Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଲିସ ଆଧୁନିକୀକରଣ ପାଇଁ ଓଡିଶାକୁ କେନ୍ଦ୍ର ଦେବ ୧୩.୯୧ କୋଟି ଟଙ୍କା

ନୂଆଦିଲ୍ଲୀ : ଭାରତ ସରକାର ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ୧୫ଟି ଉପଯୋଜନା ଅନୁମୋଦନ କରିଛନ୍ତି। ୨୬, ୨୭୫ କୋଟି ଟଙ୍କା କେନ୍ଦ୍ରୀୟ ବ୍ୟୟ ଅଟକଳରେ ଏହି ଉପଯୋଜନା ମାନ ପାଞ୍ଚ ବର୍ଷ ମଧ୍ୟରେ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ତ୍ୱରାନ୍ୱିତ ହେବ।

ଏହି ଉପଯୋଜନା ଅଧୀନରେ ଗୋଟିଏ ହେଲା, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁଲିସ ବଳର ଆଧୁନିକୀକରଣ ବାବଦ ସହାୟତା। ଯୋଜନା କାଳରେ ଏହାର ବ୍ୟୟବରାଦ ୪ ହଜାର ୮୪୬କୋଟି ଟଙ୍କା ରଖାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ପିଛା ହୋଇଥିବା ଆବଣ୍ଟନ ରାଶି ନିମ୍ନରେ ପ୍ରଦତ୍ତ ହୋଇଛି। ଏହି ସମୟ ମଧ୍ୟରେ ଓଡିଶା ୧୩.୯୧ କୋଟି ଟଙ୍କାର ସହାୟତା ପାଇବ।

ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ଭାରତ ସରକାର ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି ପାଇଁ ମଧ୍ୟ ଆଧୁନିକ ଯୋଜନା ରଖିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଷୟିକ ଜ୍ଞାନ ଉପଯୋଗ ତଥା ତାଲିମ ମାନବ ସମ୍ବଳ ଓ ପରୀକ୍ଷାଗାରରେ ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ସମୟୋଚିତ ତଦନ୍ତ କରିବା ଏହି ଉପଯୋଜନା ସହାୟତାର ଲକ୍ଷ୍ୟ।

“ପୁଲିସ ବଳର ଆଧୁନିକୀକରଣ” ଭଳି ବୃହତ୍ତ ଯୋଜନା ଅଧୀନରେ ମାଦକଦ୍ରବ୍ୟ ନିୟନ୍ତ୍ରଣ ନିମସ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯାଉଥିବା ସହାୟତା ଯୋଜନା ଅବଧିକୁ ଆଉ ପାଞ୍ଚବର୍ଷ ଅର୍ଥାତ୍ ୨୦୨୧-୨୨ରୁ ୨୦୨୫-୨୬ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଏ ବାବଦ ୫୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଉପଯୋଗ ଓ ସଞ୍ଚୟକୁ ଭିତ୍ତିକରି ଯୋଜନା ବ୍ୟୟବରାଦ ରାଶି ସଂଶୋଧିତ ହେବ। ଗୃହବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହା ଜଣାଇଛନ୍ତି।