Categories
ଆଜିର ଖବର ରାଜ୍ୟ ଖବର

କୁଜଙ୍ଗ ଦୁଆଡିଆରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ନା ହତ୍ୟା ?

ରମେଶ ମହାନ୍ତି

ଜଗତସିଂହପୁର : କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ଦୁଆଡ଼ିଆ ଗ୍ରାମରେ ବୁଧବାର ସଂଧ୍ୟାରେ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ସ୍କୁଲ୍ ପଛପଟେ ଥିବା ଏକ ଡିମିରିବଣ ମଧ୍ୟରେ ଏହି ଘଟଣା ଘଟିଥିବା ବେଳେ ଡିମିରି ଗଛରେ ଝିଅର ମୃତଦେହ ଝୁଲୁଥିବା ବେଳେ ପୁଅର ମୃତଦେହ ତଳେ ପଡିଥିବାର ଜଣାପଡିଛି। ମୃତ୍ୟୁର ଦିନକ ପୁର୍ବରୁ ସେମାନେ ଫେରାର୍ ଥିଲେ ବୋଲି କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ପୁର୍ବରୁ ଉକ୍ତ ଦୁଇ ମୃତ ପୁଅଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ବୁଧବାର ଦିନ ଝିଅର ଅନ୍ୟତ୍ର ନିର୍ବନ୍ଧ ହେବାନେଇ ସ୍ଥିର ହୋଇଥିବାରୁ ଏପରି ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।ଯେଉଁଦିନ ଝିଅର ଅନ୍ୟତ୍ର ନିର୍ବନ୍ଧ ହୋଇଥାନ୍ତା ସେହିଦିନ ମିଳିଲା ଝିଅର ଝୁଲନ୍ତା ମୃତଦେହ ବୋଲି ଶୁଣିବାକୁ ମିଳୁଛି।

ସୂଚନାନୁଯାୟୀ ଦୁଇ ମୃତ ଯୁବକ ଯୁବତୀ ହେଲେ ଦୁଆଡ଼ିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବି ଦାସ (୨୬) ଏବଂ ସେହି ଗ୍ରାମର ନନ୍ଦ ପଲାଇଙ୍କ ପୁତ୍ର ତୁଷାରକାନ୍ତ ପଲାଇ(୨୨)ବୋଲି ଜଣାପଡିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଏନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଆଲୋଚନା ହେଉଛି। ଉକ୍ତ ଦୁଇ ମୃତଦେହକୁ ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ୍ୟୁର ପ୍ରକୃତ ରହସ୍ୟ ପଦାକୁ ଆଣିବାକୁ ବିଭିନ୍ନ ମହଲରେ ଦାବି ହେଉଛି।