Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର

ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ 1 ଲକ୍ଷ 75 ହଜାର ଘରକୁ ପ୍ରଧାନମନ୍ତ୍ରୀ କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 12 ତାରିଖରେ ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟରେ ନିର୍ମିତ ହୋଇଥିବା 1.75 ଲକ୍ଷ ଘରର ଉଦ୍‌ଘାଟନ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏସବୁ ଘର କରୋନା ମହାମାରୀ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିର୍ମିତ ହୋଇଛି।

2022 ସୁଦ୍ଧା ସବୁ ନିରାଶ୍ରୟଙ୍କୁ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ 2016 ନଭେମ୍ବର 20ରେ ପ୍ରଧାନମନ୍ତ୍ରୀ ଗା୍ରମୀଣ ଆବାସ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସମଗ୍ର ଦେଶରେ ଏପର୍ଯ୍ୟନ୍ତ 1.14 କୋଟି ଗୃହ ନିର୍ମିତ ହୋଇଛି। ମଧ୍ୟପ୍ରଦେଶରେ 17 ଲକ୍ଷ ଗରିବ ଲୋକଙ୍କୁ ଏଯାବତ୍‌ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇ ଉପକୃତ କରାଯାଇଛି। ହିତାଧିକାରୀମାନେ ସମସ୍ତେ ଗରିବ ଶ୍ରେଣୀର। ସେମାନଙ୍କର ଆଦୌ ଘର ନ ଥିଲା ବା ଭଙ୍ଗାରୁଜା କାମଚଳା ଘରେ ସେମାନେ ଆଶ୍ରୟ ନେଉଥିଲେ ।