Categories
ଆଞ୍ଚଳିକ

ବାଣପୁର: ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା “ପ୍ରେରଣା” ଉଦଯାପିତ

ବାଣପୁର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ନିର୍ଦ୍ଦେଶକ୍ରମେ ତଥା ଖୋର୍ଦ୍ଧା ଜିଲ୍ଲା ସମଗ୍ର ଶିକ୍ଷା ସହାୟତାରେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ -୧ ବାଣପୁର ଠାରେ ପାଞ୍ଚ ଦିନିଆ ନବ ନିଯୁକ୍ତ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପର୍ଯ୍ୟାୟ- ୨ ” ପ୍ରେରଣା ” ଉଦଯାପିତ ହୋଇଯାଇଛି। ଏହି କର୍ମଶାଳାରେ ନବ ନିଯୁକ୍ତ ଶିକ୍ଷକ ମାନଙ୍କ ମଧ୍ୟରୁ ଅବଶିଷ୍ଟ ୩୯ ଜଣ କନିଷ୍ଠ ଶିକ୍ଷକଙ୍କୁ ସମ୍ବଳ ଶିକ୍ଷକ ତଥା ସାଧନ କର୍ମୀ ସନ୍ତୋଷ କୁମାର ଷଡଙ୍ଗୀ, ବିଭୂତି ଭୂଷଣ ଦାଶ, ଦିଲ୍ଲୀପ କୁମାର ନିଶଙ୍କ, ସୁମତି ଘଡେ଼ଇ ପ୍ରମୁଖ ବରିଷ୍ଠ ଶିକ୍ଷକଙ୍କ ଦ୍ବାରା ତାଲିମ ପ୍ରଦାନ କରାଯାଇଥିଲା। ଜାତୀୟ ଶିକ୍ଷାନୀତି ଅନୁସାରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି,ଆମ ବିଭାଗର କାର୍ଯ୍ୟଧାରା, ଅନ୍ତର୍ନିବେଶୀ ଶିକ୍ଷାର ସଫଳ ରୂପାୟନ, କ୍ରିୟାତ୍ମକ ଗବେଷଣା, ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷାଶାସ୍ତ୍ର ସହିତ ଶ୍ରେଣୀ ପରିଚାଳନା ପାଇଁ ” ପ୍ରେରଣା ” କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା।

ଉଦଯାପନୀ ଦିବସରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସିଏଚ୍. ବିଜୟା ଲକ୍ଷ୍ମୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝରଣା ଓଝା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ସେଠୀ, ଗୋଷ୍ଠୀ ସାଧନ ଶିକ୍ଷୟିତ୍ରୀ ବିଶ୍ଵଜିତା ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଆମର ଶିଶୁଙ୍କର ଓ ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷକ ମାନଙ୍କୁ ପ୍ରେରଣା ଦେବା ଓ ସଶକ୍ତ କରିବା ଅତ୍ୟନ୍ତ ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

କନିଷ୍ଠ ଶିକ୍ଷକଙ୍କ ପାଇଁ ସାଧନ କର୍ମୀ ତାଲିମ ଶିବିର ‘ପ୍ରେରଣା’ ଅନୁଷ୍ଠିତ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ତାଲିମ ଦିଆଯିବା ସକାଶେ ସାଧନ କର୍ମୀଙ୍କ ସକାଶେ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ ‘ପ୍ରେରଣା’ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ବିଇଓ ସୁଚିତ୍ରା ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନ ଗଞ୍ଜାମ ପକ୍ଷରୁ ଶୈକ୍ଷିକ ସଂଯୋଜକ ସନ୍ତୋଷ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିବା ସହ ବ୍ଲକ ସ୍ତରରେ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାଦାନ ଉପରେ କିପରି ବଳିଷ୍ଠ କରାଯାଇ ପାରିବ ତା ଉପରେ ଏହି ତାଲିମ କାର୍ଯ୍ୟକ୍ରମ ପରିବେଷିତ ବୋଲି ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୨୨ ଟି ବ୍ଲକର ୮୬ ଜଣ ସାଧନ କର୍ମୀ ଯୋଗଦେଇଥିବା ବେଳେ ସାଧନ କର୍ମୀ ଭାବେ ଖଲ୍ଲିକୋଟ ଡି ଆଇ ଇ ଟି ର ବରିଷ୍ଠ ଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ଜିତେନ୍ଦ୍ର କୁମାର ପଣ୍ଡା, ଶିକ୍ଷକ ବିପ୍ର ଚରଣ ସାହୁ, ଦେବେନ୍ଦ୍ର କୁମାର ମହାରଣା ପ୍ରମୁଖ ତାଲିମ ପ୍ରଦାନ କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ପକ୍ଷୀ ଶିକାର ବନ୍ଦ ପାଇଁ ‘ପ୍ରେରଣା’ ପକ୍ଷରୁ ମାସ୍କେଟ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରତିବର୍ଷ ଶୀତ ଋତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବଶ୍ରେଷ୍ଟ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନେ ଆସିବା ଆରମ୍ଭ ହୋଇଗଲାଣି। ସେଥିପାଇଁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନ କରିବା ପାଇଁ ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆଜି ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା ଓ ସିନେ ଜଗତର କଳାକାର ମାନେ ପହଞ୍ଚି ପକ୍ଷୀ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମଙ୍ଗଳାଯୋଡି ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ସଭା ପୁରସ୍କାର ବିତରଣ ଉତ୍ସବ କରାଯାଇଥିଲା।

ଚିଲିକାରେ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ଜଣେ ଯୁବତୀକୁ ଆମ୍ବାସଡର ଭାବରେ ନିଯୁକ୍ତି ଦେଇଛନ୍ତି ଗ୍ରୀନ ଆର୍ମିର ଅଧ୍ୟକ୍ଷ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ପକ୍ଷୀ ଶିକାର ବନ୍ଦ ପାଇଁ ‘ପ୍ରେରଣା’ ପକ୍ଷରୁ ଆସନ୍ତା ୨୭ରେ ହେବ ମାସ୍କେଟ ଉନ୍ମୋଚନ ଉତ୍ସବ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ପ୍ରତିବର୍ଷ ଶୀତ ରୁତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନଙ୍କର ଆସିବା ଆରମ୍ଭ ହୋଇଗଲାଣି। ତେଣୁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନକରିବା ପାଇଁ ସାମାଜିକ ଅନୁଷ୍ଠାନ “ପ୍ରେରଣା” ପକ୍ଷରୁ ଜନସଚେତନତା ସୃଷ୍ଟି ଆସନ୍ତା ୨୭ ତାରିଖ ସକାଳ ୮ ଘଟିକାରେ ମାସ୍କେଟ ଉତ୍ସବ ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହେବ।

ସେହିପରି ୯ ଘଟିକା ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ଚିତ୍ର ଅଙ୍କନ ପ୍ରଦର୍ଶନୀ, ୧୦ ଘଟିକା ସମୟରେ ସଭା ପୁରସ୍କାର ବିତରଣ ଉତ୍ସବ, ୧୦.୩୦ ରେ ବୃକ୍ଷ ରୋପଣ ଓ ୧୧ ଘଟିକା ସମୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରେରଣା ଗ୍ରୀନ ଆର୍ମୀର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି। ତେଣୁ ପ୍ରକୃତିପ୍ରେମି ବିଭିନ୍ନ ପ୍ରତିଯୋଗୀ ଯୋଗଦେବାପାଇଁ ଅନୁରୋଧ କରାଯାଇଛି।