ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁଣି ବଡ଼ବଜାର ଥାନା ଅଞ୍ଚଳରେ ବୁଲିଲା ଖଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ନିକଟସ୍ଥରେ ଜଣେ ନାବାଳକକୁ ଖଣ୍ଡାରେ ଆକ୍ରମଣ ହୋଇଛି। ଖଣ୍ଡା ଚୋଟରେ ସମ୍ପୃକ ନାବାଳକଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ଆହତ ନାବାଳକକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବାବା ଶଙ୍କର ସରଫ ଘଟଣାର ତନାଘନା କରି ସଂପୃକ୍ତ ଆକ୍ରମଣକାରୀକୁ ପୋଲିସ କାବୁ କରିଛନ୍ତି ଓ ଆକ୍ରମଣକାରୀ ଜଣକ ଗୁଣ୍ଡୁ ବେହେରା ବୋଲି ଜଣାପଡିଛି।