Categories
ଆଜିର ଖବର ରାଜ୍ୟ ଖବର

ନିୟମିତ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଗତ ୨୦୧୩ ମସିହା ଠାରୁ ଲଗାତର ଭାବରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଅଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଦାବିକୁ ସହୃଦୟତାର ସହ ବିଚାର କରି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସମେତ ପାରିଶ୍ରମିକ ମଧ୍ୟ ବୃଦ୍ଧି କରି ଆସିଛନ୍ତି।

ଗତ କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟରେ ନିଯୁକ୍ତିପ୍ରାପ୍ତ ଠିକା ପଦବୀକୁ ଉଚ୍ଛେଦ କରି ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବରେ ଗ୍ରହଣ କରିବା ପାଇଁ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ଠିକା କର୍ମଚାରୀ ଉପକୃତ ହେବେ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଏହି ପ୍ରକ୍ରିୟାରେ ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟାକୁ ବିଚାର କରାଯାଇ ନାହିଁ।

ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବରେ ଅତ୍ୟନ୍ତ ସ୍ୱଳ୍ପ ପାରିଶ୍ରମିକ (୫୪୫୨ଟଙ୍କା)ରେ ଶିକ୍ଷାଦାନ କରି ଆସୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ହତାଶାର ଭାବ ସୃଷ୍ଟି କରିଛି। ରାଜ୍ୟରେ ପ୍ରାଥମିକସ୍ତରରେ ଶିକ୍ଷାର ଗୁଣାତ୍ମକ ବିବାଶ ପାଇଁ କାର୍ଯ୍ୟ କରୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦାବିକୁ ବିଚାରକୁ ନେଇ ଓ ସେମାନଙ୍କୁ ଅସ୍ଥାୟୀ ଶିକ୍ଷକ ପରିବର୍ତ୍ତେ ସ୍ଥାୟୀ କଳା ଓ କ୍ରୀଡ଼ା ଶିକ୍ଷକ ଭାବରେ ନିୟମିତ ପାଇଁ ମଧ୍ୟ ମହାସଂଘ ପକ୍ଷରୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଦାବି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଭିନ୍ନ ବର୍ଗର ଜନସାଧାରଣ, କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ପ୍ରତି ସହୃଦୟତାର ସହ ବିିଚାର କରି ସେମାନଙ୍କ ଦାବିକୁ ପୂରଣ କରୁଥିବା ସମୟରେ ୯ ବର୍ଷ ଧରି କାର୍ଯ୍ୟରତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରି ଶିକ୍ଷାର ମାନବୃଦ୍ଧିରେ ଆଉ ଏକ ମାଇଲ୍ ଖୁଣ୍ଟ ଯୋଡ଼ିବା ପାଇଁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଆବାହକ ଚନ୍ଦ୍ରଶେଖର ପାଢୀ ଏବଂ ପ୍ରଦୀପ କୁମାର ଦାସଙ୍କ ସମେତ ଜ୍ଞାନରଞ୍ଜନ ମହାନ୍ତି, ରଶ୍ମୀରଞ୍ଜନ ସାହାଣୀ, ସୁଶାନ୍ତ କୁମାର ସାହୁ, ଶଙ୍କର ପ୍ରସାଦ ମହାପାତ୍ର, ମହେନ୍ଦ୍ର କୁମାର ସାହୁ, ବିଜୟ କୁମାର ବାରିକ, ସ୍ୱାତୀମୁକ୍ତା, ଦେବବ୍ରତ ପଟ୍ଟନାୟକ, ଶୁଭାଶିଷ ଦତ୍ତ, ସ୍ମୃତିପୁଷ୍ପା ପଣ୍ଡାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାପକ ଅର୍ଥକାରବାର ଅଭିଯୋଗ: ସମୟ ପୂର୍ବରୁ ନିୟମିତ ହେଲେ ବାଲିକୁଦାର ଦୁଇ କନିଷ୍ଠ ଶିକ୍ଷକ, ତଦନ୍ତ ଦାବି

ରମେଶ ମହାନ୍ତି
ଜଗତସିଂହପୁର: ପ୍ରାଥମିକ ଶିକ୍ଷାଦାନରେ ଗୁଣାତ୍ମକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଶିକ୍ଷାସହାୟକ ନିଯୁକ୍ତ ୨୦୦୧ ମସିହାରୁ ପ୍ରଚଳନ ଅରମ୍ଭ କଲେ। ଜଣେ ଶିକ୍ଷାସହାୟକ ନିଷ୍ଠାର ସହ ତିନି ବର୍ଷ କାମ କଲେ କନିଷ୍ଠ ଶିକ୍ଷକ ମାନ୍ୟତା ପାଇବେ ଓ ପୁଣି ତିନି ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଦେଖିବାକୁ ଗଲେ ଲଗାତାର ଛଅ ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି ବୋଲି ସୂଚନା ମିଳିଛି।

ଏହି କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ ଆବାହକ, ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସଂପୃକ୍ତ ବ୍ଲକର ଶିକ୍ଷା ଅଧିକାରୀ ସଭ୍ୟ ରହିଥିବା ଜାଣିବାକୁ ମିଳିଛି। କମିଟିର ଅନୁମୋଦନ ପରେ ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସ୍ବାକ୍ଷରରେ ୨୨୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ହେବାର ତାଲିକା୦୩.୦୫.୨୧ରେ ପତ୍ର ସଂ.୧୦୪୭ରେ ପ୍ରକାଶପାଇଥିଲା। ବାଲିକୁଦା ବ୍ଲକ ୨୮ ଜଣ, ବିରିଡି ୧୭, ଏରସମା ୪୭, ଜଗତସିଂହପୁର ୧୬, ରଘୁନାଥପୁର ୧୭, କୁଜଙ୍ଗ ୪୬, ନାଉଗାଁ ବ୍ଲକ ୧୪ ଓ ତିର୍ତ୍ତୋଲ ବ୍ଲକର ୨୪ ଜଣ କନିଷ୍ଟ ଶିକ୍ଷକ ଅଛନ୍ତି। ବାଲିକୁଦା ବ୍ଲକର ୨୮ ଜଣଙ୍କ ମଧ୍ୟରୁ କ୍ରମିକ ନଂ ୧୭ରେ ଥିବା ମଧୁସ୍ମିତା ଦାସ ୧୦.୦୧.୨୦୧୫ରେ ଶିକ୍ଷାସହାୟକ ନିଯୁକ୍ତି ପାଇ ୨୨.୦୩.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି।

ଏଠାରେ ଶିକ୍ଷୟିତ୍ରୀ ଜଣକ ୭୨ ଦିନ ପୂର୍ବରୁ ନିୟମିତ ହୋଇ ୬୫ ହଜାର ଟଙ୍କା ଲାଭବାନ ହେବା ସହିତ ସେହିପରି ଉକ୍ତ ବ୍ଲକର ରୋଜାଲିନ ବେହେରା କ୍ରମିକ ନଂ.୨୨ ଶିକ୍ଷାସହାୟକ ନିଯୁକ୍ତି ୧୬.୦୨.୨୦୧୫ରେ ପାଇ ୧୬.୦୨.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି। ଏଠାରେ ଶିକ୍ଷୟିତ୍ରୀ ଜଣକ ୪୦ ଦିନ ପୂର୍ବରୁ ନିୟମିତ ହୋଇ ୩୫ ହଜାର ଟଙ୍କା ଲାଭବାନ ହେବେ ବୋଲି ଜଣାପଡ଼ିଛି।

ଯଦି ଏପରି ଭୁଲ ହୋଇଛି ତେବେ ଏଥିପାଇଁ ପାଇଁ ଦାଇ କିଏ ? ଏପରି ଭୁଲ ବାରମ୍ବାର ହେଲେ ବି ଅଧିକାରୀ ନା ସଂପୃକ୍ତ କର୍ମଚାରୀ କାହାକୁ ଦାଇ ନକରିବା ନିୟମକୁ ଉଲଘଂନ କରିବାରେ ପ୍ରୋତ୍ସାହିତ କରୁଛି ବେଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ୨୦୦୫ ମସିହାରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କ ମଧ୍ୟରୁ କେତେକଙ୍କୁ ଅନୁଗ୍ରହ ପୂର୍ବକ ସମୟ ପୁର୍ବରୁ ନିୟମିତ କରିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୁନ୍ୟ ହେଇଥିଲା।

ଏଥିପାଇଁ ବ୍ୟାପକ ଅର୍ଥକାରବାର ହୋଇଥିଲା ବୋଲି ଜଣେ ଶିକ୍ଷକ ନେତା ଦାବୀ କରିବା ସହିତ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା କୁହାଯାଉଛି, ଯାହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।