Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲି ଡିଜିଟାଲ ପେମେଣ୍ଟ ପାଇଁ ‘ଇ-ରୁପି’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ ଏହା କ’ଣ?

ନୂଆଦିଲ୍ଲୀ: ଆସନ୍ତାକାଲି ଭିଡିଓ କନଫରେନ୍ସ ଜରିଆରେ ଡିଜିଟାଲ ପେମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇ-ରୁପି’ ବ୍ୟବସ୍ଥା ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି ସୂଚନା ମିଳିଛି। ପିଏମଓ କହିଛି ଯେ, ଡିଜିଟାଲ ପେମେଣ୍ଟ ପାଇଁ ‘ଇ-ରୁପି’ ଏକ ନଗଦବିହୀନ ଏବଂ ଯୋଗାଯୋଗହୀନ ମାଧ୍ୟମ ଅଟେ।

ଇ-ରୁପି କ’ଣ:

ଡିଜିଟାଲ୍ ପେମେଣ୍ଟ ପାଇଁ ‘ଇ-ରୁପି’ ଏକ ନଗଦବିହୀନ ମାଧ୍ୟମ। ଏହା ଏକ କ୍ୟୁଆର କୋଡ୍ କିମ୍ବା ଏସଏମଏସ ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ବିତରଣ କରାଯାଇଥାଏ। ଉପଭୋକ୍ତା କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର ନକରି ତାଙ୍କ ସେବା ପ୍ରଦାନକାରୀ କେନ୍ଦ୍ରରେ ଭାଉଚର୍ ରାଶି ଗ୍ରହଣ କରିପାରିବେ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ଏହାର ୟୁପିଆଇ ପ୍ଲାଟଫର୍ମରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହାକୁ ବିକଶିତ କରିଛି।

ଇ-ରୁପି ସେବାଗୁଡିକ କୌଣସି ଇଣ୍ଟରଫେସ୍ ବିନା ଡିଜିଟାଲ୍ କୌଶଳରେ ପ୍ରାୟୋଜକମାନଙ୍କୁ ହିତାଧିକାରୀ ଏବଂ ସେବା ପ୍ରଦାନକାରୀଙ୍କ ସହିତ ସଂଯୋଗ କରେ। ଏହି ଅଧୀନରେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ, କାରବାର ସମାପ୍ତ ହେବା ପରେ ସେବା ପ୍ରଦାନକାରୀଙ୍କୁ ଦେୟ ପ୍ରଦାନ କରାଯାଇଥାଏ। ପ୍ରି-ପେଡ୍ ସେବା ଯୋଗୁଁ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ବିନା ସେବା ପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ଦେବା ସମ୍ଭବ ଅଟେ।

ଏହାକୁ କେଉଁଠାରେ ବ୍ୟବହାର କରାଯାଇପାରିବ?

ମାତୃ ଓ ଶିଶୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଔଷଧ ଏବଂ ପୁଷ୍ଟିକର ସହାୟତା, ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ସାର ସବସିଡି ଇତ୍ୟାଦି ଯୋଜନା ଅଧୀନରେ ଏହା ସେବା ଯୋଗାଇବାରେ ବ୍ୟବହୃତ ହୋଇପାରିବ। ଏପରିକି ଘରୋଇ କ୍ଷେତ୍ର ଏହାର କର୍ମଚାରୀଙ୍କ କଲ୍ୟାଣ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ଵ କାର୍ଯ୍ୟକ୍ରମ ପାଇଁ ଏହି ଡିଜିଟାଲ୍ ଭାଉଚର୍ ବ୍ୟବହାର କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ବିଜେପି ସଂସଦୀୟ ଦଳ ବୈଠକ: କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ତୀବ୍ର ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୃହ କାର୍ଯ୍ୟରେ କଂଗ୍ରେସ ବାଧା ସୃଷ୍ଟି କରୁଛି। ସେ କହିଛନ୍ତି ଯେ, ଯେତେବେଳେ କୋଭିଡ-୧୯ କୁ ନେଇ ବୈଠକ ଡକାଯାଇଥିଲା, ସେତେବେଳେ କଂଗ୍ରେସ ମଧ୍ୟ ବୈଠକକୁ ବହିଷ୍କାର କରିଥିଲା ଏବଂ ଅନ୍ୟ ଦଳକୁ ଆସିବାକୁ ବାରଣ କରିଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ କଂଗ୍ରେସ ଏବଂ ବିରୋଧୀଙ୍କ ଏହି ‘କାର୍ଯ୍ୟ’କୁ ଜନସାଧାରଣ ଏବଂଗଣମାଧ୍ୟମ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ପେଗାସସ୍ ମାମଲା ଏବଂ ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟସଭାକୁ ୬ ଥର ମୁଲତବୀ ରଖାଯାଇଥିଲା। ସଂସଦରେ ବିରୋଧୀ ସାଂସଦମାନେ ପୋଷ୍ଟର ସହିତ ଦିନସାରା ବିରୋଧ ପ୍ରଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରରେ ହେବ କ୍ୟାବିନେଟ ବିସ୍ତାର!: ଅମିତ ଶାହ ଏବଂ ଜେପି ନଡ୍ଡାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ଏବଂ ଉତ୍ତରପ୍ରଦେଶ ହେବାକୁ ଥିବା ନିର୍ବାଚନକୁ ଦେଖି କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଚାଲିଛି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛୋଟ ଛୋଟ ଗ୍ରୁପ କରି ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରୁଛନ୍ତି। ଏବଂ ସମ୍ବଧୀୟ ମନ୍ତ୍ରାଳୟ ବାବଦରେ ସମୀକ୍ଷା କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି। ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଆଧାରରେ କିଛି ବଡ ପରିବର୍ତ୍ତନ ହେବାର ସଂକେତ ମିଳୁଛି। ଉତ୍ତରପ୍ରଦେଶ ନିର୍ବାଚନକୁ ଦେଖି କେନ୍ଦ୍ର ସରକାର ଆଗାମୀ ଦିନରେ କିଛି ବଡ ସାମାଜିକ ଯୋଜନା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ସାଢେ ୯ କୋଟି ଚାଷୀଙ୍କୁ ମିଳିଲା ପିଏମ କିଷାନ ସହାୟତା

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଅବସରରେ ଆଜି ଦେଶର ସାଢେ ୯ କୋଟି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ମିଳିଛି। ମୋଟ ୧୯ ହଜାର କୋଟି ଟଙ୍କା କୃଷକଙ୍କ ଖାତାରେ ଜମା ହୋଇଛି। ଏହା ପିଏମ କିଷାନ ସହାୟତାର ଅଷ୍ଟମ କିସ୍ତି ଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ସମ୍ବୋଧନ କରିଛନ୍ତି। ଏହାସହ ଦେଶର ଜୈବିକ ପଦ୍ଧତିରେ ଫସଲ କରୁଥିବା କେତେଜଣ କୃଷକଙ୍କ ସାଥିରେ ପ୍ରଧାନମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

“ଓଡିଆ ଇତିହାସ”ର ହିନ୍ଦୀ ଅନୁବାଦିତ ପୁସ୍ତକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ “ଓଡିଆ ଇତିହାସ”ର ହିନ୍ଦୀ ଅନୁବାଦିତ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଦିଲ୍ଲୀର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଏହି ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି।

“ଓଡିଶା ଇତିହାସ” ପୁସ୍ତକଟି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହାତାବଙ୍କ ଲିଖିତ ପୁସ୍ତକ ଅଟେ। ବିଜେବି କଲେଜର ଅବସରପ୍ରାପ୍ତ ହିନ୍ଦୀ ଅଧ୍ୟାପକ ଶଙ୍କରଲାଲ୍‌ ପୁରୋହିତ ଏହି ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଥିବା ବେଳେ ହରେକୃଷ୍ଣ ମହାତାବ ଫାଉଣ୍ଡେସନ ପକ୍ଷରୁ ଏହା ପ୍ରକାଶିତ ହୋଇଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ମହତାବଙ୍କ ପୁତ୍ର ଭର୍ତ୍ତୁହରି ମହତାବ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଉ ଏକ ବଡ଼ ସଫଳତା, ଜାଣନ୍ତୁ କେଉଁଥିରେ ହେଲେ ସଫଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ଫଲୋୱର୍ସଙ୍କ ସଂଖ୍ୟା ୬୦ ମିଲିୟନ ଅର୍ଥାତ୍ ୬କୋଟିକୁ ବୃଦ୍ଧି ପାଇଛି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଆଉ ଏକ ବଡ ସଫଳତା।

ଟ୍ୱିଟରରେ ଟକ୍କର ଦେଇଥିବା ଭାରତର ପ୍ରଥମ ନେତାମାନଙ୍କ ମଧ୍ୟରୁ ନରେନ୍ଦ୍ର ମୋଦୀ ଅନ୍ୟତମ। ସେ ୨୦୦୯ରେ ଟ୍ୱିଟରରେ ନିଜର ଆକାଉଣ୍ଟ ଖୋଲିଥିଲେ। ଏଥି ସହିତ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଟ୍ୱିଟରରେ ଆସିଥିଲେ, କିନ୍ତୁ ଫଲୋୱର୍ସମାନଙ୍କ କ୍ଷେତ୍ରରେ ନରେନ୍ଦ୍ର ମୋଦୀ ଶଶି ଥରୁରଙ୍କୁ ବହୁ ପଛରେ ପକାଇ ଦେଇଥିଲେ। ସେପ୍ଟେମ୍ବର ୨୦୧୯ରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋୱର୍ସଙ୍କ ସଂଖ୍ୟା ୫କୋଟିରେ ପହଞ୍ଚିଥିଲା। ଏବେ ମାତ୍ର ୧୦ ମାସ ମଧ୍ୟରେ ଟ୍ୱିଟରରେ ତାଙ୍କୁ ୧କୋଟି ଲୋକ ଅନୁସରଣ କରିଛନ୍ତି।

Twitter'da Toplu Tweet Nasıl Silinir? | Teknokutu

ଏହି ସମୟରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ୱିଟରରେ ସବୁଠାରୁ ଅଧିକ ଫଲୋୱର୍ସ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ଓବାମାଙ୍କର ଦୁଇଗୁଣ ଫଲୋୱର୍ସ ରହିଛନ୍ତି। ତାଙ୍କର ଟ୍ୱିଟର ଫଲୋୱର୍ସଙ୍କ ସଂଖ୍ୟା ହେଉଛି ୨୦ ମିଲିୟନରୁ ଅଧିକ | ଏହା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ରହିଛି | ଟୁଇଟରରେ ଡୋନାଲ୍ଡ ଟ୍ରମ୍ପଙ୍କ ଫଲୋୱର୍ସଙ୍କ ସଂଖ୍ୟା ହେଉଛି ୮୩.୭ମିଲିୟନ ଅର୍ଥାତ୍ ୮ କୋଟି ୩୭ ଲକ୍ଷ |