Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକର ଉନ୍ନୟନ ପ୍ରକଳ୍ପରେ ଉପୁଜୁଥିବା ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ପ୍ରମୁଖ ଶାସନ ସଚିବ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରିବୀମା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଗତ ୮ ତାରିଖରୁ ତିନିଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଆଜି ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରକଳ୍ପ ଗୁଡିକର କାର୍ଯ୍ୟ ଧାରା ବୁଲିଦେଖିବା ସହ ଲୋକମାନଙ୍କ ସମ୍ପୃକ୍ତି, ଉପୁଜୁଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକରେ ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ବେଙ୍ଗରାଜପଲ୍ଲୀ ଠାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ପରିମଳ ବିଶୁଦ୍ଧି କରଣ ଜୈବିକ ପ୍ଳାଣ୍ଟ ପରିଦର୍ଶନ କରି ଏହା ଲୋକଙ୍କୁ କିପରି ସୁବିଧା ସୁଯୋଗ ଓ ସେବା ପ୍ରଦାନ କରୁଛି ସେ ସମ୍ବନ୍ଧରେ ବୈଶିୟିକ ବିଷlରଦ ସୁଶ୍ରୀ ସୁଚରିତାଙ୍କ ଠାରୁ ପଚାରି ବୁଝିଥିଲେ। ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀଙ୍କୁ ଉକ୍ତପ୍ରକଳ୍ପରେ ସାମିଲ କରିବା ସହ ବ୍ୟାପକ ପ୍ରଚାର ପ୍ରସାରଦିଗରେ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବାଣପୁର ସହରାଞ୍ଚଳରେ ସ୍ୱୟଂ ସାହାୟିକା ଗୋଷ୍ଠୀ ମାନଙ୍କୁ ଦର୍ଜୀ କାମରେ ମିଶନ ଶକ୍ତି ଏବଂ ଓ ଏଲ ଏମ ଦ୍ୱାରା ପ୍ରୋତ୍ସାହନ ପ୍ରଦାନ କରି ସେମାନଙ୍କୁ ଅଧିକରୁ ଅଧିକ ରୋଜଗାର କ୍ଷମ କରିବାକୁ ନିର୍ଦେଶ ଦେଇଥିଲେ। ସହରାଞ୍ଚଳରେ ଯେଭଳି କୌଣସି ଛାତ୍ର ଛାତ୍ରୀ ଅଧାରୁ ପାଠ ନ ଛାଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦେଶ ଦେଇଥିଲେ। ପରେ ପ୍ରମୁଖ ଶାସନ ସଚିବ ଗୁରୁପଦ ଠାରେ ସାଲିଆ ଆଶ୍ରମ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି, ସୁ ଦୃଢ କରିବା, ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ କାରୀ କରିବା, ବୋରୱେଲ ପକାଇବା, ଛାତ୍ରା ବାସ ମରାମତି କାର୍ଯ୍ୟ କରିବା, ଉଦ୍ୟାନକୃଷି, ସଂଗୀତ, କ୍ରୀଡା, ଭିତିଭୂମି ସହ ଉକ୍ତ ବିଦ୍ୟାଳୟକୁ ଶିଳ୍ପାଦ୍ୟୋଗୀ ମାନଙ୍କ ଦ୍ୱାରା ପୋଷ୍ୟ ସ୍କୁଲ ଭାବେ ଦେଇ ସ୍ଥାୟୀ ସ୍ମାର୍ଟ ଶ୍ରଣୀ ଗୃହ ଭିତ୍ତିଭୂମି ସୁଦୃଢ କରିବାକୁ ନିର୍ଦେଶ ଦେଇଥିଲେ।

ବିଦ୍ୟାଳୟ ନୂତନ ଗୃହ ନିର୍ମାଣ ନିମନ୍ତେ ୧ କୋଟି ୭ ଲକ୍ଷ ଆର୍ଥିକ ମଞ୍ଜୁରୀ ମିଳିଲା ମାତ୍ରେ ଯୁଧ୍ୟ କାଳୀନ ଭିତ୍ତିରେ ଶ୍ରେଣୀଗୃହ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦାମିଆ ବରବରା ଗ୍ରାମପଞ୍ଚାୟତ ବୁଲି କାର୍ଯ୍ୟାଳୟଠାରେ ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରି ସମସ୍ୟା ଶୁଣିଥିଲେ।

୮୦ ବର୍ଷ ବୟସର ବୃଦ୍ଧ ବୃଦ୍ଧାଙ୍କୁ ଜାତୀୟ ଭତ୍ତା ଯୋଜନାରେ ସାମିଲ କରିବାକୁ କହିଥିଲେ।  ଅନ୍ତଦ୍ବୟ ଯୋଜନା ହିତାଧିକାରିଙ୍କୁ ପାଇଖାନା ଯୋଗାଇବା, ଶ୍ରମ କାର୍ଡ ଧାରୀଙ୍କୁ ଶ୍ରମ ଯୋଗାଇବା, ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିବା, ଲକ୍ଷପତି ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କ ବାଦାମ ଚାଷ, ଖଲିପତ୍ର ବ୍ୟବଶାୟ ଜାଣି ପ୍ରମୁଖ ସଚିବ ଖୁସି ବ୍ୟକ୍ତ କରିଥିଲେ।

ସେହିପରି ଜଙ୍ଗଲ ଜମି ପଟ୍ଟା ହିତାଧିକାରୀଙ୍କ ସମସ୍ୟା ତୁରନ୍ତ ସମାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ବରବରା ନେଚର କ୍ୟାମ୍ପ ପରିଦର୍ଶନ କରିବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ବୁଲିଦେଖି ପ୍ରମୁଖ ସଚିବ ପ୍ରତ୍ୟାବର୍ତ୍ତନ କରିଥିଲେ।

ପ୍ରମୁଖ ସଚିବଙ୍କ ସହ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବାଣପୁର ବି ଡ଼ି ଓ ଶୀତଳ ଆଗ୍ରୱାଲ, ବାଣପୁର ଏନ ଏ ସି ଅଧ୍ୟକ୍ଷ ମିଟୁ ନାୟକ, ନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ, ଶାଳିଆ ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ମାନସ କୁମାର ନାୟକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୀତାଂଶୁ ମୋହନ ଦାସ, ସରପଞ୍ଚ ବିଣାପାଣି ଷଣ୍ଢ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ସଚିବଙ୍କ ଆଜି ଜିଲ୍ଲା ପରିଦର୍ଶନରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଉପୁଜୁଥିବା ସମସ୍ୟା ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରିବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଗତ କାଲିଠାରୁ ତିନିଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଆଜି ବେଗୁନିଆ ଓ ବୋଲଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ନୂତନ ଭାବେ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ବୁଲିଦେଖିବା ସହ ଉପୁଜୁଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ଆଗେଇନେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେଗୁନିଆ ବ୍ଲକ କୁଶପଲ୍ଲା ଠାରେ ୧୮୮ କୋଟି ୧୫ ଲକ୍ଷ ବ୍ୟୟ ଅଟକକଳରେ ନବ ନିର୍ମିତ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗଣ ଓ ପରିମଳ ରଶ୍ମିତା ଦାସଙ୍କୁ ପଚାରି ବୁଝି ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେl ମହାନଦୀରୁ ପାଣି ଉଠାଇବା, ପାଇପ ଲାଇନ ସଂଯୋଗ, ଜମି ଜମା ସମସ୍ୟା, ଶ୍ରମିକ ନିଜୁକ୍ତି, ଶ୍ରମିକ ମାନଙ୍କୁ ତାଲିମ ଦେଇ କାର୍ଯ୍ୟ କରାଇବା, କାର୍ଯ୍ୟର ମାନ ଉତ୍ତମ ମାନର ହେବା, ଶ୍ରମିକ ମାନଙ୍କ ରେଜିଷ୍ଟର ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା, ଅଂଚଳରେ ଥିବା ଶ୍ରମିକ କାର୍ଡ ଧାରୀଙ୍କୁ ଶ୍ରମ ପ୍ରଦାନ କରିବା ଓ ଶ୍ରମିକ କାର୍ଡ ଜାଞ୍ଚ କରିବାକୁ ଶ୍ରମ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଆସନ୍ତା 9 ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ଓ ମେସେର୍ଷ ଲାର୍ଜେନ ଆଣ୍ଡ ଟାଉବ୍ରୋ କମ୍ପାନୀକୁ ନିର୍ଦେଶ ଦେଇଥିଲେ।

ଉକ୍ତ ପାନୀୟ ଜଳ ପ୍ରକଳ୍ପରେ ବେଗୁନିଆ ବ୍ଲକର ୫ ଗୋଟି ପଂଚାୟତ ସମେତ, ଖୋର୍ଦ୍ଧା ଓ ଜଟଣୀ ବ୍ଲକର ସମସ୍ତ ପଞ୍ଚାୟତବାସୀ ଉପକୃତ ହୋଇପାରିବେ। ପରେ ପ୍ରମୁଖ ଶାସନ ସଚିବ ରାଧାକାନ୍ତ ପୁର ଗ୍ରାମ ପଂଚାୟତ ଅଧୀନ ଧାନଘର ନୂଆଗାଁ ଗ୍ରାମ ପରିଦର୍ଶନ କରି ସଫଳ ଉଦ୍ୟାନ ଚାଷୀ ଶୁଶାନ୍ତ ପ୍ରଧାନ ଙ୍କୁ ଭେଟି ବିଭିନ୍ନ ଚାଷ ପଦ୍ଧତି ଓ କୌଶଳ ସମ୍ବଦ୍ଧରେ ପଚାରି ବୁଝିବାସହ ଅଧିକରୁ ଅଧିକ ଚାଷ ପଦ୍ଧତିକୁ ଯୁବକ ମାନେ କିପାରି ଆପେଣେଇବେ ସେ ସମ୍ବନ୍ଧରେ ସହକାରୀ ନିର୍ଦେଶକ, ଉଦ୍ୟାନ କୃଷିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରମୁଖ ଶାସନ ସଚିବ ସେଠାରେ ଶୁଶାନ୍ତ ପ୍ରଧାନଙ୍କ ଲେମ୍ବୁ ଚାଷ, ଗେଣ୍ଡୁ ଚାଷ, ପୋଟଳ, ମାଛ, କୁନ୍ଦୁରି, କେନ୍ଦୁ ଆଦି ଚାଷ ଫାର୍ମ ବୁଲି ଦେଖିଥିଲେ। ଶୁଶାନ୍ତ ପ୍ରଧାନଙ୍କଚାଷ କ୍ଷେତକୁ ପାଣିର ଅଧିକ ଆବଶ୍ୟକତା ଥିବା ପ୍ରମୁଖ ଶାସନ ସଚିଵଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗ୍ରାଉଣ୍ଡ ୱାଟର ବୋର୍ଡ ସହ ପରାମର୍ଶ କରି ପାଣି ଯୋଗାଇବା, କେନାଲରେ କଲଭର୍ଟ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ।

ସେହିପରି ସଏଲ ହେଲଥ କାର୍ଡ ଆପେଣେଇବାକୁ ପ୍ରମୁଖ ଶାସନ ସଚିବ ଶୁଶାନ୍ତ ପ୍ରଧାନକୁ ପରାମର୍ଶ ଦେଇ ତାଙ୍କର ଉଦ୍ୟାନ କୃଷିକୁ ଭୁୟସୀ ପ୍ରସଂଶା କରିଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅରୁମୁଗମ ଧଳାପଥର ଉତ୍ପାଦନକାରୀ ଗୋଷ୍ଠୀ ଙ୍କ କାର୍ଯ୍ୟ, ଗେଡିଆପଲ୍ଲୀ ଅଂଚଳର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଦାରଖ କରିଥିଲେ। ପ୍ରମୁଖ ଶାସନ ସଚିବ ଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ସ୍ମିତା ମହାନ୍ତି, ଉଭୟ ବ୍ଲକର ବି ଡ଼ି ଓ ଏବଂ ତହସିଲଦାର ପ୍ରମୁଖ ଯୋଗ ଦେଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରାଇଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ରାଷ୍ଟ୍ରୀୟ ଏକତା ଦିବସ (ଜାତୀୟ ଏକତା ଦିବସ) ର ଶୁଭ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର ମିଳିତ ସହଯୋଗରେ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ସୁଦୃଢ କରିବା ପାଇଁ ମିଳିତ ପ୍ରତିଶ୍ରୁତି ଦେଇଥିଲେ।

ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଏକ ଦୃଢ ତଥା ନିରାପଦ ରାଷ୍ଟ୍ର ଗଠନ ପାଇଁ ଏକତା ଏବଂ ଅଖଣ୍ଡତାର ମୂଲ୍ୟବୋଧ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ଏହି କାର୍ଯ୍ୟକ୍ରମ ଉଭୟ ବିଭାଗର ସଦସ୍ୟଙ୍କୁ ଏକତ୍ରିତ କରିଥିଲା​​।

ଶ୍ରୀମତୀ ପାଢ଼ୀ ଚ୍ୟାଲେଞ୍ଜଗୁଡିକର ସମାଧାନ ତଥା ଦେଶକୁ ଏକତ୍ର ବାନ୍ଧି ରଖିଥିବା ନୀତିଗୁଡିକୁ ସମର୍ଥନ କରିବା ପାଇଁ ବିଭାଗଗୁଡିକ ମିଳିତ ଭାବରେ କାର୍ଯ୍ୟ କରିବାର ଗୁରୁତ୍ୱାରୋପ କରିଥିଲେ।

ପ୍ରତିବର୍ଷ ପାଳନ କରାଯାଉଥିବା ରାଷ୍ଟ୍ରିୟ ଏକତା ଦିବସ, ଭାରତର “ଆଇରନ୍ ମ୍ୟାନ୍” ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଉତ୍ତରାଧିକାରୀ ତଥା ଜାତିର ଏକତା ପାଇଁ ତାଙ୍କର ଅବଦାନକୁ ସମ୍ମାନିତ କରିଛନ୍ତି। ପ୍ରତିଶ୍ରୁତି ଗ୍ରହଣ ସମାରୋହ ଏକ ସମନ୍ୱିତ ତଥା ସ୍ଥାୟୀ ସମାଜରେ ଯୋଗଦାନ କରିବାରେ ପ୍ରତ୍ୟେକ ବ୍ୟକ୍ତି ଏବଂ ବିଭାଗର ଦାୟିତ୍ୱ ଓ ସ୍ମାରକ ଭାବରେ କାର୍ଯ୍ୟ କଲା।

Categories
ଆଜିର ଖବର ରାଜ୍ୟ ଖବର

ଏସୟୁଆଇଆଇଟି ର ୧୪ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡକ୍ଟର ପିକେ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୂଚନା ପ୍ରଦ୍ୟୋଗିକ ସଂସ୍ଥାନ (ଏସୟୁଆଇଆଇଟି)ର ୧୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଉଦବୋଧନ ଦେଇଛନ୍ତି।

ଡକ୍ଟର ମିଶ୍ର କହିଥିଲେ, ଆମେ ଯେଉଁ ଅଭିବୃଦ୍ଧି ହାସଲ କରିବାକୁ ଚାହୁଁଛୁ ତାହାକୁ ପ୍ରୋତ୍ସାହିତ କରିବା ପାଇଁ ସାଧାରଣତଃ ବୈଷୟିକ ଜ୍ଞାନକୌଶଳ ଏବଂ ବିଶେଷକରି ଅତ୍ୟାଧୁନିକ ଏବଂ ଉଦୀୟମାନ ଜ୍ଞାନକୌଶଳକୁ ବ୍ୟବହାର କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି।

ଏହି ଅଞ୍ଚଳରେ ଜ୍ଞାନ ଓ ଶିକ୍ଷାର ପ୍ରତୀକ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୀର୍ଘଦିନର ଖ୍ୟାତି ଉପରେ ଆଲୋକପାତ କରି ଡକ୍ଟର ମିଶ୍ର ଏସୟୁଆଇଆଇଟି ପ୍ରତିଷ୍ଠାକୁ ପ୍ରଶଂସା କରିଥିଲେ । ଏହା ଶିକ୍ଷାଗତ ଉତ୍କର୍ଷତାର କେନ୍ଦ୍ର ଭାବରେ ବିଶ୍ୱବିଦ୍ୟାଳୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲା ବୋଲି କହିଥିଲେ। ସୂଚନା ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱ ଦେଇ ଏହି ଅନୁଷ୍ଠାନ କେବଳ ଯୁବପିଢ଼ିଙ୍କୁ ଅତ୍ୟାବଶ୍ୟକ ଡିଜିଟାଲ ଯୁଗର ଦକ୍ଷତା ପ୍ରଦାନ କରେ ନାହିଁ ବରଂ ଜାତୀୟ ପ୍ରଗତି ପାଇଁ ଜରୁରୀ ଜ୍ଞାନ ଭିତ୍ତିକ ଅର୍ଥବ୍ୟବସ୍ଥା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥାଏ ।

ଏହାବ୍ୟତୀତ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ କହିଥିଲେ ଯେ, ସ୍ନାତକମାନେ କେବଳ ବିଷୟ ଜ୍ଞାନରେ ପାରଙ୍ଗମ ନୁହଁନ୍ତି ବରଂ ବଜାର ପାଇଁ ଆବଶ୍ୟକ ବ୍ୟବହାରିକ ଦକ୍ଷତା ମଧ୍ୟ ସେମାନଙ୍କ ପାଖରେ ଅଛି।

ବିଜ୍ଞାନ ଓ ଇଞ୍ଜିନିୟରିଂ ଗବେଷଣା ବୋର୍ଡ (ଏସ୍ଇଆର୍‌ବି), ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ଟାଟା ପାୱାର ଏବଂ ହିଣ୍ଡାଲ୍‌କୋ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ଓ ଶିଳ୍ପ ଗୁଡ଼ିକ ସହ ଏସଆଇଆଇଟିର ବର୍ତ୍ତମାନର ସହଭାଗିତାକୁ ଶ୍ରୀ ପିକେ ମିଶ୍ର ପ୍ରଶଂସା କରିଥିଲେ। ଏଥିସହିତ ଆଇଆଇଏମ୍ ସମ୍ବଲପୁର ସହିତ ଭବିଷ୍ୟତରେ ସହଭାଗିତା ପାଇଁ ଅନୁଷ୍ଠାନର ଯୋଜନାକୁ ସ୍ୱାଗତ କରିଥିଲେ। ବିଗ୍ ଡାଟା ଏନାଲିସିସ୍, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, ବ୍ଲକ୍ ଚେନ୍ ଆଦି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଯେଉଁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିବାକୁ ଯୋଜନା କରୁଛି, ସେଥିପ୍ରତି ମଧ୍ୟ ସେ ଆଗ୍ରହ ପ୍ରକାଶ କରିଛନ୍ତି।

ଡକ୍ଟର ପିକେ ମିଶ୍ର ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନ୍ଆର୍‌ଏଫ୍) ସମେତ ଭାରତ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଏସୟୁଆଇଆଇଟିକୁ ସହଯୋଗର ସମ୍ଭାବନା ଖୋଜିବାକୁ ଅନୁରୋଧ କରିଥିଲେ। ୫୦,୦୦୦ କୋଟିର ବଜେଟ୍ ସହିତ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଉଥିବା ଏଏନ୍ଆର୍‌ଏଫ୍ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ଗବେଷଣା ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ସହଯୋଗ ପାଇଁ ଏକ ଆକର୍ଷଣୀୟ ମାର୍ଗ ଉପସ୍ଥାପନ କରୁଛି ବୋଲି ସେ କହିଥିଲେ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା ଓ ବିକାଶ ପ୍ରକଳ୍ପ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସହଯୋଗ ସମ୍ପର୍କରେ ଡ. ପି.କେ.ମିଶ୍ର ଆଲୋକପାତ କରିଥିଲେ । ଆଇଆଇଟି ଏବଂ ଆଇଆଇଏସସି ଭଳି ପ୍ରମୁଖ ଅନୁଷ୍ଠାନ ବ୍ୟତୀତ ଗବେଷଣା ପରିସରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଡକ୍ଟର ମିଶ୍ର ଗବେଷଣା ଓ ବିକାଶ ପଦକ୍ଷେପ ପାଇଁ ମନ୍ତ୍ରଣାଳୟର ସମର୍ଥନ ଲୋଡ଼ିବାକୁ ଏସୟୁଆଇଆଇଟିର ଅଧ୍ୟାପକ ଏବଂ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ।

ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଆଣ୍ଡ ମ୍ୟାନୁଫାକ୍ଚରିଂ (ଇଏସଡିଏମ) ଏବଂ ଆଇଟି/ଆଇଟି ସକ୍ଷମ ସେବାରେ ପିଏଚଡି ସଂଖ୍ୟା ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଥିବା ବିଶ୍ୱେଶ୍ୱରୟ ପିଏଚଡି ଯୋଜନା ବିଷୟରେ ମଧ୍ୟ ଡ. ପିକେ ମିଶ୍ର ଉଲ୍ଲେଖ  କରିଥିଲେ । ଏହି ସୁଯୋଗର ଅନୁସନ୍ଧାନ କରିବାକୁ ଏସ୍‌ୟୁଆଇଆଇଟିକୁ ଅନୁରୋଧ କରିଥିଲେ। ଏହାବ୍ୟତୀତ ପରମ ଶକ୍ତି ଓ ପରମ କାମରୂପ ଭଳି କମ୍ପ୍ୟୁଟେଶନାଲ ସମ୍ବଳ ଉପଲବ୍ଧ କରାଇବା ପାଇଁ ନ୍ୟାସନାଲ ସୁପରକମ୍ପ୍ୟୁଟିଂ ମିଶନ ସହ ସହଭାଗିତା ସ୍ଥାପନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉଦୀୟମାନ ଜ୍ଞାନକୌଶଳ ଉପରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ ପାଇଁ ସରକାର ଏବଂ ନାସ୍କମ୍ ମଧ୍ୟରେ ମିଳିତ ପ୍ରୟାସ ଫ୍ୟୁଚର ସ୍କିଲ୍ସ ପ୍ରାଇମ୍ କାର୍ଯ୍ୟକ୍ରମ ଉପରେ ଡ. ମିଶ୍ର ଆଲୋକପାତ କରିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ଶିଳ୍ପଭିତ୍ତିକ ପାଠ୍ୟକ୍ରମର ଲାଭ ଉଠାଇବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଆପ୍ଲିକେସନ୍, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତରେ ଛାତ୍ରଛାତ୍ରୀଙ୍କ ଉଦ୍ଭାବନ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଏଆଇସିଟିଇ ସହଯୋଗରେ ଆଇଡିଆ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଡ. ପି.କେ ମିଶ୍ର ପ୍ରସ୍ତାବ ଦେଇଥିଲେ। ଆଇଟି ସମ୍ବନ୍ଧୀୟ ପାଠ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ମାଡ୍ରାସ ମଧ୍ୟରେ ହେବାକୁ ଥିବା ବୁଝାମଣାପତ୍ର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଉଚ୍ଚଶିକ୍ଷା ଓ ଗବେଷଣାର ବିକଶିତ ଦୃଶ୍ୟ ଉପରେ ଡ. ମିଶ୍ର ଆଲୋକପାତ କରିଥିଲେ । ସେ ଗବେଷଣା ଭିତ୍ତିକ ସମାଧାନର ବଢୁଥିବା ଚାହିଦା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଦ୍ୱାରା ବର୍ଦ୍ଧିତ ପାଣ୍ଠି, ଉଦୀୟମାନ ଜ୍ଞାନକୌଶଳ ଏବଂ ଷ୍ଟାର୍ଟଅପ୍ ପାଇଁ ସୁଯୋଗ ବୃଦ୍ଧି ପାଇଥାଏ । ଉଚ୍ଚଶିକ୍ଷା କ୍ଷେତ୍ରକୁ ସମାବେଶୀ ଏବଂ ବିବିଧତା ପୂର୍ଣ୍ଣ କରିବା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ, ଏପରି ଏକ ପରିବେଶକୁ ଉତ୍ସାହିତ କରାଯିବା ଉଚିତ୍‌ ଯେଉଁଠି ସମସ୍ତ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନେ ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ସଶକ୍ତ ଅନୁଭବ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାଣୀରୋଗ ନିୟନ୍ତ୍ରଣ ଦ୍ୱାରା ପ୍ରାଣୀପାଳକଙ୍କ ଆୟବୃଦ୍ଧି ହୋଇପାରିବ: ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ପ୍ରାଣୀମାନଙ୍କର ବିଭିନ୍ନ ରୋଗର ନିରାକରଣ ସଂପର୍କରେ ଆଜି ଏକ ଜାତୀୟ ସ୍ତରୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋମହିଷାଦି ଏବଂ କୁକୁଡ଼ା ଓ ବତକ ଆଦି ପ୍ରାଣୀମାନେ ଆକ୍ରାନ୍ତ ହେଉଥିବା ଫାଟୁଆ, ବ୍ରୁସେଲୋସିସ୍‌, ବାର୍ଡଫ୍ଲୁ, ସାହାଣ, ବଜବଜିିଆ ଆଦି ରୋଗର ସଫଳ ନିରାକରଣ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶଦ ଭାବରେ ଆଲୋଚନା ହୋଇଥିଲା। ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପ୍ରାଣୀମାନଙ୍କୁ ସୁସ୍ଥ କରିବା ସହିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି। ପ୍ରାଣୀପାଳକଙ୍କ ଆୟବୃଦ୍ଧିରେ ପ୍ରାଣୀ ରୋଗ ନିୟନ୍ତ୍ରଣ କପରି ସହାୟକ ହୋଇପାରିବ ସେ ଉପରେ ବିସ୍ତୃତ ଧାରଣା ଉପସ୍ଥାପନ ସହ ଏଥି ନିମନ୍ତେ ପ୍ରାଣୀପାଳକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀ ବଶିଷ୍ଠ ଗୁରୁତ୍ୱାରୋପ କରିଥିଲେ।

କର୍ମଶାଳାରେ ପ୍ରାଣୀ ରୋଗ ସମ୍ବନ୍ଧୀୟ ଆଗୁଆ ସୂଚନା ପାଇବାର ମାଧ୍ୟମ, ପ୍ରାଣୀରୋଗ ଚିହ୍ନଟ ପାଇଁ ନମୁନା ସଂଗ୍ରହ, ପ୍ରତିଷେଧକ ବ୍ୟବସ୍ଥା, ଟିକାକରଣ, ଆଞ୍ଚଳିକ ଭିତ୍ତିରେ ପ୍ରାଣୀରୋଗ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ଓଡ଼ିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶାଳୟ, କଟକଙ୍କ ଦ୍ୱାରା ଆୟୋଜିତ ଏହି ଜାତୀୟ କର୍ମଶାଳାରେ ଭାରତ ସରକାରଙ୍କ ଯୁଗ୍ମ ଶାସନ ସଚିବ ଶ୍ରୀ ଉପମନୁ୍ୟ ବସୁ, ପ୍ରାଣୀପାଳନ ଓ ପ୍ରାଣୀଚିିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଭାଗ ନେଇଥିବାବେଳେ ନିସାଦ, ଭୋପାଳର ବରିଷ୍ଠ ବୈଜ୍ଞାନିକ ଡ. ଚକ୍ରଧର ତୋଷ, ନିଭେଡିର ବରିଷ୍ଠ ବୈଜ୍ଞାନିକ ଡ. ମହମ୍ମଦ ମୁଦାଶର ଚାନ୍ଦ, ଫାଟୁଆ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡ. ଯଯାତି କେଶରୀ ମହାପାତ୍ର, ଓଡ଼ିଶା ଭେଟେରିନାରୀ କଲେଜର ଡିନ୍‌ ଡ. ଶୁଶେନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି ପ୍ରାଣୀମାନଙ୍କ ବିଭିନ୍ନ ରୋଗ ଏବଂ ଏହାର ସଫଳ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଓ ସମସ୍ତ ରୋଗ ନିରୁପଣ କେନ୍ଦ୍ରର ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ବାତ୍ୟା ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ ଅଞ୍ଚଳରୁ ୬୦ଜଣ ଓ ଜଗତସିଂହପୁର ପୌରାଞ୍ଚଳରୁ ୧୪୦ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଜିଲ୍ଲାରେ ୨୦୦୦ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କର ପକ୍କାଘର ରହିଛି। ଅନ୍ୟ ୨୦୦ ଜଣଙ୍କୁ ଉତ୍ସର୍ଗୀକୃତ କେନ୍ଦ୍ରରେ ରଖାଯିବ। ଏଥିସହିତ ପାରାଦ୍ବୀପ କୋଭିଡ୍ ହସପିଟାଲରେ ୬୦ଜଣ ଓ କୋଭିଡ୍ କେୟାର୍ ସେଣ୍ଟରରେ ୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେହି କ୍ରିଟିକାଲ୍ ନାହାଁନ୍ତି। ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ୍ ରହିଛି। ଆସନ୍ତା କାଲି ୨୫୦ଟି ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ପହଞ୍ଚିବ।

ପାରାଦ୍ଵୀପରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି ଓ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଜଗତସିଂହପୁରରେ ପହଞ୍ଚିଛନ୍ତି। ବାତ୍ୟା ପରେ ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା, ବିଦ୍ୟୁତ ଖୁଣ୍ଟି ପୁନରୁଦ୍ଧାର ଓ ରାସ୍ତା ମରାମତି ନିମନ୍ତେ ଯଥେଷ୍ଟ ସଂଖ୍ୟାରେ ଟିମ୍ ଅଛନ୍ତି। ଏନ୍.ଡି.ଆର୍.ଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରହିଛନ୍ତି। ବାତ୍ୟାର ୨/୩ ଘଣ୍ଟା ମଧ୍ୟରେ ରାସ୍ତା ସଫା ହେବ। ପାନୀୟଜଳ ଯୋଗାଣ ପାଇଁ ମୋବାଇଲ୍ ଟ୍ୟାଙ୍କର ପ୍ରସ୍ତୁତ ରହିଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରପରିଷଦରେ ଅତିରିକ୍ତ ଜିଲ୍ଲାପାଳ, କୁଜଙ୍ଗ ବିଡିଓ, ତହସିଲଦାର, ପାରାଦ୍ଵୀପ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ, ଶୁଖିଲାଖାଦ୍ୟ ଓ ପାନୀୟଜଳ ଯୋଗାଣ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ମଡ଼େଲ୍ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି: ପ୍ରମୁଖ ଶାସନ ସଚିବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୋଭିଡ଼୍ ପରିଚାଳନା ନୋଡ଼ାଲ୍ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ମଙ୍ଗଳବାର ଗଂଜାମ ଜିଲ୍ଲାର କୋଭିଡ଼୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟଗୁଡ଼ିକ ସମୀକ୍ଷା କରିଛନ୍ତି। ତାମ୍ପରାଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ମାଥିଭାନାନ୍ ଜଣାଇଥିଲେ ଯେ ଗତ ମାର୍ଚ୍ଚ ମାସଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପି ହୋଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସାରା ବିଶ୍ୱରେ ଗଂଜାମ ମଡ଼େଲ୍‌କୁ ପରିଚିତ କରାଇପାରିଛନ୍ତି। ତେଣୁ ସମସ୍ତେ ଧନ୍ୟବାଦର ପାତ୍ର। ଏହି ଦଳରେ ସେ ନିଜକୁ ସାମିଲ ହୋଇଥିବାରୁ ମାଥିଭାଥାନନ ମଧ୍ୟ ନିଜକୁ ଗର୍ବିତ ମନେ କରିଥିଲେ। ଆଗାମୀ ଦିନରେ ଦ୍ୱିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚାଲେଞ୍ଜ ସହ ପରିଚାଳନା କରିବା ଦିଗରେ ଜିଲ୍ଲାକୁ ଆଗକୁ ନିଆଯାଇଛି। ଗଂଜାମ ଜିଲ୍ଲା ପଛକୁ ଯିବ ନାହିଁ। ଗଂଜାମ ଜିଲ୍ଲାର ମଡ଼େଲ୍ ଯୋଗୁଁ ଆଜି ବିଶ୍ୱ ଦରବାରରେ ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜିଲ୍ଲାକୁ ଆସୁଥିବା ପ୍ରବାସୀ ଭାରତୀୟଙ୍କ ନିଜ ସ୍ଥାନରେ କର୍ମସଂସ୍ଥାନ ଯୋଗାଇଦେବା ଦିଗରେ ଅନେକ ଯୋଜନାମାନ କରି ସେମାନଙ୍କ ଜୀବନଜୀବିକା ଓ ଆର୍ଥନୈତିକ କାର୍ଯ୍ୟଧାରାକୁ ପୁନଃର୍ଜିବିତ କରାଯାଉଛି। ଆଜି ଦ୍ୱିତୀୟ ଲହରକୁ ରୋକିବା ଦିଗରେ କେଉଁ ରଣକୌଶଳ ଗ୍ରହଣ କରାଯାଇଛି ତାହା ପଚାରି ବୁଝିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଡ଼ିଆର୍‌ଡ଼ିଏ ଏପିଡ଼ି (ପ୍ରଶାସକ) ଜ୍ୟୋତିରଂଜନ ରାୟ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Categories
ଆଜିର ଖବର ମନୋରଂଜନ ସିନେମା

63 ବର୍ଷରେ ବ୍ରହ୍ମାନନ୍ଦମ୍‌: ହଜାରରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି

ହାଇଦ୍ରାବାଦ : ସାଉଥ୍‌ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍‌ ବେଶ୍‌ ଜଣାଶୁଣା । କେବଳ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍‌ ରହିଛନ୍ତି । ବ୍ରହ୍ମାନନ୍ଦମ୍‌ ଆଜି 63ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନେ ଟ୍ରେଣ୍ଡ୍‌ କରୁଛନ୍ତି । ହ୍ୟାଜ୍‌ଟ୍ୟାଗ୍‌ ବ୍ରହ୍ମାନନ୍ଦନମ୍‌ ଟ୍ରେଣ୍ଡ୍‌ କରିବା ସହିତ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ବ୍ରହ୍ମାନନ୍ଦମ୍‌ଙ୍କୁ ସାଉଥ୍‌ରେ ସୁପରଷ୍ଟାର୍‌ ବୋଲି କୁହାଯାଇଥାଏ । ସେ ମହେଶ ବାବୁ, ଅଲ୍ଲୁ ଅର୍ଜୁନ୍‌, ପ୍ରଭାସ, ରାମଚରଣ, ନାଗାର୍ଜୁନଙ୍କ ପରି ଲୋକପ୍ରିୟ ସାଉଥ୍‌ ଅଭିନେତାଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି ।  ସେ ପାଖାପାଖି 1000ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ 1987ରେ ଆସିଥିବା ଫିଲ୍ମ ‘ଅହା ନା ପାଲଣ୍ଟା’ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ବ୍ରହ୍ମାନନ୍ଦମ୍‌ଙ୍କ କମେଡି ଆକ୍ଟିଂ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥାଏ । ତେଲୁଗୁ ସହିତ ତାମିଲ୍‌ ଓ କନ୍ନଡ ସିନେମାରେ ଅଭିନୟ କରି ବେଶ୍‌ ପ୍ରଶଂସାଭାଜନ ହୋଇଛନ୍ତି । ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଚତୁର୍ଥ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇବା ସହିତ ସବୁଠାରୁ ଅଧିକ ଥର ଫିଲ୍ମରେ ଆକ୍ଟିଂ କରୁଥିବା ହେତୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି । ଆନ୍ଧ୍ରପ୍ରଦେଶରେ ଜନ୍ମିତ ଏହି ଲୋକପ୍ରିୟ ଅଭିନେତାଙ୍କ ପତ୍ନୀଙ୍କ ସହିତ ଦୁଇଟି ସନ୍ତାନ ରହିଛନ୍ତି । (ଏଜେନ୍ସି)

Categories
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର, ୩୧/୧୨: ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତକରିଛନ୍ତି। ଏହି ଗସ୍ତ ଅବସରରେ ସଚିବ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି। ଏହି କ୍ରମରେ କୁଜଙ୍ଗ ବ୍ଲକର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପୁରା ଗ୍ରାମର କଦଳୀ ଚାଷ ପରିଦର୍ଶନ କରିବା ସହିତ ଉଦ୍ୟାନ କୃଷି ବିଭାଗ ଦ୍ବାରା ଚାଷୀମାନେ କିପରି ଅଧିକ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଚାଷୀଙ୍କୁ ଜଣାଇଛନ୍ତି। ସେହିପରି ଜଗନ୍ନାଥପୁର ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଠପଢା, ଖାଇବା ପିଇିବା ସମ୍ପର୍କରେ ବୁଝିଥିଲେ। ମହିଳାଙ୍କୁ ଭେଟି ମମତା ଯୋଜନାର ସମ୍ପର୍କରେ ବୁଝିଥିଲେ। ସେହିପରି ଫତେପୁର ଜୀବନଜ୍ୟୋତି ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ସାଜସଜ୍ଜା ଦ୍ରବ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀକୁ ଦେଖି ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଓ ମାର୍କେଟିଂ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଜିଲ୍ଲାପାଳ ଓ ଏରମାସ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ  ଏକ ସମୀକ୍ଷା  ବୈଠକ କରିଥିଲେ। ମୁଖ୍ୟ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିବା ସହିତ ଜିଲ୍ଲାର ଶିକ୍ଷାର ମାନବୃଦ୍ଧି ଦିଗରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟାନ ଓ କୃଷି ବିଭାଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ଜିଲ୍ଲାରେ ହୋଇଥିବା ଉନ୍ନତି ତଥା ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।