ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ତତଲା କଡେଇରେ ଫୁଟୁଛି ଓଡିଶା। ଦିନ ୧୧.୩୦ ସୁଦ୍ଧା କେଉଁ ସହରରେ କେତେ ତାପମାତ୍ରା ଅଛି ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ଵର ରହିଛି। ଭୁବନେଶ୍ଵରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୦.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି।
ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୪୦.୪ ଡ଼ିଗ୍ରୀ
ଝାରସୁଗୁଡା: ୪୦.୨ ଡ଼ିଗ୍ରୀ
କେନ୍ଦୁଝର:୩୯.୨ ଡ଼ିଗ୍ରୀ
ସମ୍ବଲପୁର: ୩୮.୬ ଡ଼ିଗ୍ରୀ
ହୀରାକୁଦ: ୩୭.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୦ ଡ଼ିଗ୍ରୀ
ବାଲେଶ୍ୱର: ୩୬.୪ ଡ଼ିଗ୍ରୀ
ଗୋପାଳପୁର:୩୪.୬ଡ଼ିଗ୍ରୀ
ପୁରୀ: ୩୪.୨ ଡ଼ିଗ୍ରୀ
ପାରାଦୀପ:୨୮.୦ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) April 18, 2023
ସେହିଭଳି କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା ଥିବୀ ବେଳେ ସମ୍ବଲପୁରରେ ୩୮.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ ଓ ପାରାଦୀପରେ ୨୮.୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।