Categories
ଆଜିର ଖବର ରାଜ୍ୟ ଖବର

ବଦଳିଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଗତ ଦୁଇଦିନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ପିଲାଙ୍କ ସ୍ୱାସ୍ଥ୍ୟକୁ ଦେଖି ସାମୟିକ ଭାବେ ସ୍କୁଲକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ରାଜ୍ୟ ସରକାର ଏସଓପି ଜାରି କରିବା ସହ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। କିନ୍ତୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ସଂକ୍ରମଣ ଭୟ ଥିବାରୁ ସ୍କୁଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ: ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆଜି ପୁଣି ଥରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ମନ୍ତି ସ୍ପଷ୍ଟ କରିଛନ୍ତି। ଆସନ୍ତା ୩ ତାରିଖରେ ହିଁ ଏହି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପାଠ ପଢା ବାଧ୍ୟତାମୂଳକ ନୁହେଁ। ଯେଉଁ ଅଭିଭାବକମାନେ ଚାହିଁବେ, ସେମାନେ ତାଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିପାରିବେ। ଯେଉଁ ଛାତ୍ରଛାତ୍ରୀ ସ୍କୁଲକୁ ଯିବା ପାଇଁ ଇଚ୍ଛାପ୍ରକାଶ କରିବେ ନାହିଁ, ସେମାନେ ପୂର୍ବପରି ଅନଲାଇନରେ ପାଠ ପଢିପାରିବେ।

ଏହାପୂର୍ବରୁ ଗତକାଲି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଏନେଇ ସ୍ପଷ୍ଟ କରିଥିଲେ। ଗତ ୨୯ ତାରିଖରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ। ଯାହାକୁ ନେଇ ଗଣଶିକ୍ଷା ବିଭାଗ ସଚିବ ପ୍ରତିକ୍ରିୟା ରଖିବା ସହ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ କରିଥିଲେ।

ତେବେ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ପରିସରକୁ ବିଶୋଧନ କରାଯିବ। ମାସ୍କ ଏବଂ ସାମାଜିକ ଦୁରତ୍ଵ ଉପରେ ଅଧିକ ଗୁରତ୍ଵ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୂର ହେଲା ଆଶଙ୍କା: ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ

ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବା ପାଇଁ ଏବେ ସ୍ପଷ୍ଟ ହୋଇଛି। ସ୍କୁଲ ଖୋଲିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୩ ତାରିଖରେ ହିଁ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଧାରଣ କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସ୍ପଷ୍ଟ କରିଛନ୍ତି। ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଗତକାଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ।

ତେବେ ଏହାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ଏହା ଉପରେ ଥିବା ସମସ୍ତ ଆଶଙ୍କାକୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଦୂର କରିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ପରିସରକୁ ବିଶୋଧନ କରାଯିବ। ମାସ୍କ ଏବଂ ସାମାଜିକ ଦୁରତ୍ଵ ଉପରେ ଅଧିକ ଗୁରତ୍ଵ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ରାଜ୍ୟରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଜାନୁଆରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ। ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମ୍ମେଟିଭ-୧ ପରୀକ୍ଷା ଥିବା ସ୍କୁଲ ୧୦ ତାରିଖରୁ ଖୋଲିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସଓପି ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି କୁହାଯାଇଛି।

 

Categories
StateBoard ଆଜିର ଖବର ରାଜ୍ୟ ଖବର

ଦୂର ହେଲା ଦ୍ଵନ୍ଦ୍ଵ!: ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନେଇ ଏଭଳି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଖୋଲିବାକୁ ନେଇ ଅବିଭାବକମାନଙ୍କ ମନରେ ଅନେକ ଆଶଙ୍କା ରହିଛି। ତେବେ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଏକ ବଡ ବୟାନ ଦେଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର କୌଣସି ସମ୍ଭାବନା ନାହିଁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ରାଜ୍ୟରୁ ବର୍ତ୍ତମାନ କରୋନା ଭୟ ଦୂର ହୋଇନାହିଁ। ତୃତୀୟ ଲହର ସମ୍ଭାବନା ଏବେ ବି ଟଳି ନାହିଁ। ଏହି ସମୟରେ ଛୋଟ ଛୋଟ ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ବିପଦ ରହିଛି। ଏହି ବୟସର ପିଲାମାନେ ସାମାଜିକ ଦୁରତ୍ଵ କିମ୍ବା ସାନିଟାଇଜର କରିବା ଉପରେ ବିଶେଷ ସଚେତନ ନାହାନ୍ତି। ତେଣୁ କରୋନା ସଂକ୍ରମଣକୁ ଦେଖି ବର୍ତ୍ତମାନ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଉନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।