Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ ୬ ରେ ରଜ ଉପଲକ୍ଷେ ଶୁଭମୁକ୍ତି ହେବ ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର “ଫାଷ୍ଟ ଲଭ୍”
ଆଜିର ଖବର

ଜୁନ ୬ ରେ ରଜ ଉପଲକ୍ଷେ ଶୁଭମୁକ୍ତି ହେବ ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର “ଫାଷ୍ଟ ଲଭ୍”

May 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରେମର ପହିଲି ପୁଲକରେ ଉତ୍‌ଫୁଲିତ ହୋଇଉଠେ ମନ। ପୁଣି ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ନିଆରା। ସେହିଭଳି ଏକ ରୋମାଣ୍ଟିକ ଲଭ୍ ଷ୍ଟୋରିକୁ ଆଧାର କରି ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’। ରେଞ୍ଜ ରୟାଲ ସିନେ ଲାବ୍‌ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ମିତ୍ର। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। ଏହି ଚଳଚ୍ଚିତ୍ର ବିଷୟରେ ଓଲିଉଡ୍‌ର ଅନ୍ୟତମ ଆଗଧାଡିର ପ୍ରଯୋଜକ ଶ୍ରୀଧର ମାର୍ଥା କହନ୍ତି, ‘‘ମୁଁ ଯେ କୌଣସି ସିନେମା ନିର୍ମାଣ କରିବା ପୂର୍ବରୁ କାହାଣୀକୁ ଭଲ ଭାବରେ ତର୍ଜମା କରିଥାଏ। ‘ଫାଷ୍ଟ ଲଭ୍’ର କାହାଣୀରେ ଦର୍ଶକ ନିଶ୍ଚିନ୍ତ ଡିଫରେଣ୍ଟ ଚାର୍ମ ପାଇବେ।

ଆସନ୍ତା ମାସ ୬ ତାରିଖରେ ଫିଲ୍ମଟି ରିଲିଜ ହେବ।” ଏହାର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଶତପଥି, ସାନ୍ତୋଜିତ ଚାଟାର୍ଜୀ, ନବ୍‌ସ ଏବଂ ସରୋଜ। ଚଳଚିତ୍ରର ଗୀତ ଗୁଡିକୁ ଆପଣମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବହୁତସାରା ଭଲପାଇବା ଦେଇ ତାକୁ ହିଟ କରିଛନ୍ତି। ଗୀତଗୁଡିକରେ ସ୍ୱର ଦେଇଛନ୍ତି ବଲିଉଡ ଓ ଓଲିଉଡ଼ର ସୁନାମଧନ୍ୟ ସିଙ୍ଗର ଜାଭେଦ ଅଲି, ହ୍ୟୁମାନ ସାଗର, ଅସୀମ ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ। କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ, ଗିରିଶ ମହାନ୍ତି ଓ ଦିବ୍ୟ। ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ବ୍ୟତୀତ ଏହାର କାଷ୍ଟିଙ୍ଗରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଛନ୍ତି।

ଓଡ଼ିଆ ଯୁବଦର୍ଶକଙ୍କ ପସନ୍ଦକୁ ଧ୍ୟାନ ରଖାଯାଇ ଓଡିଶାର ଏକ ଅନନ୍ୟ ପର୍ବ ରଜ ଉପଲକ୍ଷେ ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀକୁ ନେଇ ‘ଫାଷ୍ଟ ଲଭ୍’ ଚଳଚିତ୍ର ନିର୍ମାଣ କରାଯାଇଛି ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ କହିଛନ୍ତି ଯାହା ଦର୍ଶକଙ୍କ ମନକୁ ଛୁଇଁବା ସହ ଭରପୁର ମନୋରଞ୍ଜନ ଯୋଗାଇବ।

ପ୍ରେମ କାହାଣୀ ଫାଷ୍ଟ ଲଭ୍ ସିନେମା ହଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

April 19, 2026

ସାରା ଭାରତରେ ୮୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗର

April 19, 2026

ଅକ୍ଷୟ ତୃତୀୟାରେ ନିଜ ବନ୍ଧୁଙ୍କୁ ଜଣାନ୍ତୁ ଶୁଭେଚ୍ଛା, ବାସ୍ ମୋବାଇଲରେ କପି କରି ପଠାନ୍ତୁ ଏହି ବାର୍ତ୍ତା

April 19, 2026

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026
Latest News

ବଜେଟ ଅଧିବେଶନରେ ସଂସଦର ଉଭୟ ଗୃହରେ ୯ଟି ବିଲ୍ ପାସ୍

April 19, 2026

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

April 19, 2026

ସାରା ଭାରତରେ ୮୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗର

April 19, 2026

ଅକ୍ଷୟ ତୃତୀୟାରେ ନିଜ ବନ୍ଧୁଙ୍କୁ ଜଣାନ୍ତୁ ଶୁଭେଚ୍ଛା, ବାସ୍ ମୋବାଇଲରେ କପି କରି ପଠାନ୍ତୁ ଏହି ବାର୍ତ୍ତା

April 19, 2026

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.