Categories
ଆଜିର ଖବର ରାଜ୍ୟ ଖବର ସିନେମା

ମୁକ୍ତିଲାଭ କଲା ଚଳଚ୍ଚିତ୍ର “ଫାଷ୍ଟ ଲଭ୍”, ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀ

ଭୁବନେଶ୍ଵର: ପ୍ରେମ କେତେବେଳେ, କାହା ସହିତ ହୁଏ ଏକଥା କେହି କହିପାରିବେ ନାହିଁ।  ହେଲେ ପ୍ରେମର ପହିଲି ପୁଲକରେ ଉତ୍‌ଫୁଲିତ ହୋଇଉଠେ ମନ। ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ଆହୁରି ନିଆରା।

ସେଭଳି ଏକ ରୋମାଣ୍ଟିକ ଲଭ୍ ଷ୍ଟୋରୀକୁ ଆଧାର କରି ନିର୍ମିତ ହୋଇଥିବା ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’ ମୁକ୍ତିଲାଭ କରିଛି। ରେଞ୍ଜ ରୟାଲ ସିନେ ଲାବ୍‌ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ମିଶ୍ର।

ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ମିତ୍ରା। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। “ଫାଷ୍ଟ ଲଭ୍”ର କାହାଣୀରେ ଦର୍ଶକ ଡିଫରେଣ୍ଟ ଚାର୍ମ ପାଇଛନ୍ତି। ଚଳଚ୍ଚିତ୍ରର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଚକ୍ରବର୍ତ୍ତୀ, ସନ୍ତଜିତ୍ ଚାଟାର୍ଜୀ, ନବ୍‌ସ ଏବଂ ସରୋଜ। କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ। ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରଟି ଆଜିକାଲିକା ଯୁବ ପିଢ଼ିଙ୍କୁ ବେଶ ଆକୃଷ୍ଟ କରି ପାରିଲା ଭଳିଆ ଏକ ବଳିଷ୍ଠ ପରିକଳ୍ପନାରେ ନିର୍ମିତ ହୋଇଛି। ଡ୍ରାମା, ଗୀତ, ନୃତ୍ୟ ସବୁ କିଛି ଦର୍ଶକଙ୍କୁ ବାନ୍ଧି ରଖିପାରିଛି।
ଫାଷ୍ଟ ଲଭ୍ ଚଳଚ୍ଚିତ୍ର ରଜରେ ଓଡିଆ ଦର୍ଶକ ଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୁନ ୬ ରେ ରଜ ଉପଲକ୍ଷେ ଶୁଭମୁକ୍ତି ହେବ ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର “ଫାଷ୍ଟ ଲଭ୍”

ଭୁବନେଶ୍ଵର: ପ୍ରେମର ପହିଲି ପୁଲକରେ ଉତ୍‌ଫୁଲିତ ହୋଇଉଠେ ମନ। ପୁଣି ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ନିଆରା। ସେହିଭଳି ଏକ ରୋମାଣ୍ଟିକ ଲଭ୍ ଷ୍ଟୋରିକୁ ଆଧାର କରି ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’। ରେଞ୍ଜ ରୟାଲ ସିନେ ଲାବ୍‌ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ମିତ୍ର। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। ଏହି ଚଳଚ୍ଚିତ୍ର ବିଷୟରେ ଓଲିଉଡ୍‌ର ଅନ୍ୟତମ ଆଗଧାଡିର ପ୍ରଯୋଜକ ଶ୍ରୀଧର ମାର୍ଥା କହନ୍ତି, ‘‘ମୁଁ ଯେ କୌଣସି ସିନେମା ନିର୍ମାଣ କରିବା ପୂର୍ବରୁ କାହାଣୀକୁ ଭଲ ଭାବରେ ତର୍ଜମା କରିଥାଏ। ‘ଫାଷ୍ଟ ଲଭ୍’ର କାହାଣୀରେ ଦର୍ଶକ ନିଶ୍ଚିନ୍ତ ଡିଫରେଣ୍ଟ ଚାର୍ମ ପାଇବେ।

ଆସନ୍ତା ମାସ ୬ ତାରିଖରେ ଫିଲ୍ମଟି ରିଲିଜ ହେବ।” ଏହାର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଶତପଥି, ସାନ୍ତୋଜିତ ଚାଟାର୍ଜୀ, ନବ୍‌ସ ଏବଂ ସରୋଜ। ଚଳଚିତ୍ରର ଗୀତ ଗୁଡିକୁ ଆପଣମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବହୁତସାରା ଭଲପାଇବା ଦେଇ ତାକୁ ହିଟ କରିଛନ୍ତି। ଗୀତଗୁଡିକରେ ସ୍ୱର ଦେଇଛନ୍ତି ବଲିଉଡ ଓ ଓଲିଉଡ଼ର ସୁନାମଧନ୍ୟ ସିଙ୍ଗର ଜାଭେଦ ଅଲି, ହ୍ୟୁମାନ ସାଗର, ଅସୀମ ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ। କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ, ଗିରିଶ ମହାନ୍ତି ଓ ଦିବ୍ୟ। ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ବ୍ୟତୀତ ଏହାର କାଷ୍ଟିଙ୍ଗରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଛନ୍ତି।

ଓଡ଼ିଆ ଯୁବଦର୍ଶକଙ୍କ ପସନ୍ଦକୁ ଧ୍ୟାନ ରଖାଯାଇ ଓଡିଶାର ଏକ ଅନନ୍ୟ ପର୍ବ ରଜ ଉପଲକ୍ଷେ ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀକୁ ନେଇ ‘ଫାଷ୍ଟ ଲଭ୍’ ଚଳଚିତ୍ର ନିର୍ମାଣ କରାଯାଇଛି ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ କହିଛନ୍ତି ଯାହା ଦର୍ଶକଙ୍କ ମନକୁ ଛୁଇଁବା ସହ ଭରପୁର ମନୋରଞ୍ଜନ ଯୋଗାଇବ।