Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

 ଆନ୍ତଃ ରାଜ୍ୟ ବିବାଦ ସମାଧାନ କରିବ ମନ୍ତ୍ରୀ ସ୍ତରୀୟ କମିଟି 

ଭୁବନେଶ୍ୱର: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ଗତକାଲି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

ଆଲୋଚନାରେ ଆଇନ ମନ୍ତ୍ରୀ ପଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୋଲାଭରମ ପ୍ରକଳ୍ପକୁ ଜୋରଦାର ବିରୋଧ କରିବ ବିଜେଡି, ନବୀନଙ୍କୁ ଦେଲେ ରିପୋର୍ଟ

ଭୁବନେଶ୍ବର: ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ।

ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ। ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡି ଯିବ। ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ। ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବ ସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନ ସଭା ତଥା ପଞ୍ଚାୟତ ସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ବିରୋଧି ଦଳ ନେତା ପରମର୍ଶ ଦେଇଥିଲେ। ସେ କହିଥିଲେ ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି। ଆଦିବାସୀ ଭାଇଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ପ୍ରତିନିଧି ଦଳର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ଶ୍ରୀ ମୁନ୍ନା ଖାଁ, ବିଧାୟକ ଶ୍ରୀ ମନୋହର ରାନ୍ଧାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଶ୍ରୀ ଝିନ ହିକକା, ଶ୍ରୀ ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ଶ୍ରୀ ପ୍ରିୟବ୍ରତ ମାଝୀ ପ୍ରମୁଖ ଆସି ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୋଲାଭରମ ଗସ୍ତରେ ଯିବେ ବିଜେଡିର ଏକ ଟିମ, ସୁପ୍ରିମୋଙ୍କୁ ଦେବେ ରିପୋର୍ଟ

ଭୁବନେଶ୍ବର: କେନ୍ଦ୍ରସରକାର ପୋଲାଭରମ ନିର୍ମାଣ ପାଇଁ ବ୍ୟବରାଦ କରିବା ପରେ ବର୍ତ୍ତମାନ ଓଡିଶାର ଚିନ୍ତା ବଢିଯାଇଛି। ଏହା ଦ୍ବାରା ଓଡିଶାର ବହୁ କ୍ଷତି ହେବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବ ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ପୂର୍ବରୁ ଓଡିଶା ଆନ୍ଧ୍ର ବିବାଦ ଚାଲିଥିବା ବେଳେ ବର୍ତ୍ତମାନ କେନ୍ଦ୍ରର ବଜେଟ ଏହାକୁ ଆହୁରି ବିବାଦୀୟ କରିଦେଇଛି।

ଏହାକୁ ନେଇ ବିଜେଡି ବର୍ତ୍ତମାନ ରାସ୍ତାକୁ ଓହ୍ଲାଇବ ବୋଲି ଜଣାପଡିଛି। ତେବେ ଏହି ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡିଶାର କଣ କ୍ଷତି ହେବ ତାହାର ଆକଳନ ପାଇଁ ବିଜେଡିର ଏକ ଟିମ ମାଲକାନଗିରିର ମୋଟୁ ଅଞ୍ଚଳ ପରିଦର୍ଶନ କରିବେ। ଏହି ଟିମ ଆସନ୍ତାକାଲି ବୁଧବାର ଦିନ ସେଠାକୁ ଯିବେ ବୋଲି ଜଣାପଡିଛି।

ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ଟିମ ଗଠନ କରାଯାଇଛି। ଏଥିରେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ବିଜେଡି ନେତା ଅଛନ୍ତି। ଏମାନେ ଫେରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ।