Categories
ବିଶେଷ ଖବର

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ୍ ହେବ ଏହି ସବୁ ଟ୍ରେନ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ବିଳାସପୁର ରେଳ ମଣ୍ଡଳ ଅନ୍ତର୍ଗତ ନିଗୁଆର-ଜୟଥାରୀ-ଚୁଲହା ରେଳ ସେକ୍ସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ପାଇଁ ଏବଂ ଦକ୍ଷିଣ ପଶ୍ଚିମ ରେଳପଥ ଅନ୍ତର୍ଗତ ବାଙ୍ଗାଲୋର ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପୂର୍ବତଟ ରେଳପଥକୁ ଆସୁଥିବା କିମ୍ବା ଉପ୍ତନ୍ନ ହେଉଥିବା କିଛି ଟ୍ରେନ ସାମୟିକ ଭାବେ ନିମ୍ନଲିଖିତ ଅନୁଯାୟୀ ପ୍ରଭାବିତ ହେବ-

ବାତିଲ୍ ହେବାକୁ ଥିବା ଟ୍ରେନ:

– 20.01.2022 ଏବଂ 27.01.2022 ରେ ଭଲସାଡରୁ ଛାଡିବାକୁ ଥିବା 22909 ଭଲସାଡ-ପୁରୀ ଏକ୍ସପ୍ରେସ।

– 23.01.2022 ଏବଂ 30.01.2022 ରେ ପୁରୀରୁ ଛାଡିବାକୁ ଥିବା 22910 ପୁରୀ-ଭଲସାଡ ଏକ୍ସପ୍ରେସ।

– 23.01.2022 ଏବଂ 30.01.2022 ରେ ବିକାନିର ଠାରୁ ଛାଡ଼ିବାକୁଥିବା 20471 ବିକାନିର-ପୁରୀ ଏକ୍ସପ୍ରେସ୍।

– 26.01.2022 ଏବଂ 02.02.2022 ରେ ପୁରୀରୁ ଛାଡ଼ିବାକୁଥିବା 20472 ପୁରୀ-ବିକାନିର ଏକ୍ସପ୍ରେସ୍।

ମାର୍ଗ ପରିବର୍ତ୍ତିତ ହେବାକୁ ଥିବା ଟ୍ରେନ :

– 18.01.2022 ଏବଂ 25.01.2022 ରେ ହଟିଆରୁ ଛାଡୁଥିବା 12835 ହଟିଆ-ଯଶୋବନ୍ତପୁର ଏକ୍ସପ୍ରେସ କୃଷ୍ଣରାଜପୁରମ୍-ଚାନ୍ନାସନ୍ଦରା-ୟେଲହଙ୍କା ମାର୍ଗଦେଇ ଯଶୋବନ୍ତପୁର ଯାତ୍ରା କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀଙ୍କ ଅଭିଯୋଗ ପରେ ଜମି ଅଧିଗ୍ରହଣ ନେଇ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ୱର: ନିକଟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିଥିଲେ। ଏହି ସମୟରେ ସେ ବିଭିନ୍ନ ଉଦଘାଟନ ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଯେତେ ଶିଘ୍ର ଜମି ଯୋଗାଇବେ ସେତେ ଶିଘ୍ର ସ୍ଥିଗିତ ଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଗୁରୁବାର ଦିନ ରାଜ୍ୟରେ ଚାଲୁ ରହିଥିବା ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ ଉପରେ ସମୀକ୍ଷା ବୈଠକ ହୋଇଥିଲା।  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶିଘ୍ର ଜମି ହସ୍ତାନ୍ତର ପାଇଁ ଆଲୋଚନା ହୋଇଥିଲା।

ଏହି ବୈଠକରେ ପ୍ରାୟ ୪୦ଟି ରେଳ ପ୍ରକଳ୍ପର ଜମି ଗ୍ରହଣ ସଂପର୍କରେ ଆଲୋଚନା ହୋଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ସଂପର୍କରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭର୍ଚୁଆଲ ମୋଡ଼୍‌ରେ ଆୟୋଜିତ ଏହି ବୈଠକରେ ୨୧ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ବାଣିଜ୍ୟ ଓ ପରିବହନ ବିଭାଗର ଜମି ଅଧିଗ୍ରହଣ ଅଧିକାରୀ ଓ ରେଲେୱର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

ଆଶାୟୀ ପ୍ରାର୍ଥୀମାନଙ୍କୁ ସତର୍କ କରାଇଲା ପୂର୍ବତଟ ରେଳପଥ: ଦଲାଲମାନଙ୍କ ଜାଲରେ ନପଡିବାକୁ ଦେଲା ପରାମର୍ଶ

ଭୁବନେଶ୍ବର: ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଅଛି ବୋଲି ରେଳବାଇ ପ୍ରଶାସନ ନଜରକୁ ଆସିଛି।

ରେଳବାଇ ଏବଂ ପ୍ରେସ ଇନଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ଫ୍ୟାକ୍ଟ ଚେକ୍ ବା ତଦନ୍ତ ଉପରେ ଏହା ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି ଏବଂ ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ/ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।

ପୂର୍ବ ତଟ ରେଳବାଇରେ କିମ୍ବା ରେଳବାଇ ସୁରକ୍ଷା ବଳ ଚାକିରି ଯୋଗାଇଦେବାକୁ ପ୍ରତିଜ୍ଞା କରୁଥିବା ଦଲାଲ ମାନଙ୍କ ଜାଲରେ ନ ପଡ଼ିବା ପାଇଁ ଚାକିରି ଆଶାୟୀ ମାନଙ୍କୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି। ନିକଟ ଅତୀତରେ ରେଳ ପ୍ରଶାସନର ଅନେକ ମାମଲା ସାମ୍ନାକୁ ଆସିଛି। ନିର୍ଦ୍ଦୋଷ ଲୋକଙ୍କୁ ରେଳବାଇରେ ଚାକିରୀ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ପ୍ରଲୋଭନ ଦେଖାଇ ଠକାମିର ଶିକାର ନହେବା ପାଇଁ ରେଳବାଇ ଅନେକ ପଦକ୍ଷେପ ହାତକୁ ନେଇ କ୍ରମାନ୍ୱୟ ଭାବେ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି।

ଏଠାରେ ପୁନର୍ବାର କୁହାଯାଉଅଛି ଯେ “ରେଲୱେ ଚାକିରି ପାଇବାକୁ ଏବଂ ଆଶାୟୀ ପ୍ରାର୍ଥୀ ମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରିବାକୁ ରେଳବାଇ ପକ୍ଷରୁ ବଗରମବାର କୁହାଯାଉଥିବାବେଳେ ଦଲାଲ ମାନଙ୍କ ଜାଲରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଅଛି। ଯୋଗ୍ୟତା ଏବଂ ପରିଶ୍ରମ ଦ୍ୱାରା ଚାକିରି ପାଆନ୍ତୁ।  ରେଳବାଇ ବୋର୍ଡ କିମ୍ବା ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳ ମନ୍ତ୍ରଣାଳୟ ନିଯୁକ୍ତି ପାଇଁ କୌଣସି ତୃତୀୟ ପକ୍ଷ ଏଜେଣ୍ଟ କିମ୍ବା ଆଉଟସୋର୍ସିଂ ଏଜେନ୍ସିକୁ ମନୋନୀତ କରାଯାଏ ନାହିଁ।

ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଏବଂ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ ଏବଂ ଖବରକାଗଜରେ ଏବଂ ଏମ୍ପ୍ଲୋୟମେଣ୍ଟ ନ୍ୟୁଜ ରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ। କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ ବୋଲି ପୂର୍ବତଟ ରେଳପଥ ବାରମ୍ବାର ସତର୍କ କରୁଅଛି।

ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣ ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି କିମ୍ବା ଆପଣ ଉପରୋକ୍ତ ଶିକାର ହେଉଛନ୍ତି, ଦୟାକରି ପୂର୍ବତଟ ରଲାପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର 8455885031 ରେ ସୂଚନା ଦିଅନ୍ତୁ ଯାହାକି ତୁରନ୍ତ ବିହିତ କାର୍ଯ୍ୟ ଗ୍ରହଣ କରାଯାଇ ପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରିବ କାମାକ୍ଷା-କୋଚୁଭେଲି ସୁପର ଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: କାମାକ୍ଷା -କୋଚୁଭେଲି-କାମାକ୍ଷା ସୁପର ଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରିବ।

ଯାତ୍ରୀଙ୍କ ଦାବି ଅନୁଯାୟୀ, ପୂର୍ବତଟ ରେଳପଥ ଦେଇ ଏକ ଯୁଗଳ ସ୍ୱତନ୍ତ୍ର ସୁପରଫାଷ୍ଟ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

05669/05670 କାମାକ୍ଷା -କୋଚୁଭେଲି-କାମାକ୍ଷା ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ କାମାକ୍ଷାରୁ 23 ଡିସେମ୍ବର 2021 ରୁ 13 ଜାନୁୟାରୀ 2022 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିପହର 1510 ଘଣ୍ଟାରେ ଛାଡିବ ଏବଂ କୋଚୁଭେଲି ଠାରୁ 26 ଡିସେମ୍ବର 2021 ରୁ 16 ଜାନୁୟାରୀ 2022 ମଧ୍ୟରେ ପ୍ରତ୍ୟେକ ରବିବାର ରାତ୍ରି 2000 ଘଣ୍ଟାରେ ଛାଡିବ। ଏହି ଟ୍ରେନ୍ ଉଭୟ ଦିଗରୁ ପୂର୍ବତଟ ରେଳପଥ ଅଧୀନରେ ଥିବା ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ଭିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁବାଡା ଷ୍ଟେସନ ଠାରେ ରହଣି କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଭାରତ ଗୌରବ ଟ୍ରେନ ପ୍ରଚଳନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଗତ ନଭେମ୍ବର ମାସ ଶେଷ ସପ୍ତାହରେ ଭାରତୀୟ ରେଳବାଇ “ଭାରତ ଗୌରବ ଟ୍ରେନ୍” ନୀତି ପ୍ରାରମ୍ଭ କରିଛି। “ଭାରତ ଗୌରବ ଟ୍ରେନ୍” ନାମକ ବିଷୟବସ୍ତୁ ଆଧାରିତ ଟୁରିଷ୍ଟ ସର୍କିଟ୍ ଟ୍ରେନ୍ ଚଳାଇ ଭାରତର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ଭାରତ ତଥା ବିଶ୍ୱର ଲୋକଙ୍କୁ ପ୍ରଦର୍ଶନ କରିବା ଏହି ନୀତିର ଉଦ୍ଦେଶ୍ୟ ଅଟେ।

ପୂର୍ବତଟ ରେଳପଥ ପକ୍ଷରୁ ଡିସେମ୍ବର ୭ ତାରିଖ ଦିନ (ମଙ୍ଗଳବାର) ଆଭାସୀ ମାଧ୍ୟମରେ ଏହି ସମ୍ବନ୍ଧୀୟ ଏକ ବୈଠକ ଆୟୋଜିତ ହୋଇଯାଇଅଛି ଯେଉଁଠାରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ଟୁର୍ ଆଣ୍ଡ ଟ୍ରାଭେଲ ଅପରେଟରମାନେ ଅଂଶଗ୍ରହଣ କରିଥିଲେ। ପୂର୍ବତଟ ରେଳପଥ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପାସେଞ୍ଜର ମାର୍କେଟିଂ) ପି ସି ସାହୁ ଏହି ଟ୍ରେନ ସମ୍ବନ୍ଧୀୟ ବୈଶିଷ୍ଟ୍ୟକୁ ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ପୂର୍ବତଟ ରେଳପଥର ମୁଖ୍ୟ ଯାତ୍ରୀ ଯାତାୟାତ ପ୍ରବନ୍ଧକ ଜେ.ପି.ମିଶ୍ର ଏବଂ ଉପ ମୁଖ୍ୟ ଯାନ୍ତ୍ରିକ (ମେକାନିକାଲ) ଯନ୍ତ୍ରୀ (କୋଚିଂ) ଏହି ବୈଠକରେ ମଧ୍ୟ ଯୋଗ ଦେଇଥିଲେ।

“ଏହି ଯୋଜନା ଅଧୀନରେ ପଞ୍ଜୀକୃତ ସେବା ପ୍ରଦାନକାରୀଙ୍କୁ ଭାରତ ଗୌରବ ଟ୍ରେନ୍ ଚଳାଚଳ ପାଇଁ ଭାରତୀୟ ରେଳବାଇ ଦ୍ୱାରା “ବ୍ୟବହାର କରିବାର ଅଧିକାର” ଆଦର୍ଶ ଅଧୀନରେ ରେକ୍ ପ୍ରଦାନ କରାଯିବ। ବିଷୟବସ୍ତୁ, ଟୁର୍ ପ୍ୟାକେଜ୍ ଏବଂ ମୂଲ୍ୟ ସ୍ଥିର କରିବାକୁ ସେବା ପ୍ରଦାନକାରୀଙ୍କର ନମନୀୟତା ରହିବ ଏବଂ ରେଳ ଭ୍ରମଣ, ହୋଟେଲ ରହଣି, ଦର୍ଶନୀୟ ସ୍ଥାନ ସମେତ ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ଦେୟ ଅନ୍ତର୍ଭୂକ୍ତ ପ୍ୟାକେଜ୍ ପ୍ରଦାନ କରିବାର ସ୍ୱାଧୀନତା ମଧ୍ୟ ରହିବ।

ଆଗ୍ରହୀ ସେବା ପ୍ରଦାନକାରୀ “ଭାରତ ଗୌରବ ଟ୍ରେନ୍” ଅଧୀନରେ www.indianrailways.gov.in ଅନଲାଇନ୍ ପଞ୍ଜିକରଣ ପ୍ରୟୋଗ କରିପାରିବେ।  ଘରୋଇ ଅପରେଟରମାନଙ୍କୁ ସର୍ବନିମ୍ନ ଦୁଇ ବର୍ଷ ଏବଂ କୋଚଗୁଡିକର ଅବଶିଷ୍ଟ କୋଡାଲ୍ ଲାଇଫ୍ ପର୍ଯ୍ୟନ୍ତ କୋଚ୍ ପ୍ରଦାନ କରାଯିବ। “ଭାରତ ଗୌରବ” ଟ୍ରେନରେ ସର୍ବନିମ୍ନ ୧୪ ଟି କୋଚ୍ ଏବଂ ୨ ଟି SLR (ସିଟିଂ-କମ-ଲଗେଜ୍ କୋଚ୍) ସହିତ ସର୍ବାଧିକ ୨୦ ଟି କୋଚ୍ ରହିବ। ସେବା ପ୍ରଦାନକାରୀମାନେ ଟ୍ରେନର ଭିତର ଓ ବାହ୍ୟକୁ ସଜାଇ ପାରିବେ ଏବଂ ଟ୍ରେନର ତୃତୀୟ ପକ୍ଷ ବିଜ୍ଞାପନ ଏବଂ ବ୍ରାଣ୍ଡିଂରୁ ରୋଜଗାର ମଧ୍ୟ କରିପାରିବେ। ସେବା ପ୍ରଦାନକାରୀ ମାନେ ମଧ୍ୟ ଲଗେଜ୍ ପରିବହନ ପାଇଁ ଟ୍ରେନର SLR ଅଂଶ ବ୍ୟବହାର କରିପାରିବେ। ପ୍ରତ୍ୟେକ ଭାରତ ଗୌରବ ଟ୍ରେନ୍ ଏକ ସ୍ୱତନ୍ତ୍ର ନମ୍ବର ରହିବ ଏବଂ ଅନ୍ୟ ମେଲ୍/ଏକ୍ସପ୍ରେସ ଟ୍ରେନ୍ ସହିତ ସମାନତା ଦିଆଯିବ।

ସେବା ପ୍ରଦାନକାରୀ ଏବଂ ଟୁର୍ ଅପରେଟରଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ଗ୍ରାହକ ସହାୟତା ୟୁନିଟ୍ ମଧ୍ୟ ସ୍ଥାପନା କରାଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ମହାପରିନିର୍ବାଣ ପାଳିତ ହୋଇଯାଇଅଛି। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ସ୍ବର୍ଗତ ବାବା ସାହେବ ଡ଼. ବି.ଆର.ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାରକାନ୍ତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀ ମାନେ ମହାପରିନିର୍ବାଣ ଦିବସ ପାଳନ କରିବା ଅବସରରେ ବାବା ସାହେବଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଯାତାୟାତ କରୁଥିବା ଏହିସବୁ ଟ୍ରେନ୍ ହେଲା ବାତିଲ୍

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଯାତାୟାତ କରୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କିଛି ଟ୍ରେନକୁ ବାତିଲ କରାଯାଇଅଛି। ଟ୍ରେନ ଚଳାଚଳରେ ସ୍ୱାଭାବିକତା ଆଣିବା ପାଇଁ ରେକ୍ ଆଡଜଷ୍ଟମେଣ୍ଟ୍ ନିଷ୍ପତ୍ତି ନିଆଯାଇଅଛି। ବାତ୍ୟା ଜାୱାଦ ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସଂଯୋଗକାରୀ ଟ୍ରେନ୍ ଗୁଡିକ ପୂର୍ବରୁ ବାତିଲ ହୋଇଥିଲା।

– ହାଓଡ଼ା ଠାରୁ ତା 06.12.2021 ରେ ଛାଡିବାକୁ ଥିବା 12839 ହାଓଡ଼ା-ଚେନ୍ନାଇ ମେଲ୍।

– ତିରୁପତିରୁ ତା 06.12.2021 ରେ ଆସିବାକୁଥିବା 22872 ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ।

– ଜସିଡିହ ଠାରୁ ତା 08.12.2021 ରେ ଛାଡିବାକୁ ଥିବା 12376 ଜସିଡିହ-ତାମ୍ବରମ୍ ଏକ୍ସପ୍ରେସ।

– ଭାଗଲପୁର ଠାରୁ ତା 08.12.2021 ରେ ଛାଡିବାକୁ ଥିବା 12254 ଭାଗଲପୁର-ଯଶୋବନ୍ତପୁର ଏକ୍ସପ୍ରେସ।

– ହାଓଡ଼ା ଠାରୁ ତା 06.12.2021 ରେ ଛାଡିବାକୁ ଥିବା 12665 ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ।

– ଚେନ୍ନାଇରୁ ତା 06.12.2021 ରେ ଛାଡିବାକୁ ଥିବା 22860 ଚେନ୍ନାଇ-ପୁରୀ ଏକ୍ସପ୍ରେସ।

– ଆଲେପ୍ପିରୁ ତା 06.12.2021 ଏବଂ 07.12.2021 ରେ ଛାଡିବାକୁ ଥିବା 13352 ଆଲେପ୍ପି-ଧାନବାଦ୍ ଏକ୍ସପ୍ରେସ।

– ଏର୍ଣ୍ଣାକୁଲମ ଠାରୁ ତା 06.12.2021 ରେ ଛାଡିବାକୁ ଥିବା 22878 ଏର୍ଣ୍ଣାକୁଲମ-ହାଓଡ଼ା ଏକ୍ସପ୍ରେସ।

– ତ୍ରିଭେନ୍ଦ୍ରମ ଠାରୁ ତା 07.12.2021 ରେ ଛାଡିବାକୁ ଥିବା 12507 ତ୍ରିଭେନ୍ଦ୍ରମ-ସିଲଚାର୍ ଏକ୍ସପ୍ରେସ୍।

– ଅହମ୍ମଦାବାଦରୁ ତା 06.12.2021 ରେ ଛାଡିବାକୁ ଥିବା 12844 ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ବାତ୍ୟା ‘ଜାୱାଦ’ ପ୍ରତି ରହିଛି ସତର୍କ, ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ବାତ୍ୟା ଜାୱାଦର ପ୍ରଭାବକୁ ଏଡ଼ାଇବା ପାଇଁ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଛି। ଅତୀତର ଅଭିଜ୍ଞତାରୁ ପାଣିପାଗ ବିଭାଗର ପୂର୍ବାନୁମାନରୁ ଏହା ସହାୟତା ଲାଭ କରିବ। ଯଦି ଜାୱାଦର ପ୍ରଭାବ ପଡ଼େ ତେବେ ପୂର୍ବତଟ ରେଳପଥ ଯଥା ଶୀଘ୍ର ଟ୍ରେନ ଚଳାଚଳ ଓ ରେଲୱେ ଟ୍ରାକର ପୂନଃକାର୍ଯ୍ୟକ୍ଷମ ପାଇଁ ତତ୍‌ପର ରହିବାକୁ ଯୋଜନା କରିଛି। ଦିନରାତି ବିପର୍ଯ୍ୟୟ ପରିଚାଳନା ସେଲକୁ ଏହାର ମୁଖ୍ୟ କାର୍ଯ୍ୟାଳୟ, ରେଳ ସଦନଠାରେ ଖୋଲାଯାଇଛି ଆଉ ମଧ୍ୟ ଡିଭିଜନାଲ ମୁଖ୍ୟାଳୟ ଯଥା ବିଶାଖାପାଟଣା, ଖୋର୍ଦ୍ଦାରୋଡ ଓ ସମ୍ବଲପୁରରେ ସ୍ଥାପନ କରାଯାଇଛି।

ପୂର୍ବ ତଟ ରେଳପଥ ମଧ୍ୟ ଆପଦ ହୀନ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରିଛି। ଟ୍ରାକ୍ ସୁରକ୍ଷା, ଓଭରହେଡ଼ ବିଦ୍ୟୁତ୍ ଟ୍ରାକ, ସିଗନାଲିଂ ପଦ୍ଧତି ଓ ବିଦ୍ୟୁତିକରଣ ତୁରନ୍ତ ପୁନଉଦ୍ଧାର ପାଇଁ ସ୍ୱତନ୍ତ୍ର ଟିମକୁ ନୟୋଜିତ କରିଛି। ଯଦି ବିଜୁଳି ନରହେ ତେବେ ଡିଜି ସେଟ, ଜେନେରେଟର ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି ସେହିପରି ପାଣି ଟାଙ୍କି ରେ ପାଣି ଭର୍ତ୍ତି ଓ ପମ୍ପକୁ ସବୁ ପ୍ରମୁଖ ସ୍ଥାନରେ ରଖାଯାଇଛି।

ପୂର୍ବ ତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଟ୍ରେନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କୌଣସି ଜରୁରୀ କାଳୀନ ପରିସ୍ଥିତି ଯଥା ରେଳ ଟ୍ରାକ ନିକଟରେ ବନ୍ୟା ସ୍ଥିତି ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ କୁମାର ମଧ୍ୟ ଜରୁରୀ କାଳୀନ ବିଜୁଳି ଯୋଗାଣକୁ ପ୍ରସ୍ତୁତ ରଖିବା ସହ କ୍ଷେତ୍ର କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟରେ ସଜାଗତା ପ୍ରତି ଗୁରୁତ୍ୱ ଦେଇଛନ୍ତି।

ରେଲୱେ ସୁରକ୍ଷା ବଳ ଜରୁରୀ କାଳୀନ ଆବଶ୍ୟକତା ଅନୁସାରେ ସହଯୋଗ କରିବେ ଏବଂ ଏନ୍‌.ଡ଼ି.ଆର.ଏଫ୍ ଦଳ ସହ ସର୍ବଦା ସଂପର୍କ ସ୍ଥାପନ। ସବୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଓ ରେଳ କଲୋନି ଓ ଷ୍ଟେସନ ଅଂଚଳରେ ଆରପିଏଫ ଜବାନମାନଙ୍କୁ ନିୟୋଜିତ କରାଯିବ। ଜରୁରୀ କାଳୀନ ଟ୍ରେନ ଚଳାଚଳ ପାଇଁ ଡିଜେଲ ଇଞ୍ଜିନକୁ କାର୍ଯ୍ୟକାରୀ କରାଯିବ । ଜଳ ପ୍ଲାବିତ ଅଂଚଳ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବ।

ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟ୍ରାକ, ରେଳ ପୋଲ ଗୁଡ଼ିକର ବ୍ରିଜ ମରାମତି ସେବା ବ୍ୟବସ୍ଥା ସାମଗ୍ରୀ ଯଥା ବୋଲଡର, ବାଲି, ସିଣ୍ଡର, କ୍ୱାରି ଡଷ୍ଟ, ବାଲାଷ୍ଟକୁ ଚିହ୍ନିତ ସ୍ଥାନମାନଙ୍କରେ ରଖାଯିବ। ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ଓ ଉପକରଣକୁ ପ୍ରସ୍ତୁତ କରି ରଖାଯିବ। ବ୍ରିଜ ସାମଗ୍ରୀକୁ ପ୍ରସ୍ତୁତ ରଖାଯିବ ଯେପରି ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ ହୋଇ ପାରିବ। ପୂର୍ବତଟ ରେଳପଥ ସର୍ବଦା ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତୀୟ ରେଳପଥର ସବୁଠାରୁ ଲାଭଜନକ ଜୋନ ପୂର୍ବତଟ ରେଳପଥ

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ପୂର୍ବ ତଟ ରେଳପଥ ୧୫୦.୫୬ ମେଟ୍ରିକ ଟନ୍ ମାଲ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ୧୨୩.୭୨ ମେଟ୍ରିକ ଟନ୍ ଥିଲା। ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ୨୬.୮୪ ମେଟ୍ରିକ ଟନ୍ ଅଧିକ ମାଲ ବୋଝେଇ କରିଛି ଯାହର ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପରିମାଣ ୨୨%।

ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୋଡ ଡିଭିଜନ ରୁ ୧୦୦.୬୫ ମେଟ୍ରିକ ଟନ୍‌, ୱାଲଟିୟର ଡିଭିଜନରୁ ୪୨.୧୫ ମେଟ୍ରିକ ଟନ୍ ଓ ସମ୍ବଲପୁର ଡିଭିଜନରୁ ୭.୭୬ ମେଟ୍ରିକ ଟନ୍ ମାଲ ପରିବହନ କରାଯାଇ ଅଛି।

କେବଳ ନଭେମ୍ବର ମାସରେ ଏହି ଜୋନ ଗତ ବର୍ଷର ଏହି ମାସରେ ୧୮.୮୪ଏମଟି ବୋଝେଇ କରିଥିବା ବେଳେ ଚଳିତ ବର୍ଷ ୧୯.୭୧ ମେଟ୍ରିକ ଟନ୍ ମାଲ ବୋଝେଇ କରିଛି, ଯାହାର ବୃଦ୍ଧିର ପରିମାଣ ୫% ଅଟେ।

ପୂର୍ବ ତଟ ଜୋନ ମଧ୍ୟ ଏହି ସମୟ ପାଇଁ ରେଲୱେ ବୋର୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ ୧୪୫.୫୩ ମେଟ୍ରିକ ଟନ୍ କୁ ଅତତିକ୍ରମ କରି ପାରିଛି। ପୂର୍ବ ତଟ ରେଳପଥର ସବୁ ୩ ଗୋଟି ଡିଭିଜନ ଯଥା ଖୋର୍ଦ୍ଦାରୋଡ, ୱାଲଟିୟର ଓ ସମ୍ବଲପୁରର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ହେତୁ ସମ୍ଭବ ହୋଇ ପାରିଛି। ଏହି ସମୟରେ ପୂର୍ବତଟ ରେଳପଥ ୮୪.୯୩ ମେଟ୍ରିକ ଟନ୍ ର କୋଇଲା, ୫.୨୫ ମେଟ୍ରିକ ଟନ୍ ର ଷ୍ଟିଲ ପ୍ଲାଂଟ ପାଇଁ କଂଚାମାଲ,୧୪.୦୬ ମେଟ୍ରିକ ଟନ୍ ର ଲୁହା ଓ ଇସ୍ପାତ, ୨୦.୩୭ ମେଟ୍ରିକ ଟନ୍ ର ଲୁହା ପଥର,୦.୭୫ ମେଟ୍ରିକ ଟନ୍ ର ସିମେଂଟ, ୧.୯୮ ମେଟ୍ରିକ ଟନ୍ ର ଖାଦ୍ୟ ଶସ୍ୟ, ୩.୩୯ ମେଟ୍ରିକ ଟନ୍ ର ସାର,୧.୭୪ ମେଟ୍ରିକ ଟନ୍ ର ପିଓଏଲ, ୨.୭୩ ମେଟ୍ରିକ ଟନ୍ ର ମାଲକୁ କଂଟେନରରେ ଓ ୧୪.୯୬ ମେଟ୍ରିକ ଟନ୍ କୁ ଅନ୍ୟାନ୍ୟ ମାଲ ରୂପେ ପରିବହନ କରିଛି।

ମାଲ ପରିବହନ କରିବାରେ ପ୍ରମୁଖ ଭୂମିକା ଭାବରେ ଅବଦାନ ଦେଇଥିବା ସଂସ୍ଥା ଗୁଡ଼ିକ ହେଲା ତାଳଚେର, ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ, ନୟାଗଡ଼ ଏରିଆ, କେକେ ଲାଇନ, ଷ୍ଟିଲ ପ୍ଲାଂଟ, ଆଲୁମିନିୟମ ପ୍ଲାଂଟ ଓ ପୂର୍ବ ତଟ ରେଳପଥର ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ପାଳିତ ହେଲା ସମ୍ବିଧାନ ଦିବସ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ୱରସ୍ଥ ରେଳ ସଦନ ଠାରେ ଆଜି ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଏବଂ କର୍ମଚାରୀମାନେ ସମଗ୍ର ଦେଶରେ ସମ୍ବିଧାନ ପ୍ରତିଷ୍ଠା ଦିବସ ଉତ୍ସବର ନେତୃତ୍ୱ ନେଇଥିବା ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଲାଇଭ୍ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେଇଥିଲେ।

ଏହା ବ୍ୟତୀତ ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଅଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ରେଳପଥର ପରିସୀମା ମଧ୍ୟରେ ଦୂର ସ୍ଥାନଗୁଡିକ ଠାରେ ରେଳବାଇ କର୍ମଚାରୀ ଏବଂ ଅଧିକାରୀମାନେ ୱେବ୍ ଲିଙ୍କ୍ ମାଧ୍ୟମରେ ଭାରତୀୟ ସମ୍ବିଧାନର ଲାଇଭ୍ ଷ୍ଟ୍ରିମିଂ ଦେଖିବା ସହିତ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେଇଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ସମ୍ବିଧାନ ଦିବସ ପାଳନ ଉତ୍ସବକୁ ଦେଖାଇବାପାଇଁ ଏବଂ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେବାପାଇଁ ବିଭିନ୍ନ ରେଳ ଷ୍ଟେସନରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଆୟୋଜନ କରାଯାଇଥିଲା।

ପୂର୍ବତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ରେଳ ସଦନ ଠାରେ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ରେଳବାଇର ବଡ ନିଷ୍ପତି, ଏଣିକି ସମସ୍ତ ଟ୍ରେନ ଚଳାଚଳ କରିବାକୁ ହେଲା ଘୋଷଣା

ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣ ହ୍ରାସ ହେତୁ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସମସ୍ତ ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତି କରିଛି। ମେଲ, ଏକ୍ସପ୍ରେସ, ପାସେଞ୍ଜର ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ନିୟମିତ ଟ୍ରେନ୍ ଚଳାଚଳ କରିବ। କୋଭିଡ୍ ପୂର୍ବରୁ ଯେଉଁ ଟ୍ରେନ ଭଡା ନିଆଯାଉଥିଲା ସେହି ଅନୁଯାୟୀ ତତ୍କାଳ ଟ୍ରେନ୍ ଚଳାଚଳ କରାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ଏହି ନିଷ୍ପତ୍ତି ଅନୁଯାୟୀ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା କିମ୍ବା ଯାତ୍ରା ସମାପ୍ତ କରୁଥିବା ପ୍ରାୟ ୭୬ ମେଲ୍, ଏକ୍ସପ୍ରେସ ଓ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୪ ଟି ପାସେଞ୍ଜର ଟ୍ରେନ୍ ଗୁଡିକୁ ତୁରନ୍ତ ଚଳାଚଳ କରିବ। ହେଲେ କୋଭିଡ ମହାମାରୀ ସମୟରେ କଟକଣା ଲାଗୁ ହୋଇଥିବା ପ୍ରତିବନ୍ଧକ ଲାଗୁ ରହିବ ବୋଲି ନିଷ୍ପତି ହୋଇଛି।

ଟ୍ରେନ ନମ୍ବରର ପ୍ରଥମ ଅଙ୍କ ବର୍ତ୍ତମାନ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ପରି ଶୂନ୍ୟ ରହିବ ନାହିଁ। ଟ୍ରେନ୍ ଗୁଡିକ ବର୍ତ୍ତମାନ ସେମାନଙ୍କର ନିୟମିତ ସଂଖ୍ୟା ସହିତ ପୂର୍ବଭଳି ଚଳାଚଳ କରିବ ଏବଂ ଟ୍ରେନ ଭଡା କୋଭିଡ୍ ପୂର୍ବବର୍ତ୍ତି ସମୟ ପରି ସ୍ୱାଭାବିକ ଅବସ୍ଥାକୁ ଫେରିବ।

କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ନିୟମିତ ମେଲ୍, ଏକ୍ସପ୍ରେସ ଟ୍ରେନ୍ ଗୁଡିକ ସ୍ୱତନ୍ତ୍ର ମେଲ୍, ଏକ୍ସପ୍ରେସ ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଭାବରେ ପରିଚାଳିତ ହେଉ ନ ଥିଲା। ବର୍ତ୍ତମାନ ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ୱାର୍କିଂ ଟାଇମ୍ ଟେବୁଲ୍, ୨୦୨୧ ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିସ୍ତୃତ ନିୟମ ଅନୁଯାୟୀ ଟ୍ରେନ୍ ସେବା ନିୟମିତ ନମ୍ବର ଏବଂ କୋଭିଡ ପୂର୍ବ ଭଡା ସହିତ ସମ୍ପୃକ୍ତ ଶ୍ରେଣୀ ଏବଂ ଟ୍ରେନ୍ ଗୁଡିକର ପ୍ରକାର ପାଇଁ ପ୍ରଯୁଜ୍ୟ ହେବ।

ଦୀର୍ଘ ଦୂରତା ମେଲ୍ ଏକ୍ସପ୍ରେସ ଟ୍ରେନରେ ଦ୍ୱିତୀୟ ଶ୍ରେଣୀ (ସାଧାରଣ କୋଚ୍ ଏବଂ SLR କୋଚର ଯାତ୍ରୀ ଅଂଶ) ସଂରକ୍ଷିତ ଭାବରେ ବୁକ୍ ହୋଇ ରହିବ ଏବଂ ବିଶେଷ କ୍ଷେତ୍ରରେ ଅନୁମତି ପ୍ରାପ୍ତ କେତେକ ଟ୍ରେନରେ ଅଣସଂରକ୍ଷିତ ଉପଲବ୍ଧ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱଜିତ୍ ସାହୁ ହେଲେ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭୁବନେଶ୍ବର: ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ (ଆଇଆରଏସଏସ) ୨୦୧୩ ବ୍ୟାଚର ଅଧିକାରୀ ବିଶ୍ୱଜିତ୍ ସାହୁ ପୂର୍ବ ତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା ବିଦାୟୀ ମୁଖ୍ୟ ଜନ ସଂପର୍କ ଅଧିକାରୀ (ସିପିଆରଓ) ତଥା ଭାରତୀୟ ରେଳବାଇ ମେକାନିକାଲ ଇଂଜିନିୟରିଂ ସେବା ଅଧିକାରୀ କୋୖଶଳେନ୍ଦ୍ର କିଶୋର ଖାଡ଼ଙ୍ଗାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି।

ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଭାବରେ ଦାଇତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସାହୁ ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଉପ ମୁଖ୍ୟ ଭଣ୍ଡାର ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ।  ରେଳବାଇର କାର୍ଯ୍ୟ ସମ୍ପାଦନାରେ ସାମଗ୍ରୀ ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ସେ ବିଶାଖାପାଟନମ ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଓ ଡିଭିଜନାଲ ମ୍ୟାଟେରିଆଲ୍ ମ୍ୟାନେଜର ଏବଂ ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳ ଡବା ମରାମତି କାରଖାନା ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି।

ଭୁବନେଶ୍ୱରସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ରୁ ବି.ଟେକ ଏବଂ ଆଇ.ଆଇ.ଟି. କାନପୁରରୁ ଏମ.ଟେକ୍ ଡିଗ୍ରୀ ହାସଲ କରିବା ପରେ ଶ୍ରୀ ସାହୁ ୨୦୧୫ ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ଓଡ଼ିଶାର ଦେବଗଡ଼ ଜିଲ୍ଲା ବୁଢାପାଳ ନିବାସୀ ପୁରୁଷୋତ୍ତମ ସାହୁଙ୍କ ସୁପୁତ୍ର ଅଟନ୍ତି। ଶ୍ରୀ ସାହୁ ବହି ପଢିବା ଓ କ୍ରୀଡାରେ ରୁଚି ରଖନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ -2021 ଉଦଯାପିତ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଆଜି ଶେଷ ହୋଇଛି। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ସମସ୍ତ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏହି ଅବସରରେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ପେଣ୍ଟିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କୁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ। ସତର୍କତା ସଚେତନତା ସପ୍ତାହ -୨୦୨୧ କୁ ସ୍ମରଣୀୟ କରିବା ପାଇଁ ରେଳପଥର ସତର୍କତା ବିଭାଗ ପକ୍ଷରୁ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ତଥା ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିଥିଲା ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ସେବା କରିବାରେ ସାହାଯ୍ୟ କରିବ।

ଏହି ଅବସରରେ ଶ୍ରୀ ସୁଧୀର କୁମାର ପୂର୍ବତଟ ରେଳପଥର ୱାଲ ମାଗାଜିନ ଅତସୀ କୁସୁମର ଅନାବରଣ କରିଥିଲେ। ଚଳିତ ମାସର ସ୍ୱତନ୍ତ୍ର ସଂସ୍କରଣ ସତର୍କତା ସମ୍ବନ୍ଧରେ ଆଧାରିତ ଥିଲା। ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ମହାପାତ୍ର ଏହି ଉଦଯାପନୀ ଉତ୍ସବକୁ ସଂଯୋଜନା କରିଥିଲେ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ସାବଧାନ!: ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ବର: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇପାରନ୍ତି। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ କରିବାକୁ ଦିଅନ୍ତୁ ନାହିଁ।

ଦୀପାବଳୀ ଯେତିକି ପାଖେଇ ଆସୁଛନ୍ତି, ପୂର୍ବ ତଟ ରେଳପଥ ଯାତ୍ରୀ ଏବଂ ମେଲ/ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି। ଟ୍ରେନ୍ ଯାତ୍ରା ସମୟରେ ଜ୍ୱଳନ୍ତ ଜିନିଷ ବହନ କରିବା କଠୋର ନିଷେଧ।  ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ କରାଯାଇ ଏହାର ସମସ୍ତ ତିନୋଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲ୍ଟେୟାରକୁ କଡା ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଛି।

ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ ନେଉଥିବାର ଦେଖାଯାଏ, ତେବେ ଟ୍ରେନ ଯାତ୍ରୀମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ ପରିଚାଳକ, ଟ୍ରେନର ଗାର୍ଡ ମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପ ଲାଇନ୍ ନମ୍ବର ୧୩୯ କୁ ଫୋନ କଲ କରିପାରିବେ। ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ଫଟକା ଏବଂ ବିସ୍ଫୋରକ ପଦାର୍ଥ ପରିବହନ କରିବାର ବିପଦ ବିଷୟରେ ଅବଗତ କରାଇବା ପାଇଁ ପୂର୍ବ ତଟ ରେଳପଥ ସୁରକ୍ଷା ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ଫଟକା ପରିବହନ ନେଇ କୌଣସି ସନ୍ଦେହ ହେଲେ ଏହି ପରିପ୍ରେକ୍ଷୀରେ ଯାତ୍ରୀମାନେ ରେଳବାଇ କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଅଛି ଏବଂ ରେଳବାଇ ପକ୍ଷରୁ ଟ୍ରେନରେ ଏହି ଅନିୟମିତତା ସମ୍ବନ୍ଧରେ କଡାକଡି ଯାଞ୍ଚ କରାଯାଉଛି।

ଏହା ବ୍ୟତୀତ ଷ୍ଟେସନରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଗ୍ରହଣ କରାଯାଇଅଛି। ସରକାରୀ ରେଳ ପୋଲିସ (GRP), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳ କର୍ମଚାରୀଙ୍କୁ ନିୟୋଜିତ କରି ଅନିୟମିତତା ସମ୍ବନ୍ଧରେ ଯାଞ୍ଚ କରାଯିବ ଏବଂ ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ କଡାକଡି ଯାଞ୍ଚ ପାଇଁ ବିଶେଷ ଧ୍ୟାନ ଦିଆଯାଉଅଛି।

ଏଗୁଡିକ ବ୍ୟତୀତ ଟ୍ରେନ୍ ଏବଂ ଷ୍ଟେସନରେ ଜ୍ୱଳନ୍ତ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଟ୍ରେନ୍ ଏସକର୍ଟିଂ ଦଳ ଏବଂ ମେରୀ ସହେଲୀ ଦଳମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ଷ୍ଟେସନ୍, ଗୁଡ୍ ଶେଡ୍, ଗାର୍ଡ ତଥା ଗାର୍ଡର ବ୍ରେକ୍ ଭ୍ୟାନ୍ରୁ ଏବଂ ଏସି କୋଚ୍, ପାନ୍ଟ୍ରି କାର୍ ଏବଂ ଲୋକୋମୋଟିଭରେ ପୃଥକ ପୃଥକ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ନିର୍ବାପକ ଉପକରଣ ଯୋଗାଇ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳ ସଦନ ଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜାତିର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ପାଇଁ ଉତ୍ସର୍ଗୀକୃତ ହେବା ଏବଂ ରାଷ୍ଟ୍ରିୟ ଏକତା ଦିବସରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦର୍ଶନ ଏବଂ କର୍ମ ଉପରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଛନ୍ତି। ଏହା ପରେ ବିଦ୍ୟା ଭୂଷଣ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ୱାରା ଆୟୋଜିତ ସାଇକେଲ ଓ ମଟର ସାଇକେଲ ରାଲି “ରନ୍ ଫର୍ ୟୁନିଟି” କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

ମହାପ୍ରବନ୍ଧକଂକ ନେତୃତ୍ୱରେ ପୂର୍ବତଟ ରେଳପଥର ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ମୁଖ୍ୟାଳୟ ରେଳସଦନ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏକତା ଦିବସ ସମାରୋହରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରେଳବାଇ ବୋର୍ଡ ସଦସ୍ୟଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ (ଅପରେସନ୍ସ ଏବଂ ବିଜିନେସ୍ ଡେଭଲପମେଣ୍ଟ) ସଞ୍ଜୟ କୁମାର ମହାନ୍ତି ଆଜି ରେଳ ପରିଚାଳନା କାର୍ଯ୍ୟ ଏବଂ ବ୍ୟବସାୟ ବିକାଶକୁ ନେଇ ପୂର୍ବ ତଟ ରେଳପଥର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ରେଳବାଇ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି।

ପଣ୍ୟ ପରିବହନରେ ଉନ୍ନତି ଆଣିବା ପାଇଁ ଶ୍ରୀ ମହାନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଏବଂ ଶିଳ୍ପ, ବନ୍ଦର ଓ କର୍ପୋରେଟ୍ ଏଜେନ୍ସି ମାନଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଛନ୍ତି।​ ଏହା ଉଭୟ ରେଳବାଇ ର ବିଭିନ୍ନ ଷ୍ଟେକ୍ ହୋଲ୍ଡର ଏବଂ ରେଳବାଇକୁ ଉପକୃତ କରିବ।

ରେଳ ଲାଇନ ସମ୍ପ୍ରସାରଣ ସହିତ ଦୋହରୀକରଣ ଓ ତୃତୀୟ ଲାଇନ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବାପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ପରିବହନରେ ରେଳବାଇର ଅଂଶ ବୃଦ୍ଧି ପାଇଁ ରେଳବାଇକୁ ଶିଳ୍ପ ଏବଂ ବାଣିଜ୍ୟର ନିକଟତର କରିବା ପାଇଁ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ କହିଥିଲେ।

ନୂତନ ଟ୍ରାଫିକକୁ ଆକୃଷ୍ଟ କରିବା ପାଇଁ ଶ୍ରୀ ମହାନ୍ତି ଅଧିକାରୀମାନଙ୍କୁ ବାଣିଜ୍ୟ ଏବଂ ଶିଳ୍ପ ସହିତ ବାରମ୍ବାର ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ବର୍ତମାନର ପରିବହନ ଢାଞ୍ଚା ବିଷୟରେ ଜାଣିବା ସହ ରେଳବାଇକୁ ଅଧିକ ଟ୍ରାଫିକ୍ ଆକର୍ଷିତ କରିବାକୁ ସେ କହିଥିଲେ। ଏହା ବ୍ୟତୀତ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ବିଭିନ୍ନ ଅଣ-ବଲ୍କ ସାମଗ୍ରୀ ଟ୍ରାଫିକ୍ ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରିବା ସହିତ ବର୍ତ୍ତମାନ ଚାଲୁଥିବା ପାରମ୍ପାରିକ ଦ୍ରବ୍ୟରେ ରେଳବାଇର ଅଂଶକୁ ସୁଦୃଢ କରିବାକୁ ଉଚିତ୍ ବୋଲି କହିଥିଲେ। ଗ୍ରହଣ କରାଯାଇଥିବା ଯେକୌଣସି ପ୍ରସ୍ତାବ ତୁରନ୍ତ ବିଶ୍ଳେଷଣ କରାଯାଇ ଆବଶ୍ୟକ ହେଲେ ତୁରନ୍ତ ସହାୟତା ଯୋଗାଇଦେବାକୁ କହିଥିଲେ।

Categories
ବିଶେଷ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ କରାଯାଇପାରିବ ଯାତ୍ରା

 ​​ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ​​୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବାପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ମାସ ପହିଲା ଠାରୁ ପୂର୍ବ ତଟ ରେଳପଥ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ରେ ଥିବା ସମ୍ପୂର୍ଣ ସଂରକ୍ଷିତ କୋଚ ମାନଙ୍କ ମଧ୍ୟରୁ ପ୍ରତ୍ୟକ ତିନିଟି ଲେଖା କୋଚକୁ ଅଣସଂରକ୍ଷିତ କରାଯାଇଛି ଏବଂ ଏହା ସହିତ ଗାର୍ଡ ତଥା ଲଗେଜ ଭ୍ୟାନ କୋଚ ଗୁଡିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ଉପଲବ୍ଧ କରାଯାଇଅଛି। ଏହି ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ମେଲ୍/ଏକ୍ସପ୍ରେସ୍ ଭଡା ଆଦାୟ ହେବ। ଏହି ଟ୍ରେନ୍ ଗୁଡିକ ହେଲା…

୦୧- ୦୮୩୦୧/୦୮୩୦୨ ସମ୍ବଲପୁର-ରାୟାଗଡା-ସମ୍ବଲପୁର ବିଶେଷ ଟ୍ରେନ।

୦୨- ୦୮୫୬୯/୦୮୫୭୦ ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ।

୦୩- ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ।

୦୪- ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ।

୦୫- ୦୮୫୦୭/୦୮୫୦୮ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ।

୦୬- ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ।

ସମ୍ବଲପୁର-ରାୟାଗଡା-ସମ୍ବଲପୁର ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୭, ୮ ଏବଂ ୯, ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୫, ୬ ଏବଂ ୭, ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନରେ କୋଚ୍ ନମ୍ବର ଡି/ ୫, ୬ ଏବଂ ୭, ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୪,୫ ଏବଂ ୬, ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୮, ୯ ଏବଂ ୧୦ ଏବଂ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୭, ୮ ଏବଂ ୯ କୁ ଅଣସଂରକ୍ଷିତ କୋଚରେ ପରିଣତ କରାଯାଇଅଛି।

ଉପରୋକ୍ତ ଟ୍ରେନ ଗୁଡିକ ସହିତ, ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ କୁ ସଂପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍ ଭାବରେ ନଭେମ୍ବର ମାସ ପହିଲା ଠାରୁ ଚଳାଚଳ କରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି।  ଏହି ଟ୍ରେନ୍ ଗୁଡିକ ହେଲା …

୦୧- ୦୮୫୩୧/୦୮୫୩୨ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ।

୦୨- ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ।

୦୩- ୦୮୨୪୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ବିଶେଷ ଟ୍ରେନ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ “କଳିଙ୍ଗ ରେଳ ସଂଗ୍ରହାଳୟ” ଉଦ୍ଘାଟିତ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ରେଳପଥର ଐତିହ୍ୟ ସଂଗ୍ରହାଳୟ “କଳିଙ୍ଗ ରେଳ ସଂଗ୍ରହାଳୟ” କୁ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ଓ ରେଳପଥର ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ କରିଛନ୍ତି।

ଭାରତୀୟ ରେଳ ବିଶେଷ ଭାବେ ପୂର୍ବ ତଟ ରେଳପଥର ଏକ ସମୃଦ୍ଧ ଏବଂ ଚମତ୍କାର ଇତିହାସ ରହିଛି। ରେଳପଥ ବିଷୟରେ ଅନେକ ଅକୁହା କାହାଣୀ ଅଛି। ଭୁବନେଶ୍ୱରରେ ରେଳ ସଂଗ୍ରହାଳୟ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ପୁରୁଣା ରେଳ ଉପକରଣର ସଂରକ୍ଷଣ, ଏହି ଅଞ୍ଚଳରେ ରେଳବାଇର ସମୃଦ୍ଧ ଇତିହାସ ପ୍ରଦର୍ଶନ କରିବା, ରେଳବାଇ ଏବଂ ଏହାର ସଫଳତା ବିଷୟରେ ଜନସାଧାରଣଙ୍କୁ ଆଲୋକିତ କରିବା ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା। ପୂର୍ବ ତଟ ରେଳପଥର ସମୃଦ୍ଧ ଐତିହ୍ୟ ସହିତ ଭାରତୀୟ ରେଳବାଇର ଦୀର୍ଘ ଏବଂ ଜୀବନ୍ତ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଏହି ରେଳ ସଂଗ୍ରହାଳୟରେ ପ୍ରୟାସ କରାଯାଇଛି।

ପୁରାତନ ଉପକରଣ, ଯନ୍ତ୍ର, ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ମଡେଲଗୁଡିକ ମଧ୍ୟ ଏହି ଐତିହ୍ୟ ସଂଗ୍ରହାଳୟରେ କଳାକୃତି, ମଡେଲ ଏବଂ ଫଟୋଗ୍ରାଫ ଗୁଡିକର ଏକ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସଂରକ୍ଷିତ କରାଯାଇଛି। ଭିତର ବିଭାଗରେ, ଭାରତର ରେଳବାଇର ପ୍ରଥମ ଦିନରୁ ବିଭିନ୍ନ ଦଲିଲ, ପୁରୁଣା ମାନୁଆଲ, ରେଳ ମାନଚିତ୍ର, ଉପକରଣ ଏବଂ ଫଟୋଗ୍ରାଫ୍ ପ୍ରଦର୍ଶିତ ହୋଇଛି ଯାହା ଦର୍ଶକଙ୍କୁ ଚମତ୍କାର ଇତିହାସ ଏବଂ ସମୃଦ୍ଧ ଐତିହ୍ୟ ଦର୍ଶାଇବାରେ ସହାୟତା କରିଛି। ଏଠାରେ ମଧ୍ୟ ବିଭିନ୍ନ ଡକ୍ୟୁମେଣ୍ଟାରୀ ସହିତ ରେଳବାଇ କର୍ମଚାରୀ ମାନଙ୍କର ପୋଷାକ ପ୍ରଦର୍ଶନ ପାଇଁ ବ୍ୟବହୃତ ବୃତ୍ତି ଓ କଳାକୃତି ପରିଦର୍ଶକଙ୍କ ଆକର୍ଷଣ ପାଇଁ ରଖାଯାଇଅଛି।

ଡାକଘର ଷ୍ଟାମ୍ପ ଏବଂ ବିଭିନ୍ନ ପୁରୁଣା ଷ୍ଟେଟ ରେଳବାଇ ମାନଙ୍କର ଲୋଗୋର ଆର୍ଟିକ୍ୟୁଲେଟ୍ ପ୍ରଦର୍ଶନ ଦର୍ଶକଙ୍କୁ ବିଗତ ଦିନର ରେଳବାଇ କାର୍ଯ୍ୟଶୈଳୀକୁ ମନେପକାଇ ଦେଉଛି ଯାହାକି ପୂର୍ବରୁ ଟ୍ରେନ ଯାତ୍ରା ସମୟର ସ୍ମରଣୀୟ କଥାଗୁଡ଼ିକୁ ମନେପକାଇ ରେଳବାଇର ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଶଂସା କରୁଛି। ଏହା ମଧ୍ୟ ପରିଦର୍ଶକମାନଙ୍କୁ ଏଠାରେ କିଛି ଗୁଣାତ୍ମକ ସମୟ ବିତାଇ ଭାରତୀୟ ରେଳ ବିଷୟରେ ସେମାନଙ୍କର ଜ୍ଞାନ ବୃଦ୍ଧି କରାଇବାରେ ସହଜ କରିବ।

Categories
ଆଜିର ଖବର ରାଜ୍ୟ ଖବର

ସତର୍କତା ସଚେତନତା ସପ୍ତାହ: ପୂର୍ବତଟ ରେଳପଥ ପକ୍ଷରୁ ଉପଭୋକ୍ତା ଓ ଭାଗିଦାରୀମାନଙ୍କ ବୈଠକ

ଭୁବନେଶ୍ବର: ସତର୍କତା ଜାଗରଣ ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଠାରେ “ସ୍ୱତନ୍ତ୍ର ଭାରତ @୭୫: ସତ୍ୟନିଷ୍ଠାରୁ ଆତ୍ମନିର୍ଭରତା” ସମ୍ବନ୍ଧରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଅଛି ଯେଉଁଥିରେ ସମ୍ବୋଧନ କରି ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର କର୍ମକ୍ଷେତ୍ରରେ ସତ୍ୟନିଷ୍ଠାରୁ ଆତ୍ମନିର୍ଭରତା ଅନୁକରଣ କରିବାକୁ ଗୁରୁତ୍ୱାରୋପ କରିଥିଲେ।

ଅତିଥି ବକ୍ତା ଭାବରେ ଆମନ୍ତ୍ରିତ ବିଶିଷ୍ଟ ସାମ୍ବାଦିକ ଅଶୋକ ପଣ୍ଡା ଆମର ଦୈନନ୍ଦିନ ଜୀବନରେ ଅଖଣ୍ଡତା ଏବଂ ସଚ୍ଚୋଟତାର ଗୁରୁତ୍ୱ ଉପରେ କହିଥିଲେ। ସେ ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତାର ସଂଜ୍ଞା, ଆମର କାର୍ଯ୍ୟରେ ଏହାର ପ୍ରଭାବ ଏବଂ ଆମର ଦୈନନ୍ଦିନ ଜୀବନରେ ଏହାକୁ କିପରି ଅନୁସରଣ କରିବେ ସେ ବିଷୟରେ ସେ ବର୍ଣ୍ଣନା କରିଥିଲେ।

ରେଳପଥର ବିଭିନ୍ନ ବିଭାଗର ପ୍ରମୁଖ ବଭାଗୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସ୍ୱତନ୍ତ୍ର ଭାରତ @୭୫: ସତ୍ୟ ନିଷ୍ଠରୁ ଆତ୍ମନିର୍ଭରତା ଅନୁସରଣ କରିବା ସହିତ ଜଣେ ବ୍ୟକ୍ତି କିପରି ଇଚ୍ଛାଠାରୁ ଉର୍ଦ୍ଧ୍ୱରେ ରହିପାରିବେ ସେ ବିଷୟରେ କହିଥିଲେ।

ଏହାପୂର୍ବରୁ, ପୂର୍ବ ତଟ ରେଳ ବିଭାଗର ସତର୍କତା ବିଭାଗ ପକ୍ଷରୁ ଏହାର ସମସ୍ତ ଭାଗିଦାରୀ, ହିତାଧିକାରୀ ଏବଂ ଯୋଗାଣକାରୀଙ୍କ ସହିତ ଏକ କଥୋପକଥନ ଅଧିବେଶନ ଆୟୋଜନ କରିଛି ଯାହାଦ୍ୱାରା ଗ୍ରାହକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆଣିବା ସହ ଉଭୟ ରେଳବାଇ ଏବଂ ଶିଳ୍ପର ପ୍ରଗତିରେ ତଥା ଅଭିବୃଦ୍ଧିରେ ସାହାଯ୍ୟ କରିବା ସହିତ ସେମାନଙ୍କର ମତାମତ, ଅଭିଯୋଗର ସମାଧାନ ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ଯାହାକି ଉଭୟ ରେଳବାଇ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ସ୍ୱଚ୍ଛତା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ଏବଂ ଉଭୟ ହିତାଧିକାରୀ ଓ ରେଳବାଇର ଅଭିବୃଦ୍ଧିରେ ସହାୟକ ହେବ।

ଆଲୋଚନା ସମୟରେ ହିତାଧିକାରୀଙ୍କ ସହ କାରବାର ଏବଂ ଅଭିଯୋଗକୁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଭାବରେ ସମାଧାନ କରିବାରେ ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା।  ଏହା ବ୍ୟତୀତ, ଦ୍ରବ୍ୟ ଏବଂ ସେବା କ୍ରୟ କରିବା ସହିତ ଚୁକ୍ତିନାମା କରିବା ସମୟରେ ଏହା ଅତ୍ୟନ୍ତ ସ୍ୱଚ୍ଛତା ରହିବ ଉଚିତ ବୋଲି କୁହାଯାଇଥିଲା।

ବିଭିନ୍ନ ଶିଳ୍ପ ସଂସ୍ଥା ପରି ହିତାଧିକାରୀ ଏବଂ ରେଳ ଉପଭୋକ୍ତା ଯଥା ଇସ୍ପାତ କାରଖାନା, ବନ୍ଦର, ଯୋଗାଣକାରୀ, ବ୍ୟାଙ୍କ ଏବଂ କଣ୍ଟ୍ରାକ୍ଟରଙ୍କ ପ୍ରତିନିଧୀମାନେ ଏହି ଇଣ୍ଟରାକ୍ଟିଭ୍ ଅଧିବେଶନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସତର୍କତା ସଚେତନତା ସପ୍ତାହ: ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ନେଲେ ଶପଥ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୧ ପାଳନ ଅବସରରେ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ୱାଲଟିୟର ରେଳ ମଣ୍ଡଳ ମୁଖ୍ୟାଳୟ ଠାରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ମହାପ୍ରବାଣ୍ଡଝାଙ୍କ ସୁଧୀର କୁମାର ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ଅଖଣ୍ଡତା” ଉପରେ ଶପଥ ପାଠ କରାଇଥିଲେ।

ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ ନିୟମର ପାଳନ କରିବା, କାହାଠାରୁ ଲାଞ୍ଚ ନନେବା କିମ୍ବା ନଦେବା, ସମସ୍ତ କାର୍ଯ୍ୟକୁ ସଛୋଟତା ସହ ପାରଦର୍ଶିତା ଭଳି କାର୍ଯ୍ୟକରିବା, ସାର୍ବଜନିକ ହିତରେ କାର୍ଯ୍ୟକରିବା, ବ୍ୟକ୍ତିଗତ ବ୍ୟବହାରରେ ସତ୍ୟନିଷ୍ଠା ପ୍ରଦର୍ଶନ କରିବା ସହ ଉଦାହରଣ ଦ୍ୱାରା ନେତୃତ୍ୱ ନେବା ଏବଂ ଭ୍ରଷ୍ଟାଚାରର ଯେକୌଣସି ଘଟଣାକୁ ଉଚିତ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ରେଳକର୍ମଚାରୀ ମାନେ ସଂକଳ୍ପ ନେଇଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ। ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସଞ୍ଜୟ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ମାଣ କାର୍ଯ୍ୟ ସରଳୀକରଣ ପାଇଁ ପୂର୍ବତଟ ରେଳପଥ ଏକୀକୃତ ମାନଦଣ୍ଡ ଅନୁସୁଚୀ ଗ୍ରହଣ କରିବ

ଭୁବନେଶ୍ବର: ପୋଲ ନିର୍ମାଣ କାର୍ଯ୍ୟ, କାର୍ଯ୍ୟ ଗଠନ ଏବଂ ରେଳ ଧାରଣା ସିଭିଲ୍ ଇଞ୍ଜିନିୟରିଂ କାର୍ଯ୍ୟ (ପରମାନେଣ୍ଟ ୱେ ୱାର୍କ୍ସ) ଗୁଡିକର କାର୍ଯ୍ୟକାରିତା ପାଇଁ ପୂର୍ବତଟ ରେଳପଥ ଏକୀକୃତ ମାନଦଣ୍ଡ ଅନୁସୁଚୀ (ୟୁନିଫାଏଡ୍ ଷ୍ଟାଣ୍ଡାର୍ଡ ସିଡ୍ୟୁଲ୍ ଅଫ୍ ରେଟ୍ (USSoR)) ଗ୍ରହଣ କରିବାକୁ ଯାଉଅଛି।

ଏହି ପ୍ରକ୍ରିୟା ସମସ୍ତ ରେଳ ସିଭିଲ୍ ଇଞ୍ଜିନିୟରର୍ମାନଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ। ଏହା ନିର୍ମାଣ, ରକ୍ଷଣାବେକ୍ଷଣ, କାର୍ଯ୍ୟ ଗଠନ, ପୋଲ କାର୍ଯ୍ୟ ଏବଂ ପରମାନେଣ୍ଟ ୱେ କାର୍ଯ୍ୟ ପାଇଁ ଉନ୍ନତ ମାନର ମାନଦଣ୍ଡ ସହିତ ମିତଵ୍ୟୟିତା, ସ୍ଥାୟୀତ୍ୱ, ଗୁଣବତ୍ତା, ଉନ୍ନତ ସୌନ୍ଦର୍ଯ୍ୟ ଏବଂ ନିରାପତ୍ତା ପାଇଁ ମଧ୍ୟ ଉପଯୋଗୀ ହେବ। ଏହା ସହିତ ଶ୍ରମ ଏବଂ ସାମଗ୍ରୀର ମୌଳିକ ନିବେଶ ମୂଲ୍ୟ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି।

​ପୂର୍ବ ତଟ ରେଳପଥ ଏହାର ଅଧିକାର ଅଧୀନରେ ପ୍ରଥମ ୟୁନିଫାଏଡ୍ ଷ୍ଟାଣ୍ଡାର୍ଡ ସିଡ୍ୟୁଲ୍ ଅଫ୍ ରେଟ୍-୧୯ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଅଛି। ଏହି ପ୍ରକ୍ରିୟା ରେଳ ବିଭାଗର ସିଭିଲ୍ ଇଞ୍ଜିନିୟରର୍ସଙ୍କ ଦ୍ୱାରା ମଧ୍ୟ ଦାବି କରାଯାଇଥିଲା। ରେଳବାଇ ବୋର୍ଡ ସମସ୍ତ ଜୋନାଲ ରେଳବାଇ, ରେଳବାଇ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ) ଏବଂ ଉତ୍ପାଦନ ୟୁନିଟ୍ ଗୁଡିକୁ ନିର୍ମାଣ କାର୍ଯ୍ୟଗୁଡ଼ିକର କାର୍ଯ୍ୟକାରିତା ପାଇଁ ଉପରୋକ୍ତ ୟୁନିଫାଏଡ୍ ଷ୍ଟାଣ୍ଡାର୍ଡ ସୂଚୀ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳ ସଦନ ଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ USSOR 2019 କୁ ଉନ୍ମୋଚନ କରିଛନ୍ତି।