Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ “ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ନାଇଜର” ପ୍ରଦାନ

ନୂଆଦିଲ୍ଲୀ: ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ” ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍ ନାଇଜର ” ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ।

ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି ।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଏବଂ ଗ୍ଲୋବାଲ୍ ସାଉଥର ଆକାଂକ୍ଷା ପ୍ରତି ସେମାନଙ୍କର ଅଂଶୀଦାର ପ୍ରତିବଦ୍ଧତାକୁ ଦର୍ଶାଏ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ କି ୧୯୬୯ ପରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନାଇଜେରିଆରେ ଥିବା ମରାଠୀ ସମ୍ପ୍ରଦାୟର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଇଜରେିଆର ମରାଠୀ ସମ୍ପ୍ରଦାୟକୁ ସେମାନଙ୍କର ସଂସ୍କୃତି ସହ ଜଡିତ ରହିଥିବାରୁ ପ୍ରଶଂସା କରିଥିଲେ। ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ନାଇଜେରିଆର ମରାଠୀ ସମ୍ପ୍ରଦାୟ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରଶଂସା କରିଥିଲେ।

ଏକ୍ସରେ ଏକ ପୋଷ୍ଟରେ ସେ ଲଖେିଛନ୍ତି :

“ନାଇଜେରିଆରେ ମରାଠୀ ସମ୍ପ୍ରଦାୟ ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ଆନନ୍ଦ ପ୍ରକାଶ କରିଥିଲେ । ସେମାନେ କିପରି ସେମାନଙ୍କର ସଂସ୍କୃତି  ସହିତ ଜଡିତ ରହିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ।”

Categories
ଆଜିର ଖବର ଜାତୀୟ ଖବର

ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତ ପାଇଁ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତ ପାଇଁ ମୁଁ ଏବେ ବିମାନରେ ଚଢ଼ିବାକୁ ଯାଉଛି।

ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ଆମନ୍ତ୍ରଣ କ୍ରମେ ଏହା ମୋର ପ୍ରଥମ ନାଇଜେରିଆ ଗସ୍ତ, ଯିଏକି ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଘନିଷ୍ଠ ସହଯୋଗୀ। ଆମର ରଣନୀତିକ ସହଭାଗିତା ଯାହାକି ଗଣତନ୍ତ୍ର ଓ ବହୁଳବାଦର ପାରସ୍ପରିକ ବିଶ୍ୱାସ ଆଧାରିତ ତାକୁ ସୁଦୃଢ଼ କରିବା ପାଇଁ ମୋର ଗସ୍ତ ଏକ ସୁଯୋଗ। ନାଇଜେରିଆରୁ ହିନ୍ଦୀରେ ମୋତେ ସ୍ୱାଗତମ ବାର୍ତ୍ତା ପଠାଇଥିବା ଭାରତୀୟ ସମୁଦାୟ ଓ ବନ୍ଧୁମାନଙ୍କୁ ଭେଟିବାକୁ ମଧ୍ୟ ମୁଁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛି।

ବ୍ରାଜିଲରେ ମୁଁ ୧୯ ତମ ଜି-୨୦ ଶିଖର ସମ୍ମିଳନୀରେ ଟ୍ରୋଇକା ସଦସ୍ୟ ଭାବେ ଯୋଗ ଦେବି। ଗତ ବର୍ଷ ଭାରତ ସଫଳତାର ସହ ଅଧ୍ୟକ୍ଷତା କରିବା କରି ଜି-୨୦କୁ ଜନସାଧାରଣଙ୍କ ଜି-୨୦ ଭାବେ ଶୀର୍ଷକୁ ନେଇଥିଲା ଏବଂ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା। ଚଳିତ ବର୍ଷ ବ୍ରାଜିଲ ଏହେି ପରମ୍ପରାକୁ ଆଗକୁ ନେବ। ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଦୃଷ୍ଟିକୋଣ ଅନୁଯାୟୀ ଫଳପ୍ରଦ ଆଲୋଚନାକୁ ମୁଁ ଅପେକ୍ଷା କରି ରହିଛି। ଅନ୍ୟାନ୍ୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କରେ ଭାବ ବିନିମୟ କରିବାକୁ ମଧ୍ୟ ଏହି ସୁଯୋଗର ମୁଁ ସଦ୍‌ବ୍ୟବହାର କରିବି।

ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ଆମନ୍ତ୍ରଣ କ୍ରମେ ମୋର ଗୁୟାନା ଗସ୍ତ ବିଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୁୟାନା ଗସ୍ତ ହେବ। ଐତିହ୍ୟ, ସଂସ୍କୃତି ଓ ନୈତିକତା ଆଧାରରେ ଆମର ସ୍ୱତନ୍ତ୍ର ସମ୍ପର୍କକୁ ରଣନୀତିକ ଦିଗକୁ ନେବାକୁ ଆମେ ଭାବ ବିନିମୟ କରିବୁ। ଭାରତର ଏକ ପୁରାତନ ସମୁଦାୟ ଯେଉଁମାନେ କି ୧୮୫ ବର୍ଷ ପୂର୍ବେ ଗୁୟାନା ଚାଲି ଯାଇଥିଲେ ସେମାନଙ୍କୁ ମୁଁ ସମ୍ମାନ ଜଣାଇବି ଏବଂ ଲୋକତନ୍ତ୍ରର ସାଥୀ ଭାବେ ସଂସଦରେ ମୁଁ ଉଦବୋଧନ ଦେବି।

ଏହି ଗସ୍ତ ଅବସରରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ପାଇଁ ମୁଁ ନାରିବିୟନ ସହଯୋଗୀ ଦେଶର ନେତୃବୃନ୍ଦଙ୍କ ସହ ଯୋଗ ଦେବି। ସୁଖ ଦୁଃଖ ସମୟରେ ଆମେ ଏକାଠି ହୋଇ ରହିଛୁ। ଶିଖର ସମ୍ମିଳନୀ ଆମକୁ ଐତିହାସିକ ସମ୍ପର୍କର ନବୀକରଣ ପାଇଁ ଏବଂ ନୂତନ କ୍ଷେତ୍ରକୁ ଆମ ସହଯୋଗକୁ ସମ୍ପ୍ରସାରିତ କରିବାକୁ ସୁଯୋଗ ଦେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନାଇଜେରିଆରେ ଭୟଙ୍କର ସଡକ ଦୁର୍ଘଟଣା, ବସ୍ ଧକ୍କାରେ ୩୭ ମୃତ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ପୂର୍ବ ସହର ମଇଦୁଗୁରି ବାହାରେ ତିନୋଟି ବସ୍ ଧକ୍କା ହେବା ପରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ଦେଶର ସଡକ ସୁରକ୍ଷା ଏଜେନ୍ସି ଏହି ସୂଚନା ଦେଇଛି। ଦୁଇଟି ବାଣିଜ୍ୟିକ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ତୃତୀୟ ବସ୍ ମଧ୍ୟ ସେମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଏପର୍ଯ୍ୟନ୍ତ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଚିହ୍ନଟ ହୋଇ ନାହାଁନ୍ତି। କାରଣ ସେମାନେ ସମ୍ପୂର୍ଣ୍ଣ ଜଳିଯାଇଛନ୍ତି। ବୋର୍ନୋ ରାଜ୍ୟର ରାଜଧାନୀ ମଇଦିଗୁରୀ ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଜକାନା ଗାଁ ନିକଟରେ ଏହି ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା, ​​ଯେତେବେଳେ ଗୋଟିଏ ବସ୍ ର ଟାୟାର ଫାଟିଯାଇ ବିପରୀତ ଦିଗରୁ ଆସୁଥିବା ଗାଡି ସହିତ ଧକ୍କା ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦୁଇ ଭଉଣୀ ଓମିକ୍ରନ ପଜିଟିଭ ଚିହ୍ନଟ, ବାପା ମା’ ନେଗେଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ଦୁଇଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଭଉଣୀ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣଙ୍କର ବୟସ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧୧ ବର୍ଷ। ପରିବାର ଲୋକ ସହ ନାଇଜେରିଆରୁ ଚିହ୍ନଟ ହୋଇଥିବା ଦୁଇଜଣ ଭଉଣୀ ଓଡିଶା ଫେରିଥିଲେ। ଉଭୟ ଭଉଣୀଙ୍କୁ ପୃଥକବାସରେ ରଖାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି। ଖୁସିର କଥା ହେଉଛି, ଦୁଇ ଭଉଣୀଙ୍କର ବାପା ମା’ଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଓଡିଶା ଆସିବା ପରେ ଉକ୍ତ ପରିବାର ଲୋକଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଏଥିରେ ଦୁଇ ଭଉଣୀ ପଜିଟିଭ ଆସିବା ପରେ ସେମାନଙ୍କର ନମୁନା ଜିନମସିକ୍ଵେସିଂ ପାଇଁ ପଠାଯାଇଥିଲା। ତେବେ ସେମାନଙ୍କର ଓମିକ୍ରନ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଆଉ ଦୁଇଜଣ ବିଦେଶ ଫେରନ୍ତା ଓମିକ୍ରନ ପଜିଟିଭ ହୋଇଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ଆସିଥିବା ବେଳେ ଅନ୍ୟ ଜଣେ କତ୍ତାରରୁ ଆସିଥିଲେ। ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତେବେ ଆଜିର ଦୁଇ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

BIG BREAKING: ଟୁଇଟରକୁ ବ୍ୟାନ କରିବା ପାଇଁ ନିଷ୍ପତି କଲେ ଏହି ଦେଶର ରାଷ୍ଟ୍ରପତି

Twitter Banned : ଭାରତରେ ଟୁଇଟର ଏବଂ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ସେପଟେ ନାଇଜେରିଆ ସରକାର ଏହାକୁ  ନିଷିଧ କରିଦେଇଛନ୍ତି। ରବିବାର ଦିନ ଏ ନେଇ ନାଇଜେରିଆ ରାଷ୍ଟ୍ରପତି ମୁହାମ୍ମାଦୁ ବୁହାରୀ ଘୋଷଣା କରିଛନ୍ତି। ତେବେ ଏହି ସେବା ଅସ୍ଥାୟୀ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି କୁହାଯାଇଛି।

ପୂର୍ବରୁ ନାଜେରିଆ ରାଷ୍ଟ୍ରପତି ଏବଂ ଟୁଇଟର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। କାରଣ ନାଇଜେରିଆ ରାଷ୍ଟ୍ରପତିଙ୍କ ଏକ ମେସେଜକୁ ଟୁଇଟର ଡିଲିଟ କରିଦେଇଥିଲା। ଏହାର କାରଣରେ ଟୁଇଟର ତରଫରୁ କୁହାଯାଇଥିଲା ଯେ ଏହା ଏକ ଗୋଷ୍ଠୀ ବିରୋଧରେ ଯାଉଛି।

ତେବେ ରାଷ୍ଟ୍ରପତିଙ୍କ ଅଫିସରୁ ଟୁଇଟରକୁ କୁହାଯାଇଥିଲା ଯେ ଯେଉଁ ଗୋଷ୍ଠୀ କଥା କୁହାଯାଉଛି ସେହି ଗୋଷ୍ଠୀ ନାଇଜେରିଆ ସରକାରଙ୍କ ବିରୋଧରେ ଯୁଦ୍ଧ କରୁଛି। ସେମାନଙ୍କ ଯୋଗୁଁ ନାଇଜେରିଆରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ସେମାନେ ଏହି ଦେଶଦ୍ରୋହ କାର୍ଯ୍ୟ କରୁଛନ୍ତି। ତେବେ ଟୁଇଟର ଏ କଥା ଗ୍ରହଣ ନ କରିବାରୁ ଆଜି ସରକାରଙ୍କ ତରଫରୁ ନାଇଜେରିଆରେ ଟୁଇଟର ବ୍ୟାନ ପାଇଁ ନିଷ୍ପତି ନେଇଛନ୍ତି।

ତେବେ ଗତକାଲି ଶନିବାର ଦିନ ନାଇଜେରିଆର ଟୁଇଟର ବ୍ୟବହାରକାରୀମାନେ ଏହାକୁ ଖୋଲିବାରେ ସମସ୍ୟା ଉପୁଜିଥିଲା। ଏପରିକି ଦିନତମାମ ଟୁଇଟର ଖୋଲି ନ ଥିଲା କି ସେଥିରେ କିଛି ପୋଷ୍ଟିଂ କରାଯାଇ ପାରୁ ନ ଥିଲେ। ତେବେ ରବିବାରଦିନ ନାଇଜେରିଆ ସରକାର ଏହାକୁ ବ୍ୟାନ କରାଯାଇଛି ବୋଲି ଘୋଷଣା କରିଥିଲେ।