପ୍ରକଳ୍ପଗୁଡିକ ସହାୟକ ହେବ। କୈଳାସ ମାନସରୋବର  ଯାତ୍ରାର ସଂଯୋଗୀକରଣ ମଧ୍ୟ ଉନ୍ନତ ହେବ। ସେ  ମଧ୍ୟ ଉଦ୍ଦମସିଂ ନଗରରେ ଏମ୍ସ, ଋଷିକେଶର ଉପଗ୍ରହ କେନ୍ଦ୍ର ଓ ପିଥୋରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ଏହା ଏକ ଅଂଶବିଶେଷ। ସେ କାଶୀପୁରଠାରେ ସୁଗନ୍ଧିତ ଗୁଳ୍ମରାଜି ଉଦ୍ୟାନ ଓ ସିତାରଗଞ୍ଜଠାରେ ପ୍ଲାଷ୍ଟିକ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହାଛଡା ରାଜ୍ୟବ୍ୟାପୀ ଅନ୍ୟାନ୍ୟ ବହୁମୁଖୀ ଗୃହନିର୍ମାଣ ପରିମଳ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ କୁମାୟୁଁ ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି ଓ ଉତ୍ତରାଖଣ୍ଡୀ ଟୋପି ଦେଇ ତାଙ୍କୁ  ସମ୍ମାନୀତ କରିଥିବାରୁ ସେ ଅଞ୍ଚଳର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କାହିଁକି ଏହି ଦଶନ୍ଧି ଉତ୍ତରଖଣ୍ଡର ବୋଲି ପ୍ରଧାନମନ୍ତ୍ରୀ ସବିଶେଷ ବୃତ୍ତାନ୍ତ  କହିଥିଲେ। ସେ କହିଥିଲେ ଯେ ଉତ୍ତରାଖଣ୍ଡବାସୀଙ୍କ ଶକ୍ତି ଯୋଗୁଁ ହିଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ। ଉତ୍ତରାଖଣ୍ଡରେ ବୃଦ୍ଧି ପାଉଥିବା ଆଧୁନିକ ଭିତ୍ତଭୂମି, ଚାରିଧାମ ପ୍ରକଳ୍ପ, ତିଆରି ଅଭିମୁଖୀ ରେଳପଥ ଯୋଗୁଁ ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ। ଉତ୍ତରାଖଣ୍ଡରେ ଜଳବିଦ୍ୟୁତ, ଶିଳ୍ପ , ପର୍ଯ୍ୟଟନ, ଜୈବିକ କୃଷି ଓ ସଂଯୋଗୀକରଣ ଦିଗରେ କରିଥିବା ଉନ୍ନତି ଯୋଗୁଁ ଯୁଗ ଉତ୍ତରାଖଣ୍ଡର ଯୁଗ ହେବ।

ପ୍ରଧାନମନ୍ତ୍ରୀ ପାର୍ବତ୍ୟାଞ୍ଚଳରେ ବିକାଶଧାରା କିପରି ବିକାଶ ଚିନ୍ତାଧାରଠାରୁ ଭିନ୍ନ ତା’ର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ସେ କହିଥିଲେ ଯେ ବିକାଶ ନ ହେବା ଯୋଗୁଁ ଅନେକ ଏହି ଅଞ୍ଚଳରୁ ଅନ୍ୟ ଆଡକୁ ପଳାୟନ କରୁଛନ୍ତି। ସେ କହିଥିଲେ ଯେ ସରକାର ସବ୍‌କା ସାଥ ସବକା ବିକାଶ ଉତ୍ସାହରେ କାର୍ଯ୍ୟ କରୁଛନ୍ତି। ଏମ୍ସ ଋଷିକେଶର ଉଦ୍ଦାମସିଂ ନଗରଠାରେ ଉପଗ୍ରହ କେନ୍ଦ୍ର ଓ ପିଥରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବ। ଆଜି ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା ତାହା ହେଉଛି ସଂକଳ୍ପର ପ୍ରସ୍ତର ଓ ସମ୍ପୂର୍ଣ୍ଣ ସଂକଳ୍ପର ସହ ତା’ର କାର୍ଯ୍ୟ ଶେଷ ହେବ। ଅତୀତରେ ଦାରିଦ୍ର‌୍ୟ ଓ ସଂଘର୍ଷ ଆଦି ସୁବିଧା ଓ ସହାବସ୍ଥାନରେ ପରିଣତ ହୋଇଛି ବୋଲି ସେ କହିଥିଲେ। ଗତ ସାତବର୍ଷ ମଧ୍ୟରେ ହର ଘର ଜଲ, ଶୌଚାଳୟ, ଉଜ୍ଜଳା ଯୋଜନା, ପିଏମ୍‌ଏୱାଇ ଯୋଗୁଁ ମହିଳାମାନଙ୍କ ମର୍ଯ୍ୟାଦା ସୁବିଧା ବୃଦ୍ଧି ଘଟିଛି।

ଆଗରୁ ଯେଉଁମାନେ ସରକାରରେ ଥିଲେ ସରକାରୀ ଯୋଜନାରେ ବିଳମ୍ବ ସେମାନଙ୍କ ସ୍ୱଭାବ ବନିଯାଇଥିଲା। “ଆଜି ଯେଉଁ ଲଖୱାର ପ୍ରକଳ୍ପ ଉତ୍ତରାଖଣ୍ଡରେ ଆରମ୍ଭ ହେଲା ତା’ର ମଧ୍ୟ ଏହି ଇତିହାସ ରହିଛି। ଏହି ପ୍ରକଳ୍ପ ୧୯୭୬ ମସିହାରେ କଳ୍ପନା କରାଯାଇଥିଲା। ଆଜି ୪୬ବର୍ଷ ପରେ ଆମ ସରକାର ଏହି କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବିଳମ୍ବ କୌଣସି ଅପରାଧରୁ କମ୍ ନୁହେଁ,” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗଙ୍ଗୋତ୍ରୀ ଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଅଭିଯାନ ଚଳାଇଛନ୍ତି। ଶୌଚାଳୟ ନିର୍ମାଣ, ଉନ୍ନତ ନର୍ଦ୍ଦମା ବ୍ୟବସ୍ଥା ଯୋଗୁଁ ମଇଳା ନାଳ ପାଣି ଗଙ୍ଗାକୁ ନିଷ୍କାସିତ ହେବା  ହ୍ରାସ ପାଉଛି। ସେହିପରି ନୈନାତାଲ ହ୍ରଦ ପ୍ରତି ଧ୍ୟାନ ଦିଆଯାଇଛି। ନୈନିତାଲ  ଦେବସ୍ଥଳରେ କେନ୍ଦ୍ର ସରକାର ସର୍ବବୃହତ ଅପ୍ଟିକାଲ ଟେଲିସ୍କୋପ ମଧ୍ୟ ସ୍ଥାପନ କରିଛନ୍ତି। ଏହା କେବଳ ଦେଶ ଓ ଦେଶ ବାହାର ବୈଜ୍ଞାନିକମା୍‌ନଙ୍କୁ ନୂତନ ସୁବିଧା ଦେଇନାହିଁ, ବରଂ ଏହି ଅଞ୍ଚଳ ମଧ୍ୟ ନୂତନ ପରିଚୟ ପାଇଛି। ସେ କହିଥିଲେ ଯେ ଆଜି ଦିଲ୍ଲୀ ଏବଂ ଡେରାଡୁନ ସରକାର କେବଳ କ୍ଷମତା ଆଶାରେ ପରିଚାଳିତ ନୁହଁନ୍ତି, ସେବା ମନୋବୃତ୍ତି ଦ୍ୱାରା ପରିଚାଳିତ।

ସୀମାନ୍ତ ରାଜ୍ୟ ହେବା ସତ୍ୱେ ଅନେକ ପ୍ରତିରକ୍ଷା ସମ୍ପର୍କୀତ ଆବଶ୍ୟକତାକୁ ଅଣ ଦେଖା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ସଂଯୋଗୀକରଣ ସହ ଜାତୀୟ ସୁରକ୍ଷାର ପ୍ରତ୍ୟେକ ଦିଗକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ ସେ କହିଥିଲେ ଯେ ସୈନିକକୁ ସଂଯୋଗୀକରଣ, ଆବଶ୍ୟକୀୟ ଅସ୍ତ୍ରୋପକରଣ ଇତ୍ୟାଦି ପାଇଁ ଅପେକ୍ଷା କରିବାକୁ  ପଡୁଥିଲା ଶତ୍ରୁକୁ କଡା ଟକ୍ଟର ଦେବା ପାଇଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରଖଣ୍ଡ ବିକାଶର ଗତିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛି।  ସେ କହିଥିଲେ “ଆପଣମାନଙ୍କ ସ୍ୱପ୍ନଗୁଡିକ ଆମର ସଂକଳ୍ପ, ଆପଣମାନଙ୍କ ଇଚ୍ଛା ଆମର ଉତ୍ସାହ ବର୍ତ୍ତମାନ ଆପଣମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ହେଉଛି ଆପଣମାନଙ୍କ ଦାୟିତ୍ୱ” ସେ କହିଥିଲେ ଯେ ଉତ୍ତରାଖଣ୍ଡ ଜନସାଧାରଣ ସଂକଳ୍ପ ଏହି ଯୁଗକୁ ଉତ୍ତରାଖଣ୍ଡଯୁଗ ଭାବେ ଗଢି ତୋଳିବ। (ପିଆଇବି)