Categories
ଆଜିର ଖବର ଜାତୀୟ ଖବର

ସତ ଲୁଚି ରହିବନି, ନିଶ୍ଚିତ ପଦାକୁ ଆସିବ, ପାଇଲଟଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ସତ୍ୟକୁ ଏପଟ ସେପଟ କରାଯାଇପାରେ, କିନ୍ତୁ ଏହା ବେଶୀ ଦିନ ଲୁଚି ରହି ପାରିବ ନାହିଁ। ନିଶ୍ଚିତ ଭାବେ ସତ୍ୟ ପଦାକୁ ଆସିବ, ସତ୍ୟର ଜୟ ହେବ ବୋଲି କହିଛନ୍ତି ସଚିନ୍ ପାଇଲଟ୍। ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦରୁ ତାଙ୍କୁ ହଟାଇ ଦିଆଯିବା ପରେ ଏହା ହେଉଛି ପାଇଲଟଙ୍କର ପ୍ରଥମ ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ପାଇଲଟ ନା ଏବେ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଲେ,ନା ପିସିସି ମୁଖ୍ୟ ପଦ ନିଜ ପାଖରେ ରଖିପାରିଲେ। ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ଆଶା କରି ଦୁଇଟି ଯାକ ପଦ ହରାଇଲେ ସଚିନ ପାଇଲଟ୍।

ଇତିମଧ୍ୟରେ ନୂଆଦିଲ୍ଲୀରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ସକାଶେ 10, ଜନପଥରେ ପହଞ୍ଚିଛନ୍ତି।